ପଦ ପ୍ରକରଣ - ବିଶେଷ୍ୟ
ଯେକୌଣସି ପ୍ରକାରରଅନୁଭୂତି, ଧାରଣା, ଘଟଣା, ବିଚାର, ପ୍ରସଙ୍ଗ, ସମସ୍ୟା ଓ କାର୍ଯ୍ୟକୁ କେନ୍ଦ୍ରକରି ଆମ ମନରେ ନାନା ପ୍ରକାରର 'ଭାବ' ଜାତ ହୁଏ । ଗୋଟିଏ ପଛକୁ ଗୋଟିଏ, ତା ପଛକୁ ଆଉ ଗୋଟିଏ- ଏହିପରି : ପଛକୁ ପଛ : ଆମ ମନରେ 'ଭାବ' ଲାଗି ରହିଥାଏ । ବକ୍ତା ରୂପେ ଆପେ ମନର ଭାବକୁ ଅନ୍ୟଜଣଙ୍କ ନିକଟରେ ପ୍ରକାଶ କରିଥାଉ । ଅନ୍ୟଜଣେ ଆମ କଥାକୁ ଶ୍ରୋତା ଭାବରେ ଶୁଣିଥା’ରି ଓ ବୁଝିଥା'ନ୍ତି । ବକ୍ତା ଓ ଶ୍ରୋତା ମଧ୍ୟରେ କହିବା → ଶୁଣିବା → ବୁଝିବା ଦ୍ଵାରା ଭାବର ବିନିମୟ ଓ ସଂଚାର ଘଟିଥାଏ । ପରସ୍ପର ମଧ୍ୟରେ ଭାବର ସଞ୍ଚରଣ ଓ ବିନିମୟ କାର୍ଯ୍ୟଟି ଯାହା ମାଧ୍ୟମରେ ସମ୍ପାଦିତ ହୋଇଥୁଏ ତାହାକୁ 'ଭାଷା' କୁହାଯାଏ । ଏପରିକି ମନରେ ଚିନ୍ତା କରିବା ଓ ଚିନ୍ତାକୁ ପ୍ରକାଶ୍ୟ ରୂପ ଦେବା ପାଇଁ ଭାଷା ଆମକୁ ସାହାଯ୍ୟ କରିଥାଏ ।
ଆଗରୁ ଆମେ ଜାଣିସାରିଛେ ଯେ ଆମ ମୁଖରୁ ଭାବ ପ୍ରକାଶ ପାଇଁ ପ୍ରଥମେ ଧ୍ୱନି ସଙ୍କେତଗୁଡ଼ିଏ ଉଚ୍ଚାରିତ ହୁଏ । ଏହା ପଦ୍ଧତିବନ୍ଧ ଓ ଶୃଙ୍ଖଳିତ ହୋଇ ଉଚ୍ଚାରିତ ହେଲେ, ତାହା ଭାଷା ହୁଏ । ପଦ୍ଧତିବଦ୍ଧ ହେବା ଅର୍ଥ ଗୋଟିଏ । 'ପରେ ଗୋଟିଏ ଧୂନି ନିୟମ ଅନୁସାରେ ମିଶି ନିର୍ଦ୍ଦିଷ୍ଟ ଅର୍ଥ ପ୍ରକାଶ କରିବା । ମୁଖ ନିଃସୃତ ଧ୍ୱନି ସମୂହକୁ ଲେଖିବା ଓ ପଢ଼ିବା ଉଦେଶ୍ୟରେ ନିର୍ଦ୍ଦିଷ୍ଟ ଆକାର ବାରୂପଟିଏ ଦିଆଯାଇଥାଏ । ଏହି ରୂପକୁ ଆମେ ‘ବର୍ଣ୍ଣ' ବା ‘ଲିପି' କହିଥାଉ । ସୁତରାଂ ଯାହା ମୁହଁରେ ଉଚ୍ଚାରିତ ହୁଏ, ତାହା 'ଧ୍ୱନି' ଓ ମୁଖ ଉଚ୍ଚାରିତଧ୍ୱନିର ଲେଖା ରୂପକୁ 'ବର୍ଣ୍ଣ ବା ‘ଲିପି' କୁହାଯାଏ ।
ଏକ ବା ଏକାଧିକ ବର୍ଣ୍ଣ ମିଳିତ ହୋଇ ଅର୍ଥ ପ୍ରକାଶ କଲେ ତାହାକୁ 'ଶବ୍ଦ' କୁହାଯାଏ । ଏକ ବା ଏକାଧୁକ ବର୍ଷ ଦ୍ୱାରା ଗଢ଼ାଯାଇଥିବା ସାର୍ଥକ ଶବ୍ଦ ମିଳିତ ହୋଇ ଭାବପ୍ରକାଶ କଲେ ତାହାକୁ ‘ଉକ୍ତି' କୁ 'ବାକ୍ୟ' କୁହାଯାଏ । ସାର୍ଥକ ଓ ସ୍ୱାଧୀନ ହୋଇ ଭାବ ପ୍ରକାଶ କରୁଥିବା 'ଉକ୍ତି’କୁ 'ବାକ୍ୟ' କୁହାଯାଏ । ଭାବ ପ୍ରକାଶରେ ସମର୍ଥ ସାର୍ଥକ ଶବ୍ଦଗଡ଼ିକର ସମାହାର ହିଁ ‘ବାକ୍ୟ' । ବାକ୍ୟ ଭାଷାର ପ୍ରଧାନ ଅଙ୍ଗ । ମନେ ରଖିବାକୁ ହେବ ଯେ 'ଶବ୍ଦ ବା ଶବ୍ଦଗୁଡିକ 'ପଦ' ନୁହନ୍ତି । ବାକ୍ୟରେ ଶବ୍ଦ ଭାବବୋଧକୁ ହୋଇ ବ୍ୟବହୃତ ହେଲେ, ତାହାକୁ 'ପଦ' କୁହାଯାଏ ।
ଏବେ ତଳେ ଲେଖାଯାଇଥିବା ଉଦାହରଣଗୁଡ଼ିକୁ ଗୋଟିଏ ପରେ ଗୋଟିଏ ପଢ଼, ଲକ୍ଷ୍ୟକର ଓ ବୁଝା ।
(କ) ତ୍+ ଉ\ ଓ\ ସ୍+ ଏ\ ଗ + ଅ\ ଛି + ଅ\ ର୍+ ଏ \ପ୍ + ଆ\ ଣ୍ + ଇ \ ଦ୍ + ଇ \ ଅ ।
(ଖ) ତୁ + ଉ = ତୁ\ ଓ\ ସ୍+ ଏ = ସେ \ ଗ୍+ ଅ =ଗ\ଛ୍+ ଏ =ଛ\ର୍+ ଏ = ର\ ପ୍+ ଆ = ପା \ଣ୍ + ଇ = ଣି \ ଦ୍ + ଇ = ଦି \ଅ ।
(ଗ) ତୁ, ଓ, ସେ, ଗ+ ଛ = ଗଛ, ରେ, ପା +ଣି = ପାଣି, ଦି+ ଅ = ଦିଅ ।
(ଘ) ଡୁ, ଓ, ସେ, ଗଛ + ରେ = ଗଛରେ, ପାଣି, ଦିଅ ।
(ତ) ତୁ ଓ ସେ ଗଛରେ ପାଣି ଦିଅ ।
'କ'ଉଦାହରଣରେ ଥିବା ତ୍, ଉ, ଓ, ସ୍. ଏ. ସ୍, ଅ, ଗ୍, ଣ୍,ର୍, ଆ, ଦ୍, ଛି, ଅ, , ଏ, ପ୍ର, ଇ, ଦ, ଅ- ଏଗୁଡ଼ିକ ଗୋଟିଏ ଗୋଟିଏ ଧ୍ୱନି । ଏଗୁଡ଼ିକର ଅର୍ଥ ନାହିଁ । ମୁଖରୁ କେବବ ଉଚ୍ଚାରିତ ହୁଅନ୍ତି ଏଗୁଡ଼ିକ ମନର ଭାବକୁ ପ୍ରକାଶ କରିପାରିବି ନାହିଁ ।
'ଖ' ଉଦାହରଣରେ 'କ' ଉଦାହରଣରେ ଥିବା ଧ୍ୱନିଗୁଡ଼ିକ ମିଶିକରି ଓ କେତୋଟି ଏକକ ଭବରେ ରହିଛି । ପ୍ରତ୍ୟେକ ଗୋଟିଏ ଗୋଟିଏ ଅଲଗା ଧ୍ୱନିରୂପ । 'ଓ' - 'ଅ' – ଏ ଦୁରଟି ଏକକ ସ୍ୱରଧ୍ୱନି ରୂପ । ତୁ - ସେ – ଗ-ଛି – ରେ – ପ- ଣି – ଦି ଇତ୍ୟାଦି ରୂପରେ ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ବ୍ୟଞ୍ଜନଧ୍ୱ ଓ ସ୍ୱରଧ୍ୱନି (ଉ - ଏ - ଅ – ଇ) ଇତ୍ୟାଦି ମିଶିଛି । ଗୋଟିଏ ଗୋଟିଏ ଅଲଗା ରୂପ ଏହା ଦ୍ୱାରା ପ୍ରକାଶ ପାଇଛି । ମାତ୍ର ଏଗୁଡ଼ିକୁ ଛାଡ଼ି ଛାଡ଼ି ବା ଅଲଗା ଅଲଗା ଉଚ୍ଚାରଣ କରେ ଅର୍ଥ ପ୍ରକୌଶ ପାଇନାହିଁ । ଏଗୁଡ଼ିକ କେବଳ ଧ୍ୱନି ବୀ ଧ୍ୱନି ସମାହାର, ଭାଷା ନୁହନ୍ତି
“ଗ' ଉଦାହରଣରେ 'ଖ' ଉଦାହରଣରେ ଥିବା ଗ + ଛ, ପା +ଣି ଓ ଦି+ ଅ ମିଶି ଯଥାକ୍ରମେ 'ଗଛ', 'ପାଣି' ଓ 'ଦିଅ’ ତିନୋଟି ରୂପ ତିଆରି କରିଛନ୍ତି । ଏବେ ଏଗୁଡ଼ିକୁ ଉଚ୍ଚାରଣ କରାଯାଉ ବା ଲେଖାଯାହି- ତୁ, ଓ, ସେ, ଗଛ, ରେ, ପାଣି, ଦିଅ । ଏ ସବୁକୁ ରହି ରହି ଉଚ୍ଚାରଣ କରିବା ଦ୍ଵାରା ଆମେ ଜାଣିରେ ସେ ଗୁଡ଼ିକ ଏକ ଏକ ସାର୍ଥକ ଶବ୍ଦ । ମାତ୍ର 'ଗଛ' ଶବ୍ଦ ସହିତ 'ରେ’ଟି ଛାଡ଼ିକରି ରହିବାରୁ ବା ଅଲଗା ଉଚ୍ଚାରିତ ହେବାରୁ ସମ୍ପୂର୍ଣ୍ଣ ଅର୍ଥ ପ୍ରକାଶରେ ବାଧା ଘଟିଲା । ଆମେ ଏବେ ଏ ମିଶ୍ରିତ ଧ୍ୱନିରୂପ ବା ଶଦ୍ଦଗୁଡ଼ିକୁ ଏପଟପଟ କରି ଉଚ୍ଚାରଣ କରିବା ଅଥବା ଲେଖିବା । 'ଓ – ସେ – ତୁ – ରେ – ଗଛ – ଦିଅ – ପଣି’ – ଏପରି ଉଚ୍ଚାରଣ ବା ଲିଖନ ଦ୍ୱାରା କୌଣସି ଭାବ ଓ ଭାବର ଅର୍ଥ ପ୍ରକାଶ ପାଉନାହିଁ । ତେଣୁ ଶବ୍ଦଗୁଡ଼ିକ ଏଣୁତେଣୁ ଭାବରେ ନିୟମ ରହିତ ହେଇ ପ୍ରକାଶ ପାଇଲେ ତାହା ଭାଷା ହୁଏ ନାହିଁ ।
‘ଘ ଉଦାହରଣରେ 'ଗଛ' ଶବ୍ଦ ସହିତ ‘ରେ’କୁ ଯୋଗକରି 'ଗଛରେ' ଶଦ୍ଦଟିକୁ ଗଠନ କରାଯାଇଛି |ଏବେ ‘କ ଉଦାହରିଣର ଧ୍ୱନିଗୁଡ଼ିକୁ ଶୃଙ୍ଖବାବଦ୍ଧ ବା ନିୟମାନୁସାରେ ପଦ୍ଧତିବଦ୍ଧ କରି ଆସ ଉଚ୍ଚାରଣ କରିବା ବା ଲେଖିବା । ଯଥା- ତୁ ଓ ସେ ଗଛରେ ପାଣି ଦିଅ । ଏବେ ଆମେ ଏପରି ଭାବେ କହିବା ଓ ଲେଖିବା ଦ୍ଵାରା ପ୍ରତ୍ୟେକ ଶବ୍ଦ ଏକ ଏକ ସାର୍ଥକ ଶବ୍ଦ ରୂପେ ମିଶି 'ଙ' ଉଦାହରଣର ସାର୍ଥକ ଓ ପୂର୍ଣାଙ୍ଗ ବାକ୍ୟଟିକୁ ଗଠନ କଲେ । ଏହି ବାକ୍ୟଟି ହିଁ ଭାଷାର ପ୍ରଧାନ ଅଙ୍ଗ ରୂପେ ଭାବକୁ ପୂର୍ଣ୍ଣ ରୂପେ ବୁଝାଇ ପାରିଲା । ବାକ୍ୟରେ ବ୍ୟବହାର ହେବା ଦ୍ୱାରା ‘ତୁ - ଓ – ସେ – ଗଛରେ – ପାଣି – ଦିଅ' ପ୍ରତ୍ୟେକଟି ଶବ୍ଦ ଏକ ଏକ ପଦ ଭାବରେ ପରିଚିତ ହେଲା ।
ଅତଏବ ସାର୍ଥକ ଶବ୍ଦ ବାକ୍ୟରେ ବ୍ୟବହୃତ ହେଲେ ତାହାକୁ ‘ପଦ' ବୁହାଯାଏ ।
ଏବେ ତଳେ ଦିଆଯାଇଥିବା ତିନୋଟି ଉଦାହରଣକୁ ଦେଖ ।
(କ) ଆମ ଗାଁରେ ସ୍କୁଲଟିଏ ରହିଛି ।
(ଖ) ତେଣୁ ଆମେ ସହଜରେ ପାଠ ପଢ଼ି ପାରିଛୁ ।
(ର) ପାଠ ପଢ଼ିଛୁ ବୋଲି ସୁଖରେ ରହିଛି ।
ଏଠାରେ ତିନୋଟିଯାକ ବାକ୍ୟରେ ପାଠପଢ଼ା ଓ ତା’ର ପରିଣାମକୁ ନେଇ ଗୋଟିଏ ପରେ ଆଉ ଗୋଟିଏ ଭାବ ପଛକୁ ପଛ ଲାଗିଲାଗି ପ୍ରକାଶ ପାଇଛି । କ'- ବାକ୍ୟରେ 'ଆମ\ ଗାଁ-ରେ \ ସ୍କୁଲ-ଟିଏ \ ରହିଛି’ – ଚାରୋଟି ଶବ୍ଦ ପଦ ଭାବରେ ବ୍ୟବହୃତ ହୋଇଛି । 'ଖ' – ବାକ୍ୟରେ 'ତେଣୁ । ଆମେ \ସହଜ-ରେ\ପାଠ\ ପଢ଼ି \ପାରିଛୁ' - ଏପରି ଛଅଗୋଟି ଶବ୍ଦ ପଦ ରୂପରେ ବ୍ୟବହୃତ ହୋଇଛି । 'ଗ'- ବାକ୍ୟରେ 'ପାଠ\ ପଢ଼ିଛୁ \ ବୋଲି \ ସୁଖ-ରେ \ରହିଛି – ପାଞ୍ଚୋଟି ଶବ୍ଦ ପଦ ରୂପରେ ରହିଛି । ତିନୋଟିଯାକ ବୀଙ୍କରେ ଯଥାକ୍ରମେ ଆମ, ଗାଁ, ସ୍କୁଲ, କହିଁ, ତେଣୁ, ସହଜ, ପାଠ, ପଢ, ପାର, ବୋଲି, ସୁଖ, ଅଛୁ - ଏପରି' ଶବ୍ଦଗୁଡ଼ିକୁ ବ୍ୟବହାର କରିଛି ।
ଏଠାରେ ଶବ୍ଦ ବ୍ୟବହାର ଦୁଇଟି ଦିଗରୁ ହୋଇଛି । ଗୋଟିଏ ଦିଗ ହେଇଛି- ଶବ୍ଦରେ କିଛି ଯୋଗ ହୋଇନାହିଁ । ଅନ୍ୟ ଦିଗଟି ହେଉଛି- ଶବ୍ଦରେ କିଛି ଯୋଗ ହୋଇଛି । ଯଥା- ଆମ, ତେଣୁ, ପାଠ, ବୋଲି ଏଗୁଡ଼ିକରେ କିଛି ଯୋଗ ହୋଇନାହିଁ । ଅର୍ଥାତ ଏଗୁଡ଼ିକ ମୂଳ ରୂପକୁ ଅବିକଳ ଗ୍ରହଣ କରି ବାକ୍ୟରେ ପଦ ରୂପରେ ବ୍ୟବହୃତ ହୋଇଛି । ସୁଖ, ଗାଁ, ଗିଛି, ମଣିଷ, ପାଟି. ହାତ, ନଈ, ଆକାଶ, ପୁଇ- ଏପରି ଏକ ଏକ ଶୁଦ୍ଧ ବା କିଛି ଯୋଗ ହୋଇନଥିବା ମୂଳରୂପର ଶବ୍ଦ ।
ସେହିପରି ଉପରଲିଖିତ ଉଦାହରଣରେ- ଗାଁ + ରେ = ଗାଁରେ \ ସ୍କୁଲ + ଟିଏ = ସ୍କୁଲଟିଏ \ ରହ୍ + ଇ + ଅଛ୍ + ଇ = ରହିଛି \ ସହଜ + ରେ = ସହଜରେ \ ପଢ୍ + ଇ = ପଢ଼ି \ ପାର୍ + ଇ + ଅଛ୍ + ଉ = ପାରିଛୁ \ ପଢ୍ + ଇ + ଅଛି+ଉ = ପଢ଼ିଛୁ \ ସୁଖ + ରେ = ସୁଖରେ \ ରହ୍+ ଇ + ଅଛ୍ + ଉ = ରହିଛୁ ଇତ୍ୟାଦି ପଦରେ ମୂଳ ଶୁଦ୍ଧ ଶବ୍ଦ ରୂପଗୁଡ଼ିକରେ \ ରେ, ଟିଏ, ଇ, ଏ \ ପ୍ରଭୃତି ଯୋଗ କରାଯାଇ ଗୋଟିଏ ଗୋଟିଏ ମିଶ୍ର ରୂପ କରାଯାଇଛି । ଏହିପରି ଆଉ କେତୋଟି ଉଦାହରଣ- ଫୁଲରେ, ଗାଁଠୁ, ଗଛଦ୍ଵାରା, ମଣିଷମାନଙ୍କର, ମାଟିକୁ, ହାତକୁ, ନଈରେ, ଆକାଶକୁ, ବଳଦପାଇଁ- ଇତ୍ୟାଦି । ଏଥରୁ ଆମେ ଜାଣିଲେ ଯେ ଭାଷା ବ୍ୟବହାର କାଳରେ ବାକ୍ୟରେ ଯେତେ ଶବ୍ଦ ବ୍ୟବହାର ହୋଇଥାଏ ତହିଁରେ ଆବଶ୍ୟକ ଅନୁସାରେ କିଛି ଲାଗିନଥାଏ ଓ କେତେକ ସ୍ଥଳରେ କିଛି ନା କିଛି ଲାଗିଥାଏ ।
ଅତଏବ ଶବ୍ଦରେ କିଛି ଯୋଗ ହୋଇଥାଉ ବା ହୋଇନଥାଇ ତାହା ବାକ୍ୟରେ ବ୍ୟବହୃତ ହୋଇ ରାବ ପ୍ରକାଶ କଲେ ତାହାକୁ 'ପଦ' କୁହାଯାଏ ।
ପ୍ରତିପଦିକ ଓ ପ୍ରକୃତି
ବାକ୍ୟରେ ବ୍ୟବହୃତ ସାର୍ଥକ ଶବ୍ଦର ମୂଳରୂପକୁ ‘ପ୍ରାତିପଦିକ’ କୁହାଯାଏ । ପ୍ରତିପଦିକଗୁଡ଼ିକରେ କିଛି ବିଭକ୍ତି, ସୂଚକ, ଚିହ୍ନ, ପ୍ରତ୍ୟୟ ବା ଅନ୍ୟ ବର୍ଣ୍ଣ ଲାଗିଥାଏ । ତେଣୁ ଏଗୁଡ଼ିକ ଶୁଦ୍ଧ ରୂପ । ପ୍ରତିପଦିକକୁ ଶବ୍ଦର ମୂଳରୂପ ବା ମୂଳଶବ୍ଦ ଭାବରେ ବିଚାର କରାଯାଏ । ଅନ୍ୟ ଶବ୍ଦ ବା ବର୍ଷାଦି ବା ବର୍ଣ୍ଣାଦି ସୂଚକ ଏହା ସହିତ ମିଶି ବା ଯୋଗହୋଇ ଯୌଗିକ ଶବ୍ଦରୂପ ଗଠନ କରିପାରୁଥିବାରୁ ଶବ୍ଦର ମୂଳରୂପକୁ 'ପ୍ରାତିପଦିକ' କୁହାଯାଏ ।
ଯଥା – ଗଛ, ଫୁଲ, ମାଟି, ଚଢେଇ, ସୁଖ, ସହଜ- ଏଗୁଡ଼ିକ ପ୍ରାତିପହିକ ବା ମୂଳରୂପ । ଗଛ-ରେ, ଫୁଲ-କୁ, ପାଟି-ଦ୍ଵାରା, ସୁଖରେ, ସହଜରେ ଏକ ଏକ ଯୌଗିକ ଶବ୍ଦରୂପ । ମୂଳରୂପ ବା ‘ପ୍ରତିପଦିକ’ – ଗଛ, ଫୁର, ମାଟି, ସୁଖ, ସହଜ ଇତ୍ୟାଦିରେ । ରେ, କ, ଦାରା, ରେ, ରେ । ଇତ୍ୟାଦି ଯୋଗହୋଇ ଏ ଶବ୍ଦଗୁଡ଼ିକ ଯୁଇକ୍ତରୂପର ଶବ୍ଦ ଭାବରେ ଗଠିତ ହୋଇଛି ।
ଭାବପ୍ରକାଶ କାଳରେ ଆମେ ଯେଉଁ ଶବ୍ଦଗୁଡ଼ିକୁ ପଦ ରୂପେ ବ୍ୟବହାର କରିଥାଉ ତହିଁରୁ କେତେକ ପଦ କାର୍ଯ୍ୟକୁ ବୁଝାଇଥାଏ । ଯଥା – ରହିଛି, ପଡ଼ିଛୁ, ପାରିଛୁ, ଖାଇବ, କହେ, ଶୁଣିଲା ଇତ୍ୟାଦି । ଏ ପ୍ରକାର ଶବ୍ଦକୁ ‘କ୍ରିୟା' ବାଚକ ଶବ୍ଦ କୁହାଯାଏ । ବାକ୍ୟରେ ଏ ପ୍ରକାର ଶବ୍ଦକୁ 'କ୍ରିୟାପଦ' କୁହାଯାଏ । ଏ ଧରଣ କ୍ରିଯା ସୂକ ପହର ମୂଳରୂପ ପ୍ରାତିପାଦିତ ନୁହେଁ । ସାଧାରଣତଃ ପ୍ରତିପଦିକଗୁଡ଼ିକ କାତି, ବସ୍ତୁ, ପଦାର୍ଥ, ଗୁଣ, ପ୍ରାଣୀ ଓ ଅପ୍ରାଣୀବାଚକ ନାମକୁ ବୁଝାଇଥାଏ । ମାତ୍ର ଭାବ ପ୍ରକାଶ କାଳରେ ପ୍ରଣୀ ଅପ୍ରାଣୀବାଟକ ନାମକୁ ବୁଝାଇବା ନିଦ୍ଧିଷ୍ଟ କାର୍ଯ୍ୟର ପ୍ରକୃତ ବା ଅର୍ଥକୁ ବୁଝାଉଥିବାରୁ 'କ୍ରିୟା'ର ମୂବକୁ 'ପ୍ରକୃତି' କୁହାଯାଏ । କ୍ରିୟାବାଚକ ପଦିର ମୂଳରୂପ ବା ପ୍ରକୃତିକୁ 'ଧାତୁ' କୁହାଯାଏ ।
ପୂର୍ବରୁ ୩.୪ ଭାଗର 'କ-ଖ-ର' ଉଦାହରଣ ବାକ୍ୟ ତିନୋଟିରେ ବ୍ୟବହୃତ ହୋଇଥିବା ରହିଛି, ରହିଛୁ, ପାରିଛୁ, ପଢିଛୁ- କ୍ରିୟାପଦ ଚାରୋଟିକୁ ଦେଖ । ଏ ଚାରୋଟି କ୍ରିୟା ଏକ ଏକ ମିଶ୍ର ରୂପ । ଯଥା ରହ + ଇ + ଅଛ୍ + ଇ \ ରହ୍ + ଇ + ଅଛ୍ + ଉ\ ପାର୍ + ଇ + ଅଛ୍ + ଉ \ ପଢ୍+ ଇ + ଅଛ୍ + ଉ | ଏଠାରେ 'ରହ୍', 'ପାର୍' ଓ 'ପଢ୍' ଯଥାକ୍ରମେ ବହିଛି, ରହିଛୁ, ପାରିଛୁ: ଓ ପଢିଛୁ ଇତ୍ୟାଦି କ୍ରିୟାର ମୂଳରୂପ ବା ପ୍ରକୃତି । ରହ୍, ପାର୍ ଓ ପଢ୍ – ଏଗୁଡ଼ିକ ଏକ ଏକ 'ଧାତୁ' ।
ସୁତରାଂ ମନେ ରବାକୁ ହେବ- ଯେଉଁ ସାର୍ଥକୁ ସର୍ବନିମ୍ନ ମୂଳରୂପଟି କୌଣସି କାର୍ଯ୍ୟକୁ ବୁଝାଇଥାଏ ବା ସୂଚାଇଥାଏ ତାହାକୁ 'କ୍ରିୟା' କୁହାଯାଏ ଏବଂ କ୍ରିୟାର ମୂଳ ପ୍ରକୃତିକୁ ଧାତୁ' କୁହାଯାଏ ।
ଅତଏବ ଏଥିରୁ ଆମେ ଜାଣିବାକୁ ପାଇଲେ ଯେ
->ଉଭୟ ପ୍ରାତିପଦିକ ଓ ଧାତୁ ହେଉଛି ଶବ୍ଦର ମୂଳ ‘ପ୍ରକୃତି'।
->ମୂଳ ପ୍ରକୃତି ନାମବାଟକ (ପ୍ରାଣୀ । ଅପ୍ରାଣୀସୂଚକ) ହୋଇଥିଲେ ତହିଁରେ କିଛି ଲାଗିଥାଉ ବା ନଲାଗିଥାଉ ତାହା ପ୍ରାତିପଦିକ ଭାବରେ ବ୍ୟବହୃତ ହୁଏ । ଅର୍ଥାତ୍ ଶବ୍ଦମୂଳକ ପ୍ରାତିପଦିକ ଶୁଦ୍ଧ ରୂପରେ ଓ ମିଶ୍ର ରୂପରେ ଉଭୟ ଦିଗରୁ ବାକ୍ୟରେ ପଦ ରୂପରେ ବ୍ୟବହୃତ ହୁଏ । ଯଥା – ଫୁଲ ଫୁଲରେ, ପୁଲିଆ, ଫୁଲା, ଫୁଲକୁ, ଫୁଇଦ୍ଵାରା ।
->କ୍ରିୟାମୂଳକ ପ୍ରକୃତି ବା ଧାତୁରେ କିଛିନା କିଛି ଅର୍ଥକାରକ ସୂଚକ ଚିହ୍ନ, ପଦ, ପ୍ରତ୍ୟୟ ଯୋଗହେଲେ ତାହା 'କ୍ରିୟାପଦ' ଭାବରେ ବାକ୍ୟରେ ବ୍ୟବହୃତ ହୋଇପାରେ । ଯଥା-ପଢ୍+ଇ+ବ=ପଢ଼ିବ \ ପଢ୍+ଇଲ୍+ଆ=ପଢ଼ିଲା ।
ଶହ ଓ ପଦ ମଧ୍ୟରେ ପାର୍ଥକ୍ୟ
ସାଧାରଣତଃ ଶବ୍ଦଗୁଡ଼ିକ ଧ୍ୱନି ସମଷ୍ଟି ମୂଳକ ରୂପ । ମନେରଖ ଧ୍ୱନିଗୁଡ଼ିକ ଏପଟସେପଟ ହୋଇ ମିଶିଗଲେ ' ଶବ୍ଦ' ହୁଅନ୍ତି ନାହିଁ । ଧ୍ୱନିଗୁଡ଼ିକ ମିଶି ଅର୍ଥଟିଏ ପ୍ରଦାନ କଲେ ' ଶବ୍ଦ' ହୁଏ । ସୁତରାଂ ଶଦ୍ଦରୁ କେବଳ ଗୋଟିଏ । ଗୋଟିଏ ନିର୍ଦ୍ଦିଷ୍ଟ ଅର୍ଥ ପ୍ରକାଶ ପାଏ । ଯଥା- ଅ + ପ୍ + ଉ = ଅପୁ- ତିନୋଟି ଧ୍ୱନି (ସ୍ୱର + ବ୍ୟଞ୍ଜନ + ସ୍ୱର) ମିଶିଛି । ମାତ୍ର ଅର୍ଥ ପ୍ରକାଣ ପାଉନାହିଁ । ତେଣୁ ଏହା ଶବ୍ଦ ନୁହେଁ । ଏହି ସମାନ ଧ୍ଵନିକୁ ଏବେ 'ପ୍ + ଉ +ଅ' ଏପରି ଭାବରେ ସଜାଇଦେଲେ ବା ନିୟମବଦ୍ଧ କରି ଉଚ୍ଚାରଣ କଲେ 'ପୁଅ' ଉଚ୍ଚାରିତ ହେବ । ଏହା ଏକ ସାର୍ଥକ , ଧ୍ୱନି ସମଷ୍ଟି । ଏଠି ଧନି ତିନୋଟି ମିଶି ପୁରୁଷବାଚକ ସମ୍ମାନର ଅର୍ଥ ପ୍ରକାଶ କରୁଛି । ତେଣୁ ଏହା ସାର୍ଥକ ଶବ୍ଦ । କେବଳ ସାର୍ଥକ ଶବ୍ଦ କହିଦେଲେ କି ଲେଖିଦେଲେ ଭାବ ପ୍ରକାଶ ପାଏ ନାହିଁ । ଯଥା- ବାଟ ପାଠ ମଣିଷକୁ ବତାଏ \ ବତାଏ ବାଟ ପାଠ ମଣିଷକୁ \ ବାଟ ମଣିଷକୁ ବତାଏ ପାଠ । - ଏ ତିନୋଟି ଉଦାହରଣରେ ବାଟ, ପାଠ, ମଣିଷକୁ, ବିତାଏ- ଚାରୋଟି ଶବ୍ଦ ରହିଛି । ପ୍ରତ୍ୟେକ ଶବ୍ଦର ସ୍ୱତନ୍ତ୍ର ଓ ନିର୍ଦ୍ଦିଷ୍ଟ ଅର୍ଥ ରହିଛି । ମାତ୍ର ଚାରୋଟିଯାକ ଶବ୍ଦ କୌଣସି ବାକ୍ୟରେ ଶୃଙ୍ଖଳିତ ହୋଇ ବ୍ୟବହୃତ ହୋଇନଥିବାରୁ ଭାବଟିଏ ସମ୍ପୂର୍ଣ୍ଣ ରୂପେ ସ୍ପଷ୍ଟ ଭାବରେ ପ୍ରକାଶ ପାଇପାରୁନାହିଁ । ଏଥିରୁ ଜଣାଗଲା ସାର୍ଥକ ଶବ୍ଦ ଯେମିତିସେମିତି ମିଶିଗଲେ ବାକ୍ୟ ବା ଭାବ ପ୍ରକାଶ ଯୋଗ୍ୟ ବାକ୍ୟ ହୁଏ ନାହିଁ । ଏଠାରେ ତିନୋଟିଯାକ ଉଦାହରଣ ଭାବ ପ୍ରକାଶରେ ନିରର୍ଥକ ଓ ଅସମର୍ଥ । ତେଣୁ ବାକ୍ୟ ନୁହନ୍ତି । ଏ ସବୁରେ ଥିବା ଶବ୍ଦଗୁଡ଼ିକ ‘ପଦ' ନୁହନ୍ତି । କେବଳ ଗୋଟିଏ ଗୋଟିଏ ଅର୍ଥଯୁକ୍ତ ଶବ୍ଦ ମାତ୍ର ।
ଏବେ ସେହି ଚାରୋଟି ଶବ୍ଦକୁ ଆମେ ଏପରି ଭାବେ ସଜାଇଦେବା- ‘ପାଠ ମଣିଷକୁ ବାଟ ବତାଏ । ପ୍ରତ୍ୟେକ ଶବ୍ଦ ଏହି ବାକ୍ୟରେ ସାର୍ଥକ । ପ୍ରତ୍ୟେକ ଶହ ଶୃଙ୍ଖଳାର ସହିତ ମିଶିବାରୁ ଗୋଟିଏ ପୂର୍ଣ୍ଣାଙ୍ଗ ଭାବ ପ୍ରକାଶ ପାଇଛି । ପୂର୍ଣ୍ଣାଙ୍ଗ ଭାବଟିଏ ପ୍ରକାଶ ପାଉଥିବାରୁ ଏହା ଏକ ସାର୍ଥକ ଭାବବୋଧକ ଭକ୍ତି ବା ବାକ୍ୟ ହୋଇପାରିଛି । ଏ ବାକ୍ୟରେ ଚାରୋଟି ଶହ ଚାରୋଟି ଅଂଶ ରୂପରେ ବିନ୍ୟସ୍ତ ବା ବ୍ୟବହୃତ ହୋଇଛି ।
ଯଥା-
ପାଠ - ପ୍ରଥମ- ଅଶଂ.
ମଣିଷକୁ (ମଣିଷ + କୁ) - ଦ୍ଵିତୀୟ ଅଂଶ ବାଟ
ବାଟ - ତୃତୀୟ ଅଂଶ
ବଦାଏ - ଚତୁର୍ଥ
ଏଥିରୁ ଜଣାଗଲା 'ବାକ୍ୟର ପ୍ରତ୍ୟେକ ଅଂଶରେ ସାର୍ଥକ ଓ ସ୍ଵାଧୀନ ରୂପେ ବ୍ୟବହୃତ ହୋଇ ଭାବବୋଧ କରୁଥିବା ଶବ୍ଦକୁ 'ପଦ' କୁହାଯାଏ । ଅର୍ଥାତ୍ ବାକ୍ୟର ପ୍ରତ୍ୟେକ ଭାବବେଧକ ଅଂଶ ହିଁ 'ପଦ' ।
ଆମେ ଓଡ଼ିଆରେ ଯେତେ ଭଙ୍ଗୀରେ ଯେତେ ପ୍ରକାର ବାକ୍ୟ ବ୍ୟବହାର କରିଥାଉ ସେ ସବୁରେ 'ଶକ ଓ 'ଧାତୁ ମୂଳକ ପ୍ରକୃତିଟି ପ୍ରତ୍ୟୟ ଯୁକ୍ତ ହୋଇ (କେତେକ ସ୍ଥଳରେ ପ୍ରକୃତି ବର୍ଷା ଓ କର୍ମପଦ ଭାବରେ କେବଳ ମୂଳଶବ୍ଦ ବା ପ୍ରାତିପଦିକ ରୂପରେ ରହିଥାଏ ମଧ୍ୟ) ପଦ ରୂପରେ ବ୍ୟବହୃତ ହୋଇଥାଏ । ବାକ୍ୟରେ ଆପେ ଯେତେ ପ୍ରକାରର ପଦ ବ୍ୟବହାର କରିଥାଉ– ସେ ସବୁକୁ ପାଞ୍ଚୋଟି ଭାଗରେ ବିଭକ୍ତ କରାଯାଇଥାଏ ।
ଯଥା- ବିଶେଷ୍ୟ, ସର୍ବନାମ, ବିଶେଷଣ, ଅବ୍ୟୟ ଓ କ୍ରିୟା ।
ମନେରଖ : ଆମେ ବ୍ୟବହାର କରୁଥିବା ପାଞ୍ଚ ପ୍ରକାରର ପଦ ମଧ୍ୟରୁ ବିଶେଷ୍ୟ, ବିଶେଷଣ, ସର୍ବନାମ ଓ ଅବ୍ୟୟ ପଦର ମୂଳରୂପ ବା ପ୍ରକୃତି ହେଉଛି- 'ପ୍ରାତିପଦିକ' । ପ୍ରାତିପଦିକରେ ପ୍ରତ୍ୟୟ ଲାଗି ବିଭିନ୍ନ ପଦ ଗଠିତ ହୁଏ । ଯଥା- ଏ-ଏଇଟି, ଏଇଟାକୁ \ ଏହା-ଏହାଠାରୁ, ଏହାପାଇଁ \ ନଈ-ନଈକୁ, ନଈରେ \ ପିଲା-ପିଲାର, ପିଲାମାନଙ୍କୁ... ଇତ୍ୟାଦି ।
ସେହିପରି କାର୍ଯ୍ୟ ସୂଚକ ପଦର ମୂଳ ପ୍ରକୃତି ହେଉଛି- 'ଧାତୁ' । 'ଧାତୁ ପ୍ରକୃତିରେ ବିରକ୍ତି ସୂଚକ ପ୍ରତ୍ୟୟ ବା ସୂଚକ ଯୋଗହୋଇ କ୍ରିୟାପଦ ଗଠିତ ଓ ବ୍ୟବହୃତ ହୁଏ । ଯଥା- ପଢ୍ + ଇ = ପଢ଼ି \ ପଢ୍ + ଇଲ୍ + ଏ = ପଢିଲେ \ ପଢ୍ + ଇବ୍ + ଏ = ପଢ଼ିବେ । ପ୍ରାତିପଦିକଗୁଡ଼ିକ ଏକରୂପ ବିଶିଷ୍ଠ ହୋଇ ଓ ଏକାଧିକ ରୂପ ବିଶିଷ୍ଟ ହୋଇ ପଦ ରୂପରେ ବ୍ୟବହୃତ ହୋଇଥାଏ ।
ଯଥା-
ଏକରୂପ ବିଶିଷ୍ଟ - ଗଛ, ମାଛ, ପଛ, ଗାଈ, ଝିଅ, ଅଜା |
ଏକାଧକ ରୂପ ବିଶିଷ୍ଟ- ଗଛଗୁଡ଼ିକ \ ମାଛମାନକୁ \ ପଛରେ \ ଗାଈମାନଙ୍କର \ ଝିଅଠାରେ (ଗଛ + ଗୁଡ଼ିକ \ ମାଛ + ମାନ + ଙ୍କୁ \ ଗାଈ + ମାନ + ଙ୍କୁ + ର... ଇତ୍ୟାଦି)
୩.୮: ବିଶେଷ୍ୟ ପଦ
ତଳେ କେତୋଟି ବାକ୍ୟ ଲେଖାଯାଇଛି । ବାକ୍ୟଗୁଡ଼ିକୁ ପଢ଼ । ସେ ସବୁରେ ଥିବା କଳା ଓ ବଡ଼ ଅକ୍ଷରର ପଦଗୁଡ଼ିକୁ ଲକ୍ଷ୍ୟ କର ।
(କ) ୧୯୦୯ ମସିହା ଅଗଷ୍ଟ ମାସ ।
(ଖ) ୧୯ ଜଣ ଛାତ୍ରକୁ ନେଇ ସତ୍ୟବାଦୀଠାରେ ବିଦ୍ୟାଳୟ ପ୍ରତିଷ୍ଠା ହେଲା ।
(ଗ) ବିଦ୍ୟାଳୟଟି ଯୁବସମାଜଙ୍କ ପାଇଁ ଏକ ଡାକରା ଥିଲା ।
(ଘ) ଗୋପବନ୍ଧୁକ ଡାକରାରେ ଓଡ଼ିଶାର ସବୁଆଡୁ ପିଲାମାନେ ଆସିଥିଲେ ।
(ଙ) ବସିବାକୁ ଚୌକି ନଥିଲା । ଛାତ୍ରମାନେ ବଉଳ ଗଛତଳେ ବସି ପଢୁଥିଲେ ।
(ଚ) ସେଠି ପଢ଼ିଥିବା ପିଲାମାନେ ଓଡ଼ିଶାର ମାଟି, ପାଣି, ପବନରେ ମୈତ୍ରୀ, ପ୍ରୀତି ଓ ତ୍ୟାଗର ଭାବ ଖେଳାଇ ଦେଇଥିଲେ ।
ଏବେ ଏସବୁ ଦୃଷ୍ଟାନ୍ତ ମୂଳକ ବାକ୍ୟରେ ବଡ଼ ବଡ଼ ଅକ୍ଷରରେ ଲେଖାଯାଇଥିବା ପଦଗୁଡ଼ିକର ସ୍ଵାତନ୍ତ୍ର୍ୟ ଓ ଭେଦକୁ ବିଚାର କରିବା ।
କ-ବାକ୍ୟରେ : 'ଅଗଷ୍ଟ'- ଇଂରାଜିରେ ପ୍ରଚଳିତ ଏକ ମାସର ନାମ ।
ଖ-ବାବ୍ୟରେ : 'ଛାତ୍ର- ଏକ ନିର୍ଦ୍ଦିଷ୍ଟ ଶ୍ରେଣୀ ବା ବର୍ଗର ମଣିଷ ଜାତିର ନାମ ।
'ସତ୍ୟବାଦୀ'- ଏକ ସ୍ଥାନର ନାମ ।
ଗ-ବାକ୍ୟରେ : ବିଦ୍ୟାଳୟ'- ଏକ ନିର୍ଦ୍ଦିଷ୍ଟ ଅନୁଷ୍ଠାନମୂଳକ ଜାତିର ନାମ ।
'ଡାକରା’- ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟର ନାମ ।
ଘ-ବାକ୍ୟରେ : 'ଗୋପବନ୍ଧୁ'- ଜଣେ ବ୍ୟକ୍ତିଙ୍କ ନାମ ।
'ଓଡ଼ିଶା’- ଗୋଟିଏ ନିର୍ଦ୍ଦିଷ୍ଟ ରାଜ୍ୟର ନାମ ।
'ପିଲା – ନିର୍ଦ୍ଦିଷ୍ଟ ବୟସ ସୀମାର ମଣିଷ ଜାତିର କାମ ।
ଙ-ବାକ୍ୟରେ : ‘ବସିବା'- ଏକ କାର୍ଯ୍ୟର ନାମ ।
'ଚୌକି'- ଏକ ବସ୍ତୁଭିରିକ ଜାତିବାଚକ ନାମ ।
'ବଉଳ- ଏକ ନିର୍ଦ୍ଦିଷ୍ଟ ଗଛର ନାମ ।
ଚ-ବାକ୍ୟରେ : ‘ମାଟି \ପାଣି \ ପବନ’- ଏକ ଏକ ନିର୍ଦ୍ଦିଷ୍ଟ ବସ୍ତୁର ନାମ ।
'ମୈତ୍ରୀ \ପ୍ରୀତି \ ତ୍ୟାଗ'– ଗୋଟିଏ ଗୋଟିଏ ଗୁଣ ବା ଭାବର ନାମ ।
କେବଳ ଆମ ଓଡ଼ିଆ ଭାଷାରେ ନୁହେଁ, ପୃଥିବୀର ସବୁ ଭାଷାରେ ଏହିପରି ଅନେକ ନାମ ଭରପୂର, ରହିଛି । ନାମମୟ ଏ ପୃଥିବୀର ଭାବ ବ୍ୟବସ୍ଥାରେ ପ୍ରାଣୀ-ଅପ୍ରାଣୀ ଭେଦରେ ଆମେ ଅନେକ କାମକୁ ବ୍ୟବହାର କରିଥାଉ । ନାମଗୁଡ଼ିକ ମୁଖ୍ୟତଃ ସଂଜ୍ଞା ସୂଚକ ବା ସ୍ଵତନ୍ତ୍ର ପରିଚିତିର ସଙ୍କେତ । ସଜୀବ ହେଉ କି ନିର୍ଜୀବ ହେଉ ପୃଥିବୀର କୌଣସି ଗୋଟିଏକୁ ଅନ୍ୟଠାରୁ ଅଲଗା କରି ସ୍ୱତନ୍ତ୍ର ରୂପେ ଚିହ୍ନାଇଦେବା ପାଇଁ ଆମେ ଅଲଗା ଅଲଗା ନାମ ।
ଦେଇଥାଉ । ଏହି ସ୍ୱତନ୍ତ୍ର ନାମ ହିଁ ଗୋଟିଏ ପଦାର୍ଥ, ଗୁଣ, ଜାତି, ଅବସ୍ଥା, କ୍ରିୟା, ଭାବ ଓ ପ୍ରାଣୀକୁ ଅନ୍ୟଠାରୁ ପୃଥକ କରି ଚିହ୍ନିବାରେ ସାହାଯ୍ୟ କରେ ।
ଭାଷାରେ ବ୍ୟବହୃତ 'ବାମ’ଗୁଡ଼ିକ କୌଣସି ନା କୌଣସି ସଜୀବ ଅଥବା ନିର୍ଜୀବର ଜୀତି, ଗୁଣ, ଅବସ୍ଥା ଓ କାର୍ଯ୍ୟାଦିକୁ ବୁଝାଇଥାଏ । ସୁତରା ବାକ୍ୟରେ ବ୍ୟବହୃତ ଯେଉଁ ପଦ କୌଣସି ପ୍ରକାରର ସଂକ- ସଙ୍କେତ
ହୋଇଥାଏ ବା ନାମକୁ ବୁଝାଏ, ତାହାକୁ 'ବିଶେଷ୍ୟ ପଦ କୁହାଯାଏ ।
ବାକ୍ୟରେ ବିଶେଷ୍ୟ ପଦ ଯେକୌଣସି ବ୍ୟକ୍ତି, ପ୍ରାଣୀ, ଜାତି, ବସ୍ତୁ, ଗୁଣ, ଅବସ୍ଥା ଓ କ୍ରିୟାର ନାମକୁ ନିର୍ଦ୍ଦିଷ୍ଟ କରି ବୁଝାଇ ଦେଇଥାଏ । ଆମ ଭାଷାରେ ବ୍ୟବହାର କରାଯାଉଥିବା ବିଶେଷ୍ୟ ପଦକୁ ପାଞ୍ଚ ଭାଗରେ ବିଭକ୍ତ କରାଯାଇଛି ।
ଯଥା
(କ) ନାମ ବା ସଂଜ୍ଞାବାଚକ ବିଶେଷ୍ୟ,
(ଖ) କାତିବାଚକ ବିଶେଷ,
(ଗ) ବସ୍ତୁବାଚକ ବିଶେଷ୍ୟ
(ଘ) ଗୁଣ ବା ଅବସ୍ଥାବାଚକ ବିଶେଷ୍ୟ,
(ତ) କ୍ରିୟାବାଚକ ବିଶେଷ୍ୟ ।
.
ନାମ ବା ସଂଜ୍ଞାବାଚକ ବିଶେଷ୍ୟ
ଆମେ ଜାଣୁଥାଉ ଯେ ବିଶେଷ୍ୟ ପଦଗୁଡ଼ିକ ନିର୍ଦ୍ଦିଷ୍ଟତାର ସୂଚକ । ନିର୍ଦ୍ଦିଷ୍ଟ ଭାବରେ କୌଣସି ଜଣକୁ (ପ୍ରାଣୀ\ ମନୁଷ୍ୟ) ଅଥବା ଗୋଟିଏକୁ (ଜିନିଷ \ ନିର୍ଜୀବ ସ୍ୱରୂପକୁ) ସେହି ସମଜାତୀୟ ଅନ୍ୟମାନଙ୍କ ବା ଅନ୍ୟଗୁଡ଼ିକଠାରୁ ଅଲଗା କରି ଚିହ୍ନାଇଦେବା ପାଇଁ ଆମେ ବ୍ୟକ୍ତି, ପ୍ରାଣୀ, ପଶୁ, ପକ୍ଷୀ, ନଦୀ, ଦେଶ, ସହର, ଗାଁ, ସ୍ଥାନ, ଗଛ, ପର୍ବତ, ପୁର, ବହି ଇତ୍ୟାଦିକୁ ଭିନ୍ନଭିନ୍ନ ନାମ ଦେଇଥାଉ । ଉଦାହରଣ କେତୋଟିକୁ ଲକ୍ଷ୍ୟ କର ।
(କ) ସୁରେଶ ପରି ପରେଶ ବି ଭଲ ଖେଳି ଓ ପଢ଼ି ।
(ଖ) ମହାନଦୀ ଓ ବୈତରଣୀ ଓଡ଼ିଶାର ଦୁଇଟି ବଡ଼ ନଦୀ ।
(ଗ) ତୁଳସୀ, ବେଲ ଓ ସାହାଡ଼ା ଗଛକୁ ଆମେ ପୂଜା କରିଥାଉ ।
(ଘ) ରାମାୟଣ, ମହାଭାରତ ଓ ଭାଗବତ ଆମ ଭାଷାର ମହାନ୍ତି ଗ୍ରଛି ।
ଏବେ ଏହି ଚାରୋଟିଯାକ ବାକ୍ୟରେ ଥିବା ବଡ଼ ଅକ୍ଷରର ପଦଗୁଡ଼ିକୁ ବିଚାର କରିବା ।
କ- ବାକ୍ୟରେ: ସୁରେଶ ଓ ପରେଶ ଦୁଇଜଣ ନିର୍ଦ୍ଦିଷ୍ଠ ଛାତ୍ରଙ୍କ ନାମ । ଆମ ପରିଚିତ ଜଗତରେ ଏପରି ଅନେକ ଛାତ୍ର ବା ବ୍ୟକ୍ତିଙ୍କ ନାମ ରହିଛି । ରାମ, ଗୋପାଳ, ନରେଶ, ବ୍ରଜେଶ- ଏପରି ଅନେକ ନାମର ବ୍ୟକ୍ତିକ ଭିତରୁ ସୁରେଶ ଓ ପରେଶ କହିଲେ -ଦୁଇଜଣ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଭଲ ଛାତ୍ର ଓ ଖେଳାଳି ଭାବରେ ଦର ବାକ୍ୟରେ ଚିହେବା ।
ଖ-ବାକ୍ୟର: 'ଓଡ଼ିଶାରେ ଥିବା ଅନେକ :ନଦୀ ମଧରୁ ମହାନଦୀ ଓ ବୈତରଣୀ ଏକ ଏକ ନିର୍ଦ୍ଦିଷ୍ଟ ନଦୀର ନାମକୁ ସୂଚଉଛି । ଏହିପରି ବ୍ରାହ୍ମଣୀ, ଦେବୀ କଆଖଇ, ଭାର୍ଗବୀ, ଋଷିକଲ୍ୟା ଓ କବ୍, ଇତ୍ୟାଦି ଏବୁ ଏକ ନଦୀର ନାମ । ଏ ନାମଚୁଡ଼ିବ ଅନେବରୁ ଗୋଟିଏ ଓ ନିର୍ଦ୍ଦିଷ୍ଟ କାମ ।
ଗ - ବାକ୍ୟରେ : ଆମ ଚାରିପାଖରେ ରହିଥବା ନାନା ପ୍ରକାର ଗଛ ମଧ୍ୟରୁ ପୂଜାଯୋଗ୍ୟ ତିନୋଟି ସ୍ୱତନ୍ତ୍ର ଓ ନିର୍ଦ୍ଦିଷ୍ଟ ଗଛର ନାମ ହେରୁଛି- ତୁଳସୀ, ବେଲ ଓ ସାହାଡା । ପ୍ରତ୍ୟେକ ଗୋଟିଏ ଗୋଟିଏ ସ୍ୱତନ୍ତ୍ର ନାମ । ଏ କହିବେ- ଆମେ ଅନ୍ୟ କୌଣସି ପ୍ରକାର ଗଛକୁ ବୁଝିବା ନାହିଁ ।
ଘ– ବାକ୍ୟରେ : ରୀମାୟଣ, ମହାଭାରତ ଓ ଭାଗବତ ତିନୋଟି ନିର୍ଦ୍ଦିଷ୍ଟ ଗ୍ରନ୍ଥର ନାମ । ଆମ ଭାଷାରେ ଅନେକ ଗ୍ରନ୍ଥି ରହିଛି । ମାତ୍ର ଆମେ ରମାୟଣ ଅଥବା ମହାଭାରତ କିୟା ଭାଗବତ କହିଲେ ଅନ୍ୟ କୌଣସି ବହିକୁ ବୁଝିବା ନାହିଁ । ଅନେକ ବହି ମଧ୍ୟରୁ ଗୋଟିଏ ନିର୍ଦ୍ଦିଷ୍ଟ ବହିକୁ ଚିହ୍ନାଇବା ପାଇଁ ଗୋଟିଏ ନିର୍ଦ୍ଦିଷ୍ଟ ନାମ ଦିଆଯାଇଛି ।
ଏଥିରୁ ଆମେ ଜୀଣିପାରିରେ ଯେ, ସମଜାତୀୟ ପ୍ରାଣୀ-ଅପ୍ରାଣୀର ସମଷ୍ଟି ବା ବହୁ ପ୍ରକାରର ସମାହାର ମଧ୍ୟରୁ ନିର୍ଦ୍ଦିଷ୍ଟ ଭାବରେ ଜଣକୁ ବା ଗୋଟିଏକୁ ପୃଥକ୍ କରି ବିହ୍ନାଇଦେବା ପାଇଁ ଆମେ ବାକ୍ୟରେ ବାଇଁ, ପଶୁ, ପକ୍ଷୀ, ନଦୀ, ସହର, ସ୍ଥାନ, ବହି, ଦେଶ ଇତ୍ୟାଦିକୁ ଭିନ୍ନଭିନ୍ନ ନାମ ଦେଇ ପଦ ରୂପରେ ବ୍ୟବହାର କରିଥାଉ । ଏହି ନାମ ସମଜାତିର ଏକ ଅଂଶକୁ ସୂଚିତ କରେ । ସମୂହର ଏକକ ଅଂଶବିଶେଷ 'ନାମ'କୁ 'ସଂଜ୍ଞା’ କୁହାଯାଏ ।
ଯେଉଁ ପଦଗୁଡ଼ିକ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି, ଦେଶ, ଫୁଲ, ଫଳ, ସହର, ନଦୀ, ପୁସ୍ତକ, ଲେଖକ... ଇତ୍ୟାଦିର ଏକକ ନାମକୁ ବୁଝାଏ ବା’କୁ ନାମବାଚକ ବା ସଂଜ୍ଞାବାଚକ ବିଶେଷ୍ୟ କୁହାଯାଏ ।
ନିର୍ଦ୍ଦିଷ୍ଟ ରୂପେ ଅନେକରୁ ଜଣକର ବା ଗୋଟିକର ନାମକୁ 'ନାମବାଚକ ବିଶେଷ୍ୟ' କୁହାଯାଏ ।
ମନେ ରଖିବାକୁ ହେବ ନାମବାଚକ ବିଶେଷ୍ୟ ଜଣେ ବ୍ୟକ୍ତି ବା ମନୁଷ୍ୟକୁ ବୁଝାଇଲେ ତାହାକୁ 'ବ୍ୟକ୍ତିଙ୍କ ବିଶେଷ’ କୁହାଯାଏ । ଯଥା- ରାମ, ସନାତନ, ବୈଷ୍ଣବ, ମନୋଳ, ରାଧାନାଥ, ଉପେନ୍ଦ୍ର । କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ପ୍ରୀଣୀର ନାମକୁ ବୁଝାଇରେ ତାହାକୁ 'ପ୍ରାଣୀବଚକ ବିଶେଷ୍ୟ' କହିପାରିବା । ଯଥା- ଐରାବତ, ବାୟୁ, ଉଚ୍ଚୌଶ୍ରବା, ଗରୁଡ଼, ତକ୍ଷକ, ନନ୍ଦିନୀ, କାମଧେନୁ । ସେହିପରି ମହାନଦୀ, ହିମାଳୟ, ତାଜମହଲ ଓ କୋହିନୂର ଏକ ଏକ ନିର୍ଦ୍ଦିଷ୍ଟ 'ଅପ୍ରାଣୀବାଚକ ସଂବାଚକ ବିଶେଷ୍ୟ' ।
ନାମବାଚକ ବିଶେଷ୍ୟକୁ ଆମେ ସୂଚକ ପଦ ଲଗାଇ ବ୍ୟବହାର କରିଥାଉ । ସୂକ ପଦ ଭାବରେ ଆମେ 'ଟି' ଓ 'ଟା’ ଯୋଗ କରିଥାଉ । ଚି \ ଟା ଯୋଗହେଲେ ବିଶେଷ୍ୟ ପଦଟିର ନିର୍ଦ୍ଦିଷ୍ଟିତା ପ୍ରକାଶ ପାଏ । ସାଧାରଣତଃ ଆମେ ଆଦରରେ । ଟି \ ଓ ଅନାଦରେ \ଟା ।\ ସୂଚକକୁ ଚାପିବାଚକ ବିଶେଷ୍ୟ ପରେ ଯୋଗକରି ତା”ର ନିର୍ଦ୍ଦିଷ୍ଟ ବିଶେଷତାକୁ ବୁଝିଥାଉ ।
ନିମ୍ନଲିଖୁତ ଉଦାହରଣକୁ ଦେଖ ।
->ରମାଟି ଭଲ ଝିଅ । (ଆଦର ଅର୍ଥରେ – ରମା + ଟି = ରମାଟି)
-.>ମଧୁଟାର ମନ ସଫା ନୁହେଁ । (ଅନାଦର ଅର୍ଥରେ- ମଧୁ + ଟା = ମଧୁଟା)
->ତୁଳସୀଟିକୁ ରଖି ବିଛୁଆତିଟାକୁ ଓପାଡ଼ିଦିଅ । (ଆଦର ଅର୍ଥରେ ତୁଳସୀ + ଟି = ତୁଳସୀଟି, ଅନାଦର ଅର୍ଥରେ ବିଛୁଆତି + ଟା = ବିଛୁଆତିଟା)
ଜାଚିବାଚକ ବିଶେଷ୍ୟ
ତଳେ ଦିଆଯାଇଥିବା ବାକ୍ୟ ତିନୋଟିକୁ ପଢ଼ । ତହଁରେ ଥିବା ବଡ଼ ଅକ୍ଷରର ପଦଗୁଡ଼ିକୁ ଲକ୍ଷ୍ୟ କର ।
(କ) ଉରମ ଶିକ୍ଷକ ହଁ ଛାତ୍ରଛାତ୍ରୀମାନଙ୍କ ଚରିତ୍ର ଗଢ଼ିଛି ।
(ଖ) ଅରଣ୍ୟ କମିଯିବାରୁ ବାଘ, ଭାଲୁ ଓ ହାତୀଙ୍କ ସଂଖ୍ୟା କମିଗଲାଣି ।
(ଗ) ସହରରେ ମଣିଷଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି ।
କ- ବାକ୍ୟରେ : 'ଶିକ୍ଷକ' ଏକ ନିର୍ଦ୍ଦିଷ୍ଟ ବୃତ୍ତର ମଣିଷ ଜାତିର ନାମକୁ ବୁଝାଉଛି । ଜଣେ ନିର୍ଦ୍ଦିଷ୍ଟ ଶିକ୍ଷକଙ୍କୁ ନବୁଝାଇ ଶିକ୍ଷକବର୍ଗ ବା ସମୂହକୁ ବୁଝାଉଛି । ସେହିପରି ଛାତ୍ରଛାତ୍ରୀ ନିର୍ଦ୍ଦିଷ୍ଟ ପ୍ରକାରର ମଣିଷ ଜାତିର ନାମକୁ ବୁଝାଉଛି । '
ଖ– ବାକ୍ୟରେ : 'ଅରଣ୍ୟ'– କୌଣସି ଏକ ନିର୍ଦ୍ଦିଷ୍ଟ ଅରଣ୍ୟକୁ ନବୁଝାଇ ଅରଣ୍ୟ ସମୂହ ବା ସବୁ ପ୍ରକାରର ଅରଣ୍ୟ ଜାତିକୁ ବୁଝାଉଛି । ବାଘ, ଭାଲୁ ଓ ହାତୀ ଏକ ଏକ ନିର୍ଦ୍ଦିଷ୍ଟ ଜାତିର ପଶୁ ନାମକୁ ବୁଝାଉଛି ।
ଗ– ବାକ୍ୟରେ : ‘ସହର' କହିଲେ- କଟକ, ପୁରୀ, ମୁମ୍ବାଇ, ଲଣ୍ଡନ ପରି କୌଣସି ନିର୍ଦ୍ଦିଷ୍ଟ ସହରର ନାମକୁ ସୂଚିତ ନକରି ଯେକୌଣସି ସହରକୁ ବୁଝାଇପାରୁଛି । ଏଥିରେ ସହର ଗୋଟିଏ ପ୍ରକାର ଜାତିର ନାମ ରୂପେ ବ୍ୟବହୃତ ହୋଇଛି । ସେହିପରି ମଣିଷ' ଏକ ନିର୍ଦ୍ଦିଷ୍ଠ ଶ୍ରେଣୀର ପ୍ରାଣୀଜାତିର ନାମକୁ ସୂଚିତ କରୁଛି । ମଣିଷ' କହିଲେ ମଣିଷଜାତିର ଯେକୌଣସି ମଣିଷଙ୍କୁ ବୁଝାଇବ । ସୁତରାଂ ଶିକ୍ଷକ, ଛାତ୍ରଛାତ୍ରୀ, ଅରଣ୍ୟ, ବାଘ-ଭାଲୁ-ହାତୀ, ସହର ଓ ମଣିଷ ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ବର୍ଗର ବା ଜାତିର ଚାମ । ।
ବାକ୍ୟରେ ଯେଉଁ ବିଶେଷ୍ୟ ପଦ କୌଣସି ନିର୍ଦ୍ଦିଷ୍ଟ ଜାତିର କାମକୁ ବୁଝାଇଥାଏ । |ସେହି ପଦକୁ 'କାବାଚକ ବିଶେଷ୍ୟ କୁହାଯାଏ ।
ଜାତି କହିଲେ ସମୁଦାୟ, ସମଶ୍ରେଣୀ ବା ବର୍ଗକୁ ବୁଝାଏ । ଜାତି ଏକ ନିର୍ଦ୍ଦିଷ୍ଟ ବର୍ଗର ସମୁଦାୟ ବା ସମୁହକୁ ବୁଝାଇଥାଏ । ଯଥା – 'ନଦୀ କହିଲେ ମହାନଦୀ, ଗଙ୍ଗା, ଗୋଦାବରୀ ଓ କୃଷ୍ଠା ପରି ସବୁ ପ୍ରକାର ନଦୀ କଳଧାର ଏହି ନାମରେ ପରିଚିତ ହୁଏ । 'ଦେଶ’ କହିଲେ- ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ଆମେରିକା, ଚୀନ- ଆଦି ଅନେକ ଦେଶ ସମୂହକୁ ବୁଝାଏ ।
କେତେକ ସଜୀବ ବିଶେଷ୍ୟର ଜାତିବାଚକ ନାମର ଉଦାହରଣ- ପଶୁ, ପକ୍ଷୀ, ସାପ, ମାଛ, ଗାଈ । ସେହିପରି କେତେକ ନିର୍ଜୀବ ବିଶେଷ୍ୟର ଜାତିବାଚକ ନାମ ହେଉଛି- ବହି, ପର୍ବତ, ସାଗର, ଗାଁ, ଦେଶ, ଲୁଗା, ଘର ।
ବେଳେବେଳେ ଜାତିବାଚକ ବିଶେଷ୍ୟ ଓ ସଂଜ୍ଞାବାଚକ ବିଶେଷ୍ୟକୁ ହଠାତ୍ ଚିହ୍ନଟ କରିହୁଏନି । ଉଭୟ ସଂଜ୍ଞାବାବକ ଓ ଜାତିବାଚକ ବିଶେଷ୍ୟ ଭିତରେ ଯେଉଁ ସାମାନ୍ୟ ପାର୍ଥକ୍ୟ ଅଛି ତାହାକୁ ଜାଣିପାରିଲେ ଆମେ ଉଭୟକୁ ସହଜରେ ଚିହ୍ନିପାରିବା । ଉଦାହରଣ ତିନୋଟିକୁ ପଢ଼ ଓ କଳା ଅକ୍ଷରର ପଦକୁ ଦେଖ ।
->ତଅପୋଇ ଛେଳି ଜଗୁଥିଲା । ଘରମଣି ଛେଳିଟି ତା'ର ପ୍ରିୟ ଥିଲା ।
->ନଦୀ ମଧ୍ୟରେ ଗଙ୍ଗା ପବିତ୍ର ।
->ଓଡ଼ିଆ ଏକ ସାମ୍ବିଧାନିକ ଭାଷା ।
ବାକ୍ୟ ତିନୋଟିରେ ଛେଳି, ନଦୀ, ଭାଷା ଗୋଟାଏ ଗୋଟାଏ ସମୁହ ଅର୍ଥର ଜାତି ପାଇଁ ବ୍ୟବହୃତ । ଏଗୁଡ଼ିକ ଜାତିବାଚକ ନାମ । ଛେଳି' ଜାତିର ଗୋଟିଏ ମାତ୍ର ନାମ- 'ଘରମଣି'। 'ନଦୀ' ଜାତିର ଗୋଟିଏ ନନ୍ଦ ନାମ 'ଗଙ୍ଗା' ଏବଂ 'ଭାଷା' ଗୋଷ୍ଠୀର ଏକ ନିର୍ଦ୍ଦିଷ୍ଟ ଅଂଶର ଚାପ- 'ଓଡ଼ିଆ' ।
ଏଥିରୁ ସ୍ପଷ୍ଟ ଜଣାଗଲା ଯେ- ଜାତିବାଚକ ବିଶେଷ୍ୟ ସମୁହ, ଶ୍ରେଣୀ, ବର୍ଗ, ଗୋଷ୍ଠୀ ବା ଜାତିର ନାମକୁ ବୁଝାଇଥାଏ । ମାତ୍ର ନାମବାଚକ ବା ସଂଜ୍ଞାବାଚକ ବିଶେଷ୍ୟ ସେହି ସପଜାତିର ଏକ ନିର୍ଦ୍ଦିଷ୍ଟ ଅଂଶ ବା ଗୋଟିକର ନାମକୁ ବେବଳ ବୁଝାଇଥାଏ । ଏଥି ନିମନ୍ତେ ଏପରି ଅଜ' ଅଭ୍ୟାସ କରାଯାଇପାରେ-
କାତିବାଚକ ବିଶେଷ୍ୟ ନାମ/ସଂଜ୍ଞାବାଚକ ବିଶେଷ୍ୟ
ବହି ଭାଗବତ
କବି ଜଗନ୍ନାଥ ଦାସ
ମନ୍ଦିର ରାଜରାଣୀ
ଦେବତା ଜଗନ୍ନାଥ
ଅନେକ କ୍ଷେତ୍ରରେ ଆମେ ଗୋଟିଏ ନାମବାଚକ ବିଶେଷ୍ୟକୁ ଜାତିବାଚକ ବିଶେଷ୍ୟ ଭାବରେ ବ୍ୟବହାର କରିଥାଉ । ନାମ ବା ସଂଜ୍ଞାବାଚକ ବିଶେଷ୍ୟଟିର ଗୁଣ, କାର୍ଯ୍ୟ ଓ ଲକ୍ଷଣକୁ ତୁଳନା କରି ଅନ୍ୟଜଣଙ୍କଠାରେ ତାହାର ଆରୋପ କରାଗଲେ ସେଠାରେ ଯାହା ସହିତ ତୁଳନା କରାଯାଏ ସେହି ନାମବାଚକ ବିଶେଷ୍ୟଟି ଜାତିବାଚକ ବିଶେଷ୍ୟ ରୂପେ ବିବେଚିତ ହୁଏ ।
ଉଦାହରଣ ସ୍ଵରୂପ-
ମହାନଦୀ ଓଡ଼ିଶାର ଗଙ୍ଗା ।
-> ଆମେରିକାର ଗାନ୍ଧି ହେଉଛନ୍ତି ମାର୍ଟିନ ଲୁଥର ।
-> ସରୋଜିନୀ ଭାରତର ନାଇଟିଲ୍ ।
-> ମୁଁ କେତେ ବାରବାଟୀ କଥା ଏମିତି ଜାଣିଛି ।
->ମହାନଦୀ ଉଡିଶାର ଗଙ୍ଗା |
ଏଠାରେ ଗଙ୍ଗା, ଗାଦି, ନାଇଟିଙ୍ଗେଲି ଓ ବାରବାଟୀ- ଏକ ଏକ ଚାମବାଚକ ବିଶେଷ୍ୟ ହେଲେ ମଧ୍ୟ ତୁଳନାତ୍ମକ ଅର୍ଥ ପ୍ରକାଶ ଦିଗରୁ ଜାତିବାଚକ ବିଶେଷ୍ୟ ରୂପେ ବ୍ୟବହୃତ ହୋଇଛି । ସୁଚରାଂ ବ୍ୟକ୍ତିବାଚକ ବା ସଂଜ୍ଞାବାଚକ ବିଶେଷ୍ୟଟି ନିର୍ଦ୍ଦିଷ୍ଟ ସଂଜ୍ଞାକୁ ନବୁଝାଇ ସମୂହର ତୁଳନାତ୍ମକ ପ୍ରତୀକ ରୂପେ ବ୍ୟବହୃତ ହେଲେ ସେହି ପଦଟି ଜାତିବାଚକ ବିଶେଷ୍ୟ ହୋଇଯାଏ ।
ପ୍ରାଣୀବାଚକ ବା ସଜୀବ ଜାତିବାଚକ ବିଶେଷ୍ୟ ପଦର ପରେ ଆଦର ଅନାଦର ଅର୍ଥରେ ଟି, ଟା ସୂଚକ ଲାଗିଥାଏ । ସୂଟକ ଲାଗିବା ଦ୍ୱାରା ବିଶେଷ୍ୟ ପଦଟି ଏକବଚନର ଅର୍ଥ ଓ ନିର୍ଦ୍ଦିଷ୍ଟତାକୁ ବୁଝାଏ ।
ଯଥା –
ସାଧାରଣ ଜାତିବାଚକ ବିଶେଷ୍ୟ ଆଦର ଅର୍ଥରେ-'ଟି' ଅନାଦର ଅର୍ଥରେ-'ଟା'
ପିଲା ଖେଳୁଛି ପିଲାଟି ଖେଳୁଛି ପିଲାଟି ଖେଳୁଛି
ହାତୀ ଆସୁଛି ହାତୀଟି ଆସୁଛି ହାତୀଟା ଆସୁଛି
ନିର୍ଜୀବ ପ୍ରକାରର ଜାତିବାଚକ ବିଶେଷ୍ୟରେ ନିର୍ଦ୍ଦିଷ୍ଟତା ଅର୍ଥରେ କେବଳ ଟା ଲାଗିଥାଏ । ଯଥା- ବହିଟା ଦିଅ \ ସହରଟା ବୁଲି ଆସିଲି \ ନଦୀଟା କୂଳ ଖାଉଛି \ ଫଳଟା ପୋକରା \ ଗାଡ଼ିଟା ଖରାପ ।
ମନେ ରଖୁବାକୁ ହେବ ଯେ-
->ଗୋଟିଏ ନିର୍ଦ୍ଦିଷ୍ଟ ପ୍ରକାରର ସମଷ୍ଟି ବା ଗୋଷ୍ଠୀକୁ ଜାତିବାଚକ ବିଶେଷ୍ୟ ଭାବରେ ଗ୍ରହଣ କରାଯାଏ ।
->ସଂଜ୍ଞାବାଚକ ବିଶେଷ୍ୟ ସେହି ଜାତୀୟ ମଧ୍ୟରୁ ଗୋଟିଏ ଅଟେ ।
ସଂଜ୍ଞା ବା ନାମବାଚକ ବିଶେଷ୍ୟର ସମଷ୍ଟି ସୂଚକ ସାଧାରଣ ନାମ ଜାତିବାଚକ ବିଶେଷ୍ୟ ଭାବରେ ବିବେଚିତ ହୁଏ । ନଦୀ- ଏକ ଜୀତିବାଚକ ସାଧାରଣ ନାମ । ଗଙ୍ଗା, କୃଷା, ଭାର୍ଗବୀ ଇତ୍ୟାଦି ନଦୀ ଜାତୀୟ ବିଶେଷ୍ୟ ମଧ୍ୟରୁ ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ନାମ । ଜାତିବାଚକ ବିଶେଷ୍ୟ ନିର୍ଦ୍ଦିଷ୍ଟକୁ ନିବୁଝାଇ ସାଧାରଣ ବା ସମୂହକୁ ବୁଝାଏ । ନାବାଚକ ବିଶେଷ୍ୟ ଏକକ ଓ ନିର୍ଦ୍ଦିଷ୍ଟକୁ ବୁଝାଏ ।
ବସ୍ତୁବାଚକ ବିଶେଷ୍ୟ
ଏବେ ତଳେ ଦିଆଯାଇଥିବା ବାକ୍ୟର କଳା ବଡ଼ ଅକ୍ଷରର ପଦଗୁଡ଼ିକୁ ଲକ୍ଷ୍ୟ କର ।
->ତା' ଆଖିରୁ ଲୁହ ନୁହେଁ ରକ୍ତ ଝରୁଛି ।
-> ନଈବନ୍ଧରେ ମାଟି ପଢୁଛି, ପରେ ପଥର ବିଛାଯିବ ।
->ଏବେ ସୁନା ଦ’ର ଖାଲି ନୁହେଁ ଲୁହାର ମୂଲ୍ୟ ବି ଆକାଶଛୁଆଁ ହେଲାଣି ।
ଏସବୁ ବାକ୍ୟରେ 'ଲୁହ, ରକ୍ତ, ମାଟି, ପଥର, ସୁନା ଓ ଲୁହା’– ଗୋଟିଏ ଗୋଟିଏ ବସ୍ତୁ । କାରଣ ଏଗୁଡ଼ିକୁ ଯେତେ ଭାଗ ଭାଗ କଲେ ବି ଏଗୁଡ଼ିକ ମୂଳ ରୂପରେ ଅବିକଳ ରହିଥାଏ । ମୌଳିକ ଧର୍ମରେ ପରିବର୍ତ୍ତନ ଘଟୁ ନଥିବାରୁ ଲୁହ, ରକ୍ତ, ମାଟି, ପଥର, ସୁନା ଓ ଲୁହାଦି ବିଶେଷ୍ୟ ପଦ ଏକ ଏକ ବସ୍ତୁର ନାମ ରୂପେ ବାଜ୍ୟରେ ବ୍ୟବହୃତ ହୋଇଛି ।
ସୁତରାଂ-
ବାଜ୍ୟରେ ଯେଉଁ ବିଶେଷ୍ୟ ପଦ କୌଣସି ନିର୍ଦ୍ଦିଷ୍ଟ ବସ୍ତୁର ନାମକୁ ବୁଝାଏ । ତାହାକୁ 'ବସ୍ତୁବାଚକ’ ବିଶେଷ୍ୟ କୁହାଯାଏ ।
ଅନେକ ସମୟରେ ଆମେ ଜାତିବାଚକ ଓ ବସ୍ତୁବାଚକ ବିଶେଷ୍ୟ ମଧ୍ୟରେ ପାର୍ଥକ୍ୟ ନିରୂପଣ କରିପାରି ନଥାଉ । ଏପରି ଅବସ୍ଥାରେ ଆମେ ନିମ୍ନମତେ ଉଭୟ ଭିତରେ ଭିନ୍ନତା ନିର୍ଣ୍ଣୟ କରିପାରିବା ।
->ବସ୍ତୁ ବା ନିର୍ଜୀବ ପଦାର୍ଥ ଆଶ୍ରିତ ଜାତିବାଚକ ବିଶେଷ୍ୟ ବିଭିନ୍ନ ପ୍ରକାରର ସାଧାରଣ ନାମକୁ ସୂଚିତ କରେ । ନାମଟି ବିଭିନ୍ନର ସମଷ୍ଟିକୁ ବୁଝାଏ ।
->ଏକ ବା ଏକାଧୂକ ବସ୍ତୁରେ ନିର୍ମିତ ସାଧାରଣ ସମଷ୍ଟିବୋଧ ଦ୍ରବ୍ୟ ବା ଜିନିଷ ଜାତିବାଚକ ବିଶେଷ୍ୟର ଅନ୍ତର୍ଭୁକ୍ତ ହୋଇଥାଏ । ଯଥା– ହାର, ଘର, ଖଟ, ବହି । ଏସବ ଏକୁ ଏକ ସାଧାରଣ ଛାତିର ନାମ । ଏମାନଙ୍କ ନାମ ପଛରେ ଯେଉଁ ବିଭିନ୍ନ ପ୍ରକାରର ସମଷ୍ଟି ମିଶିଛି ତାହା ଏହିପରି
ହାର : ସୁନାହାର, ରୁପାହାର, ମୋତିହାଚ, ମୁକ୍ତାହାର ।
ଘର : ମାଟିଘର, କୋଠଘର, କଟାଘର, ଆଜବେଷ୍ଟସ୍ ଘର, ଟାଇରି ଘର, ଖପର ଘର ପ୍ରଭୃତି ।
ଖଟ : କାଠଖଟ, ରୁହାଟ, ପ୍ଲାଷ୍ଟିକ୍ ଖଟ, ଦଉଡ଼ିଆ ଖଟ ।
ଏଥିରୁ ଜଣାଗଲା- ହାର, ଘର, ଖଟ ଇତ୍ୟାଦିର ବିଭିନ୍ନ ପ୍ରକାର ରହିଛି ଓ ଏଗୁଡ଼ିକ ଏକ ଏକ ବସ୍ତୁ ଦ୍ଵାରା ତିଆରି ସମଜାତୀୟ ହୋଇଥିବାରୁ ଜାତିବାଚକ ନାମର ସୂଚନା ଦେଉଛି ।
->ବସ୍ତୁବାଚକ ନାମଟି ଯେଉଁ ମୌନିକ ପଦାର୍ଥକୁ ନେଇ ଗଠିତ ହୋଇଥାଏ, ତାହାକୁ ଭାଗ ଭାଗ କଲେ ବି ମୂଳ ରୂପରେ ତାହାକୁ ହିଁ ବୁଝାଇଥାଏ । ଯଥା- କାଠଟୋକି ସୁନାହାର ।
ଏଠାରେ କାଠ ଓ ସୁନା ଏକ ଏକ ବସ୍ତୁବାଚକୁ ବିଶେଷ୍ୟ । ଏଠି କାଠ କିମ୍ବା ସୁନାକୁ ଭାଗ ଭାଗ କଲେ ସେହି ମୂଳ କାଠ ଓ ସୁନା ହିଁ ରହିବ । ମାତ୍ର ଚୌକି ଓ ହାର ଯଥାକ୍ରମେ କାଠ ଓ ସୁନାରେ ତିଆରି । ଚୌକି ଓ ହାରକୁ ଭାଙ୍ଗି ତହିରୁ ଏକ ଏକ ଅଂଶ ହେଲେ ତାହା ଚୌକି କି ହାର ନହୋଇ କେବବ କାଠ ଅଧିକା ସୁବା ହୋଇରହିବ ।
ଏହି ତଫାଙ୍କୁ ଜାଣିବା ପାଇଁ ନିମ୍ନଲିଖୁତ ଉଦାହରଣଗୁଡ଼ିକୁ ପଢ଼ ଓ ବିଚାର କର ।
ବସ୍ତିବାଚକ ବିଶେଷ୍ୟ ଜାତିବାଚକ ବିଶେଷ୍ୟ
କାଠ ଚୌକି (କାଠ ଚୌକି / ଆରାମ ଚୌକି \ ଲୁହାଚୌକି)
ଲୁହା କବାଟ (କଂସାକବାଟ \ କାଠକବାଟ \ ପିତଳକବାଟ)
ରୁପା ଚୂଡି (ଶଂଖଚୁଡ଼ି \ ସୁନାଚୁଡ଼ି \ ରୂପାଚୁଡି)
ପଥର ମୂର୍ତ୍ତି (କାଠ ମୂରି/ପଥର ମୂରି/ପାର୍ବଇ ମୃରି/ପାଟି ମୂର୍ତ୍ତି)
ମାଟି କଣ୍ଢେଇ (କାଠ କଣ୍ଢେଇ /ମାଟି କଣେଇ ରବର କଣ୍ଢେଇ) ।
ଗୁଣବାଚକ (ଅବସ୍ଥାବାଚକ) ବିଶେଷ୍ୟ
ପୂର୍ବ ଉଦାହରଣଗୁଡ଼ିକ ପରି ନିମ୍ନଲିଖିତ ବାକ୍ୟଗୁଡ଼ିକୁ ପଢ଼ ଓ ତହିଁରେ ଥିବା ବଡ଼ କଳା ଅକ୍ଷରର ପଦକୁ ଚିହ୍ନଟ କର । ଦେଖିବ, ଏଗୁଡ଼ିକ ପୂର୍ବ ପ୍ରକାରର ବିଶେଷ୍ୟ ପଦଠାରୁ ଅଲଗା ବୋଧ ହେଉଛି । ଯଥା-
(କ) କପୋତ ନିରୀହତା ଓ ମୟୂର ସୌନ୍ଦର୍ଯ୍ୟର ପ୍ରତୀକ ।
(ଖ) ଚାଞ୍ଚଲ୍ୟ ସୃଷ୍ଟି ଅପେକ୍ଷା ସତ୍ୟ ପ୍ରକାଶ କରିବା ସମ୍ବାଦପତ୍ରର ଧର୍ମ ।
(ଗ) ବେଦରେ ଶାନ୍ତି, ମୈତ୍ରୀ ଓ ପ୍ରୀତିର ମହିମା ଗାନ କରାଯାଇଛି ।
(ଘ) ଜୀବନରେ ଶୈଶବ, ଯୌବନ ଓ ବାର୍ଦ୍ଧକ୍ୟ ଆସେ ଏବଂ ସୁଖ ସହିତ ଦୁଃଖ ମଧ୍ୟ ଲାଗି ରହିଥାଏ ।
(ଡି) ସବୁଠି ଦାରିଦ୍ର୍ୟ ହିଁ ନିରକ୍ଷରତାର ଏକ କାରଣ ।
ଏଠାରେ କ - ଖ- ଗ - ବାକ୍ୟରେ.ନିରୀହତା, ସୌନ୍ଦର୍ଯ୍ୟ, ଚାଞ୍ଚଲ୍ୟ, ସତ୍ୟ, ଶାନ୍ତି, ମୈତ୍ରୀ, ପ୍ରୀତି, ସାଧୁତା, ଦୁଷ୍ଟାମି ଇତ୍ୟାଦି ପଦ ଏକଏକ ନିର୍ଦ୍ଦିଷ୍ଟ ଗୁଣର ଚାପକୁ ବୁଝାଉଛି । ଘ -ଙ ବାକ୍ୟରେ ଶୈଶବ, ଯୌବନ, ବାବ୍ୟ, ସୁଖ, ଦୁଃଖ, ଦାରିଦ୍ର୍ୟ ଓ ନିରକ୍ଷରତା- ଆଦି ପଦ ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ଅବସ୍ରାର ନାମକୁ । ସୂଚାଉଛି । ସୁତରା ଭଲ ହେଉକି ମଦ ହେଉ,
ବାକ୍ୟରେ ଯେଉଁ ବିଶେଷ୍ୟ ପଦ କୌଣସି ନିର୍ଦ୍ଦିଷ୍ଟ ଗୁଣ ବା ଅବଗ୍ରାର ନାମକୁ ବୁଝାଏ, ତାହାକୁ 'ଗୁଣବାଚକ' ବା 'ଅବସ୍ରାବାଚକ ବିଶେଷ୍ୟ' କୁହାଯାଏ ।
କ୍ରିୟାବାଚକ ବିଶେଷ୍ୟ
ସାଧାରଣତଃ ବାକ୍ୟରେ ଆମେ ଦୁଇ ପ୍ରକାର କ୍ରିୟାବାଟବ ଶବ୍ଦକୁ ପଦ ରୂପରେ ବ୍ୟବହାର କରିଥାଉ । ଯଥା- ସାଧ୍ୟ କ୍ରିୟା ଓ ସିଦ୍ଧ କ୍ରିୟ । ଯେଉଁ ପଦରୁ କେଉଁ କାଳରେ, କେଉଁ ବଚନରେ ଓ କେଉଁ ପୁରୁଷ ଅନୁସାରେ କାର୍ଯ୍ୟ ସାଧନ ହେଉଛି ବୁଝାଯାଏ- ତାହା ସାଧ୍ୟ କ୍ରିୟା । କେତୋଟି ଦୃଷ୍ଟାନ୍ତ– ପଢୁଛି, ପଡ଼େ, ପଢ଼ିବ, ପଢ଼ିଲା, ପଢ଼ିଲେ, ପଢୁଥିଲେ । କଲା, କରିବେ, କରିଛନ୍ତି, କରନ୍ତି, କର ପ୍ରଭୃତି ।
ଯେଉଁ କ୍ରିୟା ବା ପଦରୁ କାଳ, ପୁରୁଷ, ବଚନ ଅନୁସାରେ କାର୍ଯ୍ୟ ସାଧନର ଅର୍ଥ ପ୍ରକାଶ ନପାଇ କେବଳ କାର୍ଯ୍ୟର ନାମଟି ବୁଝାଯାଏ, ତାହା ସିଦ୍ଧ କ୍ରିୟା । କେତୋଟି ଦୃଷ୍ଟାନ୍ତ- ପଢ଼ା, ପାଠ, ପଠନ, ଭୋଜନ, ହସ, ରକ୍ଷା, ହରଣ, ଦେବା, ଗଢ଼ିବା, ଗମନ, ଶୟନ, ଉଠାଣି, ବାଜଣା, ମାଗୁଣି ।
ସଧ୍ୟ କ୍ରିୟାକୁ ଆମେ ଖାଣ୍ଟି ବା ଶୁଦ୍ଧ କ୍ରିୟାପଦ ଭାବରେ ବ୍ୟବହାର କରୁ । ସିଦ୍ଧ କ୍ରିୟାପଦକୁ ଆମେ କାଳ — ପୁରୁଷ - ବଚନ ସବୁ କ୍ଷେତ୍ରରେ ସମାନ ଅର୍ଥ ସୂର୍ବକ ଏକ ବିଶେଷ୍ୟ ପଦ ଭାବରେ ବ୍ୟବହାର କରିଥାଉ । ସୁତରାଂ ସିଦ୍ଧ କ୍ରିୟାପଦଗୁଡ଼ିକ ସାଧାରଣତଃ କ୍ରିୟାବାଚକ ବିଶେଷ୍ୟ ପଦ ଭାବରେ ବାକ୍ୟରେ ବ୍ୟବହୃତ ହୁଏ ।
ଉଦାହରଣଗୁଡ଼ିକୁ ପଢ଼ ଓ କଳା ବଡ଼ ଅକ୍ଷରର ପଦଗୁଡ଼ିକୁ ଚିହ୍ନଟ କରି ରଖ ।
ପ୍ରଥମ ପ୍ରକାର ବାକ୍ୟ ଦ୍ବିତୀୟ ପ୍ରକାର ବାକ୍ୟ
(କ) ସେମାନେ ଖେଳୁଛନ୍ତି । ସେମାଟିକର ଖେଳ ଚାଲିଛି ।
(ଖ) ଛାତ୍ରୀଟି ଗାଇବ । ଛାତ୍ରୀଟି ଗାନ କରିବି ।
(ଗ) ପଣ୍ଡା ପୁରାଣ ପଢୁଛନ୍ତି । ପଣ୍ଡାଙ୍କର ପୁରାଣ ପଢ଼ା ଚାଲିଛି ।
ପ୍ରଥମ ପ୍ରକାରର ବାକ୍ୟରେ ଥିବା ଖେଳୁଛନ୍ତି, ଗାଇବ, ପଢୁଛନ୍ତି, ଏକଏକ କ୍ରିୟାପଦ । | ମାତ୍ର ଦ୍ୱିତୀୟ ପ୍ରକାରର ବାକ୍ୟରେ ସମାନ କ୍ରିୟାପଦର ମୂଳଧାତୁ - ଖେଳ, ଗାନ, ପଢ୍ ରହିଛି । ଏସବୁ ଧାତୁରୁ ଗଠିତ | ଖେଳ, ଗାନ, ପଡ଼ା ଏକ ଏକ ସାଧ୍ୟ କ୍ରିୟାପଦ ନହୋଇ ଧାତୁ ଦ୍ୱାରା ସିଦ୍ଧ କାର୍ଯ୍ୟ ବା କ୍ରିୟାର ନାମକୁ ବୁଝାଉଛି । ତେଣୁ କ୍ରିୟାବାଚକ ବିଶେଷ୍ୟ ପଦ ରୂପରେ ଏଗୁଡ଼ିକ ବ୍ୟବହୃତ ହୋଇଛି । ସୁତରାଂ, ବାକ୍ୟରେ ବ୍ୟବହୃତ ଯେଉଁ ପଦଗୁଡିକ କୌଣସି ନିର୍ଦ୍ଦିଷ୍ଟ କ୍ରିୟା ବା କାର୍ଯ୍ୟର ନାମକୁ ବୁଝା, ତାହାକୁ'କ୍ରିୟାବାଚକ ବିଶେଷ୍ୟ' କୁହାଯାଏ |
ସାଧାରଣତଃ କ୍ରିୟାପଦ ଭଳି କ୍ରିୟାବାଚକ ବିଶେଷ୍ୟ ପଦର ବଚନ - କାଳ - ପୁରୁଷ ଅନୁସାରେ ଅଲଗା ଅଲଗା ରୂପ ନଥାଏ । ଯଥା- ମୁଁ ଭୋଜନ କରିବି \ ସେ ଭୋଜନ କଲେ \ ତୁମେମାନେ ଭୋଜନ କର ।
ମନେ ରଖିବାକୁ ହେବକ୍ରିୟାର ପକ ଧାତୁରେ -ଇବା, ଇଲା, -ଆ. -ଅ. -ଏଇ, ଅଣା - ଅନ, -ତି, ଅଣି, -ଅଣ, -ଇଆ ପ୍ରଭୃତି ପ୍ରତ୍ୟୟ ଲଗାଇ କ୍ରିୟାବାଚକ ବିଶେଷ୍ୟ ପଦ ଗଠନ କରାଯାଇଥାଏ । ଏବେ ଆମେ କେତୋଟି କ୍ରିୟାବାଚକ ବିଶେଷ୍ୟ ପଦ ଗଠନ କରିବା ।
ଯଥା-
ଧାତୁ + ପ୍ରତ୍ୟୟ = ଗଠିତ କ୍ରିୟାବାଚକ ବିଶେଷ୍ୟ ପଦ । (ବାକ୍ୟ)
ପଢ୍ + ଇବା = ପଢ଼ିବା (ପଢ଼ିବା ସାରିଲି ।)
ଦେଖ୍ + ଇଲା = ଦେଖିଲା (ଦେଲା ଭଳି ହୋଇଛି ।)
ଖେଳ + ଅ = ଖେଳ (ଖେଳଟି ଏଣିକି ଜମିବ ।
ନେ\ଦେ + ଆ \= ନିଆ \ ଦିଆ (ନିଆ ଦିଆ ଚାଲିଛି ।)
ଲଢ୍ +ଏଇ = ଲଡ଼େଇ (ଲଢ଼େଇ ଧ୍ୱଂସର କାରଣ ।)
ରୀନ୍ଧ୍ + ଅଣା = ରାନ୍ଧଣା (ରାନ୍ଧଣାଟା କେମିତି ହୋଇଛି ?)
ମନେ ରଖୁବାକୁ ହେବ ଯେ- ବାକ୍ୟରେ କ୍ରିୟାର ସାଧନ ଅବସ୍ଥାଟିକୁ କ୍ରିୟାପଦ ରୂପରେ ଓ ନିର୍ଦ୍ଦିଷ୍ଟ ସିଦ୍ଧ କ୍ରିୟାର ଚାପକୁ କ୍ରିୟାବାଚକ ବିଶେଷ୍ୟ ପଦ ରୂପେ ବ୍ୟବହାର କରାଯାଏ ।
ବିଶେଷ୍ୟ ପ୍ରୟୋଗର କେତେକ ଦିଗ :
ଆମ ଭାଷାରେ ବ୍ୟବହାର କରାଯାଉଥିବା ବିଶେଷ୍ୟ ପଦଗୁଡ଼ିକର ରୂପ ଓ ବ୍ୟାବହାରିକ ବିଧି ସମ୍ବନ୍ଧରେ ଏବେ ଆସ ଆମେ ଆଉ କିଛି ଅଧିକା ଜାଣିବା ।
ଆମ ଭାଷାରେ ବ୍ୟବହୃତ ସକଳ ପ୍ରକାରର ବିଶେଷ୍ୟକୁ ମୁଖ୍ୟତଃ ପ୍ରାଣୀବାଟକ ବା ସଜୀବ ବିଶେଷ୍ୟ ଓ ଅପ୍ରାଣୀବାଚକ ବା ନିର୍ଜୀବ ବିଶେଷ୍ୟ - ଏପରି ଦୁଇଭାଗରେ ବିଭକ୍ତ କରିପାରିବା ।
ମନୁଷ୍ୟ, ପଶୁ, ପକ୍ଷୀ, ଜୀବଜନ୍ତୁ- ଏ ସମସ୍ତଙ୍କ ନାମ ପ୍ରାଣୀବାଚକ ବିଶେଷ୍ୟର ଅନ୍ତର୍ଭୁକ୍ତ । ଯଥା- ବାଳକ \ ଗାଈ \ ଚିଲ \ ବାଘ \ ନେତା- ଏ ପ୍ରକାର ବିଶେଷ୍ୟ ପରେ ବହୁବଚନରେ 'ମାନେ' ଲାଗିଥାଏ ଏବଂ ଏଗୁଡ଼ିକର ନାରୀ – ପୁରୁଷ- ସମଷ୍ଟିବାଚକ ରୂପ ରହିଛି । ଯଥା-
(କ) ପିଲା + ମାନେ = ପିଲାମାନେ \ ହାତୀମାନେ \ ଗାଈମାନଙ୍କୁ \ ବାଳକମାନଙ୍କର \ ଏଗୁଡ଼ିକ ବହୁବଚନ ମୂଳକ ପ୍ରାଣୀବାଚକ ବିଶେଷ୍ୟ ପଦ ।
(ଖ), ପୁରୁଷବାଚକ ବିଶେଷ୍ୟ ପଦ ପରେ ଇଆ, ଈ, ଆଣୀ, ଉଣୀ- ଇତ୍ୟାଦି ପ୍ରତ୍ୟୟ ଲଗାଇ ଆମେ ଚାରୀ ବାଚକ (ଲିଙ୍ଗ ଭିତ୍ତିକ) ବିଶେଷ୍ୟ ଗଠନ କରିଥାଏ । ଯଥା- ଓଲା-ଓଲୀ (ଈ) \ ବାଳକ-ବାଳିକା (ଇଆ) \ ଡାକ୍ତର ଡାକ୍ତରାଣି (ଆଣି) । ଚୋର-ଚୋରଣୀ, ବୋରଣି (ଣି,ଣୀ ) \ ବାଘ-ବାଘୁଣୀ (ଉଣୀ) ।
ମୁଖ୍ୟତଃ ଅପ୍ରାଣୀବାଚକ ବିଶେଷ୍ୟଗୁଡ଼ିକ ବସ୍ତୁବାବେ, ବସ୍ତୁଭିତ୍ତିକ ଜାତିବାଚକ ଓ ଗୁଣବାଚକ ବିଶେଷକୁ ବୁଝାଏ । ଯଥା- ନଦୀ, ଘର, ପାହାଡ଼, ଟେବଲ, ବହି, ବାଲି, ଟଙ୍କା, ମମତା, ଚଗଲାମି, ଦୟା, କ୍ଷମା- ଏଗୁଡ଼ିକ ଅପ୍ରାଣୀବାକ ବିଶେଷ୍ୟ । ବସ୍ତୁଭିତ୍ତିକ, ଅପ୍ରାଣୀବାଚକ ବିଶେଷ୍ୟରେ ବହୁବଚନରେ 'ମାନେ ପ୍ରତ୍ୟୟ ନଲାଗି ଗୁଡ଼ା, ଗୁଡ଼ାକ, ଗୁଡ଼ିକ ଇତ୍ୟାଦି ଲାଗେ । ଯଥା- ଘରଗୁଡ଼ିକ \ ନଦୀଗୁଡ଼ିକ \ ବୁଲଗୁଡ଼ାକ \ ବହିଗୁଡ଼ିକ ।
ଯେଉଁ ବିଶେଷ୍ୟଗୁଡ଼ିକ ଦେଖ୍ ବା ସ୍ପର୍ଶ କରିହୁଏ, ତାହାକୁ ମୁର୍ଭବାଚକ ବିଶେଷ୍ୟ କୁହାଯାଏ । ମୂର୍ତ୍ତବାଚକ ବିଶେଷ୍ୟକୁ ଇନ୍ଦ୍ରିୟ ଦ୍ୱାରା ବୁଝାଯାଉଥିବାରୁ ତାକୁ ଇନ୍ଦ୍ରିୟଗାଦ୍ୟ ବିଶେଷ୍ୟ ବି କୁହାଯାଏ । ସମସ୍ତ ପ୍ରକାରର ସଂଜ୍ଞାବାଚକ, ଜାତିବାଟକ ଓ ବସ୍ତୁବାଚକ ବିଶେଷ୍ୟ ମୁର୍ତ୍ତ ବା ଇନ୍ଦ୍ରିୟଗ୍ରାହ୍ୟ ବିଶେଷ୍ୟର ଅନ୍ତର୍ଭୁକ୍ତ ।
ଯେଉଁ ବିଶେଷ୍ୟଗୁଡ଼ିକ ଇନ୍ଦ୍ରିୟଗ୍ରାହ୍ୟ ନୁହଁ କି ଦେଖି ଛୁଇଁ ହୁଏନାହିଁ, ସେଗୁଡ଼ିକ ଅମୂର୍ତ୍ତବାଚକ ବିଶେଷ୍ୟ । କେବଳ ମନରେ ଅନୁଭବ କରାଯାଇପାରୁଥିବାରୁ ଏଗୁଡ଼ିକୁ ମନୋଗ୍ରାହ୍ୟ ବିଶେଷ ବି କୁହାଯାଏ । ଗୁଣ ବା ଅବସ୍ଥା । ବାଟକ ଓ କ୍ରିୟା ବାଚକ ବିଶେଷ୍ୟଗୁଡ଼ିକ ମନୋଗ୍ରାହ୍ୟ ବା ଅମୂର୍ତ୍ତବାଚକ ବିଶେଷ୍ୟ ।
ଅତଏବ ଶିକ୍ଷକ, ଛାତ୍ର, ବିଦ୍ୟାଳୟ, ଚୌକି, କଲମ, ବହି, ସୁନାମୁଦି, ଘଣ୍ଟା ଏଗୁଡ଼ିକ ମୂର୍ତ୍ତବାଚକ ବା ଇନ୍ଦ୍ରିୟଗ୍ରାହ୍ୟ ବିଶେଷ୍ୟ ଏବଂ ବୁଦ୍ଧି, ଗର୍ବ, ଅହଂକାର, ଭାବିବା, ଲୋଡ଼ିବା, ଚାହିଁବା ଇତ୍ୟାଦି ଅମୂର୍ତ୍ତବାଚକ ବିଶେଷ୍ୟ ।
ସବୁ ବିଶେଷ୍ୟକୁ ଆମେ 'ଗଣନୀୟ' ଓ 'ଅଗଣନୀୟ' ବିଶେଷ୍ୟ - ଏପରି ଦୁଇଭାଗରେ ବିଭକ୍ତ କରିପାରିବା । ଯେଉଁଗୁଡ଼ିକ ଗଣାଯାଇ ପାରିବ ସେଗୁଡ଼ିକ 'ଗଣନୀୟ ବିଶେଷ୍ୟ ।
ଗଣନୀୟ ବିଶେଷ୍ୟ ପଦରେ ଗୋଟିଏ, ଜଣେ, ଟିଏ, ଟାଏ ଅନେକ, ବହୁ, ପ୍ରତ୍ୟେକ, ସବୁ, କେତେକ, ଅଧକାଂଶ, ଗୋଟିଏ, ଦୁଇଟି, ଦଶଟି, ପାଞ୍ଚଟା, ଚାରିଟା, ପୁଏ, ହଳେ- ଇତ୍ୟଦି ଗଣକ ବା ଗଣନାଯୋଗ୍ୟ ସୂଚକ ପଦ ଲାଗିଥାଏ । ଏହି ପଦଗୁଡ଼ିକ ବିଶେଷ୍ୟର ପୂର୍ବରୁ ବା ପରେ ସାରିଥାଏ । ଉଦାହରଣଗୁଡ଼ିକୁ ପଢ଼ ଓ ବଡ଼ ଅକ୍ଷରର ପଦକୁ ଲକ୍ଷ୍ୟ । ଗୋଟିଏ ଫଳ, ଫଳଟାଏ \ ଜଣେ ଛାତ୍ର, ଛାତ୍ର ଜଣେ ଛାତ୍ରଟିଏ \ ବହୁଲୋକ, ଲୋକ ଦୁଇଜଣ, ଅନେକ ଲୋକ । ପୁଞ୍ଜାଏ ନଡ଼ିଆ, ନଡ଼ିଆ ଚାରିଟା, ଚାରୋଟି ନଡ଼ିଆ \ ସବୁ ବହି, ବହିସବୁ, ଅଧ୍ୟକାଂଶ ବହି, କେତେକ ବହି \ ଅନେକ ନଦୀରେ, ଦଶଟା ନଦୀରେ, ସବୁ ନଦୀରେ \ ହଳେ ବଳଦ, ଦୁଇହଳ ବଳଦ |
ଯେଉଁ ବିଶେଷ୍ୟଗୁଡ଼ିକ ଗଣାଯାଇ ପାରିବନାହିଁ ସେସବୁକୁ 'ଅଗଣନୀୟ ବିଶେଷ୍ୟ' ଭାବରେ । ବିଚାର କରାଯାଏ । ଯଥା – ନିଆଁ, ପାଣି, ପବନ, ବାଲି, ମାଟି, ଆଲୋଳ, ବିସ୍ମୟ ଓ ଆକାଶ ।
ବିଶେଷ୍ୟ ପଦଗୁଡ଼ିକୁ ଆମେ ଏକବଚନ ଓ ବହୁବଟନ ରୂପେ ବିଭକ୍ତିଯୁକ୍ତ କରି ବ୍ୟବହାର କିର । ବିଶେଷ୍ୟ ପଦରେ ବିଭକ୍ତି ଯୋଗ ହେଲେ ତା’ର ମୂଳରୂପ ବଦଳେ ନାହିଁ ।
ଯଥା-
ଏକବଚନ
ପିଲା\ ପିଲାଟି \ ପିଲାଳୁ \ ପିଲାର \ ପିଲାଠାରେ
ବହୁବବନ
ପିଲାମାନେ \ ପିଲାମାନଙ୍କୁ \ ପିଲାମାନଙ୍କର \ ପିଲାଏ
ସାଧାରଣତଃ ଟାଏ, ଟିଏ, ଟି, ମାନେ, ମାନକ, ଏ, ଗୁଡ଼ାକ, ଗୁଡ଼ିକ ଇତ୍ୟାଦି ସୂଚଳ ପଦ ଓ ବିଭକ୍ତି ଚିହ୍ନ ବିଶେଷ୍ୟ 'ପଦର ପରେ ବସେ । ଯେପରି- କବିଏ, ପିଲାଟି, ଘରଟାଏ, ଗଛଟିଏ, ଛାତ୍ରମାନେ, ବହିଗୁଡ଼ାକ । ସେହିପରି ଗଣକର ସଂଖ୍ୟା ଏକରୁ ବେଶି ହେଲେ ସେହି ପ୍ରକାରର ଗଣକ ପଦଗୁଡ଼ିକ ବିଶେଷ୍ୟ ପଦ । ପୂର୍ବରୁ ଛାଡ଼ିକରି ବସାଯାଇଥାଏ । ଯଥା- ସବୁ ବିଦ୍ୟାଳୟ \ ପ୍ରତ୍ୟେକ ପିଲା \ ଅନେକ ବାଳିକା \ ଅଧିକାଂଶ ଘର ।
ଗଣକ ପଦ ସଂଖ୍ୟା ବା ପରିମାଣ ସୂଚକ ହେଲେ ତାହା ଏକବଚନ କି ବହୁବଚନ ହେଉ ବିଶେଷ୍ୟ ପଦ ପୂର୍ବରୁ ଛାଡ଼ିକରି ବସେ ।
ଯଥା- ଗୋଟାଏ ନଡ଼ିଆ, ଦୁଇହଳ ବଳଦ \ ପୁଞ୍ଜାଏ ଆମ୍ୱ \ ଜଣେ ମଣିଷ ।
ଗଣନୀୟ ବିଶେଷ୍ୟ ପଦରେ (ଏକବଚନ ହେଉକି ବହୁବଚନ ରୂପ ହେଉ) ଗଣକ ପଦ ବା ସୂଚକଗୁଡ଼ିକ ଏକା ସାଙ୍ଗରେ ପୂର୍ବରୁ ଓ ପରେ ଲଗାଯାଏ ନାହିଁ । ଗଣକ ପଦର ପୂର୍ବ ଓ ପର ଯୋଗହେଲେ ପଦ ବ୍ୟବହାର ତୁଟିଯୁକ୍ତ ହୁଏ । ଏହି କାରଣରୁ କେଉଁ ପ୍ରକାର ବିଶେଷ୍ୟ ରୂପର ବ୍ୟବହାର ଠିକ୍ ଓ ଠିକ୍ ନୁହେଁ ତଳ । ଉଦାହରଣରୁ ଜାଣିପାରିବା ।
ଯଥା-
ଠିକ ଭୁଇ
ସବୁ ବାଳକ \ ବାଳକମାନେ ସବୁ ବାଳକମାନେ
ପ୍ରତ୍ୟେକ ଲୋକମାନେ ପ୍ରତ୍ୟେକ ଲୋକ
ଗୋଟିଏ ପିଲା \ ପିଲାଟିଏ ଗୋଟିଏ ପିଲାଟିଏ
ସକଳ ବୃକ୍ଷରେ ସକଳ ବୃକ୍ଷଗୁଡ଼ିକରେ
ପିଲେ ପଢୁଛନ୍ତି ସବୁପିଲେ ପଢୁଛନ୍ତି
ବିଶେଷ୍ୟ ପଦଗୁଡ଼ିକୁ କର୍ତ୍ତା, କର୍ମ ଓ ସମ୍ବୋଧନ ରୂପରେ ବାକ୍ୟରେ ବ୍ୟବହାର କରାଯାଇଥାଏ । ଆବଶ୍ୟକ ସ୍ଥଳେ କର୍ତ୍ତାର ସହଯୋଗୀ ବା ସଂପୂରକ ପଦ ଭାବରେ ମଧ୍ୟ ବ୍ୟବହାର କରାଯାଇଥାଏ । ଯଥା-
->ପିଲାମାନେ ଶ୍ରୀମନ୍ଦିର ଦେଖୁଲେ ।
କର୍ତ୍ତା କର୍ମ
->ଗାନ୍ଧି ଜଣେ ଗଣନେତା ଥିଲେ ।
କର୍ତ୍ତା ସଂପୂରକ
->ବାଳକେ ! ତମେମାନେ ମୋର ଭରର୍ସ ।
ସମ୍ବୋଧନ ପଦ କର୍ତ୍ତା
ଆମ ଭାଷାରେ କ୍ରିୟାବାଚକ ବିଶେଷ୍ୟ ପଦକୁ ଆଧାର କରି ଜାତିବାଚକ ବିଶେଷ୍ୟ ତିଆରି ହୋଇ ବ୍ୟବହାର କରାଯାଇଥାଏ ।
ଯଥା-
କିୟାବାଚକ ବିଶେଷ୍ୟ ଜାଚିବାଚକ ବିଶେଷ୍ୟ
ଖେଳ ଖେଳାଳି
ପଡ଼ା ପଢ଼ାଳି
କଚାଳି ନଚା, ନାଚ
ଲେଖା ଲେଖାଳି
ଆମେ ବାକ୍ୟରେ ଆଉ ଏକ ପ୍ରକାରର ବିଶେଷ୍ୟ ପଦ ବ୍ୟବହାର କରୁ, ଯାହାର ଏକବଚନ ଓ ବହୁବଚନର ରୂପ ସମାନ । ବହୁବଚନରେ ବ୍ୟବହାର ହେବାବେଳେ ଏହି ପ୍ରକାରର ବିଶେଷ୍ୟ ପଦ ସମଷ୍ଟି ବାଚକ ଅର୍ଥ ପ୍ରକାଶ କରେ । ଯଥା- ଜନତା, ବିଦ୍ୟାର୍ଥୀ, ଶ୍ରେଣୀ, ଗୋଠ, ସେନା, ଫିଉଜ, ପଲଟଣ, ପାଠାଗାର, ଗ୍ରନ୍ଥାଳୟ, ବିଧାନସଭା, ପାର୍ଲାମେଣ୍ଟ, ସିଣ୍ଡିକେଟ, ପରିଷଦ, ଗଣ ଓ ମେଳି । ଏଗୁଡ଼ିକୁ ସମବାଚକ ଅଥବା ସ୍ୱତନ୍ତ୍ର ଏକ ରୂପ ବିଶିଷ୍ଟ ଜାତିବାଚକ ବିଶେଷ୍ୟ ଭାବରେ ଗ୍ରହଣ କରାଯାଇପାରେ ।
ଆମେ ଦୁଇ ପ୍ରକାର ଶବ୍ଦକୁ ବିଶେଷ୍ୟ ପଦ ଭାବରେ ବ୍ୟବହାର କରିଥାଉ । ଗୋଟିଏ ପ୍ରକାର ହେଉଛି- ଏକ ଶବ୍ଦ ବିଶିଷ୍ଟ ବିଶେଷ୍ୟ ପଦ ଓ ଅନ୍ୟଟି ଦୁଇଶକ ବିଶିଷ୍ଟ ଯୋଡ଼ା ବା ଯୁଗ୍ମ ବିଶେଷ୍ୟ ପଦ । ଏକ ଶବ୍ଦ ବିଶିଷ୍ଟ ବିଶେଷ୍ୟକୁ ସରଳ ବିଶେଷ୍ୟ ଓ ଦୁଇଟି ଶବ୍ଦ ସୋରେ ଗଠିତ ବିଶେଷ୍ୟକୁ ଯୌଗିକ ବିଶେଷ୍ୟ କୁହାଯାଏ ।
ଏବେ ନିମ୍ନଲିଖୁତ ଉଦାହରଣଗୁଡ଼ିକୁ ପଢ଼ । ଏଥିରେ ଥିବା ବଡ଼ କଳା ଅକ୍ଷରର ପଦକୁ ଚିହ୍ନଟ କର ।
ସରଳ ବିଶେଷ୍ୟ ଯୌଗିକ ବିଶେଷ୍ୟ
(କ) ଶୀତ ପଡ଼ିଲାଣି । ଶୀତକାକର ପଡ଼ିଲାଣି ।
ପାଣି ଭଲ ଅଛି । ପାଣିପାଗ ଭଲ ଅଛି ।
(ଖ) ଲେଖା ସରିଲା । ଲେଖାଯୋଖାରେ ସେ ଭାଇ ହେବେ ।
ତାକୁ ଦାନା ମିଳିଲା । ତାକୁ ଦାନାକନା ମିଳିଲା କି ?
କ - ଖ ଦୁଇ ପ୍ରକାରର ଉଦାହରଣରେ ସରଳ ବିଶେଷ୍ୟ ରୂପେ- ଶୀତ \ ପାଣି \ଲେଖା \ ଦାନା \ ବ୍ୟବହୃତ \ ହୋଇଛି । ପ୍ରତ୍ୟେକର ନିର୍ଦ୍ଦିଷ୍ଟ ଅର୍ଥ ବି ରହିଛି । ଏଗୁଡ଼ିକୁ ମୂଳ ଶବ୍ଦ ଭାବରେ ଗ୍ରହଣ କରି ତହିଁରେ କାକର \ ପାର \ଯୋଖା । କନା \ ଆଦି ଶବ୍ଦ ମିଳିତ ହୋଇ ଯୌଗିକ ବିଶେଷ୍ୟ ପଦ- ଶୀତ + କାକର = ଶୀତକାକର । ପାଣି + ପାଗ =ପାଣିପା୍ଗ । ଲେଖା + ଯୋଖା = ଲେଖାଯୋଖା / ଦାନା + କନ = ଦାନାକନା ଗଠିତ ହୋଇଛି । ଏଠାରେ ବାବହୃତ ଯୌଗିକ ବିଶେଷ୍ୟ ପଦର ପ୍ରତିଟି ଶବ୍ଦ ସାର୍ଥକ । ଏପରିକି ଆମ ଭାଷାରେ ଯୁକ୍ତବିଶେଷ୍ୟ ପଦରେ ମଧ୍ୟ ଅର୍ଥ ନଥିବା ସହଯୋଗୀ ପଦର ବ୍ୟବହାର କରାଯାଇଥାଏ । ଯଥା, ଦୋକାନଫୋକାନ, ବାବିସାଳି, ଉଧାରଫଧାର ପଦ୍ଧତି ।
ଯୁକ୍ତ ବିଶେଷ୍ୟ ବା ଯୌଗିକ ବିଶେଷ୍ୟ ପଦକୁ ଛାଡିଛାଡି ଲେଖାଯାଏ ନାହିଁ | ଏକଶଦ୍ଦ ପରି ଯୋଡିକରି ଏହା ଲେଖାଯାଇଥାଏ |
No comments:
Post a Comment