ଲିଙ୍ଗ
ନିମ୍ନରେ ପ୍ରଥମ ଓ ଦ୍ୱିତୀୟ ଭାଗ କରି ପ୍ରତ୍ୟେକ ଭାବରେ ପାଞ୍ଚଟି ଲେଖାଏଁ ବାକ୍ୟ ଦିଆଯାଇଛି । ବାକ୍ୟଗୁଡ଼ିକରେ କେତେକ ପଦ କଳା-ମୋଟା ଅକ୍ଷରରେ ଛପାଯାଇଛି । ସେହି କଳା ଅକ୍ଷରର ପଦଗୁଡ଼ିକୁ ଲକ୍ଷ୍ୟ କର ।
ପ୍ରଥମ ଭାଗ ଦ୍ୱିତୀୟ ଭାଗ
(କ) ଗୋବିନ୍ଦବାବୁଙ୍କ ଭାଇର ନାଁ ମାଧବ । (କ) ମାଳତୀ ଭଉଣୀର ନାଁ ମାନସୀ ।
(ଖ) ବାପା ବୁଢ଼ା ହେଲେବି ଲେଖିପାରୁଛନ୍ତି । (ଖ) ବୋଉ ବୁଢ଼ୀ ହେଲେ ବି ପଢ଼ିପାରୁଛନ୍ତି ।
(ଗ) ଜଙ୍ଗଲରେ ବାଘ, ହରିଣ, ସିଂହ ରହନ୍ତି, । (ଗ) ବାଘୁଣୀ, ସିଂହୀ ଓ ହରିଣୀ ବି ମଣିଷ ପରି ଛୁଆଙ୍କୁ ସ୍ନେହ କରନ୍ତି ।
(ଘ) ଜଳ ହିଁ ପ୍ରାଣୀଙ୍କ ଜୀବନ । (ଘ) ସୁନା ଓ ରୁପାରେ ଅଳଙ୍କାର ଗଢ଼ାଯାଏ ।
(ଙ) ଏ ତୋଟାରେ ପକ୍ଷୀ ଗହଳ ଅଛି । (ଙ) ପିଲାମାନେ ପକ୍ଷୀକୁ ଆଦର କରନ୍ତି ।
ଏଠାରେ ଉଭୟ ଭାଗର ପ୍ରତ୍ୟେକ ବାକ୍ୟରେ କଳା ଅକ୍ଷରରେ ଲେଖାଥିବା ପଦଗୁଡ଼ିକ ଗୋଟିଏ ଗୋଟିଏ ବିଶେଷ୍ୟ ପଦ । ପ୍ରଥମ ଭାଗର -ଖ-ଗ' ବାକ୍ୟରେ ଗୋବିନ୍ଦ, ଭାଇ, ମାଧବ, ବାପା, ବୁଢା, ବାଘ, ହରିଣ, ସିଂହ ଗୋଟିଏ ଗୋଟିଏ ପ୍ରାଣୀବାଚକ ବିଶେଷ୍ୟ ପଦ । ଏ ବିଶେଷ୍ୟ ପଦଗୁଡ଼ିକୁ ପୁରୁଷବାଚକ ପଦରୂପେ ବ୍ୟବହାର କରାଯାଇଛି । ଦ୍ୱିତୀୟ ଭାଗର 'କ-ଖ-ଗ' ବାକ୍ୟରେ ଥିବା ମାଳତୀ, ଭଉଣୀ, ମାନସୀ, ବୋଉ, ବୁଢ଼ୀ, ବାଘୁଣୀ, ସିଂହୀ ଓ ହରିଣୀ- ଗୋଟିଏ ଗୋଟିଏ ସ୍ତ୍ରୀବାଚକ ପଦ । ଏବେ ଉଭୟ ଭାଗର କ-ଖ-ଗ ବାକ୍ୟରେ ବ୍ୟବହୃତ ହୋଇଥିବା ଏହିସବୁ ପଦଗୁଡ଼ିକୁ ନିମ୍ନପ୍ରକାରେ ବିଚାର କଲେ ଆମେ ଦେଖିବା ଯେ;
->ଗୋବିନ୍ଦ, ମାଧବ- ଦୁଇ ଜଣ ପୁରୁଷକ ନାମ ।
->ମାଳତୀ, ମାନସୀ- ଦୁଇଜଣ, ସ୍ତ୍ରୀ ଲୋକଙ୍କ ନାମ ।
->ବାପା, ଭାଇ- ପୁରୁଷସୂଚକ ଜାତିବାଚକ ବିଶେଷ୍ୟ ପଦ ।
->ବୋଉ, ଭଉଣୀ -ସ୍ତ୍ରୀସୂଚକ ଜାତିବାଚକ ବିଶେଷ୍ୟ ପଦ ।
->ବାଘ, ସିଂହ, ହରିଣ- ପୁରୁଷବାଚକ ପଦ ଏବଂ ଏମାନଙ୍କର ସ୍ତ୍ରୀବାଚକ ପଦ ହେଉଛି- ବାଘୁଣୀ, ସିଂହୀ, ହରିଣୀ ।
->ବାପା, ଭାଇ, ବୁଢ଼ା- ଏ ତିନୋଟି ପୁରୁଷବାଚକ ପଦର ସ୍ତ୍ରୀବାଚକ ରୂପ ବା ପଦ ହେଉଛି ବୋଉ, ଭଉଣୀ ଓ ବୁଢ଼ୀ ।
ଏସବୁ ପଦଗୁଡ଼ିକ ପ୍ରାଣୀଚାବାକ । ପ୍ରାକୃତିକ ଲିଙ୍ଗକୁ ଆଧାର କରି ଆମେ ପ୍ରାଣୀବାଚକ ଶବ୍ଦଗୁଡ଼ିକୁ ପୁରୁଷ ବାଚକ ଓ ନାରୀବାକ ପଦ ରୂପରେ ବାକ୍ୟରେ ବ୍ୟବହାର କରିଥାଉ । ଏଥିରୁ ଆମେ ଜାଣିଲେ ଯେ- ଯେଉଁ ପଦ ପୁରୁଷଙ୍କୁ ବୁଝାଏ ବାହା 'ପୁଂଲିଗ' ପଦ ଓ ଯେଉଁ ପଦ ସ୍ତ୍ରୀଙ୍କୁ ବୁଝାଏ ତାହା 'ଶ୍ରୀଲିଙ୍ଗ' ପଦ ।
ଦ୍ୱିତୀୟ ଭାଗର 'ଖ' ବାକ୍ୟରେ ବ୍ୟବହୃତ ହୋଇଥିବା 'ଛୁଆ', 'ଙ' ବାକ୍ୟରେ ଥିବା 'ପିଲା' ଓ ପ୍ରଥମ ଭାଗର 'ଙ' ବାକ୍ୟରେ ଥିବା ‘ପକ୍ଷୀ' ପଦ ତିନୋଟିକୁ ଏବେ ବିଚାର କରିବା । ଏଗୁଡ଼ିକ ପ୍ରାଣୀବାବାକ ପଦ । ମାତ୍ର ଏସବୁ ପଦ ନିର୍ଦ୍ଦିଷ୍ଟ ଭାବରେ ପୁରୁଷପ୍ରାଣୀ ବା ସ୍ତ୍ରୀପ୍ରାଣୀକୁ ନ ବୁଝାଇ ଉଭୟ ପ୍ରଜାତିକୁ ବୁଝାଇଛି । ମନୁଷ୍ୟ, ଲୋକ, ପଶୁ, ଯାତ୍ରୀ, କର୍ମୀ, ଶିଶୁ, ବିଦ୍ୟାର୍ଥୀ, କୁଆ, ସଭାପତି- ଏପରି ଆମେ ଅନେକ ପ୍ରାଣୀବାଚକ ପଦ ବ୍ୟବହାର କରିଥାଉ; ଯେଉଁଗୁଡ଼ିକ ଉଭୟ ପୁରୁଷ ଓ ନାରୀ ସୂଚକ ହୋଇଥାଏ । ଏଗୁଡ଼ିକୁ 'ଉଭୟ ଲିଙ୍ଗ' ପଦ ଭାବରେ ଗ୍ରହଣ କରାଯାଇପାରେ । ଏପ୍ରକାର ପଦ ପୂର୍ବରୁ ମାଈ-ଅଣ୍ଡିରା, ପୁରୁଷ- ନାରୀ, ସ୍ତ୍ରୀ, ବାପା-ମଆ ଆଦି ପଦ ଲଗାଇ ଆମେ ଫୁଲିଙ୍ଗ ଓ ଶ୍ରୀ ଲିଙ୍ଗ ପ୍ରଦରୂପେ ନିର୍ଦ୍ଦିଷ୍ଟ କରିଥାଉ । ଯଥା,
ଉଭୟ ଲିଙ୍ଗ ଫୁଲିଙ୍ଗରେ ପରିବର୍ତ୍ତନ ସ୍ତ୍ରୀ ଲିଙ୍ଗରେ ପରିବର୍ତ୍ତନ
ଛୁଆ \ ଫୁଲ ଅଣ୍ଡିରା ଅଣ୍ଡିରା ଛୁଆ \ ଅଣ୍ଡିରା ଫୁଲ ମାଈ ଛୁଆ \ ମାଈ ଫୁଲ
ଚଢେଇ ବାପ ଚଢେଇ ମା ଚଢେଇ
ଯାତ୍ରା ପୁରୁଷ ଯାତ୍ରା ସ୍ତ୍ରୀ \ ନାରି ଯାତ୍ରା
କେତେକ କ୍ଷେତ୍ରରେ କେବଳା ନାରୀବାଚକ ବା ସ୍ତ୍ରୀବାଚକ ପଦ ଲଗାଇ ପଦକୁ ସ୍ତ୍ରୀଲିଙ୍ଗ ରୂପରେ ପରିବର୍ତ୍ତନ କରାଯାଇଥାଏ । ଯଥା :- କର୍ମୀ-ମହିଳାକର୍ମୀ \ ଚେୟାରମାନ୍ \ ମହିଳା ଚେୟାରମାନ୍ \ ଲୋକ-ସ୍ତ୍ରୀଲୋକ ।
ପୂର୍ବରୁ ପ୍ରଦତ୍ତ ପ୍ରଥମ ଭାଗର 'ଗ-ଘ' ବାକ୍ୟରେ ଥିବା ଜଙ୍ଗଲ, ଜଳ, ତୋଟା ଓ ଦ୍ୱିତୀୟ ଭାଗର 'ଘ' ବାକ୍ୟରେ ଥିବା ସୁନା, ରୁପା- ଏକଏକ ପଦାର୍ଥସୂଚକ ବା ଅପ୍ରାଣୀବାଚକ ପଦ । ସଂସ୍କୃତରେ ଏଗୁଡ଼ିକୁ 'କ୍ଳୀବଲିଙ୍ଗ’ କୁହାଯାଏ । ଓଡ଼ିଆରେ ଘର, ବଗିଚା, କାଗଜ, ବହି, ଖଟ, ମଠ, ପାହାଡ- ଏପ୍ରକାର ଶବ୍ଦଗୁଡ଼ିକୁ ଅପ୍ରାଣୀବାକ ପଦ ଭାବରେ ବ୍ୟବହାର କରାଯାଇଥାଏ । ଏ ଧରଣର ପଦ କୌଣସି ପ୍ରାଣୀଙ୍କୁ ବୁଝାଉ ନଥିବାରୁ ଏବଂ ଏଗୁଡ଼ିକର ପ୍ରକୃତିକ ଲିଙ୍ଗ ନଥିବାରୁ ଏପ୍ରକାର ପଦକୁ ସଂସ୍କୃତ ଭାଷା ଅନୁସାରେ 'କ୍ଳୀବଲିଙ୍ଗ' ପଦ ରୂପେ ପ୍ରତିପାଦନ କରାଯାଇଆସିଛି ।
ସଂସ୍କୃତରେ ଫୁଲିଙ୍ଗ ଓ ସ୍ତ୍ରୀଲିଙ୍ଗ ଶବ୍ଦରୂପ ପରି କ୍ଳୀବଲିଙ୍ଗର ସ୍ଵତନ୍ତ୍ର ରୂପ ଓ ବ୍ୟବହାର ରହିଛି । କିନ୍ତୁ ଓଡ଼ିଆରେ ବସ୍ତୁବାଚକ ଶବ୍ଦର ଭିନ୍ନ ରୂପ ନାହିଁ । ଏ ଧରଣର ଶବ୍ଦ ଫୁଲିଙ୍ଗ ପରି ବ୍ୟବହୃତ ହୋଇଥାଏ । ସୁତରାଂ ଓଡ଼ିଆରେ ଫୁଲିଙ୍ଗ ଓ ସ୍ତ୍ରୀଲିଙ୍ଗ-ଏପରି ଦୁଇଟି ଲିଙ୍ଗରେ ବିଶେଷ୍ୟ ପଦଗୁଡ଼ିକ ବ୍ୟବହୃତ ହୁଏ ।
ଓଡ଼ିଆ ଭାଷାରେ ସଂସ୍କୃତାନୁସାରୀ କ୍ଳୀବଲିଙ୍ଗର ପଦଗୁଡ଼ିକ ଫୁଲିଙ୍ଗ ଭଳି ମଧ୍ୟ ବ୍ୟବହୃତ ହୁଏ । ଯଥା ପିଲାଟିକୁ ନିଅ-ବହିଟିକୁ ନିଅ । ପୁଅକୁ ଦେଲ-କଲମ ଦେଲ । ରୁକ୍ଷ ଲୋକ-ରୁଷ ଚେହେରା । ଏଠାରେ ପିଲା, ପୁଅ, ଲୋକ-ପୁଂଲିଙ୍ଗବାଚକ | କଲମ, ବହି, ଚେହେରା-ଅପ୍ରାଣୀବାଚକ । ମାତ୍ର ଉଭୟ ପ୍ରକାର ପଦ ସମାନ ରୀତିରେ ବ୍ୟବହୃତ ହେଉଛି । ସୁତରାଂ ଓଡ଼ିଆ ଭାଷାରେ ବ୍ୟବହାରିକ ବିଧାନ ଦିଗରୁ କ୍ଳୀଲିଙ୍ଗ ନାହିଁ ।
ସଂସ୍କୃତ ଭାଷାର ଅନୁସରଣରେ ଓଡ଼ିଆ ଭାଷାରେ କେତେକ ଅପ୍ରାଣୀବାଚକ ଶଦ୍ଦ କ୍ଷୁଦ୍ର, ନିବିଡ଼, ବଡ, ସାନ ଇତ୍ୟାଦି ଅର୍ଥରେ ସ୍ତ୍ରୀଲିଙ୍ଗ ପରି ବ୍ୟବହୃତ ହୁଏ । ଯଥା- ପୁସ୍ତିକା, ବାଟିକା, ବନାନୀ, ଅରଣ୍ୟତୀନୀ, ପଥୁରି ।
ଓଡ଼ିଆ ଭାଷାରେ ସଂସ୍କୃତ ଅନୁରୂପ କେତେକ ଶବ୍ଦ (ଅପ୍ରାଣୀ ବାଚକ) ସ୍ତ୍ରୀଲିଙ୍ଗ ରୂପେ ସ୍ୱାଭାବିକ ରୀତିରେ ବ୍ୟବହୃତ ହୁଏ । ସ୍ୱାଭାବିକ ସ୍ତ୍ରୀଲିଙ୍ଗ' ପଦର କେତୋଟି ଉଦାହରଣ- ଶୋଭା, ବନ୍ଦନା, କାମନା, ପ୍ରତିଭା, ରାତ୍ରି |
ଲିଙ୍ଗ ପରିବର୍ତ୍ତନର ବିଧାନ :
ଲେଖିବା ଓ କହିବାର ସୁବିଧା ପାଇଁ ଆମେ ଓଡ଼ିଆ ଭାଷାଭାଷୀମାନେ ବେଳେବେଳେ ପୁଂଲିଙ୍ଗକୁ ପ୍ରୟୋଜନ ଅନୁସାରେ ସ୍ତ୍ରୀଲିଙ୍ଗ ରୂପରେ ପରିବର୍ତ୍ତନ କରି ବ୍ୟବହାର କରୁଥାଏ । ଏ କ୍ଷେତ୍ରରେ ଆମେ କେତେକ ନିର୍ଦ୍ଦିଷ୍ଟ ରୀତି ବା ନିୟମ ଅନୁସରଣ କରୁଥାଏ । ସେହିସବୁ ଲିଙ୍ଗ ପରିବର୍ତନର କେତୋଟି ବିଧାନକୁ ଏଠାରେ ବିଚାର କରିବା ।
(କ) ପ୍ରାଣୀବବାକୁ ପୁଂଲିଙ୍ଗ ପଦକୁ ସ୍ତ୍ରୀଲିଙ୍ଗ କରିବାବେଳେ ଆମେ କେତେକ ସ୍ୱତନ୍ତ୍ର ବିପରୀତ ଶବ୍ଦ ବ୍ୟବହାର କରିଅଛି । ଯଥା- ବାପା-ବୋଉ,ମାଆ \ ବର-କନ୍ୟା,ବଧୂ୍ \ ପୁରୁଷ-ସ୍ତ୍ରୀ \ ଭାଇ-ଭଉଣୀ \ପୁଅ-ବୋହୁ, ଝିଅ \
ନବାବ୍-ବେଗମ୍ \ ରଜା-ରାଣୀ \ ଅଜା-ଆଈ \ ମାମୁ-ମାଇଁ ।
(ଖ) ବିଭିନ୍ନ ପ୍ରତ୍ୟେୟକୁ ମୂଳ ଫୁଲିଙ୍ଗ ଶବ୍ଦର ପରେ ଯୋଗ କରି ସ୍ତ୍ରୀଲିଙ୍ଗ ପଦ ତିଆରି କରାଯାଏ ଓ ବ୍ୟବହାର କରାଯାଏ । ଯଥା :
୧। ଆ' ପ୍ରତ୍ୟୟ ଯୋଗରେ : ଚପଳ-ଚପଳା \ ସରଳ-ସରଳା \ କୋକିଳ-କୋକିଳା \ ଭଦ୍ର-ଭଦ୍ରା \ ସଭ୍ୟ -ସଭ୍ୟା । ଏଠାରେ ସ୍ତ୍ରୀଲିଙ୍ଗ ବାଚକ ଶବ୍ଦରେ 'ଆ’ ପ୍ରତ୍ୟୟଟି ଆ-କାର ( | ) ରୂପେ ଯୋଗ ହୋଇଛି ।
୨ । ଅଅ-ଇଆ \ ଅକ-ଇକା-ଭାବରେ ରୂପାନ୍ତରିତ ହୋଇ ସ୍ତ୍ରୀଲିଗ ପଦ ଗଠିତ ହୁଏ । ଯଥା- ପାଠକ-ପାଠିକା \ ନାୟକ-ନାୟିକା ଗାୟକ-ଗାୟିକା \ ଚାଳକ-ଚାଳିକା । ଏଠାରେ ଫୁଲିଙ୍ଗ ବାଚକ ଶବ୍ଦର ଶେଷରେ ଥିବା ଅଅ-ଅକ ଯଥାକ୍ରମେ 'ଇଆ-ଇକା’ରେ ପରିଣତ ହୋଇ ସ୍ତ୍ରୀଲିଙ୍ଗ ବାଚକ ଶବ୍ଦ ଗଠିତ ହୋଇଛି ।
୩ । 'ଇ' ପ୍ରତ୍ୟୟ ଯୋଗ ଦ୍ୱାରା :- ଫୁଲିଙ୍ଗ ଶବ୍ଦର ଶେଷରେ 'ଈ' (1- କାର) ଯୋଗ ହୋଇ ଓଡ଼ିଆ ଭାଷାରେ ସ୍ତ୍ରୀଲିଙ୍ଗ ଶବ୍ଦ ଗଠିତ ହୁଏ । ଯଥା- ଦେବ - ଦେବୀ \ ସିଂହ-ସିଂହୀ \ ତରୁଣ-ତରୁଣୀ \ ସୁନ୍ଦର-ସୁନ୍ଦରୀ \ନଟ-ନଟୀ ।
୪ । ‘ଆନୀ’ ଓ ଆଣୀ ପ୍ରତ୍ୟୟ ଯୋଗରେ ଫୁଲିଙ୍ଗ ଶବ୍ଦ ସ୍ତ୍ରୀଲିଙ୍ଗ ଶବ୍ଦରେ ବଦଳିଯାଇଥାଏ । ଯଥା- ଶିବ-ଶିବାନୀ \ ଯବନ-ଯବନାନୀ (ଆନୀ) \ ଇନ୍ଦ୍ର-ଇନ୍ଦ୍ରାଣୀ (ଆଣୀ) ।
୫ । 'ଣୀ' ଓ 'ଉଣୀ’ ପ୍ରତ୍ୟୟ ଯୋଗରେ ଓଡ଼ିଆରେ ଫୁଲିଙ୍ଗ ଶବ୍ଦ ସ୍ତ୍ରୀଲିଙ୍ଗ ଶବ୍ଦ ହୋଇଥାଏ । ଯଥା- ପାଟରା -ପାଟରାଣୀ \ ବାଟରା-କାଚରାଣୀ (ଣୀ) \ ବାଘ-ବାଘୁଣୀ \ ଗଭଡ଼-ଗଉଡୁଣୀ (ଉଣୀ) ।
୬ । ‘ଉଲି' ପ୍ରତ୍ୟୟ ଯୋଗରେ ଫୁଲିଙ୍ଗ ସ୍ତ୍ରୀଲିଗରେ ରୂପାନ୍ତରିତ ହୋଇଥାଏ । ଯଥା :- ବେଙ୍ଗ-ବେଙ୍ଗୁଲି\ ବଗ-ବଗୁଲି \ ହଂସ-ହଂସୁଲି |
୭ । କେତେକ ଫୁରିଙ୍ଗ ଶବ୍ଦ ଆମ ସାମାଜିକ ସଂପର୍କ ଓ ବିଚାର ଅନୁସାରେ ଭିନ୍ନଭିନ୍ନ ଅର୍ଥରେ ସ୍ତ୍ରୀଲିଙ୍ଗ ରୂପ ହୋଇଥାଏ । ଯଥା:
ଫୁଲିଙ୍ଗ ସ୍ତ୍ରୀଲିଙ୍ଗ-୧ ସ୍ତ୍ରୀଲିଙ୍ଗ-୨
ଆଚାର୍ଯ୍ୟ ଆଚାର୍ଯ୍ୟ (ଯିଏ ପାଠ ପଢ଼ାନ୍ତି) ଆଚାର୍ଯ୍ୟଣୀ (ଆଚାର୍ଯ୍ୟଙ୍କ ପତ୍ନୀ)
ଶୂଦ୍ରା ଶୂଦ୍ରା-ଶୂକ୍ରାଣୀ (ଶୂଦ୍ରଜାତିର ନାରୀ) ଶୂଦ୍ରା (ଶୂଦ୍ରର ପତ୍ନୀ)
କ୍ଷତ୍ରିୟ କ୍ଷତ୍ରିୟା (କ୍ଷତ୍ରିୟଜାତିର ନାରୀ) କ୍ଷତ୍ରିୟୀ \ କ୍ଷତ୍ରିୟାଣୀ (କ୍ଷତ୍ରିୟର ପତ୍ନୀ)
ପୁଅ ଝିଅ (ବିପରୀତ ଅର୍ଥରେ କନ୍ୟାସନ୍ତିନ ) ବୋହୂ (ପୁଅରପତ୍ନୀ)
ଭାଇ ଭଉଣୀ (ବିପରୀତ ଅର୍ଥରେ ରକ୍ତସଂପର୍କ) ଭାଉଜ (ଭାଇଙ୍କପତ୍ନୀ)
୮ । କେତେକ ବୈଦେଶିକ ଶବ୍ଦରେ ଓଡ଼ିଆ ପ୍ରତ୍ୟୟ ଯୋଗ କରି ଆମେ ଫୁଲିଙ୍ଗ ବାଚକ ଶବ୍ଦକୁ ସ୍ତ୍ରୀଲିଙ୍ଗ ବାଚକ ଶବ୍ଦରେ ପରିଣତ କରିଥାଏ । ଯଥା- ମାଷ୍ଟର + ଆଣୀ = ମାଷ୍ଟରାଣୀ \ ସାହେବ +ଆଣୀ = ସାହେବାଣୀ ।
ବଚନ :
ଏବେ ତଳେ ଦିଆଯାଇଥିବା ବାକ୍ୟଗୁଡ଼ିକୁ ପଢ଼ । ସେସବୁରେ ଥିବା କଳା ଓ ମୋଟା ଅକ୍ଷରର ପଦଗୁଡ଼ିକର ବ୍ୟବହାରକୁ ଲକ୍ଷ୍ୟକର ।
(କ) ପିଲାଟି ଖେଳୁଛି । ପିଲାମାନେ ଖେଳୁଛନ୍ତି ।
(ଖ) ମୋତେ ବହି ଖଣ୍ଡେ ଦିଅ । ମୋତେ ବହିଗୁଡ଼ିକ ଦିଅ ।
(ଗ) ଖରାରେ ନଈଟା ଶୁଖୁଗଲା । ଖରାରେନଈଗୁଡିକ ଶୁଖୁଗଲାଣି ।
କ- ବାକ୍ୟରେ ‘ପିଲାଟି' କହିଲେ ଜଣେ ପିଲାକୁ ନିର୍ଦ୍ଦେଶ କରୁଛି । ପିଲାମାନେ ପଦଟି ଏକରୁ ଅଧିକ ପିଲାଙ୍କୁ ବୁଝାଉଛି ।
ଖ- ବାକ୍ୟରେ 'ବହି ଖଣ୍ଡେ' କହିଲେ ଗୋଟିଏ ବହିକୁ ସୂଚାଉଛି । 'ବହି' ସହିତ 'ଗୁଡ଼ିକ ଯୋଗ ହେବାରୁ 'ବହିଗୁଡ଼ିକ ପଦଟି ଏକରୁ ଅଧିକ ବହିକୁ ବୁଝାଉଛି ।
ଗ- ବାକ୍ୟରେ 'ନଈ-ଟା' କହିଲେ ଗୋଟିଏ ନଈକୁ ନିର୍ଦ୍ଦେଶ କରୁଛି । 'ନଈଗୁଡିକ କହିଲେ ଏକରୁ ଅଧୁକ ନଈକୁ ବୁଝାଉଛି ।
ଯାହାଡ଼ାରା ପ୍ରାଣୀବାଚକ ଅଥବା ଅପ୍ରାଣୀବାଚକ ସଂଖ୍ୟା (ଏକ ବା ତହିଁରୁ ଅଧକ) ଗଣନା କରି ଜଣାପଡ଼େ ତାହାକୁ 'ବଚନ' କୁହାଯାଏ ।
ସଂସ୍କୃତ ଭାଷାରେ ଏକବଚନ, ଦ୍ୱିବଚନ ଓ ବହୁବଚନ ବ୍ୟବହାର କରାଯାଏ । ମାତ୍ର ଓଡ଼ିଆରେ ଦୁଇଟି ବଚନ ବ୍ୟବହାର କରାଯାଏ । ଏକ ଓ ଏକରୁ ଅଧୁକ- ଏପରି ଅର୍ଥରେ ଓଡ଼ିଆରେ ଦୁଇଟି ବଚନର ପ୍ରୟୋଗ କରାଯାଏ । ଯଥା- ଏକବଚନ ଓ ବହୁବଚନ ।
ଏକବଚନ :
ଯେଉଁ ପଦରୁ ବସ୍ତୁର ବା ପ୍ରାଣୀର ସଂଖ୍ୟା ଏକ ବା ଗୋଟିଏ ବୋଲି ଜଣାଯାଏ; ତାହା 'ଏକବଚନ' ପଦ । ଯଥା- କୁକୁର ଭୁକୁଛି \ କାଉ ରାବୁଛି \ ଘରଟେ ତୋଳିଲା \ ମୁଁ ଯିବି \ ଛାତ୍ରଟି ଲେଖୁଛି ।
ଏଠାରେ ରେଖାଙ୍କିତ ପଦଗୁଡ଼ିକ ଏକ ସଂଖ୍ୟାକୁ ବା ଗୋଟିକୁ ବୁଝାଉଛି । ତେଣୁ ଏଗୁଡ଼ିକ ଏକବବନ ପଦର ନମୁନା ।
ସାଧାରଣତଃ ଏକ ବବନରେ ଶବ୍ଦରେ କିଛି ଯୋଗ ହୁଏ ନାହିଁ । ଯଥା- ଘର ଭାଙ୍ଗିଗଲା \ ଗଛ ଲାଗିଲା \ ପିଲା ପଢୁଛି \ ଝିଅ ହସିଲାଣି । ମାତ୍ର ଓଡ଼ିଆରେ କେତେକ ସ୍ଥଳରେ ଏକବବନରେ ଏ, ଟା, ଟି, ଟି,ଏ, ଗୋଟିଏ, ଗୋଟାଏ, ଗୋଟେ, ଖଣ୍ଡିକ, ଖଣ୍ଡିଏ, ଖଣ୍ଡେ, ଓ ଗୋଟାକ ଇତ୍ୟାଦି ସୁଚକ ବା ଚିହ୍ନ ଭାବରେ ଲାଗିଥାଏ । ଏହି ସୂଚକଗୁଡ଼ିକ ମଧ୍ୟରୁ କେତେକ ପଦର ପର୍ବର ଓ କେତେକ ପଦର ପରେ ଲାଗିଥାଏ । ପଦର ପୂର୍ବର ମାଟଥିବା ଏକବବବର ସୂଚକଗୁଡ଼ିକୁ “ଅଭିଯୋଜକ' ଚିହ୍ନ କୁହାଯାଏ । ପଦର ପରେ ଲାଗିଥିବା ବଚନ କୁ ସଂଯୋଜକ ଚିହ୍ନ କୁହାଯାଏ । ତଳେ ଦିଆଯାଇଥିବା ରାଜ୍ୟଗୁଡ଼ିକୁ ପଢ଼ ଓ କଳାଅକ୍ଷରର ବଟନ ଚିହ୍ନଗୁଡ଼ିକୁ ଲକ୍ଷ୍ୟକର ।
(କ) ଗାଈ ଚରୁଛି । ସେ ଖଇଲା । ହଂସ ପହଁରୁଛି ।
(ଖ) ପିଲାଟି ନାଚୁଛି । ଲୋକଟିଏ ଆସୁଛି । ଘରଟେ କଲି । ଗାଡ଼ିଟା ବିକିଦେଲା । ଲୁଗାଖଣ୍ଡେ କିଣ ।
(ଗ) ଖଣ୍ଡିଏ ବହି କିଣିଲି । ଗୋଟିଏ ଜିନିଷ ମାଗିବି । ଗୋଟେ କଥା ବର । ମାତ୍ର ଗୋଟାଏ ପିଜୁଳି ଖାଇଲା ।
କ- ଭାଗରେ ତିନୋଟି ବାକ୍ୟ ରହିଛି । ତିନୋଟିଯାକୁ ବାକ୍ୟରେ ଗାଈ, ସେ, ହଂସ ପଦ ବର୍ଷା ରୂପରେ ବ୍ୟବହୃତ ହୋଇଛି । ମାତ୍ର ଏଠି ଗାଈ କହିଲେ ଗୋଟିଏ ଗାଈ, 'ସେ' କହିଲେ କେବଳ ଜଣେ ବ୍ୟକ୍ତି ଓ ହଂସ କହିଲେ ଗୋଟିଏ ହଂସସକୁ ବୁଝାଉଛି । ତେଣୁ ଏସବୁ ପଦରେ କିଛି ସଂଯୋଜକ ବା ଅଭିଯୋଜବ ପୂର୍ବରୁ ବା ପରେ ଭାରି ନଥିଲେ ବି ଏଗୁଡ଼ିକ ଏକବଚନରେ ବ୍ୟବହୃତ ହୋଇଥିବାର ସ୍ଵଷ୍ଟ ଜଣାପଡୁଛି ।
ଖ- ଭାଗରେ ପାଞ୍ଚଗୋଟି ବାକ୍ୟ ରହିଛି । ପିଲା, ଲୋକ, ଘର, ଗାଡ଼ି, ଲୁଗା,- ଏପରି ପାଞ୍ଚଟି ପଦ କର୍ତ୍ତା ରୂପରେ ବ୍ୟବହୃତ ହୋଇଛି । ଏସବୁ ପଦର ପରେ ଯଥାକ୍ରମେ ଟି (ପିଲା-ଟି), ଟିଏ (ଲୋକ-ଟିଏ), ଟେ (ଘର ଟେ), ଟା (ଗାଡ଼ି-ଟା), ଖଣ୍ଡେ (ଲୁଗା-ଖଣେ) ଇତ୍ୟାଦି ବଚନସୂଚକ ଚିହ୍ନ । ପଦ ଯୋଗ ହୋଇଛି । ଏଗୁଡ଼ିକ ‘ସଂଯୋଜକ' ଚିହ୍ନ ଭାବରେ ପଦର ପରେ ଲାଗିଛି ଏବଂ ପ୍ରତ୍ୟେକ (ବିଶେଷ୍ୟ) ପଦକୁ ସଂଖ୍ୟା ଦିଗରୁ ଏକ ବା ଗୋଟିଏ ବୋଲି ସୂଚେଇ ଦେଉଛି । ଅର୍ଥାତ- ପିଲାଟି କହିଲେ- ଜଣେ ପିଲା, ଲୋକଟିଏ କହିଲେ- ଜଣେ ଲୋକ । ବୋଲି ବୁଝାପଡୁଛି ।
ଗ- ଭାଗରେ ତିନୋଟି ବାକ୍ୟ ରହିଛି । ପ୍ରତ୍ୟେକ ବାକ୍ୟର କପଦ ଏକବଚନରେ ବ୍ୟବହୃତ ହୋଇଛି । ବହି, ଚିନିଷ, କଥା- ଇତ୍ୟାଦି ବିଶେଷ୍ୟ ପଦ ପୂର୍ବରୁ 'ଅଭିଯୋଜକ ଭାବରେ ଏକସଂଖ୍ୟାର ଅର୍ଥ ବୁଝାଇବା ପାଇଁ ଯଥାକ୍ରମେ ଖଣ୍ଡିଏ, ଗୋଟିଏ, ଗୋଟେ ଲାଗିଛି । ଖଣ୍ଡିଏ ବହି କହିଲେ- ବହିର ସଂଖ୍ୟା ଏକ, ଗୋଟିଏ ଜିନିଷ କହିଲେ କିନିଷର ସଂଖ୍ୟା ଏକ ଏପରି ବୁଝାଯାଉଛି ।
ଗଣାଯାଇପାରୁ ନଥିବା ବସ୍ତୁର ପରିମାଣକୁ ବୁଝାଉଥିଲେ ଓଡ଼ିଆରେ ସେହି ଅଗଣନୀୟ ପଦର ବହୁବଟନ ହୋଇପାରେ ନାହିଁ । ଏ ଦିଗରୁ ପାଣି, ବାଲି, ସୁନା, ପଥର ଇତ୍ୟାଦି କ୍ଷେତ୍ରରେ ସଂଖ୍ୟାବାଚକ ସୂଚକ ପଦ ଏହାର ପରେ ବା ପୂର୍ବରୁ ଯୋଗକରି ବହୁବଚନ ଅର୍ଥ ପ୍ରକାଶ କରାଯାଇପାରେ । ଯଥା- ପଖଣ୍ଡ ପଥର \ ଦୁଇ ମାଠିଆ ପାଣି \ ତିନି ତୁଳା ସୁନା \ ଦଶ ବସ୍ତା ବାଲି
ବଚନ ସଂପର୍କରେ କେତୋଟି ଜାଣିବା କଥା ।
(କ) ପ୍ରାଣୀବାଚକ ପଦ ପରେ ଟି, ଟା, ଟିଏ, ମାନେ ଇତ୍ୟାଦି ବଚନସୂଚକ ଗୁଡ଼ିକ ଲାଗିଥାଏ । ଯଥା- ପିଲାଟା \ପିଲାଟି \ ଗଛଟାଏ \ ଲୋକମାନେ \ ସେମାନେ \ ତୁମେମାନେ ।
(ଖ) ଅପ୍ରାଣୀବାଚକ ପଦ ପରେ ବଚନ ସୂଚକ ବା ସଂଯୋଜକ ପଦ ଭାବରେ ଗୁଡ଼ାକ, ଗୁଡ଼ିଏ, ଗୁଡ଼ିକ, ଗୁଡ଼େ, ଟେ, ଟାଏ, ଟି ଯୋଗ ହୋଇଥାଏ । ଯଥା- ବହିଗୁଡ଼ିକ, ପଥରଟାଏ ।
(ଗ) ଅନାଦର ଅର୍ଥରେ ପ୍ରାଣୀବାଚକ ଶବ୍ଦରେ ଗୁଡ଼ାକ, ଗୁଡ଼ିକ, ଗୁଡ଼ ଆଦି ବଚନ ପ୍ରତ୍ୟୟଯୋଗ ହୋଇପାରେ । ଯଥା- ପିଲାଗୁଡ଼େ \ ଲୋକଗୁଡ଼ାକ \ ଛେଳିଗୁଡ଼ିକ ।
(ଘ) ସେହିପରି ସମ୍ମାନ, ଆଦର ଓ ଗୁରୁତ୍ୱ ପ୍ରତିପାଦନ ଅର୍ଥରେ ଅପ୍ରାଣୀବାଚକ ପଦ ପରେ ପ୍ରାଣୀ ବାଚକ ବବନସୂଚକ 'ମାନେ, ମାନ, ଟି' ଇତ୍ୟାଦି ଲାଗିପାରେ । ଯଥା- ନଈମାନେ ମାତୃବତ୍ \ ପାହାଡଟି ସୁନ୍ଦର \ପଥରମାନ ସାକ୍ଷାତ୍ ଠାକୁର \ ବାଲିଗରଡ଼ାମାନେ ଶାଳଗ୍ରାମ ହୋଇଗଲେ ।
(ଙ) ବହୁବଚନର ଅଥବା ଏକବଚନର ସୂଚକଗୁଡ଼ିକୁ ଆମେ ଏକ ସମୟରେ ପଦର ପୂର୍ବରୁ ଏବଂ ପରେ ଉଭୟ ସ୍ଥାନରେ ଲଗାଇ ପାରିବା ନାହିଁ । ଉଦାହରଣଗୁଡ଼ିକୁ ଲକ୍ଷ୍ୟ କର :
ଶୁଦ୍ଧ ଅଶୁଦ୍ଧ
ଅନେକଲକ,ଲୋକମାନେ ଅନେକ ଲୋକମାନେ
ସବୁପିଲା, ପିଲାସବୁ ସବୁ ପିଲାମାନେ
ପ୍ରତ୍ୟେକ ଛାତ୍ରୀ ପ୍ରତ୍ୟେକ ଛାତ୍ରୀସବୁ
ପୁରୁଷ :
ବ୍ୟକ୍ତିବିଶେଷଙ୍କ ପାଇଁ ବିକଳ୍ପ ପଦ ଭାବରେ ମୁଁ, ଆମେ, ଆମେ, ତୁ ତୁମେ, ତୁମେମାନେ, ସେ, ସେମାନେ, ଆପଣ, ଆପଣମାନେ ପ୍ରଭୃତି ବ୍ୟବହୃତ ହୋଇଥାଏ । ଏଗୁଡ଼ିକୁ ବ୍ୟକ୍ତିବାଚକ (ସର୍ବନାମ) ପଦ କୁହାଯାଏ ।
ବ୍ୟକ୍ତିବାଚକ ପଦଗୁଡ଼ିକୁ ବକ୍ତା, ଶ୍ରୋତା ଓ ବିଷୟ ଉଦ୍ଦେଶ୍ୟ ଦିଗରୁ ତିନୋଟି ‘ପୁରୁଷ’ରେ ବିଭକ୍ତ କରାଯାଏ । ଯଥା- ପ୍ରଥମପୁରୁଷ, ଦ୍ଵିତୀୟପୁରୁଷ ଓ ତୃତୀୟ ପୁରୁଷ । ପ୍ରତ୍ୟେକ ପୁରୁଷର ଏକବଚନ ଓ ବହୁବବନ ରୂପ ରହିଛି ।
ପ୍ରଥମ ପୁରୁଷ :
ଯିଏ କହେ ବା ଯିଏ ନିଜେ ବକ୍ତା- ସିଏ ହେଉଛି 'ପ୍ରଥମ ପୁରୁଷ'। ବକ୍ତା ନିଜ ପାଇଁ 'ମୁଁ ବ୍ୟବହାର କରେ । ଯଥା- ମୁଁ ଖାଇବି \ ମୁଁ ଖାଇଲି । ବକ୍ତା ଓ ବକ୍ତାଙ୍କ ସହିତ ସମ୍ବନ୍ଧ ଥିବା ଅନ୍ୟମାନଙ୍କ ପାଇଁ ଓଡ଼ିଆ ଭାଷାରେ ଆମେ, ଆମେ, ଆମେମାନେ, ଆମେମାନେ ବ୍ୟବହୃତ ହୁଏ । ଯଥା- ଆମ୍ଭେ ଖାଇବା \ ଆମ୍ହେମାନେ ଖାଇବୁ । ପ୍ରଥମ ପୁରୁଷରେ ବ୍ୟବହୃତ ଶବ୍ଦଗୁଡ଼ିକର ରୂପ ଆମ ଭାଷାରେ ଏହିପରି
ଏକବଚନ ବହୁବଚନ ବାକ୍ୟରେ ବ୍ୟବହାର
ମୁଁ ଆମ୍ଭେ, ଆମ୍ଭେମାନେ,ଆମେମାନେ ମୁଁ ଯାଏ । ଆମ୍ଭେ ଯାଉ । ଆମ୍ଭେମାନେ ଯାଉ ।
ଦ୍ୱିତୀୟ ପୁରୁଷ :
ବକ୍ତାର କଥାକୁ ଯେ ଶୁଣେ ବା ଯେଉଁ ଶ୍ରୋତା ଉଦ୍ଦେଶ୍ୟରେ କୁହାଯାଏ- ତାହା ଦ୍ୱିତୀୟ ପୁରୁଷ ।
ଦ୍ୱିତୀୟ ପୁରୁଷ ଏକବଚନରେ ତୁ, ତୁମେ, ଆପଣ ବ୍ୟବହୃତ ହୁଏ । ସାଧାରଣ ଅର୍ଥରେ, ତୁଚ୍ଛ ଅର୍ଥରେ, ଅବଜ୍ଞା ଓ ଅନାଦର ଅର୍ଥରେ, ଅତି ଆପଣାର ଓ ସମସ୍ତର ତଥା କନିଷ୍ଠ ସ୍ତରର ବ୍ୟକ୍ତି ପାଇଁ ‘ତୁ' ବ୍ୟବହୃତ ହୁଏ । ସମ୍ମାନ ଓ ସମସ୍ତରୀୟ ଅର୍ଥରେ 'ତୁମେ’ ଓ ମାନ୍ୟାର୍ଥରେ ‘ଆପଣ' ବ୍ୟବହୃତହୁଏ । ଦ୍ୱିତୀୟ ପୁରୁଷ ବହୁବଚନ ପାଇଁ ଆପଣମାନେ, ତୁମେମାନେ ଓ ତୁମ୍ଭେସବୁ ବ୍ୟବହୃତ ହୁଏ । ଉଦାହରଣ ଗୁଡ଼ିକୁ ଲକ୍ଷ୍ୟକର -
ତୁ ପଢ଼ିବୁ \ ତୁମେ ପଢ଼ିବ \ ଆପଣ ପଢ଼ିବେ \ ତୁମେମାନେ ପଢ଼ିବ । ଆପଣମାନେ ପଢ଼ିବା ହେବେ ।
ତୃତୀୟ ପୁରୁଷ :
ବକ୍ତା ଓ ଶ୍ରୋତା ବ୍ୟତୀତ ଅନ୍ୟ ବ୍ୟକ୍ତିମାନଙ୍କୁ ତୃତୀୟ ପୁରୁଷ ଭାବରେ ବିବେଚନା କରାଯାଏ ।
ଯାହା ବିଷୟରେ ବା ଯେଉଁମାନଙ୍କ ସଂପର୍କରେ କିଛି କୁହାଯାଏ ବା ବର୍ଣ୍ଣନା କରାଯାଏ ସେହି ବ୍ୟକ୍ତି ବା ବ୍ୟକ୍ତିମାନେ 'ତୃତୀୟ ପୁରୁଷ' । ଯାହା ବିଷୟରେ କୁହାଯାଏ ସେହି ବ୍ୟକ୍ତି ଆଦରର ହୋଇଥିଲେ ତା' ପାଇଁ 'ସେ' ବ୍ୟବହୃତ ହୁଏ । ଯଥା- ସେ ଯିବ। ଯଦି ବ୍ୟକ୍ତି ଜଣଙ୍କୁ ସମ୍ମାନଯୋଗ୍ୟ ହୋଇଥା'ନ୍ତି ତେବେ ସେ ଯିବେ \ ସେ ଖାଇବେ ପ୍ରଭୃତି ବ୍ୟବହୃତ ହୁଏ \ ତୃତୀୟ ପୁରୁଷର ବହୁବଚନ ରୂପ ହେଉଛି ‘ସେମାନେ । ସେମାନେ ଯିବେ \ସେମାନେ ଖାଇବେ ।
ଏତଦ୍ ବ୍ୟତୀତ ଯେ, ଯିଏ, କେ, କିଏ, କେଉଁମାନେ, ଯେଉଁମାନେ, ଯାହାଙ୍କର, ଏବଂ ଅନ୍ୟାନ୍ୟ ସମସ୍ତ ନାମବାଚକ ଓ ବ୍ୟକ୍ତିବାଚକ ପଦ ତୃତୀୟ ପୁରୁଷ ଭାବରେ ବିବେଚିତ ହୁଏ । ଯଥା- ବାଳକ, ଛାତ୍ର, ରାମ, ଗଙ୍ଗା, ହିମାଳୟ, ଲତା, ଜଗନ୍ନାଥ, ଦ୍ଵାରିକା- ଇତ୍ୟାଦି ନାମବାଚକ (ବିଶେଷ୍ୟ) ପଦଗୁଡ଼ିକ ମଧ୍ୟ ତୃତୀୟ ପୁରୁଷ ଅଟନ୍ତି ।
No comments:
Post a Comment