କୃଦନ୍ତ ପଦ
ଭାଷାକୁ ଗତିଶୀଳ ଓ ଭାବ ପ୍ରକାଶ କରିବାରେ ସାହାଯ୍ୟ କରିବା ପାଇଁ ଅନେକ ଶବ୍ଦ ଆବଶ୍ୟକ
ହୋଇଥାଏ । ଆମ ଓଡ଼ିଆ ଭାଷାରେ ଏହି ପରି ଅନେକ ଶବ୍ଦ ସୃଷ୍ଟି ହୋଇଛି । କେତେବେଳେ
ସଂସ୍କୃତ ଧାତୁ ସହିତ ଓ କେତେବେଳେ ଓଡ଼ିଆ ଧାତୁ ସହିତ ପ୍ରତ୍ୟୟ ଯୋଗ କରାଯାଇ ଅନେକ
ଶବ୍ଦ ଗଠିତ ହୋଇଅଛି । ତଳେ ଦିଆଯାଇଥିବା ଉଦାହରଣଗୁଡ଼ିକୁ ଲକ୍ଷ୍ୟ କର ।
ସଂସ୍କୃତ ଧାତୁ + ପ୍ରତ୍ୟୟ = ଶବ୍ଦ (ତତ୍ସମ)
ଦୃଶ୍ + ଅନ = ଦର୍ଶନ
ପଠ୍ + ଅ = ପାଠ
ବୁଧ୍ + ତି = ବୁଦ୍ଧି
ଓଡ଼ିଆ ଧାତୁ + ପ୍ରତ୍ୟୟ = ଶବ୍ଦ (ତଦ୍ଭବ+ଦେଶଜ)
କାନ୍ଦ୍ + ଅଣା = କାନ୍ଦଣା
ପଢ୍+ ଉଆ = ପଢୁଆ
ଖସ୍ + ଅଡ଼ା = ଖସଡ଼ା
ପ୍ରଥମ ଉଦାହରଣରେ ଥିବା ‘ଦର୍ଶନ’ ଶବ୍ଦଟି ସଂସ୍କୃତ ‘ଦୃଶ୍’ ଧାତୁ ସହିତ ‘ଅନ’ ପ୍ରତ୍ୟୟ
ଯୋଗରେ ସୃଷ୍ଟି ହୋଇଛି । ସେହିପରି ସଂସ୍କୃତ ‘ ପଠଧାତୁରେ ‘ଅ’ପ୍ରତ୍ୟୟ ଯୁକ୍ତ ହୋଇ
‘ପାଠ’ ଶବ୍ଦ ଓ ସଂସ୍କୃତ ‘ବୁଧ’ ଧାତୁରେ ‘ତି’ ପ୍ରତ୍ୟୟ ଯୁକ୍ତ ହୋଇ ‘ବୁଦ୍ଧି’ ଶବ୍ଦ ଗଠିତ
ହୋଇଛି । ଏଗୁଡ଼ିକୁ କୃଦନ୍ତ ଶବ୍ଦ କୁହାଯାଏ । ଏହି ଶବ୍ଦଗୁଡ଼ିକ ସଂସ୍କୃତ ଭାଷାରୁ ଅବିକଳ
ଗୃହୀତ ହୋଇ ଓଡ଼ିଆ ଭାଷାରେ ବ୍ୟବହୃତ ହେଉଥିବାରୁ ତତ୍ସମ କୃଦନ୍ତ ଶବ୍ଦ ଅଟନ୍ତି ।
ଦ୍ୱିତୀୟ ଉଦାହରଣରେ ଥିବା ‘କାନ୍ଦଣା’ ଶବ୍ଦଟି ଓଡ଼ିଆ ‘କାନ୍ଦୁ ଧାତୁ ସହିତ ‘ଅଣା’ ପ୍ରତ୍ୟୟ
ଯୋଗରେ ସୃଷ୍ଟି ହୋଇଛି । ସେହିପରି ଓଡ଼ିଆ ‘ପତ୍’ ଧାତୁରେ ‘ଉଆ’ ପ୍ରତ୍ୟୟ ଯୁକ୍ତ ହୋଇ
‘ପଢୁଆ’ ଶବ୍ଦ ସୃଷ୍ଟି ହୋଇଛି । ସଂସ୍କୃତ ‘କ୍ରନ୍ଦ୍’ ଧାତୁରୁ ‘କାନ୍ଦ୍’ ଧାତୁ ଓ ‘ପଠ’ ଧାତୁରୁ ‘ପଢ୍’
ଧାତୁ ଜାତ ହୋଇ ଥିବାରୁ ଏହିପରି ଧାତୁ ଓ ପ୍ରତ୍ୟୟନିଷ୍ପନ୍ନ ଶବ୍ଦକୁ ତଦ୍ଭବ କୃଦନ୍ତ ଶବ୍ଦ କୁହାଯାଏ । ସେହିପରି ଖସଡ଼ା’ ଶବ୍ଦଟି ଓଡ଼ିଆ ଖସ୍’ ଧାତୁ ସହିତ ‘ଅଡ଼ା’ ପ୍ରତ୍ୟୟ ଯୁକ୍ତ ହୋଇ ଗଠିତ ହୋଇଛି ।
ଏହା ଗୋଟିଏ ଦେଶଜ କୃଦନ୍ତ ଶବ୍ଦ ।
ନୂଆ ଶବ୍ଦ ଗଢ଼ିବା ପାଇଁ ଧାତୁ ସହିତ ଯେଉଁ ପ୍ରତ୍ୟୟ ଯୁକ୍ତ ହୁଏ, ତାହାକୁ କୃତ୍ କହନ୍ତି ।
ଏହି କୃତ୍ ପ୍ରତ୍ୟୟ ଯୋଗ ହେବାଦ୍ୱାରା ଯେଉଁ ନୂତନ ଶବ୍ଦଟି ଗଠିତ ହୁଏ ତାହାକୁ କୃଦନ୍ତ
ଶବ୍ଦ ବା କୃଦନ୍ତ ପଦ କୁହାଯାଏ । (କୃତ୍+ଅନ୍ତ=କୃଦନ୍ତ । ଯାହା ଅନ୍ତ ବା ଶେଷରେ କୃତ୍ ପ୍ରତ୍ୟୟ
ହୋଇଥାଏ ତାହା କୃଦନ୍ତ) ।
ସଂସ୍କୃତ କୃତ୍ ପ୍ରତ୍ୟୟ = ଅ, ଅନ, ଅକ, ତବ୍ୟ, ଅନୀୟ, ଇତ୍ର, ତ୍ର, ତୃ, ତି, ଇନ୍, ତ, ଯ, ଇଷ୍ଣୁ,
ଉକ, ଉର, ର, ଉ ଇତ୍ୟାଦି ।
ଓଡ଼ିଆ କୃତ୍ ପ୍ରତ୍ୟୟ = ଅ, ଆ, ଇ, ଅଣ, ଅଣା, ଅଣି, ଆଣି, ଅନ୍ତା,ଏଣି, ଉଆଳ, ଇବା, ଉଣି,
ଉଆ, ରା, ଅତି, ଉଣା ଇତ୍ୟାଦି ।
ସଂସ୍କୃତ କୃତ୍ ପ୍ରତ୍ୟୟ ଓ ନିଷ୍ପନ୍ନ ତତ୍ସମ ଶବ୍ଦ
‘ଅ’ ପ୍ରତ୍ୟୟ
ପଠ୍ + ଅ = ପାଠ
ହସ୍ + ଅ = ହସ୍
ତ୍ୟଜ୍ + ଅ = ତ୍ୟାଗ
ମଧୁ - ପା + ଅ = ମଧୁପ
ପଚ୍ + ଅ = ପାକ
ସମ୍ - ସୃ+ ଅ = ସଂସାର
ଜି + ଅ = ଜୟ
କୁମ୍ଭ -କୃ + ଅ = କୁମ୍ଭକାର
ଭୀ + ଅ = ଭୟ
ଜଳ - ଦା + ଅ = ଜଳଦ
ସୃପ୍ + ଅ = ସର୍ପ
ଦିବ୍+ ଅ = ଦେବ
ଜପ୍+ ଅ = ଜପ
‘ଅନ’ ପ୍ରତ୍ୟୟ
ଭୁଜ୍ + ଅନ = ଭୋଜନ
ଶ୍ରୃ+ ଅନ = ଶ୍ରବଣ
ରୁଦ୍ + ଅନ = ରୋଦନ
ମୃ + ଅନ = ମରଣ
ପଠ୍+ ଅନ = ପଠନ
ସ୍ମୃ + ଅନ =ସ୍ମରଣ
ପତ୍ + ଅନ = ପତନ
କୃ + ଅନ =କରଣ
ଜୀବ୍ + ଅନ = ଜୀବନ
ଭୂଷ୍ + ଅନ = ଭୂଷଣ
ଭାଷ୍+ ଅନ = ଭାଷଣ
ଗ୍ରହ୍ + ଅନ = ଗ୍ରହଣ
ଅକ’ ପ୍ରତ୍ୟୟ
ଖାଦ୍ + ଅକ = ଖାଦକ
ଗୈ + ଅକ = ଗାୟକ
ନୃତ୍ + ଅକ = ନର୍ତ୍ତକ
ପଚ୍ + ଅକ = ପାଚକ
ପଠ୍ + ଅକ = ପାଠକ
ଶାସ୍ + ଅକ = ଶାସକ
ଶିକ୍ଷ୍ + ଅକ = ଶିକ୍ଷକ
ସ୍ତୁ + ଅକ = ସ୍ତାବକ
ଜନ୍ + ଅକ = ଜନକ
କୃ + ଅକ = କାରକ
‘ଉକ’ ପ୍ରତ୍ୟୟ
ନିନ୍ଦ୍ + ଉକ = ନିନ୍ଦୁକ
ଭିକ୍ଷ୍ + ଉକ= ଭିକ୍ଷୁକ
ଭୂ + ଉକ =ଭାବୁକ
‘ଇ’ ପ୍ରତ୍ୟୟ
ଜଳ - ଧା + ଇ = ଜଳଧି
ବି - ଧା + ଇ = ବିଧି
ନି - ଧା + ଇ = ନିଧି
‘ଇଷ୍ଣୁ’ ପ୍ରତ୍ୟୟ
ବୃଧ୍ + ଇଷ୍ଣୁ= ବର୍ଦ୍ଧିଷ୍ଣୁ
ସହ୍ + ଇଷ୍ଣୁ =ସହିଷ୍ଣୁ
‘ଇନ୍’ ପ୍ରତ୍ୟୟ
ଭୂ + ଇନ୍ = ଭାବୀ
ସତ୍ୟ-ବଦ୍ + ଇନ୍ =ସତ୍ୟବାଦୀ
ଅଧି- କୃ + ଇନ୍ = ଅଧିକାରୀ
ପ୍ର - ବସ୍ +ଇନ୍ =ପ୍ରବାସୀ
ସ୍ଥା + ଇନ୍ = ସ୍ଥାୟୀ
ଉପ -କୃ +ଇନ =ଉପକାରୀ
‘ତ’ ପ୍ରତ୍ୟୟ
କୃ + ତ = କୃତ
ଜୀବ୍+ ତ = ଜୀବିତ
ହନ୍ + ତ = ହତ
ପ୍ରୀ + ତ = ପ୍ରୀତ
ଭୂ + ତ = ଭୂତ
ଯୁଜ୍ + ତ =ଯୁକ୍ତ
ଶମ୍ + ତ =ଶାନ୍ତ
ସିଚ୍ + ତ =ସିକ୍ତ
ଶୁଧ୍ + ତ =ଶୁଦ୍ଧ
ପଚ୍ + ତ =ପକ୍ୱ
‘ତି’ ପ୍ରତ୍ୟୟ
ବୁଧ୍+ ତି = ବୁଦ୍ଧି
ସ୍ଥା + ତି = ସ୍ଥିତି
ଦୃଶ୍ + ତି = ଦୃଷ୍ଟି
ସ୍ମୃ + ତି = ସ୍ମୃତି
କୃ+ ତି = କୃତି
ମୁଚ୍ + ତି =ମୁକ୍ତି
ଶାସ୍ + ତି =ଶାସ୍ତି
ଭଜ୍ + ତି =ଭକ୍ତି
ମନ୍ +ତି =ମତି
ଶମ୍ + ତି =ଶାନ୍ତି
‘ତବ୍ୟ’ ପ୍ରତ୍ୟୟ
କୃ + ତବ୍ୟ = କର୍ତ୍ତବ୍ୟ
ଗମ୍ + ତବ୍ୟ = ଗନ୍ତବ୍ୟ
ଦୃଶ୍ + ତବ୍ୟ = ଦ୍ରଷ୍ଟବ୍ୟ
ବଚ୍ + ତବ୍ୟ = ବକ୍ତବ୍ୟ
ଦା + ତବ୍ୟ = ଦାତବ୍ୟ
ଶ୍ରୁ+ ତବ୍ୟ = ଶ୍ରୋତବ୍ୟ
ଜ୍ଞା + ତବ୍ୟ = ଜ୍ଞାତବ୍ୟ
ମନ୍ + ତବ୍ୟ = ମନ୍ତବ୍ୟ
ଭୁଜ୍ + ତବ୍ୟ = ଭୋକ୍ତବ୍ୟ
ଲଭ୍ + ତବ୍ୟ =ଲବ୍ଧବ୍ୟ
‘ଅନୀୟ’ ପ୍ରତ୍ୟୟ
ସ୍ମୃ + ଅନୀୟ = ସ୍ମରଣୀୟ
ଗ୍ରନ୍ + ଅନୀୟ = ଗ୍ରହଣୀୟ
କୃ+ ଅନୀୟ = କରଣୀୟ
ବନ୍ଦ୍ + ଅନୀୟ = ବନ୍ଦନୀୟ
ପଠ୍ + ଅନୀୟ = ପଠନୀୟ
ପାଳ୍+ ଅନୀୟ = ପାଳନୀୟ
ପୂଜ୍ + ଅନୀୟ = ପୂଜନୀୟ
ଦୃଶ୍ + ଅନୀୟ = ଦର୍ଶନୀୟ
ଶ୍ରୁ + ଅନୀୟ = ଶ୍ରବଣୀୟ
ପା + ଅନୀୟ = ପାନୀୟ
‘ଇତ୍ର’ ପ୍ରତ୍ୟୟ
ଚର୍ + ଇତ୍ର = ଚରିତ୍ର
ପୁ + ଇତ୍ର=ପବିତ୍ର
ବହ୍ + ଇତ୍ର = ବହିତ୍ର
ଖନ୍ +ଇତ୍ର =ଖନିତ୍ର
‘ଯ’ ପ୍ରତ୍ୟୟ
ପଠ+ ଯ = ପାଠ୍ୟ
ଗମ୍ + ଯ = ଗମ୍ୟ
ଦୃଶ୍ + ଯ = ଦୃଶ୍ୟ
ପଦ୍ + ଯ = ପଦ୍ୟ
ଗଦ୍ + ଯ = ଗଦ୍ୟ
କୃ + ଯ = କାର୍ଯ୍ୟ
ସହ + ଯ = ସହ୍ୟ
ଶାସ୍ + ଯ =ଶିଷ୍ୟ
ବଚ୍ + ଯ =ବାଚ୍ୟ/ବାକ୍ୟ
ଋ + ଯ=ଆର୍ଯ୍ୟ
ପା + ଯ =ପେୟ
ଦା + ଯ =ଦେୟ
ବିଦ୍ + ଯ + ଆ =ବିଦ୍ୟା
ଶୀ + ଯ + ଆ =ଶଯ୍ୟା
‘ତ୍ର’ ପ୍ରତ୍ୟୟ
ବସ୍ + ତ୍ର = ବସ୍ତ୍ର
ଅସ୍ + ତ୍ର = ଅସ୍ତ୍ର
ନୀ + ତ୍ର = ନେତ୍ର
କ୍ଷି + ତ୍ର =କ୍ଷେତ୍ର
ସ୍ତୁ + ତ୍ର =ସ୍ତୋତ୍ର
ପତ୍ +ତ୍ର=ପତ୍ର
‘ତୃ ପ୍ରତ୍ୟୟ
କୃ + ତୃ = କର୍ତ୍ତା/କର୍ତ୍ତୃ
ପା +ତୃ = ପିତୃ/ପିତା
ମା +ତୃ = ମାତୃ/ମାତା
ନୀ + ତୃ = ନେତୃ / ନେତା
ଶ୍ରୁ+ ତୃ = ଶ୍ରୋତୃ/ଶ୍ରୋତା
ବି - ଜି +ତୃ = ବିଜେତା
ବି - କ୍ରୀ +ତୃ = ବିକ୍ରେତା
ନି - ଯମ୍ + ତୃ= ନିୟନ୍ତା
ବି - ଧା + ତୃ = ବିଧାତା
ପ୍ର - ବଟ୍ +ତୃ = ପ୍ରବକ୍ତା
‘ର’ ପ୍ରତ୍ୟୟ
ନମ୍ + ର = ନମ୍ର
ରୁଦ୍ +ର = ରୁଦ୍ର
କମ୍ +ର = କମ୍ର
ହିନସ୍ +ର = ହିଂସ୍ର
ଛିଦ୍ + ର = ଛିଦ୍ର
କ୍ଷୁଦ୍ +ର = କ୍ଷୁଦ୍ର
‘ନ’ ପ୍ରତ୍ୟୟ
ପ୍ରଚ୍ଛ୍ + ନ = ପ୍ରଶ୍ନ
ଯତ୍ + ନ = ଯତ୍ନ
ଯଜ୍ + ନ =ଯଜ୍ଞ
ତୃଷ୍ + ନ +ଆ =ତୃଷ୍ଣା
‘ଉର’ ପ୍ରତ୍ୟୟ
ଭନଜ୍ + ଉର = ଭଙ୍ଗୁର
ମିଦ୍+ ଉର = ମେଦୁର
ବିଦ୍ + ଉର = ବିଦୁର
ଭାସ୍ + ଉର = ଭାସୁର
‘ସନ୍’ ପ୍ରତ୍ୟୟ
ଇଚ୍ଛା କରିବା ଅର୍ଥରେ ଧାତୁରେ ‘ସନ୍’ ପ୍ରତ୍ୟୟ ହୁଏ । ଏହି ସନ୍ ପ୍ରତ୍ୟୟ ଦ୍ୱାରା ନିଷ୍ପନ୍ନ
ପଦକୁ ‘ସନ୍ନନ୍ତ ପଦ’ କୁହାଯାଏ । ସନ୍’ ପ୍ରତ୍ୟୟ ପରେ ‘ଆ’ ବା ‘ଉ’ ପ୍ରତ୍ୟୟ ଯୋଗ
କରାଯାଇ ବିଶେଷ୍ୟ ପଦ ଗଠିତ ହୁଏ ।
ପିଇବାର ଇଚ୍ଛା = ପିପାସା (ପା – ସନ୍ + ଆ)
ଜାଣିବାର ଇଚ୍ଛା = ଜିଜ୍ଞାସା (ଜ୍ଞା – ସନ୍ + ଆ)
ଜୟ କରିବାର ଇଚ୍ଛା = ଜିଗୀଷା (ଜି - ସନ୍ + ଆ)
ହତ୍ୟା କରିବାର ଇଚ୍ଛା = ଜିଘାଂସା (ହନ୍- ସନ୍ + ଆ)
ଲାଭ କରିବାର ଇଚ୍ଛା = ଲିପ୍ସା (ଲଭ୍ – ସନ୍ + ଆ)
ଦେଖିବାର ଇଚ୍ଛା = ଦିଦୃକ୍ଷା (ଦୃଶ୍ – ସନ୍ + ଆ)
କରିବାର ଇଚ୍ଛା = ଚିକୀର୍ଷା (କୃ– ସନ୍ + ଆ)
ଦାନ କରିବାର ଇଚ୍ଛା = ଦିତ୍ସା (ଦା – ସନ୍ + ଆ)
ଶୁଣିବାର ଇଚ୍ଛା = ଶୁଶ୍ରୂଷା (ଶ୍ରୁ - ସନ୍ + ଆ)
ମୁକ୍ତି ପାଇବାର ଇଚ୍ଛା = ମୁମୁକ୍ଷା (ମୁଚ୍ – ସନ୍ + ଆ)
ମରିବାର ଇଚ୍ଛା = ମୁମୂର୍ଷା (ମୃ – ସନ୍ + ଆ)
ପିଇବାକୁ ଇଚ୍ଛୁକ = ପିପାସୁ (ପା – ସନ୍ + ଉ)
ଜାଣିବାକୁ ଇଚ୍ଛୁକ = ଜିଜ୍ଞାସୁ (ଜ୍ଞା – ସନ୍ + ଉ)
ଲାଭକରିବାକୁ ଇଚ୍ଛୁକ = ଲିପ୍ସୁ (ଲଭ୍ – ସନ୍ + ଉ)
ଓଡ଼ିଆ କୃତ୍ ପ୍ରତ୍ୟୟ ଓ ନିଷ୍ପନ୍ନ ତଦ୍ଭବ – ଦେଶଜ ଶବ୍ଦ
‘ଅ’ ପ୍ରତ୍ୟୟ
କାଟ୍ + ଅ = କାଟ
ଡାକ୍ + ଅ = ଡାକ
କାନ୍ଦ୍ + ଅ = କାନ୍ଦ
ମାର୍ + ଅ = ମାର
ମୋଡ୍+ ଅ = ମୋଡ଼
“ଅଣ’ ପ୍ରତ୍ୟୟ
ଝୁଲ୍ + ଅଣ = ଝୁଲଣ
ଗଢ୍+ ଅଣ = ଗଢ଼ଣ
ଫୁଟ୍ + ଅଣ = ଫୁଟଣ
‘ଅଣା’ ପ୍ରତ୍ୟୟ
କାନ୍ଦ୍ + ଅଣା = କାନ୍ଦଣା
ପିଟ୍ + ଅଣା = ପିଟଣା
ରାନ୍ଧ୍+ ଅଣା = ରାନ୍ଧଣା
ବିଞ୍ଚ୍+ ଅଣା = ବିଞ୍ଚଣା
ଅଣି’ ପ୍ରତ୍ୟୟ
ଖଟ୍ + ଅଣି = ଖଟଣି
ଲୋଟ୍ + ଅଣି = ଲୋଟଣି
ଚଲ୍ + ଅଣି = ଚଳଣି
ରହ୍+ ଅଣି = ରହଣି
‘ଅନ୍ତା’ ପ୍ରତ୍ୟୟ
ଫେର୍ + ଅନ୍ତା = ଫେରନ୍ତା
ଫୁଟ୍ + ଅନ୍ତା = ଫୁଟନ୍ତା
ଚଳ୍ + ଅନ୍ତା = ଚଳନ୍ତା
ଉଡ୍ + ଅନ୍ତା = ଉଡ଼ନ୍ତା
ଜୀ + ଅନ୍ତା = ଜୀଅନ୍ତା
ଜଳ୍+ ଅନ୍ତା = ଜଳନ୍ତା
‘’ଅନ୍ତି ପ୍ରତ୍ୟୟ
ଚଳ୍ + ଅନ୍ତି = ଚଳନ୍ତି
ଫଳ୍ + ଅନ୍ତି = ଫଳନ୍ତି
ଖଟ୍ + ଅନ୍ତି = ଖଟନ୍ତି
କହ୍ + ଅନ୍ତି = କହନ୍ତି
‘ଆ’ ପ୍ରତ୍ୟୟ
ବୁଣ୍+ ଆ = ବୁଣା
ଚିହ୍ନ୍ + ଆ = ଚିହ୍ନା
ଗଢ୍ + ଆ = ଗଢ଼ା
ରାନ୍ଧ୍ + ଆ = ରନ୍ଧା
ଛାଣ୍ + ଆ = ଛଣା
ଖେଳ୍ + ଆ = ଖେଳା
‘ଆଣ’ ପ୍ରତ୍ୟୟ
ଫେଡ୍+ ଆଣ = ଫେଡ଼ାଣ
ମିଶ୍ + ଆଣ = ମିଶାଣ
ଉଠ୍ + ଆଣ = ଉଠାଣ
ଭାସ୍ + ଆଣ = ଭସାଣ
‘ଆଣି’ ପ୍ରତ୍ୟୟ
ଭାସ୍ + ଆଣି = ଭସାଣି
ବିନ୍ଧ୍ + ଆଣି = ବିନ୍ଧାଣି
ଉଠ୍ + ଆଣି = ଉଠାଣି
ଗଡ୍ + ଆଣି = ଗଡାଣି
ଚାହ୍ଁ + ଆଣି = ଚାହାଁଣି
ଶୁଣ୍ + ଆଣି = ଶୁଣାଣି
‘ଆଉ’ ପ୍ରତ୍ୟୟ
ଘେର୍+ ଆଉ = ଘେରାଉ
ଚଢ୍ + ଆଉ =ଚଢାଉ
‘ଆଳି’ ପ୍ରତ୍ୟୟ
ରାନ୍ଧ୍ + ଆଳି = ରନ୍ଧାଳି
କାଟ୍ + ଆଳି = କଟାଳି
ବୁଡ୍ + ଆଳି = ବୁଡ଼ାଳି
ବାନ୍ଧ୍ + ଆଳି =ବନ୍ଧାଳି
ଖେଳ୍ + ଆଳି =ଖେଳାଳି
ବିକ୍ + ଆଳି =ବିକାଳି
‘ଇ’ ପ୍ରତ୍ୟୟ
ଚାଲ୍ + ଇ = ଚାଲି
ମେଳ୍+ ଇ = ମେଳି
ବୋଲ୍ + ଇ =ବୋଲି
ଦୋଳ୍ + ଇ =ଦୋଳି
‘ଉଆ’ ପ୍ରତ୍ୟୟ
ପଢ଼ + ଉଆ = ପଢୁଆ
ଲଢ଼ + ଉଆ = ଲଢୁଆ
ଲାଜ୍ + ଉଆ =ଲାଜୁଆ
ଡର୍ +ଉଆ =ଡରୁଆ
‘ଉଆଳ’ ପ୍ରତ୍ୟୟ
ଖେଳ୍ + ଉଆଳ = ଖେଳୁଆଳ
ଜଗ୍ + ଉଆଳ = ଜଗୁଆଳ
ରଖ୍ + ଉଆଳ =ରଖୁଆଳ
‘ଉଆଳି’ ପ୍ରତ୍ୟୟ
ଭାଗ୍ +ଉଆଳି =ଭାଗୁଆଳି
ଜଗ୍ +ଉଆଳି =ଜଗୁଆଳି
‘ଉଣି’ ପ୍ରତ୍ୟୟ
ମାପ୍+ ଉଣି = ମାପୁଣି
ରାନ୍ଧ୍ + ଉଣି = ରାନ୍ଧୁଣି
ଢାଙ୍କ୍ + ଉଣି = ଢାଙ୍କୁଣି
ମାଗ୍ + ଉଣି = ମାଗୁଣି
‘ଉଣା’ ପ୍ରତ୍ୟୟ
ପା + ଉଣା = ପାଉଣା
ଗା + ଉଣା =ଗାଉଣା
‘ଏଣି’ ପ୍ରତ୍ୟୟ
ଭାଳ୍ + ଏଣି = ଭାଳେଣି
ଜାଳ୍ + ଏଣି = ଜାଳେଣି
ବାଜ୍ + ଏଣି = ବାଜେଣି
କାଟ୍ + ଏଣି = କାଟେଣି
ଅନୁଶୀଳନୀ
କୃଦନ୍ତ କାହାକୁ କୁହାଯାଏ – ଉଦାହରଣ ସହ ବୁଝାଇ ଲେଖ ।
ନିମ୍ନଲିଖିତ ପଦଗୁଡିକରେ ବ୍ୟବହୃତ ହୋଇ ଥିବା ପ୍ରତ୍ୟୟଗୁଡ଼ିକୁ ଚିହ୍ନାଅ ।
ପାଠକ, ମୁକ୍ତି, ଆର୍ଯ୍ୟ, ବେଦ, ଗଡ଼ାଣି, ହସ, ପାଉଣା, ଖେଳାଳି, ଚଳନ୍ତି, ସ୍ମରଣୀୟ, ଗୁଣୀ ।
ନିମ୍ନଲିଖୁତ ପଦ ଗୁଡ଼ିକରେ ବ୍ୟବହୃତ ହୋଇଥିବା ଧାତୁ ଗୁଡ଼ିକୁ ଚିହ୍ନାଅ । । ଶାନ୍ତ, ଦାତବ୍ୟ,
ଭକ୍ତି, ଶିଷ୍ୟ, ସ୍ତୋତ୍ର, କ୍ଷୁଦ୍ର, ଶିକ୍ଷକ, ଚାଲି, କଟାଳି, ପଡୁଆ, ଭସାଣି, ଝୁଲଣ,ପିଟଣା ।
କୃଦନ୍ତ ପଦର ସହାୟତାରେ ନିମ୍ନଲିଖୁତ ବାକ୍ୟାଶଗୁଡ଼ିକୁ ଏକ ପଦରେ ପ୍ରକାଶ କର ।
ଯେ ପାଠ କରେ, ଯେ ନୃତ୍ୟ କରେ, ଯେ ଭିକ୍ଷା କରେ, ଯାହା କରିବା ଉଚିତ, ଯେ ଶୁଣେ,
ଯେ ମରିଅଛି, ମଧୁପାନ କରେ ଯେ, ଯେ ଜଗେ, ଯେ ଶାସନ କରେ, ଦାନର ଯୋଗ୍ୟ ଯେ
ଗାନ କରେ, ଜାଣିବାର ଇଚ୍ଛା,ଦେବାକୁ ଇଚ୍ଛୁକ ।
ନିମ୍ନଲିଖୁତ ପଦଗୁଡ଼ିକ ମଧ୍ୟରୁ କୃଦନ୍ତ ପଦ ଗୁଡ଼ିକୁ ବାଛି ଲେଖ ।
ଗାଉଣା, ବୈଷ୍ଣବ, ଗନ୍ତବ୍ୟ, ଉଠାଣି, ଦାଶରଥ, ଖେଳୁଆଳ, କୌତୁକ,
ପାଠ୍ୟ, ଶାରୀରିକ, ନିନ୍ଦୁକ ।
ଉପଯୁକ୍ତ ଧାତୁ ବା ପ୍ରତ୍ୟୟ ଯୋଗ କରି ଶୂନ୍ୟସ୍ଥାନ ପୂରଣ କର । ।
ମା + == ମାତୃ
ଉଡ଼ + = ଉଡ଼ନ୍ତା
ଧର୍ + == ଧରାଳି
__+ ଆଳି = କଟାଳି )
–+ ଉଆ = ଲଢୁଆ
ଡର୍ + = ଡରୁଆ
+ ତ୍ର = ନେତ୍ର ।
+ ଉଣି = ଢାଙ୍କୁଣି
ଦୃଶ୍ + == ଦର୍ଶନ
No comments:
Post a Comment