Thursday, September 10, 2020

ସନ୍ଧି

 ସନ୍ଧି 


 ୧.ହିମାଳୟ ପର୍ବତ ଭାରତବର୍ଷର ଉତ୍ତର ଦିଗରେ ଅବସ୍ଥିତ ।

 ୨.ଏହି ପର୍ବତ ‘ବ୍ରହ୍ମର୍ଷି’ ତଥା ‘ଦେବର୍ଷି’ ମାନଙ୍କର ତପସ୍ୟାସ୍ଥଳୀ ଅଟେ ।

 ୩.ଏ ରଷିସକଳ ‘ସଦାଚାର’ ସମ୍ପନ୍ନ ଅଟନ୍ତି ଓ ସର୍ବଦା ‘ଜଗଦୀଶ୍ୱର’କ ଚିନ୍ତାରେ ନିମଗ୍ନ ରହିଥାନ୍ତି ।

୪. ଗଙ୍ଗାନଦୀ ମଧ୍ୟ ଏହି ପର୍ବତରୁ ‘ନିର୍ଗତ' ହୋଇଅଛି ।

୫. ‘ଜଗଜ୍ଜନ’ଙ୍କ କଲ୍ୟାଣ ଉଦେଶ୍ୟରେ ସେ ‘ନିରନ୍ତର’ ଦୀର୍ଘପଥ ଅତିକ୍ରମ କରି ବହିଚାଲିଛି ।


ଆସ ଉପର ବାକ୍ୟ ଗୁଡ଼ିକର ବଡ଼ ଅକ୍ଷରରେ ଲେଖାଯାଇଥିବା ଶବ୍ଦଗୁଡ଼ିକ ବିଷୟରେ ଆଲୋଚନା କରିବା ।

ହିମାଳୟ = ହିମ + ଆଳୟ         ବ୍ରହ୍ମର୍ଷି = ବ୍ରହ୍ମ + ଋଷି

ଦେବର୍ଷି = ଦେବ + ଋଷି            ସଦାଚାର = ସତ୍ + ଆଚାର

ଜଗଦୀଶ୍ଵର = ଜଗତ୍ + ଈଶ୍ଵର    ନିର୍ଗତ = ନିଃ + ଗତ

ଜଗଜ୍ଜନ = ଜଗତ୍ + ଜନ          ନିରନ୍ତର = ନିଃ + ଅନ୍ତର


ଏବେ ଆମେ ଦେଖୁଲେ ଯେ ପ୍ରତ୍ୟେକ ଶବ୍ଦ ଦୁଇଟି ଲେଖାଏଁ ଶବ୍ଦର ମିଳନରେ ଗଠିତ ହୋଇଛି । ଏହି ମିଳନକୁ ଲକ୍ଷ୍ୟକଲେ ଜଣାଯାଏ ଯେ ଏଥିରେ ଥିବା ପୂର୍ବଶବ୍ଦର ଶେଷବର୍ଣ୍ଣଟି ଶବ୍ଦର ପ୍ରଥମ ବର୍ଣ୍ଣ ସହିତ ମିଳିତ ହୋଇଛି ବା ବର୍ଣ୍ଣ ଦୁଇଟି ପରସ୍ପର ସହିତ ମିଶି ଯାଇଛନ୍ତି । ଏ ପ୍ରକାର ମିଳନକୁ ସନ୍ଧି କୁହଯାଏ । ଏଥିରୁ ଆମେ ଜାଣିଲେ;


ପରସ୍ପର ସନ୍ନିହିତ ପୂର୍ବପଦର ଶେଷବର୍ଣ୍ଣ ଓ ପରପଦର ପ୍ରଥମ ବର୍ଣ୍ଣର ମିଳନକୁ ସନ୍ଧି କୁହାଯାଏ । 


ସନ୍ଧି ତିନି ପ୍ରକାରର ଯଥା :- ସ୍ଵରସନ୍ଧି, ବ୍ୟଞ୍ଜନ ସନ୍ଧି ଓ ବିସର୍ଗ ସନ୍ଧି ।


ସ୍ୱରସନ୍ଧି : 


ଋଷି କମ୍ବଳାସନରେ ବସିଛନ୍ତି ।

ରବୀନ୍ଦ୍ର ଘରକୁ ଯାଉଛି ।

କମ୍ବଳାସନ = କମ୍ବଳ + ଆସନ

ରବୀନ୍ଦ୍ର = ରବି + ଇନ୍ଦ୍ର


ଉପରେ ଦିଆଯାଇଥିବା କମ୍ବଳର ଶେଷବର୍ଣ୍ଣ ହେଉଛି (ଳ୍+ଅ) ଅର୍ଥାତ୍ ‘ଅ’ ଓ ଆସନର ପ୍ରଥମ ବର୍ଣ୍ଣ ହେଉଛି ‘ଆ’ । ଏହି ଅ’ ସହିତ ‘ଆ’ର ମିଳନ ଘଟି ‘ଆ’ ହୋଇଛି । ସୃଷ୍ଟ ‘ଆ' ଧ୍ୱନିଟି ପୂର୍ବବର୍ଣ୍ଣରେ ସଂଯୁକ୍ତ ହୋଇଛି ।


ସେହିପରି ‘ରବି’ର ଶେଷବର୍ଣ୍ଣ ହେଉଛି ‘ଇ’ । ଏଠାରେ ‘ଇନ୍ଦ୍ର’ ସହିତ ଥିବା ‘ଇ’ର ମିଳନ ଘଟି ‘ଈ’ ଜାତ ହୋଇଛି ଓ ପୂର୍ବବର୍ଣ୍ଣରେ ଯୁକ୍ତ ହୋଇଛି । ଆମେ ଦେଲେ ଯେ ଉଭୟସ୍ଥାନରେ ସ୍ଵରବର୍ଣ ସହ ସ୍ଵରବର୍ଣ୍ଣର ମିଳନ ଘଟିଛି । ଏଥିରୁ । ଜଣାଗଲା ଯେ –


ପରସ୍ପର ସନ୍ନିହିତ ପୂର୍ବପଦର ଶେଷ ସ୍ଵରବର୍ଣ ସହିତ ପରପଦର ପ୍ରଥମ ସ୍ଵରବର୍ଣ୍ଣର ମିଳନକୁ । ସ୍ଵରସନ୍ଧି କୁହାଯାଏ । 


ଏହି ସ୍ଵରସନ୍ଧିର ବିଭିନ୍ନ ରୂପକୁ ଆସ ଦେଖୁବା । 

୧. (କ) ଅ+ଅ = ଆ

ଦେବ+ଅସୁର = ଦେବାସୁର,

ଶ୍ଵେତ+ଅମ୍ବର = ଶ୍ଵେତାମ୍ବର

ନୀଳ+ଅଚଳ = ନୀଳାଚଳ

ଗ୍ରାମ+ଅଞ୍ଚଳ = ଗ୍ରାମାଞ୍ଚଳ

ଅସ୍ତ+ଅଚଳ = ଅସ୍ତାଚଳ


(ଖ) ଅ+ଆ = ଆ


ସିଂହ+ଆସନ = ସିଂହାସନ

ଗୁଣ+ଆକର = ଗୁଣାକର

ଉଚ୍ଚ+ଆସନ = ଉଚ୍ଚାସନ

(ଗ) ଆ+ଅ = ଆ

ଚିତା + ଅନଳ = ଚିତାନଳ

ସୁଧା + ଅଂଶୁ = ସୁଧାଂଶୁ


(ଘ) ଆ + ଆ = ଆ


ବିଦ୍ୟା + ଆଳୟ = ବିଦ୍ୟାଳୟ

ସୁଧା + ଆକର = ସୁଧାକର

ଉପର ଆଲୋଚନାରୁ ଜଣାଗଲା ଯେ,


‘ଅ’ ବା ‘ଆ’ ପରେ ‘ଅ’ ବା ‘ଆ’ ଥିଲେ ଦୁହେଁ ମିଶି ‘ଆ’ ହୁଅନ୍ତି । 

ଏହି ‘ଆ’ ‘ଆ’କାର ହୋଇ ପୂର୍ବବର୍ଷ ସହିତ ସଂଯୁକ୍ତ ହୁଏ । 


୨. (କ) ଇ+ଇ = ଈ


ଯତି+ଇନ୍ଦ୍ର = ଯତୀନ୍ଦ୍ର, 

ଅତି+ଇବ = ଅତୀବ


(ଖ) ଇ+ଈ = ଈ


ପରି+ଈକ୍ଷା = ପରୀକ୍ଷା

ମୁନି+ଈଶ୍ଵର = ମୁନୀଶ୍ଵର


(ଗ) ଈ+ଇ = ଈ


ମହୀ+ଇନ୍ଦ୍ର = ମହୀନ୍ଦ୍ର

ଶଚୀ+ଇନ୍ଦ୍ର = ଶଚୀନ୍ଦ୍ର


(ଘ) ଈ+ଈ = ଈ


ମହୀ+ଈଶ୍ଵର = ମହୀଶ୍ଵର

ଅବନୀ+ଈଶ = ଅବନୀଶ

ଏଥିରୁ ଜଣାଗଲା ଯେ,


 ‘ଇ’ ବା 'ଈ’ ପରେ ‘ଇ’ ବା 'ଈ' ଥିଲେ ଦୁହେଁ ମିଶି (ଦୀର୍ଘ) ଈ’ ହୁଅନ୍ତି । 

ଏହି ‘ଈ’ ଟି ‘ଈ’ କାର ରୂପରେ ପୂର୍ବବର୍ଣ୍ଣରେ ଯୁକ୍ତ ହୁଏ ।


୩. (କ) ଉ+ଉ = ଊ


ସୁ+ଉକ୍ତି = ସୂକ୍ତି

ସାଧୁ+ଉଦ୍ୟମ = ସାଧୂଦ୍ୟମ

ସାଧୁ+ଉପଦେଶ = ସାଧୂପଦେଶ


(ଖ) ଉ+ଊ = ଊ


ସିନ୍ଧୁ+ ଉର୍ମି =ସିନ୍ଧୂର୍ମି

ଲଘୁ +ଊର୍ମି = ଲଘୂର୍ମ

(ଗ) ଊ+ଉ = ଊ

ବଧୂ+ ଉକ୍ତି = ବଧୂକ୍ତି


(ଘ) ଊ+ଊ = ଊ


ଭୂ+ଊର୍ଦ୍ଦ୍ୱ = ଭୂର୍ଣ୍ଣ


ଏଥିରୁ ଜଣାଗଲା ଯେ,


‘ଉ’ ବା ‘ଊ’ ପରେ ‘ଉ’ ବା ‘ଊ' ଥିଲେ ଦୁହେଁ ମିଶି (ଦୀର୍ଘ) ‘ଊ’ ହୁଅନ୍ତି । ଏହି ‘ଊ’ ଉକାର  ହୋଇ ପୂର୍ବବର୍ଣ୍ଣ ଯୁକ୍ତ ହୁଏ । 


୪. (କ) ଅ+ଇ = ଏ


ଶୁଭ+ଇଚ୍ଛା = ଶୁଭେଚ୍ଛା

ସୁର+ଇନ୍ଦ୍ର = ସୁରେନ୍ଦ୍ର


(ଖ) ଅ+ଇ = ଏ


ଗଣ+ଈଶ = ଗଣେଶ

ଦେବ+ଈଶ = ଦେବେଶ


(ଗ) ଆ+ଇ = ଏ


ମହା+ଇନ୍ଦ୍ର = ମହେନ୍ଦ୍ର

ଯଥା+ଇଚ୍ଛା = ଯଥେଚ୍ଛା


(ଘ) ଆ+ଈ = ଏ


ରମା+ଈଶ = ରମେଶ

ମହା+ଈଶ୍ଵର = ମହେଶ୍ଵର


ଏଥିରୁ ଜଣାଗଲା ଯେ,


‘ଅ’ ବା ‘ଆ’ ପରେ ‘ଇ’ ବା ଈ’ ଥିଲେ ଦୁହେଁ ମିଶି ‘ଏ’ ହୁଅନ୍ତି । 

ଏହି ‘ଏ’ ଧ୍ୱନିଟି  ‘ଏ’ କାର  ହୋଇ ପୂର୍ବ ବର୍ଷରେ ଯୁକ୍ତ ହୁଏ । 


୫. (କ) ଅ+ଉ = ଓ


ଲମ୍ବ+ଉଦର = ଲମ୍ବୋଦର

ପୁରୁଷ+ ଉତ୍ତମ = ପୁରୁଷୋତ୍ତମ


(ଖ) ଅ+ ଊ = ଓ


ନବ+ଊଢ଼ା (ନବ ବିବାହିତା) = ନବୋଢ଼ା

ଚଳ+ଊର୍ମି = ଚଳୋର୍ମି


(ଗ) ଆ + ଉ = ଓ


ମହା+ଉଦ = ମହୋଦଧି

ଗଙ୍ଗା+ଉଦକ = ଗଙ୍ଗୋଦକ


(ଘ) ଆ+ଊ = ଓ

ମହା+ଊର୍ମି = ମହୋର୍ମ


ଏଥିରୁ ଜଣାଗଲା ଯେ,

'ଅ' ବା 'ଆ’ ପରେ ‘ଊ’ ବା ‘ଉ’ ଥିଲେ ଦୁହେଁ ମିଶି 'ଓ' ହୁଅନ୍ତି । ଏ ଓ’ ଧ୍ୱନିଟି ଓ’ କାର ହୋଇ ପୂର୍ବ ବର୍ଣ୍ଣରେ ଯୁକ୍ତ ହୁଏ । 


୬. (କ) ଅ+ୠ = ଅର୍


ସପ୍ତ +ଋଷି = ସପ୍ତର୍ଷି

ଦେବରଷି = ଦେବର୍ଷ


(ଖ) ଆ+ୠ = ଅର୍


ରାଜା+ରଷି = ରାଜର୍ଷି

ମହା+ରଷି = ମହର୍ଷି


ଏଥିରୁ ଜଣାଗଲା ଯେ,


‘ଅ’ ବା ‘ଆ’ ପରେ ‘ୠ’ ଥିଲେ ଦୁହେଁ ମିଶି 'ଅର୍' ହୁଅନ୍ତି । 

ଏହି ‘ଅର୍‌’ର ‘ଅ’ ପୂର୍ବବର୍ଣ୍ଣ ଓ ‘ର୍‌’ ରେଫ୍ ହୋଇ ପରବର୍ଣ୍ଣରେ ଯୁକ୍ତ ହୁଏ । 


୭. (କ) ଅ+ଏ = ଐ


ହିତ + ଏଷୀ = ହିତୈଷୀ

ଜନ+ ଏକ = ଜନୈକ


(ଖ) ଅ + ଐ = ଐ


ଅତୁଳ+ଐଶ୍ୱର୍ଯ୍ୟ = ଅତୁଳୈଶ୍ୱର୍ଯ୍ୟ


(ଗ) ଆ+ଏ = ଐ


ତଥା+ ଏବ = ତଥୈବ


(ଘ) ଆ + ଐ = ଐ


ମହା + ଐଶ୍ଵର୍ଯ୍ୟ = ମହୈଶ୍ୱର୍ଯ୍ୟ


ଏଥିରୁ ଜଣାଗଲା ଯେ,


‘ଅ’ ବା ‘ଆ’ ପରେ ‘ଏ’ ବା ‘ଐ’ ଥିଲେ ଦୁହେଁ ମିଶି ’ଐ, ହୁଅନ୍ତି । 

ଏହି ‘ ଐ’ ଐକାର ହୋଇ ପୂର୍ବବର୍ଣ୍ଣରେ ଯୁକ୍ତ ହୁଏ । 


୮. (କ) ଅ+ଓ = ଔ


ଜଳ+ଓଘ(ତରଙ୍ଗ) = ଜଳୌଘ

(ବ୍ୟତିକ୍ରମ-ବିମ୍ବ+ଓଷ୍ଠ = ବିମ୍ବୋଷ୍ଠ)


(ଖ) ଅ+ଔ =ଔ


ବନ+ଔଷ = ବନୌଷଧି


(ଗ) ଆ +ଓ = ଐ


ମହା+ଓଜ(ତେଜ) = ମହୋଜ (ଘ) ଆ+ଔ = ଐ

ମହା+ଔଷଧ = ମହୋଷଧ


ଏଥିରୁ ଜଣାଗଲା ଯେ,


'ଅ' ବା 'ଆ’ ପରେ 'ଓ' ବା ଔ' ଥିଲେ ଦୁହେଁ ମିଶି 'ଔ' ହୁଅନ୍ତି । 

ଏହି ଔ’, ଔ’କାର  ହୋଇ ପୂର୍ବ ବର୍ଣ୍ଣ ଯୁକ୍ତ ହୁଏ । 


୯. (କ) ଇ+ଅ = ୟ


ପ୍ରତି+ଅହ = ପ୍ରତ୍ୟହ


(ଖ) ଇ+ଆ = (ୟ+ଆ) = ୟା,


ଇତି+ଆଦି = ଇତ୍ୟାଦି


(ଗ) ଈ+ଅ = ୟ


ସୂଚି+ଅଗ୍ର = ସୂତ୍ୟଗ୍ର


(ଘ) ଈ+ଉ = (ୟ+ଉ)=ୟୁ


(ଅଭି+ଉଦୟ = ଅଭ୍ୟୁଦୟ)


ଏଥିରୁ ଆମେ ଜାଣିଲେ ଯେ,


‘ଇ’ ବା 'ଈ’ ପରେ ‘ଇ’ ବା ଈ’ ଭିନ୍ନ ଅନ୍ୟ ସ୍ଵରବର୍ଣ୍ଣ ‘ଇ’ ବା 'ଈ’ ସ୍ଥାନରେ ‘ୟ’ ହୁଏ । ଏହି ‘ୟ’ ଓ ପରବର୍ତ୍ତୀ ସ୍ଵରବର୍ଣ୍ଣ୍ ମିଳିତ ହୋଇ ପୂର୍ବ ବର୍ଣ୍ଣରେ ଯୁକ୍ତ ହୁଅନ୍ତି । 


୧୦. ଉ+ଅ= ୱ


ଅନୁ+ଅୟ = ଅନ୍ୱୟ

ଉ+ଏ= ୱ+ ଏ = ୱେ

ଅନୁ+ ଏଷଣ = ଅନ୍ୱେଷଣ

ଉ+ଆ = ୱ+ଆ =ୱ

ସୁ+ଆଗତ = ସ୍ଵାଗତ

ବହୁ+ଆଡ଼ମ୍ବର = ବହ୍ୱାଡମ୍ୱର

ବଧୂ+ଆଦି = ବଧ୍ୱାଦି


ଏଥିରୁ ଜଣାଗଲା ଯେ,


‘ଉ’ ବା ‘ଊ’ ପରେ ‘ଉ’ ବା ‘ଊ’ ଭିନ୍ନ ଅନ୍ୟ ସ୍ଵରବର୍ଣ୍ଣ ଥିଲେ ‘ଉ' ବା 'ଊ' ସ୍ଥାନରେ ‘ୱା’ ହୁଏ । 

ଏହି ‘ୱା’ ଓ ପରବର୍ତ୍ତୀ ସ୍ଵରବର୍ଣ୍ଣ ମିଳିତ ହୋଇ ପୂର୍ବବର୍ଣ୍ଣରେ ଯୁକ୍ତ ହୁଅନ୍ତି । 


୧୧.ଏ+ଅ= ଅୟ


ନେ+ଅନ = ନୟନ

ଐ+ଅ= ଆୟ

ନୈ+ଅକ = ନାୟକ

ଗୈ+ଅକ = ଗାୟକ


ଏଥିରୁ ଆମେ ଜାଣିଲେ ଯେ,


‘ଏ’ ବା ‘ୱା’ ପରେ ଅନ୍ୟ ସ୍ଵରବର୍ଣ୍ଣ ଥିଲେ ‘ଏ’ ସ୍ଥାନରେ ‘ଅୟ’ ଓ ‘ୱା’ ସ୍ଥାନରେ ‘ଆୟ' ହୁଏ । 

ଏହି ‘ଅୟ’ ଓ ‘ଆୟ’ ସହିତ ପରବର୍ତ୍ତୀ ସ୍ଵରବର୍ଣ୍ଣ ହୁଏ । 


୧୨. ଓ+ଅ = ଅବ୍


ଭୋ+ଅନ = ଭବନ

ପୋ+ଅନ = ପବନ

ଔ+ଉ = ଅବ୍+ଉ = ଆବୁ

ଭୌ+ଉକ = ଭାବୁକ


ଏଥିରୁ ଜଣାଗଲା ଯେ,


'ଓ’ ବା ଔ’ ପରେ ଅନ୍ୟ ସ୍ଵରବର୍ଣ୍ଣ ଥିଲେ ‘ଓ’ ସ୍ଥାନରେ ‘ଅବ୍’ ଓ 'ଔ’ ସ୍ଥାନରେ ‘ଆବ୍’ ହୁଏ । 

ଏହି ଅର୍' ଓ 'ଆକ୍ ସହିତ ପରବର୍ତ୍ତୀ ସ୍ଵର ଯୁକ୍ତ ହୁଏ । 


ବ୍ୟତିକ୍ରମ – (ଗୋ+ଅକ୍ଷ = ଗବାକ୍ଷ)


ବ୍ୟଞ୍ଜନ ସନ୍ଧି :


(କ) ‘ସଚ୍ଚରିତ୍ର’ ହେଉଛି ଶିଷ୍ୟର ଶ୍ରେଷ୍ଠ ଭୂଷଣ ।

(ଖ) ଶ୍ଵେତକେତୁଙ୍କୁ ଶିକ୍ଷାଦାନ କରିବା ପାଇଁ ଉଦ୍ଦାଳକ ‘ସଦିଚ୍ଛା’ ପ୍ରକାଶ କରିଥିଲେ ।


ଆସ ଉପରବାଜ୍ୟ ଗୁଡ଼ିକରେ ଥିବା ବଡ଼ ଅକ୍ଷରର ଶବ୍ଦଗୁଡ଼ିକୁ ଦେଖୁବା ।

ସଚ୍ଚରିତ୍ର=ସତ୍+ଚରିତ୍ର

ସଦିଚ୍ଛା = ସତ୍ + ଇଚ୍ଛା


ଶବ୍ଦ ଦୁଇଟି ଏହି ଧାରାରେ ଗଠିତ ହୋଇଛି । ‘ସଚ୍ଚରିତ୍ର’ରେ (ତ୍+ଚ) ଅର୍ଥାତ ପୂର୍ବପଦ ‘ସତ୍’ର ଶେଷବର୍ଣ୍ଣ 'ସତ୍’ ଓ ପରପଦ  ‘ଚରିତ୍ର’ର ପ୍ରଥମବର୍ଷ ‘ଚ’ ଦୁଇଟି ବ୍ୟଞ୍ଜନ ବର୍ଣ୍ଣର ମିଳନ ଘଟିଛି ।


ସେହିପରି ‘ସଦିଚ୍ଛା’ ଶବ୍ଦରେ (ତ୍+ଇ) ଅର୍ଥାତ ପୂର୍ବପଦ ‘ସତ୍’ର ଶେଷବର୍ଣ୍ଣ ‘ତ୍ ସହିତ ପରପଦ ‘ ଇଚ୍ଛା’ର ପ୍ରଥମବର୍ଣ ‘ଇଚ୍ଛା’ର ମିଳନ ଘଟିଛି । ଏଠାରେ ବ୍ୟଞ୍ଜନ ବର୍ଣ୍ଣସହ ସ୍ଵରବର୍ଣ୍ଣର ମିଳନ ଘଟିଛି ।

ଏଥିରୁ ଜଣାଗଲା ଯେ,


ପରସ୍ପର ସନ୍ନିହିତ ପୂର୍ବପଦର ଶେଷ ବ୍ୟଞ୍ଜନ ବର୍ଣ ସହିତ ପରପଦର ପ୍ରଥମ ବ୍ୟଞ୍ଜନ ବର୍ଣ୍ଣ ବା ସ୍ଵରବର୍ଣ୍ଣର ମିଳନକୁ ବ୍ୟଞ୍ଜନ ସନ୍ଧି କହନ୍ତି । ନିମ୍ନରେ ଏହାର ବିଭିନ୍ନ ରୂପ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି ।


ଆସ ସେଗୁଡ଼ିକୁ ଜାଣିବା । 


ଦିକ୍ + ଅନ୍ତ = ଦିଗନ୍ତ

ବା+ଈଶ = ବାଗୀଶ

ଉତ୍+ଯାପନ = ଉଦ୍‌ଯାପନ

ଣିଚ୍+ଅନ୍ତ = ଣିଜନ୍ତ

ଦିକ୍+ଗଜ = ଦିଗଗଜ

ଦିକ୍+ବଳୟ = ଦିଗ୍‌ବଳୟ

ଉତ୍+ଘାଟନ = ଉଦ୍‌ଘାଟନ

ଜୟତ୍+ରଥ = ଜୟଦ୍ରଥା


ବ୍ୟଞ୍ଜନ ବର୍ଣ୍ଣ ପରେ ସ୍ଵରବର୍ଣ୍ଣ, ବର୍ଗର ତୃତୀୟ ଚତୁର୍ଥ ବର୍ଣ୍ଣ କିମ୍ବା ଯ, ର, ଳ, ବ, ହ ଥିଲେ ପୂର୍ବପଦର ଶେଷରେ ଥିବା ପ୍ରତିବର୍ଣ୍ଣ ପ୍ରଥମବର୍ଣ୍ଣ ସେହିବର୍ଗର ତୃତୀୟବର୍ଣ୍ଣ ହୁଏ । 


ଏହି ସୂତ୍ରରେ ବାଗାଡ଼ମ୍ବର, ଉଦ୍‌ବେଗ, ସଦ୍ବଚନ, ଭବଦୀୟ, ସଦାନନ୍ଦ ଆଦି ଶବ୍ଦ ଗୁଡ଼ିକ ମଧ୍ୟ ଗଢ଼ାଯାଇପାରିବ ।


ବ୍ୟତିକ୍ରମ – (ଯାବତ୍+ଇୟ=ଯାବତୀୟ) ।


୨. ଚଳତ୍ +ଚିତ୍ର=ଚଳଚ୍ଚିତ୍ର (ତ୍+ଚ+ଇ) (ଚ୍+ଚ+ଇ) = ଚ୍ଚି

ଉତ୍+ଚାରଣ = ଉଚ୍ଚାରଣ, ଉତ୍+ଛନ୍ନ=ଉଚ୍ଛନ୍ନ (+ଛି) = (ତ୍+ଛ) = ଚ୍ଛ

ଉତ୍+ଛେଦ = ଉଚ୍ଛେଦ (ତ୍+ଛି+ଏ) = (ଚ୍+ଛି+ଏ) = ଚ୍ଛେ

ବିପଦ୍+ଚୟ = ବିପଚ୍ଚୟ (ଦ୍+ଚ) = (ଚ୍+ଚ) = ଚ୍ଚ

ତଦ୍+ଛବି = ତଚ୍ଛବି (ଦ୍+ଛି) = (ଚ୍+ଛ) = ଚ୍ଛ


‘ତ’ ବା ‘ଦ’ ପରେ ‘ଚ’ ବା ଛ’ ଥିଲେ ‘ତ’ ବା ‘ଦ’ ସ୍ଥାନରେ ‘ଚ’ ହୁଏ । ଏହି ‘ଚ’ ପରବର୍ତ୍ତୀ ବର୍ଷ ସହିତ ଯୁକ୍ତ ହୁଏ । 


୩. ଉତ୍+ଜ୍ୱଳ=ଉତ୍କଳ (ତ୍+ଜ) = (ଜ୍+ଜ+ୱ) = ଜ୍‌ଜ୍ୱ(ବା) = ଜ୍ଜ୍ୱ

ଜଗତ୍+ଜନନୀ = ଜଗଜନନୀ (ତ୍‌+ଜ୍‌) = (ଜ୍‌+ଜ) = ଜ୍ଜ

ବିପଦ୍+ଜନକ = ବିପଜ୍ଜନକ (ଦ୍+ଜ) = (ଜ୍‌+ଜ) = ଜ୍ଜ

ବୃହତ୍ + ଝଟିକା = ବୃହଜ୍‌ଝିଟିକା‌ (ତ୍‌+) = (ଜ୍+ଝ) = ଜ୍‌ଝ

ବିପଦ୍+ଝଟିକା = ବିପଦଝଟିକା (ଦ୍+ଝ୍‌) – (ଜ୍+ଝ୍‌) = ଜଝ୍


‘ତ' ବା 'ଦ’ ପରେ ‘ଡ' ଥିଲେ ‘ତ’ ବା ‘ଦ’ ସ୍ଥାନରେ ‘ଜ୍‌ ହୁଏ । 

ଏ ‘ଜ୍‌’ ପରବର୍ତ୍ତୀ ବର୍ଣ୍ଣ ସହିତ ଯୁକ୍ତ ହୁଏ । 


୪. ଉତ୍+ଡୀନ = ଉଡ୍‌ଡୀନ (ଉଡ୍ଡୀନ) (ତ୍+ଡ୍+ଈ) = (ଡ୍+ଡ୍+ଈ) = ଡ୍ଡୀ

ତଦ୍+ଡିଣ୍ଡିମ = ତଡ୍ଡିଣ୍ଡିମ(ଦ୍+ଡ୍+ଇ) = (ଡ୍+ଡ୍+ଇ) = ଡ୍‌ଡି, ଡ୍ଡି


ତ’ ବା ‘ଦ’ ପରେ ‘ଡ’ ଲେ ‘ତ’ ବା ‘ଦ’ ସ୍ଥାନରେ ‘ଡ’ ହୁଏ । 

ଏହି ‘ଡ’ ପରବର୍ତ୍ତୀ ବର୍ଣ ସହିତ ଯୁକ୍ତହୁଏ । 


୫.ଉତ୍+ହାର = ଉଦ୍ଧାର

ତଦ୍+ହିତ = ତଦ୍ଧିତ

ଉତ୍+ହତ = ଉଦ୍ଧତ


‘ତ’ ବା ‘ଦ’ ପରେ ‘ହ’ ଥିଲେ ଦୁହେଁ ମିଶି ‘ଦ୍ଧ’ ହୁଅନ୍ତି । 


୬. ଉତ୍ + ଲେଖ = ଉଲ୍ଲେଖ ତ ବା ‘


  ‘ତ’ ବା ଦ’ ସ୍ଥାନରେ ‘ଲ’,ଏହି ‘ଲ’ ପରବର୍ତ୍ତୀ ‘ଲ’ ସହିତ ମିଳିତହୁଏ । 


୭.ଉତ୍ + ଶୃଙ୍ଖଳ = ଉଚ୍ଚୃଙ୍ଖଳ (ତ୍+ଶ୍ୱ+ୠ) = (ଚ୍+ଛ+ୠ) = ଛୃ

ଉତ୍+ଶ୍ଵାସ= ଉଚ୍ଛାସ (ତ୍+ଶ+ୱା) = (ଚ୍+ଶ+ୱା) = ଚ୍ଛ୍ୱା

ବିପଦ୍+ଶଙ୍କା = ବିପଚ୍ଛଙ୍କା (ଦ୍+ଶ) = (ଚ୍+ଛି) = ଚ୍ଛ


‘ତ’ ବା ‘ଦ’ ପରେ ‘ଶ’ ଥିଲେ ‘ତୁ ବା ‘ତ୍’ ସ୍ଥାନରେ ‘ଦ୍' ହୁଏ ଓ ‘ଶ ସ୍ଥାନରେ ‘ଛ’ ହୁଏ । ଏହି ‘ଚ୍' ଓ 'ଛୁ ମିଶି ‘ଛ୍‌’ ହୁଅନ୍ତି । 


୮. ଜଗତ୍+ନାଥ = ଜଗନ୍ନାଥ (ତ୍+ନ)= (ନ୍+ନ) = ନ୍ନ+ଆ = ନ୍ନା୍

ବାକ୍+ମୟ = ବାଙ୍‌ମୟ(ବାଙ୍ମୟ)

ମୃତ୍+ମୟ = ମୃଣ୍ମୟ

ଚିତ୍+ମୟ = ଚିନ୍ମୟ

ଜଗତ୍+ମୋହନ = ଜଗନ୍ମୋହନ


ପରପଦର ପ୍ରଥମ ବର୍ଣ୍ଣ ‘ନ’ ବା ‘ମ’ ହୋଇଥିଲେ ପୂର୍ବପଦର ଶେଷବର୍ଣ୍ଣ ଯେଉଁ ବର୍ଗର ହୋଇଥାଏ; ତା’ ସ୍ଥାନରେ ସେହିବର୍ଗର ପଞ୍ଚମ ବର୍ଣ୍ଣ ହୁଏ ଓ ତାହା ପରବର୍ତ୍ତୀ ବର୍ଣ୍ଣ ସହିତ ଯୁକ୍ତହୁଏ । 


ସମ୍+ଚୟ = ସଞ୍ଚୟ,

ସଂଚୟ (ମ୍+ଚ) = (ଞ୍ଜ୍‌+ଚ) = ଞ୍ଚ

ସମ୍+ଜୟ = ସଞ୍ଜୟ, ସଂଜୟ

ସମ୍+ବାଦ = ସମ୍ବାଦ, ସଂବାଦ

ସମ୍+ଗ୍ରହ = ସଂଗ୍ରହ

ସମ୍+ବଳ = ସମ୍ବଳ, ସଂବଳ


‘ମ’ ପରେ ଯେଉଁ ବର୍ଗର ବର୍ଣ୍ଣ ଥାଏ, ‘ମ’ ସ୍ଥାନରେ ସେହି ବର୍ଗର ପଞ୍ଚମବର୍ଣ୍ଣ ହୁଏ; ବିକଳ୍ପରେ ‘ମୁଁ' 

ସ୍ଥାନରେ ଅନୁସ୍ୱାର ମଧ୍ୟ ହୋଇଥାଏ । 


୧୦. ସମ୍+ସାର = ସଂସାର

ସମ୍+ଶୋଧନ = ସଂଶୋଧନ

ସମ୍+ରକ୍ଷଣ = ସଂରକ୍ଷଣ

ସମ୍+ହତି = ସଂହତି


‘ମ୍‌’ ପରେ ଅବର୍ଗ୍ୟ ବର୍ଣ୍ଣଥିଲେ, ‘ମ୍’ ସ୍ଥାନରେ ଅନୁସ୍ୱାର ହୁଏ । 


୧୧. ତୁଷ୍‌ +ତ = ତୁଷ୍ଟ

ଷଷ୍+ଥ = ଷଷ୍ଠ

ଶିଷ୍ = ଶିଷ୍ଟ


‘ଷ’ ପରେ ‘ତ’ ଥିଲେ ‘ତ’ ସ୍ଥାନରେ ‘ଟ’ ଓ ‘ଥ’ ଥିଲେ ‘ଥ’ ସ୍ଥାନରେ ‘ଠ’ ହୁଏ । 


୧୨. ସମ୍+କୃତି = ସଂସ୍କୃତି

ପରି+କାର = ପରିଷ୍କାର

ସମ୍+କାର = ସଂସ୍କାର


‘ସମ୍’ ଓ ‘ପରି’ ଉପସର୍ଗ ପରେ ‘କୃ’ ଧାତୁ ନିଷ୍ପନ୍ନ କାର, କୃତି, କରଣ ପ୍ରଭୃତି ପଦ ରହିଲେ ‘ସ୍’ ବର୍ଣ୍ଣର ଆଗମନ ହୁଏ ଏବଂ ତାହା ପରବର୍ତ୍ତୀ ବର୍ଣ୍ଣ ସହିତ ଯୁକ୍ତହୁଏ । ସ୍ଥଳ ବିଶେଷରେ ‘ସ’ ଷ’ ତ୍ୱବିଧି ଅନୁଯାୟୀ ‘ଷ’ରେ ପରିଣତ ହୁଏ । 


୧୩. ଆପଦ୍+କାଳ = ଆପତ୍‌କାଳ (ଆପତ୍କାଳ)

ତଦ୍+ପର = ତତ୍‌ପର (ତତ୍ପର)

କ୍ଷୁଧ୍‌+ପିପାସା = କ୍ଷୁତ୍‌ପିପାସା


‘ଦ୍’ ଓ ଧ' ପରେ କ, ଖ, ପ, ଫ, ସ ମଧ୍ୟରୁ କୌଣସି ଗୋଟିଏ ବର୍ଷ ରହିଲେ ‘ଦ୍’ ବା ‘ଧ୍’ - ‘ତ’ରେ ପରିଣତ ହୁଏ । 


୧୪. ଅନୁ+ଛେଦ = ଅନୁଚ୍ଛେଦ

ପରି+ଛଦ = ପରିଚ୍ଛଦ

ବି+ଛେଦ = ବିଚ୍ଛେଦ

ଆ+ଛାଦନ = ଆଚ୍ଛାଦନ


‘ଛ’ ପରେ ଥିଲେ ପୂର୍ବପଦର ଅନ୍ତସ୍ଥିତ ସ୍ଵରବର୍ଣ୍ଣ ପରେ 'ଚ୍’ର ଆଗମ ହୁଏ । ଏହି ‘ଚ୍’ ଓ ପରବର୍ତ୍ତୀ ଛି’ମିଶି ‘ଛ’ ହୁଅନ୍ତି । 


 ବିସର୍ଗ ସନ୍ଧି :


ପ୍ରାତର୍‌ = ପ୍ରାତଃ

ଅନ୍ତର୍‌ = ଅନ୍ତଃ

ଦୁର୍‌ = ଦୁଃ

ନିର୍‌ = ନିଃ

ମନସ୍ = ମନଃ

ଯଶସ୍ = ଯଶଃ

ତେଜସ୍ = ତେଜଃ

ରଜସ୍ = ରଜଃ


ଉପର ଶବ୍ଦଗୁଡ଼ିକୁ ଆମେ ଲକ୍ଷ୍ୟକଲେ ଜଣାପଡୁଛି ଯେ ‘ର୍‌’ ଆଉ ‘ସ୍’ ହେଉଛନ୍ତି ବିସର୍ର ଗୋଟିଏ ଗୋଟିଏ ରୂପ ।


(କ) ଗୁରୁ ଶିଷ୍ୟର ଗତିବିଧିକୁ ନିରୀକ୍ଷଣ କଲେ ।

(ଖ) କର୍ଭବ୍ୟରେ ଅବହେଳା କଲେ ପଛରେ ମନସ୍ତାପ କରିବାକୁ ପଡ଼େ ।


ଆସ, ଉପର ବାକ୍ୟ ଦୁଇଟିରେ ଥିବା ବଡ଼ ଅକ୍ଷର ବିଶିଷ୍ଟ ଶବ୍ଦ ଦୁଇଟିର ଗଠନ ପ୍ରଣାଳୀକୁ ଦେଖୁବା ।


ନିରୀକ୍ଷଣ = ନିଃ+ଈକ୍ଷଣ (ନିଃ = ନିର୍+ଈକ୍ଷଣ) = (ର୍+ଈ) = ରୀ

ମନସ୍ତାପ = ମନଃତାପ (ମନଃ = ମନସ୍+ତାପ) = (ସ୍+ତ) = ସ୍ତା


ଏଥିରେ ଆମେ ଦେଖୁଲେ ଯେ ପ୍ରଥମଶବ୍ଦ ‘ନିରୀକ୍ଷଣ’ରେ ପୂର୍ବପଦର ଶେଷରେ ଥିବା ‘ଃ’ ସହିତ ପରପଦର ଆଦ୍ୟ ବର୍ଣ୍ଣ ‘ଇ’ ବା ସ୍ଵରବର୍ଣ୍ଣର ମିଳନ ହେଲା । ସେହିପରି ଦ୍ୱିତୀୟ ‘ମନସ୍ତାପ’ରେ ପୂର୍ବପଦର ଶେଷରେ ଥିବା ‘ଃ' ସହିତ ପରପଦର ଆଦ୍ୟରେ ଥିବା ‘ତ’ ବା ବ୍ୟଞ୍ଜନ ବର୍ଣ୍ଣର ମିଳନ ହେଲା । ଏଥିରୁ ଜଣାଗଲା ଯେ,


ପୂର୍ବପଦର ଶେଷରେଥିବା ବିସର୍ଗ(ଃ) ସହିତ ପରପଦର ପ୍ରଥମରେ ଥିବା ସ୍ଵରବର୍ଣ୍ଣ ବା ବ୍ୟଞ୍ଜନ ବର୍ରଣ୍ଣର ମିଳନ ହେଲେ ବିସର୍ଗ ସନ୍ଧି ହୁଏ ।


ଆସ ନିମ୍ନରେ ପ୍ରଦତ୍ତ ହୋଇଥିବା ତା’ର ବିଭିନ୍ନ ରୂପକୁ ଦେଖୁବା ।


୧.ନଭଃ+ଚର = ନଭଶ୍ଚର (ନଭଃ = ନଭସ୍+ଚର) = (ସ୍+ଚ) = (ଶ୍+ଚ ) = ଶ୍ଚ

ନିଃ+ଚୟ = ନିଶ୍ଚୟ, ଦୁଃ+ଚିନ୍ତା= ଦୁଶ୍ଚିନ୍ତା

ଶିରଃ+ଛେଦ = ଶିରଶ୍ଥେଦ = (ଃ+ଛ) = (ସ୍‌+ଛି) = (ଶ+ଛ) = ଶ୍ଥ

ବିସର୍ଗ ପରେ ‘ଚ' ବା 'ଛ' ଥିଲେ ବିସର୍ଗ ସ୍ଥାନରେ 'ଶ' ହୁଏ ।


୨. ଧନୁ+ଟଙ୍କାର =ଧନୁଷ୍ଟଙ୍କାର (ଃ+ଟ) =ଷ୍+ଟ ) = ଷ୍ଟ

ବିସର୍ଗପରେ 'ଟ' ବା 'ଠ' ଥିଲେ ବିସର୍ଗସ୍ଥାନରେ 'ଷ' ହୁଏ ।

୩.  ମନଃ+ତାପ=ମନସ୍ତାପ (ଃ+ତା) = (ସ୍+ତା) = ସ୍ତା

ଦୁଃ+ତର=ଦୁସ୍ତର(ଃ+ତ) = (ସ୍+ତ) = ସ୍ତ

ବିସର୍ଗ ପରେ ‘ତ’ ବା 'ଅ' ଥିଲେ ବିସର୍ଗ ସ୍ଥାନରେ ‘ସ' ହୁଏ ।


 ପ୍ରତ୍ୟେକ ବର୍ଗର ପ୍ରଥମ ଓ ଦ୍ୱିତୀୟ ବର୍ଣ୍ଣ ଅର୍ଥାତ୍ – କ,ଖ, ଚ,ଛ, ଟ,ଠ, ତ,ଥ,ପ,ଫ ହେଉଛନ୍ତି ଅଘୋଷଧ୍ୱନିର | ‘ସ’-ରୂପୀ ହେଉ ବା ‘ର’ ରୂପୀ ହେଉ ଯେକୌଣସି ବିସର୍ଗ ପରେ ଉପଯୌକ୍ତ ଅଘୋଷଧ୍ୱନିର ବର୍ଣ୍ଣଥିଲେ ସ୍ଥାନରେ ‘ସ୍' ଆଗମ ହୁଏ । ଏହି ‘ସ ସ୍ଥଳବିଶେଷରେ 'ଶ' ଓ ‘ଷ’ ମଧ୍ୟ ହୋଇପାରେ । ଆହୁରି ମନେରଖବାକୁ ହେବ ଯେ – ‘ସ’-ରୂପୀ ବିସର୍ଗ ସ’ ହେବାରେ ପ୍ରତିବନ୍ଧକ ସୃଷ୍ଟି ହେଉନାହିଁ । କିନ୍ତୁ ବିଶେଷକରି ଦେଖୁବାର କଥା ହେଉଛି ‘ର୍‌'-ରୂପୀ ବିସର୍ଗର ‘ସ୍-କୁ ରୂପାନ୍ତର । ଉଦାହରଣ- ଦୁଃ=ଦୁର୍‌+ଚିନ୍ତା = ଦୁଶ୍ଚିନ୍ତା ଏଠାରେ ଦୁର୍‌ଚିନ୍ତା' ନ ହୋଇ ‘ଦୁଶ୍ଚିନ୍ତା ହେଲା କାରଣ- 'ଚ' ହେଉଛି ଅଘୋଷ । ସେହିପରି - ନିଃ = ନିର୍+ବ = ନିଶ୍ଚୟ । ଏଠାରେ ନିର୍ଚ୍ଚୟ ନହୋଇ ନିଶ୍ଚୟ ହେଲା । (ବ୍ୟତିକ୍ରମ = ଚତୁଃ+ଥ = ଚତୁର୍ଥ)


୪. । ଶିରଃ+ବ୍ୟଥା = ଶିରୋବ୍ୟଥା

ମନଃ+ବାଞ୍ଚ୍ଥା = ମନୋବାଞ୍ଛା

ମନଃ+ଯୋଗ = ମନୋଯୋଗ

ମନଃ+ହର = ମନୋହର

ତତଃ+ଅଧିକ = ତତୋଧିକ

ବୟ+ବୃଦ୍ଧି = ବୟୋବୃଦ୍ଧି

ତପଃ+ବନ = ତପୋବନ

ମନଃ+ରଞ୍ଜନ = ମନୋରଞ୍ଜନ

ଅଧ+ଗତି = ଅଧୋଗତି


 ସ୍-ରୂପୀ ବିସର୍ଗ ପରେ ଅ, ବର୍ଗର ତୃତୀୟ, ଚତୁର୍ଥ, ପଞ୍ଚମବର୍ଣ୍ଣ କିମ୍ବା ଯ,ର,ଳ,ବ, ହ ଥିଲେ ବିସର୍ଗସ୍ଥାନରେ 'ଓ' ହୁଏ । 


୫.ପୁନଃ+ଅପି = ପୁନରପି

ପୁନଃ+ଆଗମନ = ପୁନରାଗମନ

ପୁନଃ+ମୂଷିକ = ପୁନର୍ମୂଷିକ

ଅନ୍ତଃ+ଦାହ = ଅନ୍ତର୍ଦାହ

ନିଃ+ଜନ = ନିର୍ଜନ

ନିଃ+ଦେଶ = ନିର୍ଦ୍ଦେଶ

ନିଃ+ଲୋଭ = ନିର୍ଲୋଭ

ଅନ୍ତଃ+ହିତ = ଅନ୍ତର୍ହିତ ସ୍ୱଃ+ଗତ = ସ୍ଵର୍ଗତ


ର୍’ ରୂପୀ ବସର୍ଗପରେ ସ୍ଵରବର୍ଣ୍ଣ, ବର୍ଗର ତୃତୀୟ, ଚତୁର୍ଥ, ପଞ୍ଚମବର୍ଷ, ଯ,ର,ଳ,ବ, ହ ଥିଲେ ବିସର୍ଗସ୍ଥାନରେ ‘ର’ ହୁଏ । 


୬.ନିଃ+ରସ = ନୀରସ

ଚକ୍ଷୁ+ରୋଗ = ଚକ୍ଷୁରୋଗ

ନିଃ+ବ = ନୀରବ


‘ରୁ’ ରୂପୀ ବିସର୍ଗପରେ ‘ର’ ଥିଲେ ବିସର୍ଗରେ ଥିବା ‘ର୍’ ର ଲୋପହୁଏ ଓ ବିସର୍ଗ ପୂର୍ବବର୍ତ୍ତୀ ସ୍ଵରର ଦୀର୍ଘ ହୁଏ ।


୭. ଅତଃ+ ଏବ = ଅତଏବ ।


ବିସର୍ଗ ପରେ 'ଅ' ଭିନ୍ନ ଅନ୍ୟ ସ୍ଵରବର୍ଷ ଥିଲେ ବିସର୍ଗର ଲୋପହୁଏ । 


୮.ମନଃ+କାମନା = ମନସ୍କାମନା

ଧନୁଃ+ପାଣି = ଧନୁଷ୍ପାଣି

ନିଃ+ଫଳ = ନିଷ୍ଣଳ

ନମଃ+କାର = ନମସ୍କାର

ନିଃ+ପାପ = ନିଷ୍ପାପ

ପୁରଃ+କାର = ପୁରସ୍କାର


ବିସର୍ଗପରେ କ, ପ, ପ, ଫ ଆଦି ଥିଲେ ବିସର୍ଗ ସ୍ଥାନରେ ସ୍' ହୁଏ । 

ସ୍ଥଳ ବିଶେଷରେ ଏହି ‘ସ୍’ ଷତ୍ଵବିଧ ଅନୁସାରେ ‘ଷ’ ମଧ୍ୟ ହୁଏ । 


ବ୍ୟତିକ୍ରମ –

ହରି+ଚନ୍ଦ୍ର = ହରିଶ୍ଚନ୍ଦ୍ର,

ବାର+ବାର = ବାରମ୍ବାର

ଷଟ୍+ଦଶ = ଷୋଡ଼ଶ

ବୃହତ୍ +ପତି = ବୃହସ୍ପତି

ଏକ+ଦଶ = ଏକାଦଶ

ପର+ପର = ପରସ୍ପର

ଅହଃ+ଅହଃ = ଅହରହ


No comments:

Post a Comment