ଶବ୍ଦ ଗଠନ
ଆସ, ତଳେ ଲେଖା ଯାଇଥିବା ବର୍ଣ୍ଣଗୁଡ଼ିକ ବିଷୟରେ ଆଲୋଚନା କରିବା ।
(୧) ଟଅ ( ୨) ଣଠ (୩) ରହଡ଼
(୪) ଅ (୫) କ (୬) ଖ (୭) ଘର (୮) ନଗର (୯) ସରବତ (୧୦) ଅନବରତ
ପ୍ରଥମଧାଡ଼ିରେ ଥିବା (୧) ‘ଟଅ’, (୨) ‘ଣଠ’ ରେ ଦୁଇ ଦୁଇଟି ବର୍ଣ୍ଣର ମିଳନ ଘଟିଛି, ହେଲେ ସେଥିରେ
କୌଣସି ଅର୍ଥ ପ୍ରକାଶ ପାଉନାହିଁ । ପୁଣି ସେହି ଧାଡ଼ିର (୩) ‘ରହଡ଼’ ରେ ତିନୋଟି ବର୍ଣ୍ଣର ମିଳନ ଘଟିଛି ।
ହେଲେ, ତହିଁରୁ ମଧ୍ୟ କୌଣସି ଅର୍ଥ ପ୍ରକାଶିତ ହେଉନାହିଁ ।
ଦ୍ୱିତୀୟଧାଡିରେ ଥିବା 'ଅ', “କ”, “ଖ ଆଦି ଗୋଟିଏ ଗୋଟିଏ ବର୍ଣ୍ଣ ହୋଇଥିଲେ ମଧ୍ୟ ଏଗୁଡ଼ିକର
ଅର୍ଥ ପ୍ରକାଶ କରିବାର କ୍ଷମତା ଅଛି ।
(୪) ‘ଅ’ ର ଅର୍ଥ ବିଷ୍ଣୁ (୫) “କ’ ର ଅର୍ଥ ମସ୍ତକ, ଜଳ ।
(୬) ‘ଖ’ ର ଅର୍ଥ ଆକାଶ ।
ସେହିପରି (୭) ‘ଘର’ (୮) ‘ନଗର’ (୯) ‘ସରବତ୍' (୧୦) ‘ଅନବରତ’ ଏକାଧିକ ବର୍ଣ୍ଣର ସମିଶ୍ରଣରେ
ସୃଷ୍ଟି ହୋଇଛି । କିନ୍ତୁ ପ୍ରତ୍ୟେକର ଅର୍ଥପ୍ରକାଶ କରିବାର କ୍ଷମତା ରହିଛି । ବର୍ତ୍ତମାନ ଆମେ ଦେଖିଲେ ଯେ
ଏକବର୍ଣ୍ଣ ବା ଏକାଧୁକ ବର୍ଣ୍ଣର ମିଳନରେ କିଛି ନା କିଛି ଅର୍ଥ ପ୍ରକାଶିତ ହେଉଛି । ଅର୍ଥ ପ୍ରକାଶକ୍ଷମ ଏହି ବର୍ଣ୍ଣ
ବା ବର୍ଣ୍ଣସମୂହର ମିଳନକୁ ଶବ୍ଦ କୁହାଯାଏ ।
ଏକ ବର୍ଣ୍ଣ ବା ଏକାଧିକ ବର୍ଣ୍ଣ ମିଳିତ ହୋଇ କୌଣସି ଅର୍ଥ ପ୍ରକାଶ କରୁଥିଲେ ତାକୁ ‘ଶବ୍ଦ’ କହନ୍ତି ।
ଏଠାରେ ବର୍ତ୍ତମାନ ପ୍ରମାଣିତ ହେଲା ଯେ – ପ୍ରଥମଧାଡ଼ିର ବର୍ଣ୍ଣ ବା ବର୍ଣ୍ଣସମୂହ (୧)ରୁ ୩) ପର୍ଯ୍ୟନ୍ତ ଅର୍ଥ ପ୍ରକାଶ
କରିପାରୁନଥିବାରୁ ସେଗୁଡ଼ିକ ଶବ୍ଦ ପଦବାଚ୍ୟ ନୁହେଁ । କିନ୍ତୁ ଦ୍ବିତୀୟଧାଡ଼ିର (୪) ରୁ (୧୦) ପର୍ଯ୍ୟନ୍ତ ବର୍ଣ୍ଣ ବା ବର୍ଣ୍ଣ
ସମୂହ ଅର୍ଥ ପ୍ରକାଶ କରି ପାରୁଥିବାରୁ ସେଗୁଡ଼ିକ ଶବ୍ଦ ପଦବାଚ୍ୟ ।
ଶବ୍ଦର ପ୍ରକାର ଭେଦ :
ଅନୁଶୀଳନରୁ ଜଣାଯାଏ ଯେ ଭାଷା ହେଉଛି ଭାବ ବିନିମୟର ସର୍ବଶ୍ରେଷ୍ଠ ମାଧ୍ୟମ । ପୁଣି ଶବ୍ଦପୁଞ୍ଜ ହେଉଛନ୍ତି
ଏ ଭାଷାର ଅଙ୍ଗପ୍ରତ୍ୟଙ୍ଗ ସଦୃଶ । ଏହିମାନଙ୍କୁ ନେଇ ସେ ନିଜର କଳେବର ବୃଦ୍ଧି କରିବାରେ କ୍ଷମ ହୋଇଥାଏ ।
ଗୋଟିଏ ଭାଷାର ଶବ୍ଦଭଣ୍ଡାରକୁ ଲକ୍ଷ୍ୟ କଲେ ଜଣାଯାଏ ଯେ ସେଥିରୁ ଅନେକ ବହୁକାଳଧରି ଅପରିବର୍ତ୍ତିତ
ଥିବାବେଳେ କେତେକ ଶବ୍ଦର କାଳକ୍ରମେ ପରିବର୍ତ୍ତନ ଘଟି ନୂଆରୂପ ହୋଇଛି । କେତେକ ଶବ୍ଦ ଲୋକମୁଖରୁ
ନୂତନ ଭାବେ ସୃଷ୍ଟି ହୋଇଥିବାବେଳେ କେତେକ ଅନ୍ୟଭାଷାରୁ ଆସି ଏ ଭାଷା ସହିତ ମିଶିଯାଇଛନ୍ତି । ଏହିଧାରାର
ପ୍ରଚଳନ ହେତୁ ଗୋଟିଏ ଭାଷା ମଧ୍ୟରେ ବିବିଧତା ଲକ୍ଷ୍ୟ କରାଯାଇଥାଏ । ଆମ ଓଡ଼ିଆ ଭାଷା ମଧ୍ୟ ଏହି ଧାରାରୁ
ବାଦ୍ ଯାଇନାହିଁ । ଅଧୂକନ୍ତୁ ଏହି ଧାରାକୁ ଆଗ୍ଧ ଆଗରେ ରଖ୍ ଭାଷାଭଣ୍ଡାରକୁ ଚାରିଭାଗରେ ବିଭକ୍ତ କରାଯାଇଛି ।
ସେଗୁଡ଼ିକହେଲା ଯଥାକ୍ରମେ – ତତ୍ ସମ, ତଦ୍ଭବ, ଦେଶଜ ଓ ବୈଦେଶିକ ।
ତତ୍ ସମ:
‘ତତ୍’ ଓ ‘ସମ’ – ଏ ଦୁଇଟି ଶବ୍ଦ ମିଶ୍ରଣରେ ‘ତତ୍ସମ’ ଶବ୍ଦଟି ଗଠିତ ହୋଇଛି । ଏହାର ଅର୍ଥ ହେଉଛି ‘ ତାହା
ସହିତ ସମାନ’ - ଅର୍ଥାତ୍ ସଂସ୍କୃତ ଭାଷା ସହିତ ସମାନ । ସଂସ୍କୃତ ଭାଷାର କେତେକ ଶବ୍ଦ ଅପରିବର୍ତ୍ତିତ ହୋଇ
ଅବିକଳରୂପେ ଓଡ଼ିଆ ଭାଷାରେ ପ୍ରଚଳିତ ହୋଇ ଆସୁଅଛି, ଏଗୁଡ଼ିକୁ ତତ୍ସମ ଶବ୍ଦ କହନ୍ତି ।
ଏପରି ହେବାର କାରଣ ମଧ୍ୟ ଅଛି । କାରଣ ଆର୍ଯ୍ୟମାନେ ଦୀର୍ଘକାଳ ଧରି ଭାରତବର୍ଷରେ ବସତିସ୍ଥାପନ
କରିଆସିଛନ୍ତି । ସେହିମାନଙ୍କର ଭାଷା ହେଉଛି ସଂସ୍କୃତ । ତେଣୁ ଏହି ସଂସ୍କୃତ ଭାଷାର ପ୍ରଭାବ ଏ ଦେଶର
ବିଭିନ୍ନ ଭାଷା ଉପରେ ରହିଆସିଛି । ସେହି ଧାରାରୁ ଓଡ଼ିଆ ଭାଷା ବାଦ୍ ଯାଇନାହିଁ । ଉଦାହରଣସ୍ୱରୂପ :- ନଦୀ,
ଆକାଶ, ଅଙ୍କ, ଆଚାର୍ଯ୍ୟ, ସଂସାର, ପର୍ବତ ... ଇତ୍ୟାଦି ।
ତଦ୍ଭବ :
ଏହାର ଅର୍ଥ ହେଉଛି ତହିଁରୁ ଭବ ବା ଜାତ – ଅର୍ଥାତ୍ ଓଡ଼ିଆ ଭାଷାର କେତେକ ଶବ୍ଦ ସଂସ୍କୃତ ଶବ୍ଦମାନଙ୍କରୁ
ଜାତ ହୋଇଛନ୍ତି ।
ସଂସ୍କୃତ - ତଭବ
ନଦୀ – ନଈ
କୂପ – କୂଅ
ହସ୍ତୀ-ହାତୀ
ଘୃତ - ଘିଅ
(ଓଡ଼ିଆ) ରୂପ
ଗାଭୀ– ଗାଈ
ଗର୍ଦ୍ଦଭ-ଗଧ
ଗାଭୀ – ଗାଈ
ଭୂମି - ଭୂଇଁ
ଦେଶଜ:
ଓଡ଼ିଶାରେ ପ୍ରଚଳିତ ଦେଶଜ ଶବ୍ଦର ତ୍ରିବିଧ ସ୍ତର ରହିଛି ।(୧) ଆଦିବାସୀ ଭାଷା, (୨) ଦ୍ରାବିଡ଼ ଭାଷା,
(୩) ପୂର୍ଣ୍ଣମାତ୍ରାରେ ଓଡ଼ିଶାର ଜନସାଧାରଣଙ୍କ ମୁଖରୁ ଉଦ୍ଭବ ଭାଷା । (କ) ଦ୍ରାବିଡ଼ ଶବ୍ଦ – ଅଡ଼ା, ଆରିସା,
ଏଣ୍ଡୁରି, ଅଗାଡ଼ି ପ୍ରଭୃତି । (ଖ) ଆଦିବାସୀ ଶବ୍ଦ ଅଟେଇ, ଅରମା, ଆଣ୍ଠୁ ପ୍ରଭୃତି । (ଗ) ଓଡ଼ିଶାର ଜନସାଧାରଣଙ୍କ
ମୁଖରୁ ସୃଷ୍ଟ – ଢିଙ୍କି, ଛାଞ୍ଚୁଣି, ଅଖାଡୁଆ, ଜନ୍ତାଳ, କରା, ଝୁମୁକା, ହାକୁଟି ପ୍ରଭୃତି ।
ବୈଦେଶିକ :
ବାଣିଜ୍ୟହେତୁ ହେଉ ବା ଶାସନସୂତ୍ରରେ ହେଉ କେତେକ ବାହାର ଦେଶର ପ୍ରଭାବ ଆମଦେଶ ଉପରେ ପଡ଼ିଥିଲା । ସେହି ପ୍ରଭାବରେ ଭାଷା ମଧ୍ୟ ପ୍ରଭାବିତ ହେଲା । ତେଣୁ କେତେକ ବିଦେଶୀ ଶବ୍ଦ ଆମଭାଷା ଭିତରେ ମିଶିଗଲେ । ସେହିଭଳି ଶବ୍ଦକୁ ବୈଦେଶିକ ଶବ୍ଦ କୁହାଯାଏ ।
(୧) ପର୍ତ୍ତୁଗୀଜ – ଗୀର୍ଜା, ପାଦ୍ରି
(୨) ଯାବନିକ – ଅକଲ, ଅଦାଲତ, ଆଇନା, ଇସ୍ତଫା, ଓକିଲ, ନଗଦ, ତହସିଲଦାର, ମୁଦାଲା, ମୁନିବ ପ୍ରଭୃତି ।
(୩) ପାରସିକ - ଅଙ୍ଗୁର, ଅବକାରୀ, ଖଜଣା, କରଜ, ଚଷମା, ସୁପାରିସ, ହୁସିଆର ଇତ୍ୟାଦି ।
(୪) ତୁର୍କୀ -କଇଞ୍ଚ, କୁଲି, ଗାଲିଚା, ବନ୍ଧୁକ, ବାରୁଦ, ତୋପ, ଚପାତି ଇତ୍ୟାଦି ।
(୫) ଇଂରାଜୀ – ଟିକେଟ, ବେଞ୍ଚ, ଟେବୁଲ, ଜଜ୍, ପେନ୍, ଇଞ୍ଜିନ, କଲେଜ ଇତ୍ୟାଦି ।
ଶବ୍ଦର ରୂପ :
ଶବ୍ଦଭଣ୍ଡାରର ପରିସର ଅତି ବିଶାଳ । ଗଠନ ଦୃଷ୍ଟିରୁ ଏହାକୁ ଦୁଇଭାଗରେ ବିଭକ୍ତ କରାଯାଏ ।
ତାହା ହେଉଛି ଯଥାକ୍ରମେ ମୌଳିକ ଓ ବ୍ୟୁତ୍ପନ୍ନ ।
ମୌଳିକ ଶବ୍ଦ :- ଯେଉଁ ଶବ୍ଦରୁ କୌଣସି ଉପାୟରେ ଗୋଟିଏ ହେଲେ ବି ବର୍ଷ କାଟିହୁଏ ନାହିଁ, ଅର୍ଥାତ୍
ଗୋଟିଏ ବର୍ଣ କାଟି ଦେଲେ ତାର ଅଙ୍ଗ ହାନି ହେବା ସଙ୍ଗେ ସଙ୍ଗେ ଅର୍ଥ ପ୍ରକାଶ କ୍ଷମତା ଲୋପପାଏ, ତାକୁ ମୌଳିକ
ଶବ୍ଦ କହନ୍ତି ଯଥା :- ଗଛ, ବହି, ଧୂଳି, ପାଟ, ଡେଙ୍ଗା, ଧଳା ଇତ୍ୟାଦି ।
ବ୍ୟୁତ୍ପନ୍ନ ଶବ୍ଦ – ମୂଳଶବ୍ଦର ପୂର୍ବରୁ ବା ପରେ ଆଉ ଏକ ରୂପ (ପ୍ରତ୍ୟୟ ବା ଶବ୍ଦ) ସଂଯୋଗକରି ନୂତନ ଶବ୍ଦ ଗଠନ କରାଗଲେ ତାହାକୁ ବ୍ୟୁତ୍ପନ୍ନ ଶବ୍ଦ କହନ୍ତି ଯଥା –
ଘର + ଉଆ = ଘରୁଆ
ତଳ + ଉଆ = ତଳୁଆ
+ତାପ = ପ୍ରତାପ
ପାଣି + ଆ = ପାଣିଆ
ପାନ + ରା = ପାନରା
ଆହୁରି ମନେରଖିବାକୁ ହେବ ଯେ – କ୍ରିୟାପଦର ମୂଳରୂପକୁ ‘ଧାତୁ’ କୁହାଯାଏ । ହସିବା
କ୍ରିୟାର ମୂଳରୂପ ହେଉଛି – ହସ୍ (ଧାତୁ) ।
ପୂର୍ବବର୍ଣ୍ଣିତ ମୌଳିକ ଶବ୍ଦକୁ ତଥା କ୍ରିୟାର ମୂଳରୂପ ଧାତୁକୁ ‘ପ୍ରକୃତି’ କୁହାଯାଏ । ଏହି ପ୍ରକୃତି ସହିତ ପ୍ରତ୍ୟୟ
ଯୁକ୍ତ ହୋଇ ନୂତନ ଶବ୍ଦ ସୃଷ୍ଟି ହୋଇଥାଏ, ଯଥା:- (ଧାତୁ) କୃ+ ଅନୀୟ = କରଣୀୟ, ଦୃଶ୍ + ଅନୀୟ = ଦର୍ଶନୀୟ ଉଡ୍ + ଅନ୍ତା = ଉଡ଼ନ୍ତା, କାଠ + ଇ = କାଠି ଇତ୍ୟାଦି ।
ଶବ୍ଦଗଠନର ଧାରା :
ଆବଶ୍ୟକ ଅନୁସାରେ ଅର୍ଥପ୍ରକାଶ ଓ ଭାବବୋଧ କରାଇବା ପାଇଁ ଭାଷାରେ ନୂତନ ଶବ୍ଦମାନ ସୃଷ୍ଟି ହୋଇଥାନ୍ତି । ମୁଖ୍ୟତଃ ଯୋଗବିୟୋଗ ପ୍ରକ୍ରିୟାରେ ଶବ୍ଦର ରୂପରେ ପରିବର୍ତ୍ତନ ଘଟି ଏ ନୂତନ ଶବ୍ଦମାନ ସୃଷ୍ଟି ହୋଇଥାନ୍ତି । ଏହି ଗଠନରୀତିର ଧାରାରେ ଆମ ଆଖି ଆଗକୁ ଆସନ୍ତି- ଲିଙ୍ଗ, ବଚନ, ବିଭକ୍ତି, ସନ୍ଧି, ସମାସ, ଯୁଗ୍ମଶବ୍ଦ, ବିପରୀତାର୍ଥ ବୋଧକ ଶବ୍ଦ, ସମୋଚ୍ଚାରିତ ଶବ୍ଦ, କୃଦନ୍ତ, ତଦ୍ଧିତ, ଉପସର୍ଗ, ସନ୍ନନ୍ତ, ଯଙନ୍ତ, ଣିଜନ୍ତ, ‘ଣ ତ୍ୱ ବିଧି ଓ ଷ ତ୍ୱ ବିଧି ଆଦି |
ଲିଙ୍ଗ:
ଓଡ଼ିଆଭାଷାରେ ପ୍ରାଣୀବାଚକ ବିଶେଷ୍ୟ ଗୁଡ଼ିକରେ ପୁରୁଷ ଓ ସ୍ତ୍ରୀ ଭେଦରେ ଲିଙ୍ଗ ନିରୂପଣ କରାଯାଇଥାଏ । ପୁଣି ଅପ୍ରାଣୀବାଚକ ବିଶେଷ୍ୟ ଗୁଡ଼ିକୁ କ୍ଳୀବ ଲିଙ୍ଗ ଭାବେ ଗ୍ରହଣ କରାଯାଏ । ପୁରୁଷ ବାଚକ ଶବ୍ଦ ଫୁଲିଙ୍ଗ ଓ ସ୍ତ୍ରୀ ବାଚକ ଶବ୍ଦ ସ୍ତ୍ରୀ ଲିଙ୍ଗ ଭାବରେ ଗୃହୀତ ହୋଇଥାନ୍ତି । ଫୁଲିଙ୍ଗକୁ ସ୍ତ୍ରୀ ଲିଙ୍ଗ କଲାବେଳେ ଅନେକ ସ୍ଥଳରେ ପ୍ରତ୍ୟୟ ଯୁକ୍ତ ହୋଇଥାଏ । ଯେପରି ‘ବାଘ’ ଶବ୍ଦଟି ହେଉଛି ଫୁଲିଙ୍ଗ । ଏଥିରେ ‘ବାଘ’ ପ୍ରତ୍ୟୟ ଯୁକ୍ତ ହେଲେ ତାହା ହୁଏ ‘ବାଘୁଣୀ’ ବା ବାଘର ସ୍ତ୍ରୀଲିଙ୍ଗ । ନିମ୍ନରେ କେତେକ ପ୍ରତ୍ୟୟ ଯୁକ୍ତ ହୋଇ ସ୍ତ୍ରୀଲିଙ୍ଗର ରୂପ ଦିଆଯାଇଛି ।
ଫୁଲିଙ୍ଗ - ସ୍ତ୍ରୀଲିଙ୍ଗ
‘ଆ’ ପ୍ରତ୍ୟୟ - କୋକିଳ - କୋକିଳା
‘ଈ’ ପ୍ରତ୍ୟୟ - କିଶୋର - କିଶୋରୀ
ମାନବ .- ମାନବୀ
ନର - ନାରୀ
ନାଗର-ନାଗରୀ
‘ଆନୀ’ ଓ ‘ଆଣୀ’ ପ୍ରତ୍ୟୟ -ଶିବ- ଶିବାନୀ
ଭବ-ଭବାନୀ
ଇନ୍ଦ୍ର-ଇନ୍ଦ୍ରାଣୀ
'ଉଲି' ପ୍ରତ୍ୟୟ- ବେଙ୍ଗ - ବେଙ୍ଗୁଲୀ
ବଗ - ବଗୁଲୀ
କେତେକ ଭିନ୍ନ ଶଦ୍ଦ ଦ୍ୱାରା ଲିଙ୍ଗ ପରିବର୍ତ୍ତନ ହୁଏ । ଯଥା;
ରଜା -ରାଜା - ରାଣୀ
୍ ପିତା - ମାତା
ଜନକ - ଜନନୀ
ବର - କନ୍ୟା \ ବଧୂ
ସ୍ୱାମୀ - ସ୍ତ୍ରୀ
ଉଭୟ ଲିଙ୍ଗ କ୍ଷେତ୍ରରେ :
କବି - ନାରୀକବି
କେତେକ ପ୍ରାଣୀବାଚକ ବିଶେଷ୍ୟ ଉଭୟ ପୁରୁଷ ଓ ସ୍ତ୍ରୀକୁ ବୁଝାଏ । ସେ ସ୍ଥଳରେ ଲିଙ୍ଗଭେଦ ପାଇଁ ‘ଅଣ୍ଡିରା’ ଓ ‘ମାଈ’ ବିଶେଷଣ ପଦ ସଂଯୁକ୍ତ ହୁଏ ।
ଯଥା :
ଫୁଲିଙ୍ଗ - ଅଣ୍ଡିରା ଛେଳି – ସ୍ତ୍ରୀଲିଙ୍ଗ-ମାଇଛେଳି ।
ସେହିପରି ଶବ୍ଦ ଗୁଡ଼ିକ ହେଉଛି – ଭାଲୁ, କୁକୁର, ବିରାଡ଼ି, ମୂଷା, ବାଛୁରୀ ଇତ୍ୟାଦି ।
ଆହୁରି ଜାଣିବାର କଥା ଯେ :
କ୍ଳୀବଲିଙ୍ଗରେ ପରିବର୍ତ୍ତନ ସମ୍ଭବ ନୁହେଁ । ତଥାପି ବେଳେ ବେଳେ ପୁରୁଷ ଓ ସ୍ତ୍ରୀ ସୂଚକ ପଦ ଯୋଗକରି ଫୁଲିଙ୍ଗ ଓ ସ୍ତ୍ରୀଲିଙ୍ଗ କରାଯାଏ । ‘ଫୁଲ' ହେଉଛି କ୍ଳୀବଲିଙ୍ଗ, କିନ୍ତୁ ଏହାକୁ ଫୁଲିଙ୍ଗ ଓ ସ୍ତ୍ରୀଲିଙ୍ଗ କରାଯାଇଥାଏ |
ଯଥା
ଅଣ୍ଡିରା ଫୁଲ – ମାଈ ଫୁଲ ।
ବଚନ:
ଯେଉଁଥିରୁ ବସ୍ତୁର ବା ବ୍ୟକ୍ତିର ସଂଖ୍ୟା ଜଣାପଡ଼େ ତାହାକୁ ‘ବଚନ’ କହନ୍ତି । ବଚନ ଚିହ୍ନ ସାଧାରଣତଃ ବିଶେଷ୍ୟ ଓ ସର୍ବନାମ ପଦରେ ସଂଯୁକ୍ତ ହୁଏ । ଯେଉଁ ପଦରୁ ବସ୍ତୁର ବା ବ୍ୟକ୍ତିର ସଂଖ୍ୟା ଗୋଟିଏ ବୋଲି ଜଣାପଡ଼େ, ତାହାକୁ ଏକବଚନ କୁହାଯାଏ । ଯଥା; - ମୁଁ, ତୁ, ସେ, ଗଛ, ନଈ ଇତ୍ୟାଦି ।
ଯେଉଁପଦରୁ ବସ୍ତୁ ବା ବ୍ୟକ୍ତିର ସଂଖ୍ୟା ଏକରୁ ଅଧିକ ବୋଲି ଜଣାଯାଏ, ତାହାକୁ 'ବହୁବଚନ’ କହନ୍ତି । ଯଥା :- ଆମ୍ଭେମାନେ, ତୁମ୍ଭେମାନେ, ସେମାନେ, ନଈଗୁଡ଼ିକ, ଗଛଗୁଡ଼ିକ ।
ଏକବଚନ ପାଇଁ ବ୍ୟବହୃତ ହେଉଥିବା ଚିହ୍ନ:- ଟି, ଟା, ଟେ, ଟିଏ, ଟାଏ, ଖଣ୍ଡ, ଖଣ୍ଡିଏ, ଗୋଟିଏ; ଗୋଟିକ, ଇତ୍ୟାଦି । ଉଦାହରଣ ସ୍ଵରୂପ ଗୋଟିଏ ପିଲା, ପିଲାଟିଏ, ପିଲାଟି ।
ବହୁବଚନ ପାଇଁ ବ୍ୟବହୃତ ହେଉଥିବା ଚିହ୍ନ - ମାନେ, ଗୁଡ଼ାଏ, ଗୁଡ଼ିଏ, ଗୁଡ଼ିକ, ପଞ୍ଜ, ଶ୍ରେଣୀ, ପୃଥ, ଯାକ, ତକ, ଗଣ, ସବୁ, ଦଳ, ପଲ, ସମୂହ, ବୃନ୍ଦ, ମାଳ, ରାଜି, ଚୟ, ରାଶି, ମଣ୍ଡଳ ଇତ୍ୟାଦି ।
ଉଦାହରଣ :- ପିଲାଏ, ପିଲାମାନେ, ପୁସ୍ତକଚୟ, ପର୍ବତଶ୍ରେଣୀ ପ୍ରଭୃତି ।
ପଦର ଉଭୟପାର୍ଶ୍ଵରେ ବହୁବଚନ ବ୍ୟବହାର କରାଯାଏ ନାହିଁ । ଯଥା :- ଅନେକ ପିଲାମାନେ । ଏପରି ପ୍ରୟୋଗ ଅଶୁଦ୍ଧ ଅଟେ । ଆମେ ‘ଅନେକ ପିଲା’ ବୋଲି ଲେଖି ପାରିବା ବା ‘ପିଲାମାନେ ବୋଲି କହି କହିପାରିବା ବା ଲେଖିପାରିବା । କିନ୍ତୁ ବେଳେବେଳେ ବାକ୍ୟର ଅର୍ଥକୁ ଗୁରୁତ୍ୱ ଦେବାପାଇଁ ଯୁଗ୍ମ ବହୁବଚନ ବ୍ୟବହୃତ ହୁଏ ।
ଯଥା :- ସବୁଯାକ ଘର । ସବୁତକ ଫୁଲ । ଏଠାରେ ସବୁ, ଯାକ, ତକ – ହେଉଛନ୍ତି ଗୋଟିଏ ଗୋଟିଏ ବହୁବଚନର ଚିହ୍ନ । କିନ୍ତୁ ଏଠାରେ ଦୁଇ ଦୁଇଟି ବହୁବଚନ ଏକତ୍ର ସଂଯୁକ୍ତ ହୋଇ ରହିଛନ୍ତି ।
ମନେରଖିବାକୁ ହେବ ଯେ ସାଧୁତା, ଦୁଷ୍ଟାମି ପ୍ରଭୃତି ଗୁଣବାଚକ ବିଶେଷ୍ୟ, ଗମନ, ଶୟନ ପ୍ରଭୃତି କ୍ରିୟାବାଚକ ବିଶେଷ୍ୟ ପଦରେ ବହୁବଚନ ଲାଗେ ନାହିଁ ।
ଆହୁରିମଧ୍ୟ ଜାଣିବା ଉଚିତ ଯେ ବେଳେବେଳେ ବଚନ ଚିହ୍ନ ଯୁକ୍ତ ନହୋଇ ମଧ୍ୟ ଏକବଚନ ଓ ବହୁବଚନ ପ୍ରକାଶିତ ହୁଏ । ପିଲା ଖେଳୁଛି । ଏଠାରେ ଗୋଟିଏ ପିଲାକୁ ବୁଝାଉଛି । ପିଲା \ ପିଲେ ଖେଳୁଛନ୍ତି । ଏଠାରେ ଏକାଧିକ ପିଲାଙ୍କୁ ବୁଝାଉଛି ।
ଯୁଗ୍ମଶଦ୍ଦ :
ଆମଭାଷାରେ ଅନେକ ଯୁଗ୍ମଶଦ୍ଦର ପ୍ରଚଳନ ଅଛି ।
ଯଥା:- ବାଟଘାଟରେ ଯା' ଆସ କରିବାବେଳେ ଦେଖିଦେଖିକା ଚାଲିବା ଉଚିତ ।
ଏହିବାକ୍ୟରେ ବଡ଼ ଅକ୍ଷରରେ ଲିଖିତ ଶବ୍ଦ ଗୁଡ଼ିକ ହେଉଛନ୍ତି ଯୁଗ୍ମଶଦ୍ଦ । ଏଥିରେ ତିନୋଟି ଯୁଗ୍ମଶଦ୍ଦ ରହିଛି । ଯୁଗ୍ମଶଦ୍ଦ ଗଠନ ପ୍ରଣାଳୀର ଭିନ୍ନତା ନିମ୍ନରେ ପ୍ରଦତ୍ତ ହେଲା ।
(୧) ବିପରୀତାର୍ଥବୋଧକ ଦୁଇଶବ୍ଦର ସଂଯୋଗରେ ଗଠିତ ଯୁଗ୍ମଶଦ୍ଦ
ଭଲମନ୍ଦ, ଖାଲଢ଼ିପ, ଜମାଖର୍ଚ୍ଚ, କିଣାବିକା, ସୁଖଦୁଃଖ, ବଡ଼ସାନ, ଜୀବନମରଣ, ସତମିଛ ଇତ୍ୟାଦି ।
(୨) ସମାର୍ଥକ ଦୁଇ ପଦର ସଂଯୋଗରେ ଗଠିତ ଯୁଗ୍ମଶଦ୍ଦ ।
ହଣାମରା, ବନ୍ଧୁବାନ୍ଧବ, ଗୋରୁଗାଈ, ଧନରତ୍ନ, ମଉଜମଜଲିସ, ଜୀବଜନ୍ତୁ ଇତ୍ୟାଦି ।
(୩) ଅର୍ଥଥୁବାଥିବା ଓ ଅର୍ଥନଥିବା ଦୁଇ ଶବ୍ଦ ମିଶ୍ରଣରେ ଗଠିତ ଯୁଗ୍ମଶଦ୍ଦ ।
ଗପସପ ଏଥିରେ ‘ଗପ’ର ଅର୍ଥ ଅଛି କିନ୍ତୁ ‘ସପ’ ଶବ୍ଦ ଏଠାରେ ଅର୍ଥବିହୀନ । ଏହାକୁ କଥାର ଲଥା ବୋଲି କହନ୍ତି । ସେହି ଜାତୀୟ ଶବ୍ଦଗୁଡ଼ିକ ହେଉଛନ୍ତି କାମଦାମ, ବାସନକୁସନ, ପେଟପାଟଣା, ଘରଫର, ବିକ୍ରିବଟା ଇତ୍ୟାଦି ।
(୪) କ୍ରିୟାବାଚକ ବିଶେଷ୍ୟ ସହ ଅସମାପିକା କ୍ରିୟାର ମିଳନ ଯୋଗେ ଗଠିତ ଯୁଗ୍ମଶଦ୍ଦ।
ହଣାହଣି, ଲଗାଲଗି, ଲେଖାଲେଖୁ, ପଢ଼ାପଢ଼ି, ପିଟାପିଟି, ଧସ୍ତାଧସ୍ତି, ଶୁଣାଶୁଣି ଇତ୍ୟାଦି ।
(୫) ଦ୍ୱିରକ୍ତ ଶବ୍ଦ ।
ସମାନ ଶବ୍ଦ ଦୁଇଥର ପ୍ରୟୋଗ କରାଯାଇ ଯୁଗ୍ମଶଦ୍ଦ ଗଠିତ ହୋଇଥାଏ । ଏଗୁଡ଼ିକୁ ଦ୍ୱିରକ୍ତ ଶବ୍ଦ କୁହାଯାଏ |
ଝରଝର, ଛଳଛଳ, ଧୁଧ, ପେଁ ପେଁ, ଆପେ ଆପେ, ସିଧାସିଧା, ବାଟେବାଟେ, କାନେକାନେ ଇତ୍ୟାଦି ।
ସମୋଚ୍ଚାରିତ ଶବ୍ଦ:
କେତେକ ଶବ୍ଦ ଅଛି ଯାହାର ଉଚ୍ଚାରଣ ସମାନ ଥିବାବେଳେ ଅର୍ଥରେ ପରିବର୍ତ୍ତନ ଘଟୁଛି । ଆମ ଭାଷାରେ ସେହିଭଳି ଅନେକ ଶବ୍ଦ ଅଛି ।
ଅଶନ – ଭୋଜନ
ଅସନ – କ୍ଷେପଣ
ଚିର – ଦୀର୍ଘକାଳ
ଚୀର - ଛିଣ୍ଡାକନା
ଦିନ – ଦିବସ
ଈଶ – ଈଶ୍ଵର
ଈଷ - ଲଙ୍ଗଳଦଣ୍ଡ
ଦୀନ – ଗରିବ
କୁଳ – ବଂଶ
ଦୀପ - ଆଲୋକ ପ୍ରଦାନ କରୁଥିବା ବସ୍ତୁ ।
କୂଳ – ତଟ
କୃତି – କାର୍ଯ୍ୟ
କୃତୀ – ଦକ୍ଷ
ଗିରିଶ – ମହାଦେବ, ଶିବ, ବୃହସ୍ପତି
ଦ୍ୱୀପ – ଜଳବେଷ୍ଟିତ ଭୂଖଣ୍ଡ
ପୁତ – ପୁଅ
ପୂତ – ପବିତ୍ର
ବଳି – ତ୍ୟାଗ, ହତ୍ୟା
ବଳୀ – ବଳୁଆ
ଗିରୀଶ - ଶ୍ରେଷ୍ଠଗିରି
ଚୁଡ଼ା – ଖାଦ୍ୟବିଶେଷ
ଲକ୍ଷ – ସଂଖ୍ୟାବିଶେଷ
ଚୂଡ଼ା – ଅଗ୍ରଭାଗ
ଲକ୍ଷ୍ୟ – ଉଦ୍ଦେଶ୍ୟ
ବିପରୀତାର୍ଥବୋଧକ ଶବ୍ଦ ।
ପ୍ରତ୍ୟେକ ଭାଷା ପରି ଆମ ଭାଷାରେ ମଧ୍ୟ କେତେକ ବିପରୀତାର୍ଥବୋଧକ ଶବ୍ଦର ପ୍ରୟୋଗ ରହିଛି । ତହିଁରୁ ନିମ୍ନରେ କେତେକ ଶବ୍ଦ ପ୍ରଦତ୍ତ ହେଲା ।
ଶବ୍ଦ - ବିପରୀତାର୍ଥବୋଧକ ଶବ୍ଦ
ଅପେକ୍ଷା – ଉପେକ୍ଷା
ଜ୍ଞାନୀ – ଅଜ୍ଞାନ
ଅସଲ - ନକଲ
ଦୁଷ୍ଟ – ଶିଷ୍ଟ
ଅଲଣା – ଲୁଣିଆ
ପ୍ରାଚୀନ – ନବୀନା \ ଅର୍ବାଚୀନ
ଆଗ – ପଛ
ପଣ୍ଡିତ – ମୂର୍ଖ
ଆନନ୍ଦ – ନିରାନନ୍ଦ \ ବିଷାଦ
ପାପ - ପୁଣ୍ୟ
ଆଲୁଅ - ଅନ୍ଧାର
ବନ୍ଧନ – ମୋଚନ
ଆବାହନ - ବିସର୍ଜନ
ବଦ୍ଧ – ମୁକ୍ତ
ଆଦାନ – ପ୍ରଦାନ
ଭଲ – ମନ୍ଦ
ଇହ – ପର
ମାନ – ଅପମାନ
ଇଷ୍ଟ – ଅନିଷ୍ଟ
ମଣ – ବନ୍ଧୁର
ଉପକାର – ଅପକାର
ମିତ୍ର – ଶତ୍ରୁ
ଉଦୟ - ଅସ୍ତ
ଲୋଭୀ – ନିର୍ଲୋଭ
ଉଠାଣି – ଗଡ଼ାଣି
ସାମ୍ୟ – ବୈଷମ୍ୟ
କୃପଣ – ବଦାନ୍ୟ
ସୁଲଭ – ଦୁର୍ଲଭ
ଖୋଲା – ମୁଦା
ହ୍ରସ୍ଵ - ଦୀର୍ଘ
ଖାଲ – ଢିପ
କ୍ଷୁଦ୍ର-ବୃହତ୍
ଚେମଡ଼ା - ମସ୍କା
ସନ୍ନନ୍ତ, ଯଙ୍ନ୍ତ, ଣିଜନ୍ତ ।
ସନ୍ନନ୍ତ,ଯଙ୍ନ୍ତ, ଣିଜନ୍ତ ଦ୍ୱାରା ମଧ୍ୟ ନୂତନ ଶବ୍ଦ ଗଠିତ ହୋଇଥାଏ ।
ସନ୍ନନ୍ତ :
‘ଇଚ୍ଛା’ ଅର୍ଥରେ ଧାତୁ ପରେ ‘ସନ୍’ ପ୍ରତ୍ୟୟ ହୁଏ । ଏହି ‘ସନ୍’ ପ୍ରତ୍ୟୟନିଷ୍ପନ୍ନ ପଦକୁ ‘ସନ୍ନନ୍ତ ପଦ’ କହନ୍ତି । ଧାତୁ ସହିତ ‘ସନ୍’ ପ୍ରତ୍ୟୟ ଯୋଗ କରାଯିବା ପରେ ‘ଆ’ ଏବଂ ‘ଉ’ ପ୍ରତ୍ୟୟ ଯୁକ୍ତ ହୋଇଥାଏ ।
ଧାତୁ + ପ୍ରତ୍ୟୟ = ସନ୍ନନ୍ତପଦ
ପିଇବାର ଇଚ୍ଛା – ପା+ସନ୍+(ଆ) = ପିପାସା
ଜୟ କରିବାର ଇଚ୍ଛା – ଜି+ସନ୍(+ଆ) = ଜିଗୀଷା
ଶୁଣିବାର ଇଚ୍ଛା \ ସେବା କରିବାର ଇଚ୍ଛା – ଶ୍ର+ସନ୍ (+ଆ) = ଶୁଶ୍ରୂଷା
ଲାଭ କରିବାର ଇଚ୍ଛା – ଲଭ+ସନ୍ (+ଆ) = ଲିପ୍ସା
ଭୋଜନ କରିବାର ଇଚ୍ଛା – ଭୁଜ୍+ସନ୍ (+ଆ) = ବୁଭୁକ୍ଷା
ଜାଣିବାର ଇଚ୍ଛା – ଜ୍ଞା+ସନ୍(+ଆ) = ଜିଜ୍ଞାସା
ପଠନ କରିବାର ଇଚ୍ଛା – ପଠ୍+ସନ୍ (+ଆ) = ପିପଠିଷା
ଗମନ କରିବାର ଇଚ୍ଛା – ଗମ୍+ସନ୍ (+ଆ) – ଜିଗମିଷା
ଯଙ୍ନ୍ତ
ଆତିଶଯ୍ୟ ବୁଝାଇବା ପାଇଁ ଧାତୁରେ ‘ଯ’ ପ୍ରତ୍ୟୟ କରାଯାଏ । ଯ ପ୍ରତ୍ୟୟ ନିଷ୍ପନ୍ନ ଧାତୁକୁ ‘ଯନ୍ତ ଧାତୁ’ କୁହାଯାଏ । ଏଥିରେ ‘ମାନ’ ପ୍ରତ୍ୟୟ ଯୁକ୍ତ ହୋଇ ଶବ୍ଦ ଗଠିତ ହୁଏ । ମନେରଖୁବାକୁ ହେବ ଯେ 'ଯାଙ୍ନ୍ତ ଧାତୁ’ ସାଧାରଣତଃ ବିଶେଷଣ ରୂପେ ବ୍ୟବହୃତ ହୁଏ ।
ମୂଳଧାତୁ + ଯଙ୍ = ଯନ୍ତଧାତୁ + ମାନ = ନୂତନଶବ୍ଦ
ଜ୍ୱଳ୍ + ଯଙ୍ = ଜାଜ୍ୱଲ୍ୟ + ମାନ = ଜାଜ୍ୱଲ୍ୟମାନ
ଦୀପ୍ + ଯଙ୍ = ଦେଦୀପ୍ୟ + ମାନ = ଦେଦୀପ୍ୟମାନ
ଣିଜନ୍ତ :
ପ୍ରଯୋଜକ ଧାତୁ ଗଢ଼ିବାପାଇଁ ସଂସ୍କୃତରେ ଧାତୁ ସହିତ ‘ଣିଚ୍’ ପ୍ରତ୍ୟୟ ଯୋଗକରାଯାଏ । ଧାତୁପରେ ଏହି ‘ଣିଚ୍ ପ୍ରତ୍ୟୟ ଯୁକ୍ତ ହୋଇ ଗଢ଼ାଯାଉଥିବା ଧାତୁକୁ ଣିଜନ୍ତଧାତୁ କୁହାଯାଏ ।
ମୂଳଧାତୁ+ଣିଚ୍ = ଣିଜନ୍ତଧାତୁ - ବିଶେଷ୍ୟ - ବିଶେଷଣ
ସ୍ଥା+ଣିଚ୍ = ସ୍ଥାପି - ସ୍ଥାପନ - ସ୍ଥାପିତ
ପତ୍ + ଶିଚ୍ = ପାଠି - ପାଠନ - ପାଠିତ
ଜ୍ଞା + ଣିଚ୍ = ଜ୍ଞାପି - ଜ୍ଞାପନ - ଜ୍ଞାପିତ
ଚଲ୍ + ଣିଚ୍ = ଚାଳି - ଚାଳନ - ଚାଳିତ
ଅଧୂକନ୍ତୁ ବିଭକ୍ତି, ସନ୍ଧି, ସମାସ, କୃଦନ୍ତ, ତଦ୍ଧିତ, ଉପସର୍ଗ, ଣ’ତ୍ୱ ଓ ଷ’ତ୍ୱ ବିଧି ଅନୁଯାୟୀ ମଧ୍ୟ ଶବ୍ଦ ଗଠନ କରାଯାଇଥାଏ ।

No comments:
Post a Comment