Thursday, September 10, 2020

ତଦ୍ଧିତ ପଦ

ତଦ୍ଧିତ ପଦ


(କ) ଧର୍ମ + ଇକ = ଧାର୍ମିକ (ତତ୍ସମ ଶବ୍ଦ)


(ଖ) ଶଙ୍ଖା + ଆରି = ଶଙ୍ଖାରି (ତଦ୍ଭବ ଶବ୍ଦ) ।


(ଗ) ରୁପା + ଏଲି = ରୁପେଲି (ଦେଶଜ ଶବ୍ଦ)


(ଘ) ଘର + ବାଲା = ଘରବାଲା (ବୈଦେଶିକ ଶବ୍ଦ)


ଉପରେ ଲେଖାଯାଇଥିବା ପ୍ରଥମ ଉଦାହରଣରେ ‘ଧର୍ମ ଶବ୍ଦ ସହିତ ଆଚରଣ ଅର୍ଥରେ

‘ଇକ’ ପ୍ରତ୍ୟୟ ଯୁକ୍ତ ହୋଇ 'ଧାର୍ମିକ’ ଶବ୍ଦ ଗଠିତ ହୋଇଛି । ଏହା ଏକ ତତ୍ସମ ଶବ୍ଦ ।

ଦ୍ଵିତୀୟ ଉଦାହରଣରେ 'ଶଙ୍ଖା’ ଶବ୍ଦ ସହିତ ବୃତ୍ତି ଅର୍ଥରେ ‘ଆରି’ ପ୍ରତ୍ୟୟ ଯୁକ୍ତ ହୋଇ ‘

ଶଙ୍ଖାରି’ ଶବ୍ଦ, ତୃତୀୟ ଉଦାହରଣରେ ‘ରୁପା’ ଶବ୍ଦ ସହିତ ସାଦୃଶ୍ୟ ଅର୍ଥରେ ଏଲି’ ପ୍ରତ୍ୟୟ

 ଯୁକ୍ତ ହୋଇ ‘ରୁପେଲି’ ଶବ୍ଦ ଏବଂ ଚତୁର୍ଥ ଉଦାହରଣରେ 'ଘର’ ଶବ୍ଦ ସହିତ ଅଧୁକାର ଅର୍ଥରେ

‘ବାଲା’ ପ୍ରତ୍ୟୟ ଯୁକ୍ତ ହୋଇ ‘ଘରବାଲା’ ଶବ୍ଦ ଗଠିତ ହୋଇଛି ।


ମନେରଖିବା :- ଭିନ୍ନ ଭିନ୍ନ ଅର୍ଥରେ ଶବ୍ଦ ସହିତ ଯେଉଁ ସବୁ ପ୍ରତ୍ୟୟ ଯୋଗ କରାଯାଇ ନୂତନ 

ଶବ୍ଦ ଗଠନ କରାଯାଏ, ସେହି ପ୍ରତ୍ୟୟ ଗୁଡ଼ିକୁ ତଦ୍ଧିତ (ତତ୍ + ହିତ = ତଦ୍ଧିତ) ପ୍ରତ୍ୟୟ କୁହାଯାଏ । 

ତଦ୍ଧିତ ପ୍ରତ୍ୟୟ ଦ୍ଵାରା ଗଠିତ ଶବ୍ଦକୁ ତଦ୍ଧିତାନ୍ତ ଶବ୍ଦ କୁହାଯାଏ ।


ଗୋଟିଏ ଶବ୍ଦ ସହିତ ପ୍ରତ୍ୟୟ ଯୋଗକରି ଆଉ ଗୋଟିଏ ଶବ୍ଦ ଗଠିତ ହେବା ଦ୍ୱାରା ମୂଳ ଶବ୍ଦର

ହିତ ସାଧିତ ହୋଇଥାଏ, କାରଣ ଏହା ଦ୍ଵାରା ମୂଳ ଶବ୍ଦର ବ୍ୟବହାର କ୍ଷେତ୍ର ବ୍ୟାପକ ହୋଇଥାଏ । ଉଦାହରଣ – ‘କୁଳ’ ଶବ୍ଦର ମୂଳ ଅର୍ଥ 'ବଂଶ' । ଏହି ‘କୁଳ’ ଶବ୍ଦ ସହିତ ଜାତ ଅର୍ଥରେ ‘ଈନ’ ପ୍ରତ୍ୟୟ

 ଯୁକ୍ତ ହୋଇ ‘କୁଳୀନ’ (ବ୍ୟକ୍ତି) ଓ ସମ୍ବନ୍ଧ ଅର୍ଥରେ 'ଇକ’ ପ୍ରତ୍ୟୟ ଯୋଗଦ୍ଵାରା ‘କୌଳିକ’ (ବୃତ୍ତି) ଶବ୍ଦ ଗଠିତ ହୋଇ ‘କୁଳ’ ଶବ୍ଦର ବ୍ୟବହାରିକ ଦିଗରେ ହିତ ସାଧନ କରୁଛି । ଏହା ହିଁ ତଦ୍ଧିତ ପ୍ରତ୍ୟୟର ମୂଳ ଲକ୍ଷ୍ୟ ।


ଓଡ଼ିଆ ଭାଷାରେ ବ୍ୟବହୃତ ତଦ୍ଧିତ ପ୍ରତ୍ୟୟ ଗୁଡ଼ିକୁ ନିମ୍ନଲିଖିତ ଭାବରେ ବିଭକ୍ତ କରାଯାଇପାରେ ।


ତଦ୍ଧିତ ପ୍ରତ୍ୟୟ


ତତ୍ସମ (ସଂସ୍କୃତ)

ନୀତି + ଇକ = ନୈତିକ


ତଦ୍ଭବ – ଦେଶଜ (ଓଡ଼ିଆ)

ଦାଢ଼ି + ଆ = ଦାଢ଼ିଆ

ଦାନ୍ତ + ଉରା = ଦାନ୍ତୁରା


ବୈଦେଶିକ

ଛାପା + ଖାନା = ଛାପାଖାନା


କ) ତତ୍ସମ ତଦ୍ଧିତ ପ୍ରତ୍ୟୟ 


ଅପତ୍ୟ (ସନ୍ତାନ) ଅର୍ଥରେ ‘ଅ’ ପ୍ରତ୍ୟୟ


ବସୁଦେବ + ଅ = ବାସୁଦେବ

ପୃଥା + ଅ =ପାର୍ଥ

ମନୁ + ଅ = ମାନବ

କୁରୁ + ଅ =କୌରବ

ଭୃଗୁ + ଅ = ଭାର୍ଗବ

ରଘୁ + ଅ =ରାଘବ


ଭକ୍ତ ବା ଉପାସକ ଅର୍ଥରେ ‘ଅ’ ପ୍ରତ୍ୟୟ ।


ବିଷ୍ଣୁ + ଅ = ବୈଷ୍ଣବ

ବୁଦ୍ଧ + ଅ =ବୌଦ୍ଧ

ଶିବ + ଅ = ଶୈବ ।

ଶକ୍ତି + ଅ =ଶାକ୍ତ

ସୂର୍ଯ୍ୟ + ଅ = ସୌର ।

ମହେଶ୍ଵର + ଅ =ମାହେଶ୍ୱର


ଭାବ ଅର୍ଥରେ ‘ଅ’ ପ୍ରତ୍ୟୟ


ଶିଶୁ + ଅ = ଶୈଶବ

ପଟୁ + ଅ =ପାଟବ

ଲଘୁ + ଅ = ଲାଘବ

ଗୁରୁ + ଅ =ଗୌରବ

କୁଶଳ + ଅ = କୌଶଳ

କୁମାର + ଅ  =କୌମାର


 ସଂଯୋଗ ଅର୍ଥରେ ‘ଅ’ ପ୍ରତ୍ୟୟ


ମଘା + ଅ = ମାଘ

ମୃଗଶିରା + ଅ =ମାର୍ଗଶିର

ଶ୍ରବଣା + ଅ = ଶ୍ରାବଣ

ପୁଷ୍ୟା + ଅ =ପୌଷ

ବିଶାଖା +ଅ = ବୈଶାଖ

କୃତ୍ତିକା + ଅ =କାର୍ତ୍ତିକ



ସମ୍ବନ୍ଧ ଅର୍ଥରେ ‘ଅ’ ପ୍ରତ୍ୟୟ


ଦେବ + ଅ = ଦୈବ

ନିଶା + ଅ =ନୈଶ

ପୃଥିବୀ + ଅ = ପାର୍ଥିବ

ପଶୁ + ଅ =ପାଶବ

ଭରତ + ଅ =ଭାରତ

ସିନ୍ଧୁ + ଅ =ସୈନ୍ଧବ


ନିବାସ ବା ଜାତ ଅର୍ଥରେ ଅ ପ୍ରତ୍ୟୟ


ଅରଣ୍ୟ + ଅ =ଆରଣ୍ୟ

ଶରତ୍ + ଅ =ଶାରଦ

ମଗଧ + ଅ =ମାଗଧ

ପୁର + ଅ =ପୌର

ଭୂମି + ଅ =ଭୌମ

ବିଦେହ + ଅ=ବୈଦେହ


ଜ୍ଞାନ ବା ଅଧ୍ୟୟନ ଅର୍ଥରେ ‘ଅ’ ପ୍ରତ୍ୟୟ


ବ୍ୟାକରଣ + ଅ = ବୈୟାକରଣ

ସ୍ମୃତି + ଅ =ସ୍ମାର୍ତ୍ତ


କୃତ ଅର୍ଥରେ ଅ’ ପ୍ରତ୍ୟୟ


ପତଞ୍ଜଳି + ଅ = ପାତଞ୍ଜଳ

ବଶିଷ୍ଠ + ଅ = ବାଶିଷ୍ଠ

ଋଷି +ଅ = ଆର୍ଷ


ସ୍ଵ ଅର୍ଥରେ ବା ସେହି ଅର୍ଥରେ ‘ଅ’ ପ୍ରତ୍ୟୟ


ଚୋର + ଅ = ଚୌର

ମରୁତ୍ + ଅ = ମାରୁତ

ବନ୍ଧୁ + ଅ = ବାନ୍ଧବ

ରକ୍ଷସ୍ + ଅ = ରାକ୍ଷସ

ଚଣ୍ଡାଳ + ଅ = ଚାଣ୍ଡାଳ

ପ୍ରଜ୍ଞା + ଅ = ପ୍ରାଜ୍ଞ


କୁଶଳ ଅର୍ଥରେ ‘ଅ’ ପ୍ରତ୍ୟୟ


ବିଦ୍ୟା + ଅ = ବୈଦ୍ୟ


 ଜ୍ଞାନ ବା ଅଧୟନ ଅର୍ଥରେ ‘ଇକ’ ପ୍ରତ୍ୟୟ


ପୁରାଣ + ଇକ = ପୌରାଣିକ

ଇତିହାସ + ଇକ = ଐତିହାସିକ

ବିଜ୍ଞାନ + ଇକ = ବୈଜ୍ଞାନିକ

ଭୂଗୋଳ + ଇକ = ଭୌଗୋଳିକ

ସାହିତ୍ୟ + ଇକ = ସାହିତ୍ୟିକ

ଧର୍ମ + ଇକ = ଧାର୍ମିକ


ସମ୍ବନ୍ଧ ଅର୍ଥରେ ‘ଇକ’ ପ୍ରତ୍ୟୟ


ଦିନ + ଇକ = ଦୈନିକ

ପ୍ରଦେଶ + ଇକ = ପ୍ରାଦେଶିକ

ମୂଳ + ଇକ = ମୌଳିକ

ସମାଜ + ଇକ = ସାମାଜିକ

ଶରୀର + ଇକ = ଶାରୀରିକ

ମନସ୍ + ଇକ = ମାନସିକ


ଜୀବିକା ଅର୍ଥରେ ‘ଇକ’ ପ୍ରତ୍ୟୟ


ତାମ୍ବୁଳ + ଇକ = ତାମ୍ୱୁଳିକ

ତିଳ + ଇକ =ତୈଳିକ


ଜାତ ଅର୍ଥରେ ‘ଇକ’ ପ୍ରତ୍ୟୟ


ସମୁଦ୍ର + ଇକ = ସାମୁଦ୍ରିକ ।

ତତ୍‌କାଳ + ଇକ = ତାତ୍କାଳିକ

ଲୋକ + ଇକ = ଲୌକିକ

ଅକସ୍ମାତ୍ + ଇକ = ଆକସ୍ମିକ


ଅପତ୍ୟ ଅର୍ଥରେ ‘ଇ’ ପ୍ରତ୍ୟୟ


ଦଶରଥ + ଇ = ଦାଶରଥି

ସୁମିତ୍ରା + ଇ = ସୌମିତ୍ରି

ପବନ + ଇ =ପାବନି

ଦ୍ରୋଣ + ଇ =ଦ୍ରୋଣି


ସମ୍ବନ୍ଧ ଅର୍ଥରେ 'ଈ’ ପ୍ରତ୍ୟୟ


ଶାସ୍ତ୍ର + ଈୟ = ଶାସ୍ତ୍ରୀୟ

ଆତ୍ମା + ଈୟ = ଆତ୍ମୀୟ

ଜାତି + ଈୟ = ଜାତୀୟ

ବିଦେଶ + ଈୟ = ବିଦେଶୀୟ

ଜଳ + ଈୟ = ଜଳୀୟ

ବଂଶ +  ଈୟ = ବଂଶୀୟ


ଜାତ ଅର୍ଥରେ ‘ଈୟ’ ପ୍ରତ୍ୟୟ


ଉତ୍କଳ + ଈୟ = ଉତ୍କଳୀୟ

ଭାରତ + ଈୟ = ଭାରତୀୟ

ବଙ୍ଗ + ଈୟ = ବଙ୍ଗୀୟ

ଆମେରିକା + ଈୟ = ଆମେରିକୀୟ


ଜାତ ଅର୍ଥରେ ‘ଈନ’ ପ୍ରତ୍ୟୟ 


କୁଳ + ଈନ = କୁଳୀନ

ନବ + ଈନ = ନବୀନ


ସମ୍ବନ୍ଧ ଅର୍ଥରେ ଈନ’ ପ୍ରତ୍ୟୟ


ବିଶ୍ଵଜନ + ଈନ = ବିଶ୍ୱଜନୀନ

ସର୍ବାଙ୍ଗ + ଈନ = ସର୍ବାଙ୍ଗୀନ

ସର୍ବଜନ + ଈନ =ସାର୍ବଜନୀନ/ସର୍ବଜନୀନ


ଅପତ୍ୟ ଅର୍ଥରେ ‘ଏୟ’ ପ୍ରତ୍ୟୟ


ଗଙ୍ଗା + ଏୟ = ଗାଙ୍ଗେୟ

କୃତ୍ତିକା + ଏୟ = କାର୍ତ୍ତିକେୟ

ଭଗିନୀ + ଏୟ = ଭାଗିନେୟ

କୁନ୍ତୀ + ଏୟ = କୌନ୍ତେୟ

ବିନତା + ଏୟ = ବୈନତେୟ



ହିତ ଅର୍ଥରେ ‘ଏୟ’ ପ୍ରତ୍ୟୟ


ଅତିଥି + ଏୟ = ଆତିଥେୟ

ପଥ + ଏୟ = ପାଥେୟ


ଜାତ ଅର୍ଥରେ ‘ଇତ’ ପ୍ରତ୍ୟୟ


ପୁଷ୍ପ + ଇତ = ପୁଷ୍ପିତ

ତାରକା + ଇତ = ତାରକିତ

ଫଳ + ଇତ = ଫଳିତ

କଣ୍ଟକ + ଇତ = କଣ୍ଟକିତ

ପଲ୍ଲବ + ଇତ = ପଲ୍ଲବିତ

ମୁକୁଳ + ଇତ = ମୁକୁଳିତ


ଅଛି ଅର୍ଥରେ ‘ଇଳ’ ପ୍ରତ୍ୟୟ


ପଙ୍କ + ଇଳ = ପଙ୍କିଳ

ଫେନ+ ଇଳ = ଫେନିଳ

ଜଟା + ଇଳ = ଜଟିଳ

ଭଙ୍ଗ + ଇଳ = ଭଙ୍ଗିଳ


ଅଛି ଅର୍ଥରେ ‘ବିନ୍’ ପ୍ରତ୍ୟୟ


ତପସ୍ + ବିନ୍ = ତପସ୍ୱୀ

ଯଶସ୍ + ବିନ୍ = ଯଶସ୍ୱୀ

ମନସ୍ + ବିନ୍ = ମନସ୍ୱୀ

ମେଧା + ବିନ = ମେଧାବୀ


 ଅଛି ଅର୍ଥରେ ‘ମତ୍' ବା ‘ବତ୍’ ପ୍ରତ୍ୟୟ


ଦୟା+ ବତ୍ = ଦୟାବାନ୍

ଶ୍ରୀ + ମତ୍ = ଶ୍ରୀମାନ୍ ।

ମୂଲ୍ୟ + ବତ୍ = ମୂଲ୍ୟବାନ୍

ହନୁ + ମତ୍ = ହନୁମାନ୍ ।

ଧନ + ବତ୍ = ଧନବାନ୍ ।

ବୁଦ୍ଧି + ମତ୍ = ବୁଦ୍ଧିମାନ୍


ଅଛି ଅର୍ଥରେ 'ଇନ୍’ ପ୍ରତ୍ୟୟ ।


ଗୁଣ + ଇନ୍ = ଗୁଣୀ ।

ଧନ +ଇନ୍ = ଧନୀ ।

ଜ୍ଞାନ + ଇନ୍ = ଜ୍ଞାନୀ

ହସ୍ତ + ଇନ୍ = ହସ୍ତୀ ।

ସ୍ୱାଭିମାନ + ଇନ୍ = ସ୍ଵାଭିମାନୀ

ସଂଯମ + ଇନ୍ = ସଂଯମୀ


 ଅଛି ଅର୍ଥରେ ‘ଶାଳିନ୍’ ପ୍ରତ୍ୟୟ


ଶକ୍ତି + ଶାଳିନ୍ = ଶକ୍ତିଶାଳୀ

ଧନ + ଶାଳିନ୍ = ଧନଶାଳୀ

ବଳ + ଶାଳିନ୍ = ବଳଶାଳୀ

ବିଭବ + ଶାଳିନ୍ = ବିଭବଶାଳୀ


ଅପତ୍ୟ ଅର୍ଥରେ ‘ଯ’ ପ୍ରତ୍ୟୟ


ଦିତି + ଯ = ଦୈତ୍ୟ

ଚଣକ + ଯ = ଚାଣକ୍ୟ

ଅଦିତି + ଯ = ଆଦିତ୍ୟ

ପ୍ରଜାପତି + ଯ = ପ୍ରାଜାପତ୍ୟ


ଭକ୍ତ ବା ଉପାସକ ଅର୍ଥରେ ଯ’ ପ୍ରତ୍ୟୟ


ଗଣପତି + ଯ = ଗାଣପତ୍ୟ

ବାୟୁ + ଯ =ବାୟବ୍ୟ


ସମ୍ବନ୍ଧ ଅର୍ଥରେ 'ଯ’ ପ୍ରତ୍ୟୟ


ବାୟୁ + ଯ = ବାୟବ୍ୟ

ଈଶାନ + ଯ = ଐଶାନ୍ୟ

ତାଳୁ + ଯ = ତାଲବ୍ୟ

ଦନ୍ତ + ଯା = ଦନ୍ତ୍ୟ


ଯୋଗ୍ୟ ଅର୍ଥରେ ଯ’ ପ୍ରତ୍ୟୟ


ବଧ + ଯ = ବଧ୍ୟ

ଦଣ୍ଡ + ଯ =ଦଣ୍ଡ୍ୟ


ନିମିତ୍ତ ଅର୍ଥରେ 'ଯ' ପ୍ରତ୍ୟୟ


ଅର୍ଘ + ଯ = ଅର୍ଘ୍ୟ

ଅତିଥି+ ଯ = ଆତିଥ୍ୟ

ପଦ + ଯ =ପାଦ୍ୟ


ସ୍ୱ ଅର୍ଥରେ ‘ଯ’ ପ୍ରତ୍ୟୟ


ସେନା + ଯ = ସୈନ୍ୟ

ନବ + ଯ = ନବ୍ୟ

ମର୍ତ୍ତ + ଯ =ମର୍ତ୍ତ୍ୟ

ତ୍ରିଲୋକ + ଯ =ତ୍ରୈଲୋକ୍ୟ


ଜାତ ଅର୍ଥରେ ‘ଯ’ ପ୍ରତ୍ୟୟ


ଗ୍ରାମ + ଯ = ଗ୍ରାମ୍ୟ

ବନ + ଯ = ବନ୍ୟ

ଅନ୍ତ + ଯ = ଅନ୍ତ୍ୟ

ପଶ୍ଚାତ୍ +ଯ = ପାଶ୍ଚାତ୍ୟ

ବହିଃ + ଯ = ବାହ୍ୟ

ପ୍ରାଚ୍ + ଯ = ପ୍ରାଚ୍ୟ


କର୍ମ ଅର୍ଥରେ ‘ଯ’ ପ୍ରତ୍ୟୟ


ଚୋର + ଯ = ଚୌର୍ଯ୍ୟ

ପୁରୋହିତ + ଯ = ପୌରୋହିତ୍ୟ

ବଣିଜ + ଯ = ବାଣିଜ୍ୟ

ଦୂତ + ଯ = ଦୌତ୍ୟ


ଭାବ ଅର୍ଥରେ ‘ଯ’ ପ୍ରତ୍ୟୟ


ଅଳସ + ଯ = ଆଳସ୍ୟ

ମଧୁର + ଯ = ମାଧୁର୍ଯ୍ୟ

ଚଞ୍ଚଳ + ଯ = ଚାଞ୍ଚଲ୍ୟ

ସୁନ୍ଦର + ଯ =ସୌନ୍ଦର୍ଯ୍ୟ

ସୁଭଗ + ଯ = ସୌଭାଗ୍ୟ

କୃପଣ + ଯ =କାର୍ପଣ୍ୟ



ଗୁଣ ଅର୍ଥରେ ଯ’ ପ୍ରତ୍ୟୟ


ସୁଜନ + ଯ = ସୌଜନ୍ୟ

ବୀର + ଯ = ବୀର୍ଯ୍ୟ

ବତ୍ସଳ + ଯ = ବାତ୍ସଲ୍ୟ

ସୁହୃଦ୍ + ଯ = ସୌହାର୍ଘ୍ୟ


ଭାବ ଅର୍ଥରେ ‘ତା’ ପ୍ରତ୍ୟୟ


ଗୁରୁ + ତା = ଗୁରୁତା

ଉଦାସୀନ + ତା = ଉଦାସୀନତା

ଲଘୁ + ତା = ଲଘୁତା

ସ୍ଥିର + ତା = ସ୍ଥିରତା


ଭାବ ଅର୍ଥରେ ‘ତ୍ୱ’ ପ୍ରତ୍ୟୟ 

ଗୁରୁ + ତୁ = ଗୁରୁତ୍ୱ

ପ୍ରଭୁ + ତୁ = ପ୍ରଭୁତ୍ୱ

ଲଘୁ + ତ୍ଵ = ଲଘୁତ୍ୱ

ନର+ ତ୍ୱ = ନରତ୍ୱ

ଦାସ + ତ୍ୱ= ଦାସତ୍ୱ


କାଳ ଅର୍ଥରେ ‘ଦା’ ପ୍ରତ୍ୟୟ


ଏକ + ଦା = ଏକଦା

ସର୍ବ + ଦା = ସର୍ବଦା


ପ୍ରକାର ଅର୍ଥରେ 'ଥା’ ପ୍ରତ୍ୟୟ


ଅନ୍ୟ + ଥା = ଅନ୍ୟଥା

ସର୍ବ+ ଥା = ସର୍ବଦା

ଯଦ୍ + ଥା = ଯଥା

 ତଦ୍+ ଥା = ତଥା


ପ୍ରକାର ଅର୍ଥରେ ‘ଧା’ ପ୍ରତ୍ୟୟ


ଶତ + ଧା = ଶତଧା

ସହସ୍ର+ ଧା = ସହସ୍ରଧା

ବହୁ + ଧା = ବହୁଧା

ନବ + ଧା = ନବଧା


ଜାତ ଅର୍ଥରେ ‘ତନ’ ପ୍ରତ୍ୟୟ


ପୁରା + ତନ = ପୁରାତନ

ଅଧୁନା + ତନ = ଅଧୁନାତନ

ଚିରଂ + ତନ = ଚିରନ୍ତନ

ସଦା + ତନ = ସଦାତନ


ସ୍ୱାର୍ଥରେ (ସେହି ଅର୍ଥରେ) ‘ମୟ’ ପ୍ରତ୍ୟୟ


ଜଳ + ମୟ = ଜଳମୟ

ସ୍ଵର୍ଣ + ମୟ = ସ୍ଵର୍ଣମୟ

ଧୂମ + ମୟ = ଧୂମମୟ

ପାପ + ମୟ = ପାପମୟ


ଦୁଇଟି ମଧ୍ୟରେ ଉତ୍କର୍ଷ ବା ଅପକର୍ଷ ଅର୍ଥରେ ‘ତର’ ପ୍ରତ୍ୟୟ


ପ୍ରିୟ + ତର = ପ୍ରିୟତର

ବୃହତ୍ + ତର = ବୃହତ୍ତର

କ୍ଷୁଦ୍ର + ତର = କ୍ଷୁଦ୍ରତର

ଗୁରୁ + ତର = ଗୁରୁତର


ଦୁଇଟି ମଧ୍ୟରେ ଉତ୍କର୍ଷ ବା ଅପକର୍ଷ ଅର୍ଥରେ 'ଈୟସ୍’ ପ୍ରତ୍ୟୟ


ଗୁରୁ + ଈୟସ୍ = ଗରୀୟାନ୍ ବଳ + ଈୟସ୍ = ବଳୀୟାନ୍

ବୃଦ୍ଧ + ଈୟସ୍ = ବର୍ଷୀୟାନ୍ ବହୁ + ଈୟସ୍ = ଭୂୟାନ୍


ଅନେକ ମଧ୍ୟରେ ଉତ୍କର୍ଷ ବା ଅପକର୍ଷ ଅର୍ଥରେ ‘ତମ ପ୍ରତ୍ୟୟ


ଗୁରୁ + ତମ = ଗୁରୁତମ

ବୃହତ୍ + ତମ = ବୃହତ୍ତମ

ଦୀର୍ଘ + ତମ = ଦୀର୍ଘତମ

ପ୍ରିୟ + ତମ = ପ୍ରିୟତମ


ଅନେକ ମଧ୍ୟରେ ଉତ୍କର୍ଷ ବା ଅପକର୍ଷ ଅର୍ଥରେ ‘ଇଷ୍ଟ’ ପ୍ରତ୍ୟୟ


ବଳ + ଇଷ୍ଟ = ବଳିଷ୍ଠ

ପ୍ରଶସ୍ୟ + ଇଷ୍ଟ = ଶ୍ରେଷ୍ଠ

ବହୁ + ଇଷ୍ଟ = ଭୂୟିଷ୍ଠ

ବୃଦ୍ଧ + ଇଷ୍ଟ = ଜ୍ୟେଷ୍ଠ


ତୁଲ୍ୟ ଅର୍ଥରେ ‘ସ୍ଥାନୀୟ’ ପ୍ରତ୍ୟୟ


ପିତୃ + ସ୍ଥାନୀୟ = ପିତୃସ୍ଥାନୀୟ

ମାତୃ + ସ୍ଥାନୀୟ = ମାତୃସ୍ଥାନୀୟ


ଅଛି ଅର୍ଥରେ ‘ଆଳୁ’ ପ୍ରତ୍ୟୟ

ଦୟା + ଆଳୁ = ଦୟାଳୁ

ଭୟ + ଆଳୁ = ଭୟାଳୁ

ଶ୍ରଦ୍ଧା + ଆଳୁ = ଶ୍ରଦ୍ଧାଳୁ

କୃପା + ଆଳୁ = କୃପାଳୁ


ଓଡ଼ିଆ ତଦ୍ଧିତ ପ୍ରତ୍ୟୟ ବିଭିନ୍ନ ଅର୍ଥରେ ‘ଆ’ ପ୍ରତ୍ୟୟ


ଅଛି ଅର୍ଥରେ ‘ଆ’ ପ୍ରତ୍ୟୟ


ଧୂଳି +ଆ = ଧୂଳିଆ

ଦାଢ଼ି +ଆ = ଦାଢ଼ିଆ

କୁହୁଡ଼ି+ଆ =କୁହୁଡିଅ

ପେଟ+ଆ=ପେଟା


ଦକ୍ଷତା ଅର୍ଥରେ ‘ଆ’ ପ୍ରତ୍ୟାୟ


ମହୁରି+ ଆ= ମହୁରିଆ

କାହାଳି +ଆ= କାହାଳିଆ


ସ୍ଵ ଅର୍ଥରେ ‘ଆ’ ପ୍ରତ୍ୟୟ


ଟାଙ୍ଗର +ଆ= ଟାଙ୍ଗରା

ଗୋଳି+ଆ= ଗୋଳିଆ

ସରୁ + ଆ = ସରୁଆ

ନାଲି +ଆ = ନାଲିଆ


ତୁଲ୍ୟ ଅର୍ଥରେ ‘ଆ’ ପ୍ରତ୍ୟ


ପ୍ରଜାପତି + ଆ = ପ୍ରଜାପତିଆ

ବରକୋଳି + ଆ = ବରକୋଳିଆ


ଅନାଦର ଅର୍ଥରେ ‘ଆ’ ପ୍ରତ୍ୟୟ


ଗୋବିନ୍ଦ + ଆ = ଗୋବିନ୍ଦା

ଯଦୁ + ଆ = ଯଦୁଆ


କର୍ମ ଅର୍ଥରେ ‘ଆ’ ପ୍ରତ୍ୟୟ


ବେଠି + ଆ = ବେଠିଆ

କୋଠି +ଆ = କୋଠିଆ

କ୍ଷୁଦ୍ର ଅର୍ଥରେ ‘ଆ’ ପ୍ରତ୍ୟୟ

ଥାଳି +ଆ = ଥାଳିଆ

ହରି+ଆ= ହରିଆ

ବାସୁ+ଆ= ବାସୁଆ

ମେଳି+ଆ= ମେଳିଆ


ବିଭିନ୍ନ ଅର୍ଥରେ ‘ଆଳ’ ପ୍ରତ୍ୟୟ


ଅଛି ଅର୍ଥରେ ‘ଆଳ’ ପ୍ରତ୍ୟୟ

ଗଣ୍ଡି+ ଆଳ = ଗଣ୍ଡିଆଳ


ବୃତ୍ତି ଅର୍ଥରେ ‘ଆଳ’ ପ୍ରତ୍ୟୟ


ଗାଈ+ ଆଳ = ଗାଈଆଳ

ମଇଁଷି+ ଆଳ = ମଇଁଷିଆଳ


ସମୂହ ଅର୍ଥରେ ‘ଆଳି’ ପ୍ରତ୍ୟୟ 


ଦୀପ + ଆଳି = ଦୀପାଳି


 ଜାତ ଅର୍ଥରେ ‘ଆଳି’ ପ୍ରତ୍ୟୟ


ଚଇତ + ଆଳି = ଚଇତାଳି


 ଅଭ୍ୟାସ ବା ଦକ୍ଷତା ଅର୍ଥରେ ‘ଆଳି’ ପ୍ରତ୍ୟୟ


ଖେଳ + ଆଳି = ଖେଳାଳି

ପହଁରା + ଆଳି = ପହଁରାଳି


ବୃତ୍ତି ବା ବ୍ୟବସାୟ ଅର୍ଥରେ ‘ଆରି’ ପ୍ରତ୍ୟୟ


ଶଙ୍ଖା + ଆରି = ଶିରି


 ଅଛି ଅର୍ଥରେ ‘ଆଳିଆ’ ପ୍ରତ୍ୟୟ


କଣ୍ଟା + ଆଳିଆ = କଣ୍ଟାଳିଆ

ବୁଦା + ଆଳିଆ = ବୁଦାଳିଆ


ବିଭିନ୍ନ ଅର୍ଥରେ ଇ ପ୍ରତ୍ୟୟ


 କ୍ଷୁଦ୍ର ଅର୍ଥରେ ‘ଇ’ ପ୍ରତ୍ୟୟ


ଘଣ୍ଟ + ଇ = ଘଣ୍ଟି

ଚକ + ଇ = ଚକି


ବୃତ୍ତି ଅର୍ଥରେ ‘ଇ’ ପ୍ରତ୍ୟୟ


ଚାକର + ଇ = ଚାକିରି

ମୁକ୍ତାର + ଇ = ମୁକ୍ତାରି


ସ୍ୱ ଅର୍ଥରେ ‘ଇ’ ପ୍ରତ୍ୟୟ 


କାଙ୍ଗାଳ + ଇ = କାଙ୍ଗାଳି


ଜାତ ଅର୍ଥରେ ‘ଇ’ ପ୍ରତ୍ୟୟ


ଚଇତ + ଇ = ଚଇତି


ଅଛି ଅର୍ଥରେ ‘ଇ’ ପ୍ରତ୍ୟୟ


ଘଡ଼ଘଡ଼ + ଇ = ଘଡ଼ଘଡ଼ି


ବିଭିନ୍ନ ଅର୍ଥରେ ‘ଇଆ’ ପ୍ରତ୍ୟୟ 


ବୃଦ୍ଧି ଅର୍ଥରେ ‘ଇଆ’ ପ୍ରତ୍ୟୟ


ମୂଲ + ଇଆ = ମୂଲିଆ

ହଳ + ଇଆ = ହଳିଆ


ସଂଖ୍ୟା ବା ପରିମାଣ ଅର୍ଥରେ ‘ଇଆ’ ପ୍ରତ୍ୟୟ


ଦୁଇଟଙ୍କା + ଇଆ = ଦୁଇଟଙ୍କିଆ

ଚାରିସେର + ଇଆ = ଚାରିସେରିଆ


ସାଦୃଶ୍ୟ ଅର୍ଥରେ ‘ଇଆ’ ପ୍ରତ୍ୟୟ


ଋଉଳ + ଇଆ = ଋଉଳିଆ

ମଲ୍ଲିଫୁଲ + ଇଆ = ମଲ୍ଲିଫୁଲିଆ


ଅତିଶୟ ଅର୍ଥରେ ‘ଇଆ’ ପ୍ରତ୍ୟୟ


ମୁନ + ଇଆ = ମୁନିଆ


ଅଛି ଅର୍ଥରେ ‘ଇଆ’ ପ୍ରତ୍ୟୟ

କପାଳ + ଇଆ = କପାଳିଆ

ସୁହାଗ + ଇଆ = ସୁହାଗିଆ


ଜାତ ବା ନିବାସ ଅର୍ଥରେ ‘ଇଆ’ ପ୍ରତ୍ୟୟ


କଟକ + ଇଆ = କଟକିଆ

ସହର + ଇଆ = ସହରିଆ


ସ୍ୱ ଅର୍ଥରେ ‘ଇଆ’ ପ୍ରତ୍ୟୟ


କଅଁଳ + ଇଆ = କଅଁଳିଆ

ବହଳ + ଇଆ = ବହଳିଆ


ବିଭିନ୍ନ ଅର୍ଥରେ ‘ଈ’ ପ୍ରତ୍ୟୟ 


 ବୃତ୍ତ ଅର୍ଥରେ ‘ଈ’ ପ୍ରତ୍ୟୟ


ତନ୍ତ + ଈ = ତନ୍ତୀ

ଦୋକାନ +ଈ= ଦୋକାନୀ


ଜାତ ଅର୍ଥରେ ‘ଈ’ ପ୍ରତ୍ୟୟ


ପରଦେଶ + ଈ = ପରଦେଶୀ


ଅଛି ଅର୍ଥରେ ‘ଈ’ ପ୍ରତ୍ୟୟ


ଅଭାବ + ଈ = ଅଭାବୀ

ଭୋକ + ଈ = ଭୋକୀ


ସମ୍ବନ୍ଧ ଅର୍ଥରେ 'ଈ' ପ୍ରତ୍ୟୟ


କଟକ + ଈ = କଟକୀ


ବିଭିନ୍ନ ଅର୍ଥରେ ଉଆ ପ୍ରତ୍ୟୟ


ଅଛି ଅର୍ଥରେ ‘ ଉଆ’ ପ୍ରତ୍ୟୟ


ନିଶ + ଉଆ = ନିଶୁଆ

ବଳ + ଉଆ = ବଳୁଆ


ଅଭ୍ୟାସ ଅର୍ଥରେ ‘ଉଆ’ ପ୍ରତ୍ୟୟ


ମିଛ + ଉଆ = ମିଛୁଆ

ଗାଲ + ଉଆ = ଗାଲୁଆ


ବୃଦ୍ଧି ଅର୍ଥରେ ‘ଉଆ’ ପ୍ରତ୍ୟୟ


ନାଟ + ଉଆ = ନାଟୁଆ

ହାଟ + ଉଆ = ହାଟୁଆ


ତୁଲ୍ୟ ଅର୍ଥରେ ‘ଉଆ’ ପ୍ରତ୍ୟୟ


ଶାଗ + ଉଆ = ଶାଗୁଆ

କାଠ + ଉଆ = କାଠୁଆ


ଜାତ ଅର୍ଥରେ ‘ଉଆ’ ପ୍ରତ୍ୟୟ


ବାଣ + ଉଆ = ବାଣୁଆ


ବାସ ବା ସଂପର୍କ ଅର୍ଥରେ ‘ଉଆ’ ପ୍ରତ୍ୟୟ


ଗାତ + ଉଆ = ଗାତୁଆ


ବିଭିନ୍ନ ଅର୍ଥରେ ‘ଉରା’ ପ୍ରତ୍ୟୟ


ଅଛି ଅର୍ଥରେ ‘ଉରା’ ପ୍ରତ୍ୟୟ


ଦାନ୍ତ + ଉରା = ଦାନ୍ତୁରା

ମନ୍ତ୍ର (ମନ୍ତ)+ ଉରା = ମନ୍ତୁରା


ଅଭ୍ୟାସ ଅର୍ଥରେ ‘ଉରା’ ପ୍ରତ୍ୟୟ


କାନ୍ଦ + ଉ = କାନ୍ଦୁରା

ମୃତ + ଉରା = ମୃତୁରା

ସାଦୃଶ୍ୟ ଅର୍ଥରେ ‘ଏଲି’ ପ୍ରତ୍ୟୟ


ରୁପା + ଏଲି = ରୁପେଲି

ସୁନା + ଏଲି = ସୁନେଲି


ସମ୍ବନ୍ଧ ଅର୍ଥରେ ‘କା’‘କାର’ ପ୍ରତ୍ୟୟ


ଆଜି + କା \ କାର = ଆଜିକା \ ଆଜିକାର

କାଲି + କା \ କାର = କାଲିକା \ କାଲିକାର


ସ୍ଵଭାବ ଅର୍ଥରେ ‘କୁଳା’ ପ୍ରତ୍ୟୟ


ଡର + କୁଳା = ଡରକୁଳା

ହସ + କୁଳା = ହସକୁଳା


ବ୍ୟବସାୟ ଅର୍ଥରେ ‘ରା’ ପ୍ରତ୍ୟୟ

କା+ରା= କାଚରା

ବୁଦ୍ଧି+ମନ୍ତ= ବୁଦ୍ଧିମନ୍ତ

ଶ୍ରୀ+ମନ୍ତ= ଶ୍ରୀମନ୍ତ

ପାନ + ରା = ପାନରା


ଅଛି ଅର୍ଥରେ ‘ବନ୍ତ’ \ ‘ମନ୍ତ’ ପ୍ରତ୍ୟୟ


ଗୁଣ + ବନ୍ତ = ଗୁଣବନ୍ତ

ଧନ + ବନ୍ତ = ଧନବନ୍ତ


ସାଦୃଶ୍ୟ ଅର୍ଥରେ ‘ଚିଆ’ ପ୍ରତ୍ୟୟ


ପାଣି + ଚିଆ = ପାଣିଚିଆ


ଭାବ ଅର୍ଥରେ ‘ପଣ’ ପ୍ରତ୍ୟୟ 

ଟାଣ + ପଣ = ଟାଣପଣ

ବୀର+ ପଣ = ବୀରପଣ


ବୈଦେଶିକ ତଦ୍ଦତ ପ୍ରତ୍ୟୟ


ଅଧୁକରଣ ଅର୍ଥରେ ‘ଖାନା’ ପ୍ରତ୍ୟୟ


ଛାପା + ଖାନା ତଦ୍ଧିତ ପ୍ରତ୍ୟୟ  = ଛାପାଖାନା

ଡାକ୍ତର + ଖାନା = ଡାକ୍ତରଖାନା


ଅଭ୍ୟାସ ଅର୍ଥରେ ଖୋର’ ପ୍ରତ୍ୟୟ 


ନିଶା + ଖୋର = ନିଶାଖୋର

ଜିଦ୍ + ଖୋର = ଜିଦ୍‌ଖୋର


ବ୍ୟବସାୟ ଅର୍ଥରେ ‘ଗର’ ପ୍ରତ୍ୟୟ


କାରି + ଚର = କାରିଗର


ଭାବ ଅର୍ଥରେ ‘ଗିରି' ପ୍ରତ୍ୟୟ


ବାବୁ + ଗିରି = ବାବୁଗିରି

ହାକିମ + ଗିରି = ହାକିମଗିରି


ସ୍ଵଭବ ଅର୍ଥରେ ‘ଆମି’ ପ୍ରତ୍ୟୟ


ଠକ + ଆମି = ଠକାମି

ଦୁଷ୍ଟ + ଆମି = ଦୁଷ୍ଟାମି


ସ୍ଵଭାବ ଅର୍ଥରେ ‘ବାଜ’ ପ୍ରତ୍ୟୟ


ଧପା + ବାଜ = ଧପାବାଜ

ମାମଲା + ବାଜ = ମାମଲାବାଜ


ଅଧୁକାର ବା ବୃଦ୍ଧି ଅର୍ଥରେ ‘ବାଲା’ ପ୍ରତ୍ୟୟ


ଘର + ବାଲା = ଘରବାଲା

ଗାଡ଼ି + ବାଲା = ଗାଡ଼ିବାଲା

ଜମି + ବାଲା = ଜମିବାଲା


ଅଧୁକାର ଅର୍ଥରେ ‘ଦାର’ ପ୍ରତ୍ୟୟ


ଜମି + ଦାର = ଜମିଦାର

ଭାଗ +ଦାର =ଭାଗୀଦାର 


No comments:

Post a Comment