Thursday, September 10, 2020

ଉପସର୍ଗ

 ଉପସର୍ଗ
 ଆମେ ଲକ୍ଷ୍ୟ କଲେ ଜାଣିପାରିବା ଯେ, ପ୍ରତ୍ୟେକ ଶବ୍ଦର ନିର୍ଦ୍ଦିଷ୍ଟ ଗଠନରୀତି ରହିଅଛି । ନିମ୍ନଲିଖିତ ଶବ୍ଦଗୁଡିକର ଗଠନରୀତିକୁ ଦେଖ :
ଶବ୍ଦ      ଗଠନରୀତି      ଅର୍ଥ
ଆଦାନ  ଆ-ଦା-ଅନ      ଗ୍ରହଣ
ପ୍ରଦାନ    ପ୍ର-ଦା-ଅନ   ଦେବା
ନିଦାନ     ନି-ଦା-ଅନ   ରୋଗର କାରଣ
ଉପାଦାନ ଉପ-ଆ-ଦା-ଅନ  ଉପକରଣ
ଉଲ୍ଲିଖିତ ଶବ୍ଦଗୁଡ଼ିକରେ ମୂଳଧାତୁଟି ହେଉଛି ‘ଦା', ଏହି ଧାତୁ ପୂର୍ବରୁ ‘ଆ', 'ପ୍ର’, ‘ନି', ‘ଉପ’ ପ୍ରତ୍ୟୟ ଏବଂ ଧାତୁ ପରେ ‘ଅନ’ ପ୍ରତ୍ୟୟ ସଂଯୁକ୍ତ ହୋଇ ଯଥାକ୍ରମେ ‘ଆଦାନ’, ‘ପ୍ରଦାନ', 'ନିଦାନ’ ଏବଂ ଉପାଦାନ ଶବ୍ଦଗୁଡିକ ନିଷ୍ପନ୍ନ ହୋଇଅଛି । ଅର୍ଥାତ ଧାତୁ’ ସହିତ ପ୍ରତ୍ୟୟ ସଂଯୁକ୍ତ ହୋଇ ଶବ୍ଦ ଗଢ଼ାଯାଏ । ଏହି ପ୍ରତ୍ୟୟ ଦ୍ୱିବିଧ ଯଥା; ପୂର୍ବ ପ୍ରତ୍ୟୟ ଓ ପର ପ୍ରତ୍ୟୟ । ପୂର୍ବ ପ୍ରତ୍ୟୟ ଉପସର୍ଗ ଓ ପରପ୍ରତ୍ୟୟ ପରିସର୍ଗ ନାମରେ ମଧ୍ୟ ନାମିତ । ଉପରେ ଲେଖାଥିବା ଶବ୍ଦଗୁଡିକରେ ‘ଆ', ‘ପ୍ର’, ନି ଏବଂ ‘ଉପ’ ଗୋଟିଏ ଗୋଟିଏ ଉପସର୍ଗ ଅଟନ୍ତି ।
ପୁନଶ୍ଚ ନିମ୍ନଲିଖୁତ ଶବ୍ଦଗୁଡ଼ିକର ଗଠନ ରୀତିକୁ ଲକ୍ଷ୍ୟ କରି –
ଶବ୍ଦ         ଗଠନରୀତି       ଅର୍ଥ
ଆରକ୍ତ      ଆ-ରକ୍ତ    ଈଷତ୍ ନାଲିଆ
ପ୍ରକାଣ୍ଡ      ପ୍ର- କାଣ୍ଡ        ବୃହତ୍
ନିଆଶ୍ରା     ନି- ଆଶ୍ରା     ନିରାଶ୍ରୟ
ଉପଜିହ୍ୱା    ଉପ-ଜିହ୍ୱା      ଘଣ୍ଟିକା
ଏଠାରେ ରକ୍ତ, କାଣ୍ଡ, ଆଶ୍ରା ଓ ଜିହ୍ୱା ଗୋଟିଏ ଗୋଟିଏ ଶବ୍ଦ, ଏଗୁଡ଼ିକ ପୂର୍ବରୁ ଯଥାକ୍ରମେ ‘ଆ, ‘ପ୍ର', 'ନି’ ଏବଂ ‘ଉପ’ ପ୍ରତ୍ୟୟଗୁଡ଼ିକ ସଂଯୋଗ କରାଯାଇ ଯଥାକ୍ରମେ ଆରକ୍ତ, ପ୍ରକାଣ୍ଡ, ନିଆଶ୍ର ଓ ଉପଜିହ୍ୱା ଶବ୍ଦଗୁଡ଼ିକୁ ଗଠନ କରାଯାଇଛି । ପୂର୍ବରୁ କୁହାଯାଇଛି ଯେ, ଏହି ପ୍ରତ୍ୟୟଗୁଡ଼ିକ ଗୋଟିଏଗୋଟିଏ ଉପସର୍ଗ, ତେଣୁ ଧାତୁ ସହିତ ଉପସର୍ଗ ସଂଯୋଗ କରାଯାଇ ଯେପରି ଶବ୍ଦଗଠନ କରାଯାଏ, ସେହିପରି ଶବ୍ଦସହିତ ଉପସର୍ଗ ସଂଯୋଗ କରାଯାଇ ନୂତନ ଶବ୍ଦ ମଧ୍ୟ ଗଠନ କରାଯାଇପାରେ । ଅନ୍ୟ ଏକ ଦିଗରୁ ବିଚାର କରି ଦେଖିଲେ ପ୍ରତ୍ୟେକ ଉପସର୍ଗ ମୂଳତଃ ଗୋଟିଏ ଗୋଟିଏ ଅବ୍ୟୟ ପଦ । ତେଣୁ ଆମେ ଜାଣିଲେ ଯେ –
ଯେଉଁ ଅବ୍ୟୟ ପଦଗୁଡ଼ିକ ଧାତୁ ପୂର୍ବରୁ ବା ଧାତୁଜ ଶବ୍ଦ ପୂର୍ବରୁ ସଂଯୁକ୍ତ ହୋଇ ନୂତନ ଶବ୍ଦ ସୃଷ୍ଟି କରିଥାନ୍ତି; ସେଗୁଡ଼ିକ ଉପସର୍ଗ ନାମରେ ନାମିତ ।
ଉପସର୍ଗ (ଉପ-ସୃଜ୍‌-ଅ) ଶବ୍ଦଟି ‘ସୃଜ୍’ ଧାତୁରୁ ନିଷ୍ପନ୍ନ । ଏହି ଧାତୁର ଅର୍ଥ ହେଉଛି ସୃଷ୍ଟି କରିବା, ସର୍ଜନା କରିବା ବା ନିର୍ମାଣ କରିବା; ତେଣୁ ଉପସର୍ଗ ନୂତନନୂତନ ଶବ୍ଦ ସୃଷ୍ଟି କରିଥାଏ, ସର୍ଜନା କରିଥାଏ ବା ନିର୍ମାଣ କରିଥାଏ |
 ଆମେ ଜାଣିଲେ ଯେ, ମୂଳଧାତୁ ବା ଶବ୍ଦ ସହିତ ବିଭିନ୍ନ ଉପସର୍ଗ ସଂଯୁକ୍ତ ହୋଇ ନୂତନ ଶବ୍ଦ ସୃଷ୍ଟି ହୁଏ । ଅର୍ଥାତ୍ ମୂଳଧାତୁ ବା ମୂଳ ଶବ୍ଦରେ କେବଳ ନିଗତ ପରିବର୍ତ୍ତନ ଘଟେ ନାହିଁ ଅର୍ଥଗତ ପରିବର୍ତ୍ତନ ମଧ୍ୟ ଘଟିଥାଏ । ନିମ୍ନସ୍ଥ ଶବ୍ଦଗୁଡ଼ିକରୁ ଏହା ଲକ୍ଷ୍ୟ କରି –
ଶବ୍ଦ             ଗଠନରୀତି                         ଅର୍ଥ
ଆଗମନ       ଆ-ଗମ୍- ଅନ                  ଆସିବା
ପ୍ରତ୍ୟାଗମନ     ପ୍ରତି – ଆ – ଗମ୍ – ଅନ   ଫେରିବା
ନିର୍ଗମନ          ନିର – ଗମ୍ – ଅନ           ବହିର୍ଗମନ
ଅନୁଗମନ        ଅନୁ – ଗମ୍ – ଅନ          ପଶ୍ଚାତ୍‌ଗମନ
ଉଅଦ୍‌ଗମନ     ଉତ୍ – ଗମ୍ – ଅନ            ଗଜାହେବା
ଦୁର୍ଗମ            ଦୁର – ଗମ୍ - ଆ           ଅତି କଷ୍ଟରେ ଗମନ
ଉପରୋକ୍ତ ଶବ୍ଦଗୁଡ଼ିକରେ ମୂଳଧାତୁଟି ହେଉଛି ‘ଗମ୍', ଯାହାର ଅର୍ଥ ହେଉଛି ଗମନ କରିବା ବା ଯିବା । ଏହି ମୂଳଧାତୁ ସହିତ ଆ, ପ୍ରତି, ନିର, ଅନୁ, ଉତ୍ ଓ ଦୁର ଆଦି ଉପସର୍ଗ ସଂଯୋଗ କରାଯାଇ ଭିନ୍ନ ଅର୍ଥଦ୍ୟୋତକ ଶବ୍ଦ ଗଠନ କରାଯାଇଛି ।
ଅନୁରୂପ ଭାବରେ ଗୋଟିଏ ଶବ୍ଦସହିତ ବିଭିନ୍ନ ଉପସର୍ଗ ସଂଯୋଗ କରାଯାଇ ଅନେକ ନୂତନ ଶବ୍ଦ ସୃଷ୍ଟି କରାଯାଇପାରେ । ଯଥା -
 ଶବ୍ଦ      ଗଠନରୀତି          ଅର୍ଥ
ଅପରୂପ   ଅପ – ରୂପ        ତୁଳନା ରହିତ
ସୁରୂପ      ସୁ - ରୂପ     ସୁନ୍ଦର ରୂପ ବା ଆକୃତି
ପ୍ରତିରୂପ     ପ୍ରତି – ରୂପ       ପ୍ରତିମୂର୍ତ୍ତି
ଅନୁରୂପ      ଅନୁ – ରୂପ     ସଦୃଶ
ବିରୂପ          ବି – ରୂପ       କୁରୂପ
‘ରୂପ’ ଶବ୍ଦର ଅର୍ଥ ହେଉଛି ଆକୃତି ବା ଚେହେରା; ଏଠାରେ ବିଭିନ୍ନ ଉପସର୍ଗ ସଂଯୋଗରେ ଭିନ୍ନାର୍ଥ ଶବ୍ଦଗୁଡ଼ିକୁ ଗଠନ କରାଯାଇ ପାରିଛି । ଅର୍ଥାତ୍ ଉପସର୍ଗଗୁଡିକ ସଂଯୁକ୍ତ ହୋଇ ମୂଳଧାତୁ ବା ଶବ୍ଦର ଅର୍ଥରେ ପରିବର୍ତ୍ତନ ଆଣିପାରନ୍ତି । ଅନ୍ୟ ଭାଷାରେ କହିଲେ ଏଗୁଡ଼ିକ ବିଭିନ୍ନ ଅର୍ଥରେ ବ୍ୟବହୃତ ହୋଇପାରନ୍ତି; କେତେବେଳେ ଏଗୁଡ଼ିକ ମୂଳଧାତୁ ବା ଶବ୍ଦର ଅର୍ଥକୁ ବାଧା ଦିଅନ୍ତି, କେତେବେଳେ ଅର୍ଥକୁ ଅନୁକରଣ କରନ୍ତି ଅଥବା ଅର୍ଥକୁ ବୈଶିଷ୍ଟ୍ୟଯୁକ୍ତ କରିଥାନ୍ତି । ଯଥା:
(କ) ମୂଳଅର୍ଥରେ ବାଧା ଆଣିବା :
‘ଜି’ ଧାତୁର ଅର୍ଥ ହେଉଛି ଜୟ କରିବା । ‘ପରାଜିତ’ ଶବ୍ଦଟି ‘ପରା’ ଉପସର୍ଗ, ‘ଜି' ଧାତୁ ଓ ‘ତ’ ପରସର୍ଗ ସଂଯୋଗରେ ନିଷ୍ଣନ୍ତି, ଯାହାକି ମୂଳଧାତୁର ବିପରୀତ ଅର୍ଥକୁ ପ୍ରକାଶ କରିଥାଏ; ଅର୍ଥାତ୍ ଏଠାରେ ‘ପରା’ ଉପସର୍ଗଟି ମୂଳଧାତୁର ଅର୍ଥରେ ବାଧା ଆଣୁଅଛି ।
(ଖ) ମୂଳଅର୍ଥକୁ ଅନୁକରଣ କରିବା :
‘କୁ’ ଧାତୁର ଅର୍ଥ ହେଉଛି କରିବା । ଏହି ଧାତୁ ସହିତ ‘ଅନୁ’ ଉପସର୍ଗ ଓ ‘ଅନ’ ପରିସର୍ଗ ସଂଯୁକ୍ତ ହୋଇ ‘ଅନୁକରଣ’ ଶବ୍ଦଟି ସୃଷ୍ଟ, ଯାହାର ଅର୍ଥ ହେଉଛି ନକଲକରଣ, ସଦୃଶ ଆଚରଣ ଇତ୍ୟାଦି; ଅର୍ଥାତ୍ ଏହି ନୂତନ ଶବ୍ଦଟି ମୂଳଧାତୁର ଅର୍ଥକୁ ଅନୁକରଣ କରୁଅଛି ।
(ଗ) ମୂଳଅର୍ଥକୁ ବୈଶିଷ୍ଟ୍ୟଯୁକ୍ତ କରିବା :
‘ବଚନ' ଶବ୍ଦର ଅର୍ଥ ହେଉଛି କଥା, ବାକ୍ୟ, ଉକ୍ତି ଇତ୍ୟାଦି । ଏହି ଶବ୍ଦ ସହିତ ‘ପ୍ର’ ଉପସର୍ଗଟି ସଂଯୁକ୍ତ ହୋଇ ‘ପ୍ରବଚନ’ ଶବ୍ଦଟି ସୃଷ୍ଟ, ଯାହାର ଅର୍ଥ ହେଉଛି- ଉତ୍କୃଷ୍ଟ ବଚନ, ଉପଦେଶାତ୍ମକ ବାଣୀ, ହିତବାଣୀ, ଉପଦେଶ ବଚନ ଇତ୍ୟାଦି । ଏଠାରେ ନୂତନ ଶବ୍ଦଟି ମୂଳଶବ୍ଦର ଅର୍ଥକୁ ବୈଶିଷ୍ଟ୍ୟଯୁକ୍ତ କରୁଅଛି ।
ତେଣୁ ଭାଷାକୁ ସରସ, ସୁନ୍ଦର, ଆକର୍ଷଣୀୟ ତଥା ଆଳଙ୍କାରିକ କରିବାରେ ଉପସର୍ଗର ଭୂମିକାକୁ ସ୍ୱୀକାର ହୁଏ ।
ଓଡ଼ିଆ ଶବ୍ଦଭଣ୍ଡାରକୁ ମୁଖ୍ୟତଃ ୪ ଭାଗରେ ବିଭକ୍ତ କରାଯାଏ । ଯଥା – ତତ୍‌ସମ, ତଦ୍‌ଭବ, ଦେଶଜ ଓ ବୈଦେଶିକ । ଏହି ଶବ୍ଦଗୁଡ଼ିକ ମଧ୍ୟରୁ ତତ୍ସମ ଶବ୍ଦର ଗଠନରୀତି ସଂସ୍କୃତ ନିୟମ ବା ଧାରାକୁ ଅନୁସରଣ କରିଥାଏ, ତେଣୁ ସଂସ୍କୃତ ଭାଷାରେ ପ୍ରଚଳିତ ଉପସର୍ଗଗୁଡିକୁ ଆଧାରକରି ଓଡ଼ିଆ ଶବ୍ଦକୁ ବିଚାର କରାଯାଏ । ସଂସ୍କୃତ ଭାଷାରେ ସମୁଦାୟ ୨୦ଟି ଉପସର୍ଗ ପ୍ରଚଳିତ, ଯଥା - ପ୍ର, ପରା, ଅପ, ସମ୍, ନି, ଅଧୁ, ସୁ, ନିର, ଦୁର, ଉତ୍, ଅତି, ପରି, ପ୍ରତି, ଅବ , ଅନୁ, ବି, ଅଭି, ଉପ, ଅପି ଏବଂ ଆ । ଏଗୁଡ଼ିକ ଓଡ଼ିଆ ଶବ୍ଦବିଚାରରେ କିପରି ପ୍ରଯୋଜ୍ୟ ତାହା ଲକ୍ଷ୍ୟ କର ।
‘ପ୍ର’ : ଏହି ଉପସର୍ଗଟି ଉତ୍କର୍ଷ, ଉଭବ, ଗତି ଆକ୍ୟ, ସର୍ବତୋଭାବ ଆଦି ଅର୍ଥରେ ବ୍ୟବହୃତ ।
ଶବ୍ଦ                ଗଠନରୀତି        ଅର୍ଥ
ପ୍ରକୋପ          ପ୍ର – କୁପ - ଆ   ଅତିଶୟ କ୍ରୋଧ
ପ୍ରଗତି            ପ୍ର - ଗମ୍ - ତି   କ୍ରମଶଃ ଉନ୍ନତି
ପ୍ରକ୍ଷେପଣ     ପ୍ର - କ୍ଷିପ୍ – ଅନ     ନିକ୍ଷେପଣ
ପ୍ରଚଣ୍ଡ           ପ୍ର - ଚଣ୍ଡ- ଅ        ପ୍ରବଳ
ପ୍ରଚେଷ୍ଟା          ପ୍ର - ଚଷ୍ଟ - ଆ     ପ୍ରଗାଢ଼ ଯତ୍ନ
 ପ୍ରଦାନ         ପ୍ର – ଦା – ଅନ     ଦେବା
‘ପରା’ : ଏହି ଉପସର୍ଗଟି ପ୍ରାଧାନ୍ୟ, ବ୍ୟତିକ୍ରମ, ତିରସ୍କାର, ବିପରୀତ, ନିନ୍ଦା ଆଦି ଅର୍ଥରେ ବ୍ୟବହୃତ ।
ଶବ୍ଦ             ଗଠନରୀତି           ଅର୍ଥ
ପରାକ୍ରମ       ପରା - କ୍ରମ୍ - ଅ    ଶକ୍ତି
ପରାଜୟ       ପରା - ଜି– ଅ      ହାର
ପରାଭବ        ପରା - ଭୂ – ଅ    ପରାଜୟ
ପରାମର୍ଶ    ପରା – ମୃଶ୍ – ଅ   କର୍ଭବ୍ୟ ସଂପର୍କରେ ବିଚାର
ପରାସ୍ତ      ପରା - ଅସ୍ – ଅ     ପରାଜିତ
ପରାହତ    ପରା – ହନ୍ – ତ    ବ୍ୟାହତ
‘ଅପ୍’ : ଏହି ଉପସର୍ଗଟି ସାଧାରଣ ଭାବରେ ମନ୍ଦ ଅର୍ଥକୁ ବ୍ୟକ୍ତ କରେ, ଏହା ମଧ୍ୟ କୁସିତ, ବିରୋଧ, ବିପରୀତ ଓ ଅପକୃଷ୍ଟ ଅର୍ଥରେ ବ୍ୟବହୃତ ।
ଶବ୍ଦ          ଗଠନରୀତି        ଅର୍ଥ
ଅପକର୍ଷ   ଅପ - କୃଷ୍ - ଅ   ନିକୃଷ୍ଟ
ଅପକାର  ଅପ-କୃ – ଅ       ଅନିଷ୍ଟ
ଅପଖ୍ୟାତି   ଅପ - ଖ୍ୟା - ତି  ନିନ୍ଦା
ଅପବାଦ   ଅପ- ବଦ୍ – ଅ    ଦୁର୍ନାମ
ଅପମାନ  ଅପ - ମାନ୍ – ଅ    ମାନହାନି
ଅପମୃତ୍ୟୁ   ଅପ – ମୃତ୍ୟୁ     ଅକାଳ ମରଣ
‘ସମ୍' : ଏହି ଉପସର୍ଗଟି ସମ୍ୟକ, ସହିତ, ସଂହତି, ଆଭିମୁଖ୍ୟ ଓ ନିକଟ ଅର୍ଥରେ ବ୍ୟବହୃତ ।
ଶବ୍ଦ               ଗଠନରୀତି      ଅର୍ଥ   
ସନ୍ତାପ      ସମ୍ - ତପ୍ତ - ଅ    ମନସ୍ତାପ
ସମ୍ବାଦ    ସମ୍ - ବଦ୍ – ଅ       ଖବର
ସଂଯୋଗ  ସମ୍ – ଯୁଜ୍ – ଅ   ମିଳନ
ସଂସାର   ସମ୍ - ସୃ -ଅ          ଜଗତ
ସଂହାର    ସମ୍ଭ –ହୃ – ଅ         ବଧ
ସମୁଚିତ    ସମ୍ - ଉଚିତ      ସମ୍ପୂର୍ଣ୍ଣ ଉଚିତ
‘ନି’ ସାଧାରଣ ଭାବରେ ଏକ ନାସ୍ତି ସୂଚକ ଉପସର୍ଗ, ଏହା ମଧ୍ୟ ସମୀପ, ସମ୍ୟକ, ସାଦୃଶ୍ୟ, କୁତ୍ସିତ ଓ
ଆଧୁକ୍ୟ ଅର୍ଥରେ ବ୍ୟବହୃତ ।
ଶବ୍ଦ    ଗଠନରୀତି              ଅର୍ଥ
ନିକୃଷ୍ଟ       ନି - କୃଷ୍ – ତ     ମନ୍ଦ
ନିଗ୍ରହ       ନି - ଗ୍ରହ୍‌ –ଅ     ପୀଡ଼ନ
ନିପୁଣ       ନି - ପୁଣ -ଅ      କୁଶଳ
ନିବାରଣ    ନି – ବାର୍ – ଅନ ନିଷେଧ
ନିବୃତ        ନି - ବୃ -ତ         ଓଢ଼ଣି
ନ୍ନିଯୁକ୍ତ       ନି – ଯୁଜ୍ -ତ       ରତ
‘ଅଧୁ’ : ଏହି ଉପସର୍ଗଟି ପ୍ରାଧାନ୍ୟ, ଶ୍ରେଷ୍ଠ, ଆକ୍ୟ, ଅଧୁକାର ଓ ସମ୍ବନ୍ଧୀୟ ଅର୍ଥରେ ବ୍ୟବହୃତ ।
ଶବ୍ଦ       ଗଠନରୀତି     ଅର୍ଥ
ଅଧୁକାର  ଅଧୁ – କୃ – ଅ  ଦାବି
ଅଧୁନାୟକ  ଅ - ନୀ – ଅକପରିଚାଳକ
ଅଧିବର୍ଷ   ଅଧି – ବର୍ଷ   ମଳମାସଯୁକ୍ତ ବର୍ଷ
ଅଧିବାସୀ  ଅଧି – ବସ୍ - ଇନ୍  ବାସିନ୍ଦା
ଅଧିମାସ  ଅଧି - ମାସ    ମଳମାସ
ଅଧିଷ୍ଠାନ  ଅଧୂ – ସ୍ଥା – ଅନ  ଅବସ୍ଥିତି
‘ସୁ’ : ଏହି ଉପସର୍ଗଟି ମଙ୍ଗଳ, ସୁନ୍ଦର, ସହଜ, ଅନାୟାସ ଓ ଅଧୁକ ଅର୍ଥରେ ବ୍ୟବହୃତ ।
ଶବ୍ଦ       ଗଠନରୀତି       ଅର୍ଥ
ସୁଗମ   ସୁ - ଗମ୍ - ଆ   ସହଜରେ ଗମ୍ୟ
ସୁଚରିତ୍ର  ସୁ - ଚର – ଇତ୍ର  ନୈତିକ ସ୍ଵଭାବ
ସୁନାମ  ସୁ - ନାମ        ପ୍ରଶଂସା
ସୁବାସ  ସୁ - ବାସ    ସୌରଭ
ସୁଯୋଗ ସୁ – ଯୋଗ  ଅନୁକୁଳ ସମୟ
ସୁଶୀଳ  ସୁ – ଶୀଳ   ଭଦ୍ର
ନିର୍ : ଏହା ଅଭାବ, ବାହାର, ନିଶ୍ଚୟ, ନିଃଶେଷ ଓ ଅତିଶୟ ଅର୍ଥରେ ବ୍ୟବହୃତ ।
ଶବ୍ଦ          ଗଠନରୀତି       ଅର୍ଥ
ନିର୍ଗମ   ନିର୍‌ – ଗମ୍ – ଅ    ବହିର୍ଗମନ
 ନିର୍ଜନ  ନିର୍‌ – ଜନ୍ – ଅ  ଜନଶୂନ୍ୟ
ନିର୍ଜଳ    ନିର୍ - ଜଳ – ଅ  ଜଳଶୂନ୍ୟ
ନିର୍ମଳ  ନିର୍‌ – ମଳ         ମଳହୀନ
ନିର୍ମୂଳ   ନିର୍-ମୂଳ          ବିନଷ୍ଟ \ ମୂଳସହ
ନିର୍ଲିପ   ନିର୍‌ – ଲିପ୍‌ - ଅ    ଅନାସକ୍ତ
‘ଦୁର’ : ଉକ୍ତ ଉପସର୍ଗଟି ମନ୍ଦ, ନିନ୍ଦା, ଦୁଃଖ, ନିଷିଦ୍ଧ, କଷ୍ଟ ଆଦି ଅର୍ଥରେ ବ୍ୟବହୃତ ।
ଶବ୍ଦ          ଗଠନରୀତି         ଅର୍ଥ
ଦୁର୍ଗନ୍ଧ       ଦୁର୍‌ - ଗନ୍ଧ   ଖରାପ ଗନ୍ଧ
ଦୁର୍ଘଟଣା  ଦୁର୍‌ – ଘଟଣା   ଅଶୁଭ ଘଟଣା
 ଦୁର୍ଜନ      ଦୁର୍-ଜନ  ୍     ଖରାପ ଲୋକ
ଦୁର୍ଭାଗ୍ୟ    ଦୁର- ଭାଗ୍ୟ     ମନ୍ଦ ଭାଗ୍ୟ
ଦୁର୍ମଦ      ଦୁର- ମଦ୍ – ଅ  ଦୁର୍ଦ୍ଧର୍ଷ
ଦୁର୍ମୂଲ୍ୟ    ଦୁର-ମୂଲ୍ୟ         ମହାର୍ଘ

‘ଉତ୍’ : ଏହି ଉପସର୍ଗଟି ଅତିଶୟ, ଉତ୍କର୍ଷ, ବିରୋଧ, ନିନ୍ଦା, ଅଭାବ, ଅକସ୍ମାତ୍ ଆଦି ଅର୍ଥରେ
ବ୍ୟବହୃତ ।
ଶବ୍ଦ          ଗଠନରୀତି            ଅର୍ଥ
ଉତ୍କର୍ଷ       ଉତ୍-କୃଷ୍-ଅ           ଶ୍ରେଷ୍ଠତା
ଉତ୍କଳ       ଉତ୍-କଳ୍-ଅ           ଓଡ଼ିଶା
ଉତ୍କୋଚ     ଉତ୍-କୁତ୍ – ଅ        ଲାଞ୍ଚ
ଉତକ୍ଷିପ୍ତ     ଉତ୍-କ୍ଷିପ୍-ଅ         ଉପରକୁ ନିକ୍ଷିପ୍ତ
ଉଦାସୀନ   ଉତ୍ – ଆସ୍ – ଈନ୍   ଅନାସକ୍ତ
ଉନ୍ନତ       ଉତ୍ – ନମ୍ -ତ        ଉଚ୍ଚ
 ‘ଅତି’ : ଏହି ଉପସର୍ଗଟି ଆଧିକ୍ୟ, ଅନୁଚିତ, ଅସୀମ, ଆତିଶଯ୍ୟ ଆଦି ଅର୍ଥ ଦ୍ୟୋତକ ଅଟେ ।
  ଶବ୍ଦ                  ଗଠନରୀତି             ଅର୍ଥ
ଅତିକ୍ରମ               ଅତି - କ୍ରମ୍ -ଅ         ଲଙ୍ଘନ
ଅତିଶୟ               ଅତି – ଶୀ- ଅ          ଅତ୍ୟନ୍ତ
ଅତୀତ                 ଅତି – ଇ -ତ           ଗତ
ଅତୀନ୍ଦ୍ରିୟ              ଅତି – ଇନ୍ଦ୍ରିୟ           ଇନ୍ଦ୍ରିୟର ଅତୀତ
ଅତ୍ୟଧିକ              ଅତି - ଅଧିକ            ଖୁବବେଶି
ଅତ୍ୟଳ୍ପ                 ଅତି - ଅଳ୍ପ               ଖୁବକମ୍
‘ପରି’ : ସର୍ବତୋଭାବ, ଚତୁର୍ଦ୍ଦିଗ, ଅତିଶୟ, କ୍ରମଶଃ, ଶେଷ, ସମ୍ୟକ, ବ୍ୟାପ୍ତି , ସର୍ବତ୍ର ଆଦି ଅର୍ଥରେ
ଏହି ଉପସର୍ଗଟି ବ୍ୟବହୃତ ।
 ଶବ୍ଦ            ଗଠନରୀତି                    ଅର୍ଥ
ପରିକଳ୍ପନା    ପରି – କଳ୍ପ୍– ଅନ - ଆ     ଯୋଜନା
ପରିଚର୍ଯ୍ୟା      ପରି - ଚର୍ - ଯ - ଆ       ସେବା
ପରିଚ୍ଛେଦ      ପରି – ଛିଦ୍ – ଅ              ପାଠ୍ୟର ଭାଗ
ପରିଣତ       ପରି - ନମ୍ – ତ                ପରିପକ୍ୱ
ପରିଣୟ        ପରି - ନୀ – ଅ               ବିବାହ
 ପରିଶ୍ରମ      ପରି – ଶ୍ରମ୍ - ଅ            ବିଶେଷ ଶ୍ରମ, ଖଟଣି

 ‘ପ୍ରତି’ : ଏହି ଉପସର୍ଗଟି ପରିବର୍ନତ୍ତନ, ସମୀପ, ବିପରୀତ, ସାଦୃଶ୍ୟ, ପ୍ରତ୍ୟେକ, ପଶ୍ଚାତ୍, ବିରୋଧ,
ସମାନ ଆଦି ଅର୍ଥରେ ବ୍ୟବହୃତ ।
ଶବ୍ଦ                ଗଠନରୀତି                ଅର୍ଥ
ପ୍ରତିକୂଳ            ପ୍ରତି – କୂଳ              ବିରୁଦ୍ଧ, ବିପକ୍ଷ
ପ୍ରତିକୃତି            ପ୍ରତି - କୃ -ତି             ପ୍ରତିମା
ପ୍ରତିଦାନ           ପ୍ରତି – ଦା – ଅନ        ପ୍ରତ୍ୟର୍ପଣ
ପ୍ରତିଧ୍ୱନି            ପ୍ରତି – ଧୂନ୍ – ଇ        ପ୍ରତିଶବ୍ଦ
ପ୍ରତିପକ୍ଷ            ପ୍ରତି – ପକ୍ଷ               ବିପକ୍ଷ
ପ୍ରତ୍ୟୁତ୍ତର           ପ୍ରତି – ଉତ୍ତର            ପ୍ରତିଜବାବ
 ‘ଅବ’ : ଏହି ଉପସର୍ଗଟି ଅଧୋଗତି, ନିଶ୍ଚୟ, ଘୃଣା, ଅତ୍ୟନ୍ତ, ସମାନ ଆଦି ଅର୍ଥରେ ବ୍ୟବହୃତ ।
ଶବ୍ଦ             ଗଠନରୀତି            ଅର୍ଥ
ଅବଗତି       ଅବ – ଗମ୍ - ତି      ସମ୍ବାଦପ୍ରାପ୍ତି
ଅବତରଣ     ଅବ – ତୃ- ଅନ        ଓହ୍ଲାଇବା
ଅବନ୍ନତି       ଅବ – ନମ୍ – ତି       ଅଧୋଗତି
ଅବରୋଧ    ଅବ-ରୁଧ୍- ଅ           ଅଟକ
ଅବରୋହ    ଅବ- ରୁହ୍ –ଅ          ଅବତରଣ
 ଅବସ୍ଥାନ      ଅବ- ସ୍ଥା – ଅନ      ବାସସ୍ଥାନ

 ‘ଅନୁ’ : ଏହା ପଶ୍ଚାତ୍, ହୀନ, ସହିତ, ସମୀପ, ସମ୍ୟକ ଆଦି ଅର୍ଥରେ ବ୍ୟବହୃତ ।
ଶବ୍ଦ             ଗଠନରୀତି             ଅର୍ଥ
ଅନୁକରଣ     ଅନୁ – କୃ – ଅନ     ନକଲିକରଣ
ଅନୁକୂଳ       ଅନୁ – କୂଳ - ଅ       ସହାୟ
ଅନୁଗାମୀ     ଅନୁ – ଗମ୍ – ଇନ   ପଶ୍ଚାତ୍ ଗାମୀ
ଅନୁଜ          ଅନୁ – ଜନ୍ – ଅ     ସାନଭାଇ
ଅନୁତାପ       ଅନୁ – ତପ୍ - ଅ     ପଶ୍ଚାତାପ
ଅନୁରୂପ        ଅନୁ – ରୂପ           ସଦୃଶ
 ‘ବି’ : ଏହି ଉପସର୍ଗଟି ବିଶେଷ, ବିପରୀତ, ବିହୀନ, ବହୁ, ପରସ୍ପର, ଭିନ୍ନ ଆଦି ଅର୍ଥରେ ବ୍ୟବହୃତ ।
ଶବ୍ଦ            ଗଠନରୀତି              ଅର୍ଥ
ବିଖ୍ୟାତ      ବି - ଖ୍ୟା-ତ             ପ୍ରସିଦ୍ଧ
ବିଜାତି         ବି-ଜାତି                 ଭିନ୍ନଜାତି
ବିତୃଷ୍ଣା          ବି-ତୃଷ୍ଣା               କାମନାର ଅଭାବ
ବିପକ୍ଷ         ବି-ପକ୍ଷ                 ବିରୋଧୀପକ୍ଷ
ବିଫଳ          ବି-ଫଳ               ବ୍ୟର୍ଥ
ବିବିଧ          ବି-ବିଧା               ନାନା ପ୍ରକାର
 ‘ଅଭି’ : ଏହା ସମ୍ମୁଖ, ଉତ୍ତମ, ଅପକୃଷ୍ଟ, ସମ୍ୟକ, ପୁନଃପୁନଃ ଆଦି ଅର୍ଥରେ ବ୍ୟବହୃତ ।
ଶବ୍ଦ           ଗଠନରୀତି           ଅର୍ଥ
ଅଭିଜାତ      ଅଭି – ଜନ୍ – ତ
ଅଭିଜ୍ଞ        ଅଭି – ଜ୍ଞା – ଅ
ଅଭିଜ୍ଞାନ     ଅଭି-ଜ୍ଞା- ଅନ
ଅଭିଧାନ    ଅଭି – ଧା - ଅନ
ଅଭିଭାଷଣ   ଅଭି – ଭାଷ୍- ଅନ
ଅଭିଯାନ      ଅଭି – ଯା – ଅନ
 ‘ଉପ’ : ଏହି ଉପସର୍ଗଟି ନିକଟ, ଆଧିକ୍ୟ, ଦୀନତା, ଅଧସ୍ତନ, ସାଦୃଶ୍ୟ, ଘୃଣା, ସାହାଯ୍ୟ ଆଦି
ଅର୍ଥରେ ବ୍ୟବହୃତ ।
ଶବ୍ଦ                 ଗଠନରୀତି                    ଅର୍ଥ
ଉପକଣ୍ଠ            ଉପ- କଣ୍ଠ                    ନିକଟ
ଉପକରଣ          ଉପ- କୃ – ଅନ             ସରଞ୍ଜାମ
ଉପକାର            ଉପ - କୃ – ଅ              କଲ୍ୟାଣ
ଉପଗୁରୁ              ଉପ- ଗୁରୁ                  ଗୌଣଗୁରୁ
ଉପଗ୍ରହ              ଉପ- ଗ୍ରହ                  ଗ୍ରହ ଚାରିପଟେ ବୁଲୁଥିବା ଗ୍ରହ
ଉପବନ               ଉପ – ବନ                ବଗିଚା

 ‘ଅପି’ : ଏହି ଉପସର୍ଗଟି ଓଡ଼ିଆ ଭାଷାରେ କ୍ଵଚିତ୍ ବ୍ୟବହୃତ ହୁଏ । ଏହା ସାଧାରଣତଃ ଭୂଷଣ ଅର୍ଥରେ
ବ୍ୟବହୃତ ।
ଶବ୍ଦ                ଗଠନରୀତି              ଅର୍ଥ
ଅପିଧାନ          ଅପି - ଧା - ଅନ       ଆଚ୍ଛାଦନ
 ଅପିଚ            ଅପି – ଚ                ଅଧିକନ୍ତୁ

 ‘ଆ’ : ଏହି ଉପସର୍ଗଟି ବିପରୀତ, ଈଷତ୍, ସୀମା, ପର୍ଯ୍ୟନ୍ତ, ସମ୍ୟକ୍ ଆଦି ଅର୍ଥରେ ବ୍ୟବହୃତ ।
ଶବ୍ଦ               ଗଠନରୀତି                 ଅର୍ଥ
ଆକର୍ଷଣ         ଆ- କୃଷ୍- ଅନ            ଟାଣିବା
ଆଗମନ          ଆ - ଗମ୍ – ଅନ        ଆସିବା
ଆଜୀବନ         ଆ-ଜୀବନ                 ସମଗ୍ର ଜୀବନ
ଆଦେଶ          ଆ - ଦିଶ୍ – ଅ           ଆଜ୍ଞା
ଆନୟନ          ଆ - ନୀ – ଅନ         ଆଣିବା
ଆପାଦ           ଆ-ପାଦ                  ପାଦ ବା ଗୋଡ଼ଠାରୁ
ଓଡ଼ିଆଭାଷା ଆର୍ଯ୍ୟଭାଷାଗୋଷ୍ଠୀର ଅନ୍ତର୍ଭୁକ୍ତ ହୋଇଥିବାରୁ ସଂସ୍କୃତଭାଷାର ଏହି ୨୦ଗୋଟି ଉପସର୍ଗ ଓଡ଼ିଆ
ଭାଷାରେ ମଧ୍ୟ ପ୍ରଚଳିତ ।
 ସଂସ୍କୃତ ଭାଷାର ଏହି ଉପସର୍ଗଗୁଡ଼ିକ ବ୍ୟତୀତ ସଂସ୍କୃତର କେତୋଟି ଶବ୍ଦ ଓଡ଼ିଆ ଭାଷାରେ ଉପସର୍ଗ
ଭାବରେ ବ୍ୟବହୃତ ହେଉଥିବାର ପରିଲକ୍ଷିତ ହୁଏ । ନିମ୍ନରେ ଏହାର କେତୋଟି ଦୃଷ୍ଟାନ୍ତ ଦିଆଗଲା ।
‘ଅନ୍ତଃ’ : ଅନ୍ତର୍ଗତ, ଅନ୍ତର୍ଭୁକ୍ତ, ଅନ୍ତସ୍କରଣ
 'ଆବିଃ’ : ଆବିର୍ଭାବ, ଆବିଷ୍କାର, ଆବିଷ୍କୃତ
 ‘ତିରଃ' : ତିରସ୍କାର, ତିରୋଧାନ, ତିରୋହିତ
‘ପୁନଃ' : ପୁନର୍ଗମନ, ପୁନର୍ବାର, ପୁନର୍ବିବାହ
 ‘ପୁରଃ’ : ପୁରୋଭାଗ, ପୁରସ୍କାର, ପୁରସ୍କୃତ
 ‘ବହିଃ’ : ବହିର୍ଜଗତ, ବହିଷ୍କାର, ବହିର୍ଭୁତ
 'ସତ୍’ : ସତ୍‌ସଙ୍ଗ, ସଦୁପଯୋଗ, ସଦୁପାୟ
 ଉପରୋକ୍ତ ଆଲୋଚନାରେ ଆମେ ସଂସ୍କୃତ ଉପସର୍ଗଗୁଡ଼ିକୁ ଭିତ୍ତିକରି ଓଡ଼ିଆ ଶବ୍ଦଭଣ୍ଡାରକୁ ବିଚାର କଲେ ।
ସଂସ୍କୃତିର ଏହି ଉପସର୍ଗଗୁଡ଼ିକ ବ୍ୟତୀତ ଅନ୍ୟ କେତେକ ଅବ୍ୟୟ ଓଡ଼ିଆ ଶବ୍ଦଗଠନରେ ଅନୁରୂପ କାର୍ଯ୍ୟ ନିର୍ବାହ
କରୁଥିବାର ଜଣାଯାଏ । ନିମ୍ନସ୍ତ୍ର ଦୃଷ୍ଟାନ୍ତରୁ ଏହା ଲକ୍ଷ୍ୟ କର ।
ଶବ୍ଦ              ଗଠନରୀତି 
ଅଣଫୁଟା         ଅଣ-ଫୁଟା
ନାମଞ୍ଜୁର         ନା- ମଞ୍ଜୁର
ବେଆଇନ         ବେ- ଆଇନ
କୁପୁତ୍ର             କୁ- ପୁତ୍ର
ଏଠାରେ ବ୍ୟବହୃତ ‘ଅଣ’, ‘ନା, ‘ବେ’ ଓ ‘କୁ’ ଗୋଟିଏ ଗୋଟିଏ ଉପସର୍ଗ ଭାବରେ କାର୍ଯ୍ୟ କରିଥାନ୍ତି ।
ଏଗୁଡିକୁ କେହିକେହି ଅଣ-ସଂସ୍କୃତ ଉପସର୍ଗ ଭାବରେ ଗ୍ରହଣ କରୁଥିବାବେଳେ କେହିକେହି ଉପସର୍ଗ ବୋଲି
ସ୍ୱୀକାର କରନ୍ତି ନାହିଁ । ଏଗୁଡ଼ିକର ଅନ୍ୟ କେତେକ ଦୃଷ୍ଟାନ୍ତ ନିମ୍ନରେ ପ୍ରଦାନ କରାଗଲା ।
 ‘ଅ’ : ଅକ୍ରୂର, ଅକ୍ଷତ, ଅଖଣ୍ଡ, ଅଗାଧ, ଅଚଳ ।
 ‘ଅଣ’ : ଅଣଅଜା, ଅଣନାତି, ଅଣହଳଦିଆ, ଅଣବାହୁଡ଼ା ।
 ‘କୁ’ : କୁକର୍ମ, କୁପୁତ୍ର, କୁଭାଷା, କୁଶାସନ ।
‘ଦର’ : ଦରବିକଶିତ, ଦରବିଗଳିତ, ଦରବୁଢ଼ା, ଦରମରା, ଦରହସା ।
‘ନା’ : ନାପସନ୍ଦ, ନାବାଳକ, ନାମଞ୍ଜୁର, ନାଲାଏକ, ନାହକ୍ ।
‘ଫି’ : ଫିଦିନ, ଫିବର୍ଷ, ଫିମାସ, ଫିଲୋକ
 ‘ବଦ୍ : ବଦ୍ ଖରଚ, ବଦ୍ ଖୋର୍, ବଦ୍ ନାମ୍, ବଦ୍‌ରାଗୀ ।
 ‘ବେ’ : ବେଢଙ୍ଗ, ବେସରକାରୀ, ବେହକ୍, ବେହିସାବ ।
 ‘ହର’ : ହକିକିସ, ହରଘଡ଼ି, ହର୍ ରୋଜ୍, ହରଲୋକ, ହରସାଲ ଇତ୍ୟାଦି ।
 ଉପସର୍ଗଗୁଡ଼ିକ ଧାତୁ ବା ଶବ୍ଦର ପୂର୍ବରୁ ସଂଯୁକ୍ତ ହେଉଥିବା ହେତୁ ଏପରି ନାମକରଣ ଯଥାର୍ଥ ଅଟେ ।

No comments:

Post a Comment