Tuesday, August 13, 2019

ଭାଷା ଓ ଓଡ଼ିଆଭାଷା

 ଭାଷା ଓ ଓଡ଼ିଆଭାଷା
‘ଭାଷା' ହେଉଛି ମଣିଷର ମୁଖ ନିଃସୃତ ନିୟମବଦ୍ଧ ଧ୍ୱନିମାନଙ୍କର ସମାହାର । ଏହା ସାହାଯ୍ୟରେ ସମାଜ  ମଧ୍ୟରେ ବସବାସ କରୁଥିବା ମଣିଷ ତା'ର କାର୍ଯ୍ୟ ସମ୍ପାଦନ କରେ । ମନୁଷ୍ୟ ତା'ର ଚିନ୍ତନ ଶକ୍ତି ଯୋଗୁ ଜୀବଜଗତିରେ । ଶ୍ରେଷ୍ଠ ସ୍ଥାନ ଅଧୁକାର କରିଛି । ସେ ତା ମନର ଭାବନାକୁ ଭାଷା ମାଧ୍ୟମରେ ରୂପ ଦିଏ ଓ ତା’ରି ସାହାଯ୍ୟରେ ବହୁ ବିବିଧ କାର୍ଯ୍ୟ ସମ୍ପାଦନ କରିବା ପାଇଁ ସମର୍ଥ ହୁଏ । ଭାଷା ନଥିଲେ ମଣିଷ ମନର ଭାବକୁ ପ୍ରକାଶ କରିବା ଖୁବ୍ କଷ୍ଟକର ହୁଅନ୍ତା । ଅନ୍ୟ ନିକଟରେ ନିଜ ଚିନ୍ତାର ପରିପ୍ରକାଶ, ପରସ୍ପର ସହ ସମ୍ପର୍କ ପ୍ରତିଷ୍ଠା ଓ ଅନ୍ୟର ଉଦ୍ଦେଶ୍ୟ ଉପଲବ୍ଧି- ଏସବୁ ଭାଷା ଦ୍ୱାରା ସମ୍ଭବ ହୋଇଥାଏ ।
ପୃଥିବୀରେ ବହୁ ପ୍ରକାରର ଭାଷା ପ୍ରଚଳିତ । ଭାରତବର୍ଷରେ ମଧ୍ୟ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ଭାଷା କୁହାଯାଇଥାଏ । ଇଂରାଜୀ, ଚୀନ୍, ଚର୍ମାନୀ, ଫରାସୀ, ଜାପାନୀ ଓ ହିନ୍ଦୀ ପ୍ରଭୃତି ହେଉଛି ପୃଥିବୀର କେତେଗୁଡ଼ିଏ ମହପୂର୍ଣ୍ଣ ଭାଷା । ପ୍ରାଚୀନ କାଳରେ ସମଗ୍ର ଭାରତବର୍ଷରେ ସଂସ୍କୃତଭାଷାର ବିଶେଷ ଆଦର ଥିଲା । ବେଦର ଭାଷା ଥିଲା ବୈଦିକ, ସଂସ୍କୃତ । ଏହା ହେଉଛି ସର୍ବ ପୁରାତନ ଭାଷା । ଏହାର ପରବର୍ତ୍ତୀ ସ୍ତର ହେଉଛି କୌକିକ ସଂସ୍କୃତ । ସମୟ ସ୍ରୋତରେ ତିନିଗୋଟି ସ୍ତର ଦେଇ ସଂସ୍କୃତଭାଷାର ବିବର୍ତ୍ତନ ଘଟିଲା । ସେହି ତିନିଗୋଟି ସ୍ତର ହେଲା- ପାଲି, ପ୍ରାକୃତ ଓ ଅପଭ୍ରଂଶ ସ୍ତରରୁ ଅନ୍ୟାନ୍ୟ  ଆଧୁନିକ ଭାରତୀୟ ଆର୍ଯ୍ୟଭାଷାଗୁଡିକ ପରି ଓଡିଆଭାଷାର ବିକାଶ ଘଟିଛି । ଓଡ଼ିଆଭାଷାର ଏକ ସୁଦୃଢ଼ ପ୍ରାଚୀନ ପରମ୍ପରା ରହିଛି । ଅପଭ୍ରଂଶ ଭାଷାରେ (ପୂର୍ବ ମଗଧୀ ଅପଭ୍ରଂଶ) ରଚିତ । ଆର୍ଯ୍ୟାଗୀତିକାଗୁଡ଼ିକ ହେଉଛି ଓଡ଼ିଆଭାଷାର ପ୍ରାଚୀନତମ ନମୁନା । ସାରଳା ଦାସଙ୍କ ମହାଭାରତ ରଚନା ବେଳକୁ ଓଡ଼ିଆଭାଷା ପୂର୍ଣ୍ଣ ବିକଶିତ ଅବସ୍ଥା ପ୍ରାପ୍ତ ହୋଇଥିଲା । ସାରଳା ମହାଭାରତ, ଜଗନ୍ନାଥ ଦାସଙ୍କ ଭାଗବ, ବଳରାମ ଦାସକ ଜଗମୋହନ ରାମାୟଣ, ଉପେନ୍ଦ୍ରଭଞ୍ଜଙ୍କୁ କାବ୍ୟକବିତା, ମଧୁସୂଦନ ଓ ଫକୀରମୋହନଙ୍କ ରଚନା ସମ୍ଭାରକୁ ଅନୁଧ୍ୟନ କଲେ ପ୍ରାଚୀନ କାଳରୁ ଆଧୁନିକ କାଳ ପର୍ଯ୍ୟନ୍ତ ଓଡ଼ିଆଭାଷାର ବିକାଶ କ୍ରମକୁ ଉପଲବ୍ଧ କରାଯାଇ ପାରିବ ।
ଭାଷାର ରୂପରେଖ
ଭାଷାକୁ ସାଧାରଣ ଭାବରେ ଦୁଇଗୋଟି ଭାଗରେ ବିଭକ୍ତ କରାଯାଇଥାଏ । ତାହା ହେଲା- (କ) କଥିତ (ଖ) ଲିଥିତ । ଆମେ ଯେତେବେଳେ ଅନ୍ୟମାନଙ୍କ ସହ କଥାବାର୍ଭା କରି ନିଜର ଭାବ ବିନିମୟ କରୁ, ତାହା ହେଉଛି ଭାଷାର କଥିତ ରୂପ । କିନ୍ତୁ ଆମେ ଯେତେବେଳେ ପତ୍ରପତ୍ରିକା ବା ପୁସ୍ତକ ମାଧ୍ୟମରେ ଅନ୍ୟର ବିଚାର ଓ ଚିନ୍ତାଧାରା ଜାଣିବାକୁ ପାଇଥାଉ -କିୟ। କୌଣସି ବ୍ୟକ୍ତିଙ୍କୁ ଚିଠି ଲେଖୁ ତାହା ହେଉଛି ଭାଷାର ଲିଖୁତ ରୂପ । ରାମାୟଣ, ମହାଭାରତ, ଭାଗବତ ପ୍ରଭୃତି ପ୍ରସିଦ୍ଧ ଗ୍ରନ୍ଥ ହେଉଛି ଲିତ ଭାଷାର ନିଦର୍ଶନ ।
ପୃଥିବୀରେ ପ୍ରତ୍ୟେକ ବସ୍ତୁ ଯେପରି ପରିବର୍ତ୍ତନଶୀଳ, ଭାଷା ମଧ୍ୟ ସେହିପରି ପରିବର୍ଭନଶୀଳ । ଏହି ପରିବର୍ଭବ ପ୍ରଥମେ ଭାଷାର ବାହ୍ୟ ସ୍ତରରେ ଦେଖାଦିଏ ଓ ପରେ ଏହା ଅନ୍ତର୍ନିହିତ ସ୍ତରରେ ଆତ୍ମପ୍ରକାଶ କରେ । ଧ୍ୱନି ଓ ଶହ ଭାଷାର ବାହ୍ୟ ସ୍ତର ହେଲାବେଳେ, ଅର୍ଥ ହେଉଛି ଭାଷାର ଅନ୍ତର୍ନିହିତ ସ୍ତର । ଏହି ପରିବର୍ତ୍ତନ ଶୀଘ୍ର ହୁଏ କଥିତ ଭାଷାରେ; କିନ୍ତୁ ଲିଖିତଭାଷାରେ ପରିବର୍ତ୍ତନ ପାଇଁ ଅନେକ ସମୟ ଲାଗେ । ଏହି ପରିବର୍ତ୍ତନ ପାଇଁ ଅନେକ ସାମାଜିକ, ସାଂସ୍କୃତିକ ଓ ଐତିହାସିକ କାରଣଗୁଡ଼ିକ ଦାୟୀ । ଏହି ପରିବର୍ତ୍ତନ ଯୋଗୁ ଗୋଟିଏ ଭାଷାରୁ କାଳକ୍ରମେ ଅନେକ ଭାଷା ଓ ଉପଭାଷା ସୃଷ୍ଟି ହୁଏ । ଗୋଟିଏ ଭାଷା ସହିତ ଅନେକ ଭାଷାର ଶବ୍ଦ ଆସି ମିଶିଯାଏ । ଓଡ଼ିଆ ଭାଷା ସଂସ୍କୃତରୁ ସୃଷ୍ଟି ହୋଇଛି ଏବଂ ଏଥିରେ କାଳକ୍ରମେ ଆଦିବାସୀ, ଦ୍ରାବିଡ଼, ଯାବନିକ ଗୋଷ୍ଠୀର ଭାଷା ଓ ୟୁରୋପୀୟ ଭାଷା ଗୋଷ୍ଠୀର ପ୍ରଭାବ ପଡ଼ିଛି ।
ଉପଭାଷା ଓ ଆଞ୍ଚଳିକ ଭାଷା
ଅଞ୍ଚଳ ଭେଦରେ ରହିଥିବା ଭାଷାର ରୂପକୁ ଆଞ୍ଚଳିକ ଭାଷା ନାମରେ ଅଭିହିତ କରାଯାଏ । ଭାଷାର ଲିଖିତ ରୂପ ଏକ ପ୍ରକାରର ହୋଇଥିଲେ ମଧ୍ୟ ଅଂଚଳ ଭେଦରେ ଏହା ଭିନ୍ନ ଭିନ୍ନ ଭାବରେ କଥିତ ହୁଏ । ଆମ ଓଡ଼ିଶା ପ୍ରଦେଶର ମାନକ ଭାଷା 'ଓଡ଼ିଆ' । ମାତ୍ର ପଶ୍ଚିମାଞ୍ଚଳ, ଦକ୍ଷିଣାଞ୍ଚଳ, ଉତ୍ତରାଳ ଭେଦରେ ଭାଷାର କଥିତ ଅଂଚଳିକ ରୂପ ମଧ୍ୟ ରହିଛି ।
ଲିପି
ମଣିଷ ଯେଉଁ ଭାଷାରେ କଥାବାର୍ତ୍ତା କରେ, ତାକୁ ଚିରସ୍ଥାୟୀ କରିବାର ପ୍ରଚେଷ୍ଟା ମଧ୍ୟରୁ ଲିପିର ଜନ୍ମ । ଲିପି ମାଧ୍ୟମରେ ମୁଖ ଉଚ୍ଚାରିତ ଧ୍ୱନିକୁ ସାଙ୍କେତିକ ରୂପ ଦିଆଯାଇଥାଏ । ମନେ ରଖୁବାକୁ ହେବ ଯେ, କୌଣସି ଏକ ଭାଷାରେ ଲିପି ଆଗ ସୃଷ୍ଟି ହୋଇନଥାଏ । ଭାଷା ପ୍ରଥମେ ମୌଖୁଜ ରୂପ ନିଏ, ପରେ ଲିପି ସତ ମାଧ୍ୟମରେ ଏହି କଥିତ ରୂପକୁ ଚିରସ୍ଥାୟୀ କରି ରଖିବାକୁ ବ୍ୟବସ୍ଥା କରାଯାଏ । ଲିପି ସୃଷ୍ଟିର ଇତିହାସ ବିଶ୍ଳେଷଣ କଲେ ଜଣାପଡ଼େ ଯେ ଅଶୋକଙ୍କ ସମୟରେ ଭାରତବର୍ଷରେ ଦୁଇ ପ୍ରକାରର ଲିପି ପ୍ରଚଳିତ ଥିଲା । ଗୋଟିଏ ବ୍ରାହ୍ମୀଲିପି ଅନ୍ୟଟି ଖରୋଷ୍ଟ୍ରୀ । ଅଶୋକଙ୍କ ଅନୁଶାସନଗୁଡ଼ିକ ମଧ୍ୟରୁ କେତେକ ବ୍ରାହ୍ମୀ ଓ ଆଉ କେତେକ ଖରୋଷ୍ଠୀ ଲିପିରେ ଖୋଦିତ ହୋଇଛି । କ୍ରମେ ଖରୋଷ୍ଟ୍ରୀଲିପିର ପ୍ରଚଳନ ବନ୍ଦ ହେଲା ଓ ବ୍ରାହ୍ୟଲିପି ପ୍ରସାର ଲାଭ କଲା । ଉଣାଅଧୁକେ ଭାରତବର୍ଷର ଲିପିମାଳା ଏହି ବ୍ରାହ୍ମୀଲିପିରୁ ସୃଷ୍ଟି ହୋଇଛି । ବ୍ରାହ୍ମୀଲିପି ଅଶୋକ, ଖାରବେଳ, ଗୁପ୍ତରାଜତ୍ଵ, ଶୈଳୋଦ୍ଭବ ଓ ସୋମବଂଶୀ ରାଜତ୍ଵ କାଳ ଦେଇ କୁଟିଳ ଓ ସୂକ୍ଷ୍ମକୋଣୀ କୂପଧାରଣ କରି ମାଗଧୀ ଲିପିରେ ପରିଣତ ହୋଇଛି । ଏକାଦଶରୁ ଚତୁର୍ଦଶ ଶତାବ୍ଦୀ ମଧ୍ୟରେ ଓଡ଼ିଆଲିପି ଦକ୍ଷିଣ ଭାରତୀୟ ଲିପିର ପ୍ରଭାବରେ ଗୋଲାକୃତ ହୋଇଛି । ଆଧୁନିକ ଓଡ଼ିଆଲିପିର ଦୁଇ ପ୍ରକାରର ଲିଖନ ପଦ୍ଧତି ରହିଛି । ଗୋଟିଏ ସାଧାରଣୀ ଓ ଅନ୍ୟଟି କରଣୀ । ଜନସାଧାରଣଙ୍କ ଲେଖାପଢ଼ା ଓ ପୁସ୍ତକ ମୁଦ୍ରଣ ପ୍ରଭୃତିରେ ସାଧାରଣୀ ଲିପିର ବ୍ୟବହାର ଦେବାକୁ ମିଳିଥାଏ । ତାଳପତ୍ର ପୋଥିମାନଙ୍କରେ କରିଣୀ ଲିପିର ବ୍ୟବହାର ଦେଝଖିବାକୁ ମିଳେ ।
ଓଡ଼ିଆ ଧ୍ବନି ଓ ବର୍ତ୍ତମାଳାର ସ୍ୱରୂପ ।
ଧ୍ୱନି, ବର୍ଣ୍ଣ, ଶଦ୍ଦ, ବାକ୍ୟ ଓ ଅର୍ଥ- ଏସବୁ ଯେକୌଣସି ଭାଷାର ବିଭିନ୍ନ ବିଭାଗ । ଶବ୍ଦର ପ୍ରକାଶ ମାଧ୍ୟମ  ଦୁଇଟି । ଗୋଟିଏ ହେଲା ଧ୍ୱନି ଓ ଅନ୍ୟଟି ବର୍ଣ୍ଣ । ଶବ୍ଦ ହେଉଛି- ଧ୍ୱନିମାନଙ୍କର ସମାହାର । ଏହି ଧ୍ୱନିଗୁଡ଼ିକ ହେଲା । ମୁଖ ଉଚ୍ଚାରିତ ସାର୍ଥକ ଧ୍ୱନି | ଅନ୍ୟ ଭାବରେ କହିବାକୁ ଗଲେ ଧ୍ୱନ ରୂପେ ଶବ୍ଦ ଉଚ୍ଚାରିତ ହୁଏ ଓ ବର୍ଣ୍ଣ ରୂପେ ଲିଖିତ ହୁଏ । ବର୍ଣ୍ଣ ହେଉଛି ଧ୍ୱନିର ସାଙ୍କେତିକ ରୂପ । ଧ୍ୱନିର ଲିଖନ ସଂକେତକୁ ଲିପି ଓ ଅକ୍ଷର ନାମରେ ଚିହ୍ନିତ କରାଯାଏ । ଭାଷାରେ ବ୍ୟବହୃତ ବର୍ଣ୍ଣ ସମଷ୍ଟି ହେଉଛି ବର୍ଣମାଳା । ଭାଷା କ୍ଷେତ୍ରରେ ଲକ୍ଷ୍ୟ କରାଯାଏ ଯେ କେତେକ ଭାଷାରେ ଧୂଳି ସଂଖ୍ୟା କମ୍ ଥିଲାବେଳେ ଅକ୍ଷର ସଂଖ୍ୟା ବେଶୀ । ଆଉ କେତେକ ଭାଷାରେ ଧ୍ୱନି ସଂଖ୍ୟା ବେଶି ଥିଲାବେଳେ ଅକ୍ଷର ସଂଖ୍ୟା କମ୍ । ପ୍ରଥମଟିର ଉଦାହରଣ ହେଉଛି ଓଡ଼ିଆ ଭାଷା । ମନେ ରଖିବାକୁ ହେବ ଯେ ଜଣକର ଉଚ୍ଚାରଣ ସହିତ ଅନ୍ୟମାନଙ୍କର ଶ୍ରବଣ ସଂପୃକ୍ତ । ପୁଣି ଜଣକର ଲିଖନ ସହିତ ଅନ୍ୟମାନଙ୍କର ପଠନ ମଧ୍ୟ ସଂପୃକ୍ତ । ଉଚ୍ଚାରଣ ଓ ରିଖନ ଭନ୍ଦି ଭାଷାର ପ୍ରକାଶ ପଦ୍ଧତି । ଶ୍ରବଣ ଓ ପଠନ ହେଉଛି ଏହାର ଗ୍ରହଣ ପଦ୍ଧତି । ତେଣୁ ଭାଷା ଜପରୋକ୍ତ ଚାରିଗୋଟି ପଦ୍ଧତି ଦେଇ ସଂପ୍ରସାରିତ ହୁଏ ।
ପ୍ରତ୍ୟେକ ଭାଷାରେ ଧ୍ୱନି, ବର୍ଣ୍ଣ, ଶଦ୍ଦ, ପଦ ଓ ବାକ୍ୟର ବିଶ୍ଳେଷଣ ପାଇଁ ଯେଉଁ ନିୟମ ବା ସୂତ୍ରଗ୍ରନ୍ଥି ରଚିତ ହୋଇଥାଏ, ତାହାକୁ ସେହିସେହି ନିର୍ଦ୍ଦିଷ୍ଟ ଭାଷାର ବ୍ୟାକରଣ’ ଭାବରେ ଗ୍ରହଣ କରାଯାଏ । ଓଡ଼ିଆ ଭାଷାର ବ୍ୟାକରଣ ଗ୍ରନ୍ଥ ଏ ଭାଷାର ଶୁଦ୍ଧତା ରକ୍ଷା କରିବା ପାଇଁ ରଚିତ ।
ଓଡ଼ିଆ ଭାଷାରେ ଉଚ୍ଚାରଣ ପଦ୍ଧତି ସହିତ ସମ୍ବରୁ ଧ୍ୱନି ସମୁହକୁ ଦୁଇ ଭାଗରେ ବିଭକ୍ତ କରାଯାଏ– ସ୍ଵର ଧ୍ୱନି ଓ ବ୍ୟଞ୍ଜନ ଧ୍ୱନି ।
ସ୍ୱର ଧ୍ୱନି :
ଯେଉଁ ନି ଢଳାରଣ ସମୟରେ ମୁଖରନ୍ଧୁ ଓ ଗଳଗଙ୍ଗର ମରେ ଫୁସ୍‌ଫୁସ୍‌ ନିର୍ଗତ ବାୟୁ ବାଧା ନପାଇ କିମ୍ବା କୌଣସି ସଂକୀର୍ଣ ମାର୍ଗ ମଧ୍ୟରେ ନଯାଇ ପ୍ରବାହିତ ହୁଏ, ତାହାକୁ ସ୍ୱର ଧ୍ୱନି କୁହାଯାଏ ।
ଓଡ଼ିଆ ଭାଷାରେ ଆଠଗୋଟି ସ୍ୱର ଧ୍ୱନି ରହିଛି । ସେଗୁଡ଼ିକ ହେଲା- ଅ, ଆ, ଇ, ଉ, ଏ, ଓ, ଔ, । ଏଥି ମଧ୍ୟରୁ ‘ଅ, ଆ, ଇ, ଉ, ଏ, ଓ’ ସ୍ୱର ଧ୍ୱନିଗୁଡ଼ିକୁ ଶୁଦ୍ଧ ବା ମୌଳିକ ସ୍ୱର କୁହାଗଲାବେଳେ 'ଐ, ଔ,’କୁ ସଂଯୁକ୍ତ କୃର ଧ୍ୱନି କୁହାଯାଇଥାଏ । ଆମ ବର୍ଣ୍ଣମାଳାରେ ଈ, ଊ, ୠ' ଏହି ତିନୋଟି ସ୍ଵରବର୍ଣ୍ଣ ରହିଥିଲେ ମଧ୍ୟ ସେଗୁଡ଼ିକର ସାର୍ଥକ ଉଚ୍ଚାରଣ ନାହିଁ । ଆମେ 'ଈ' 'ଊ' କୁ ଯଥାକ୍ରମେ ଇ, ଉ, ଭାବରେ ଉଚ୍ଚାରଣ କରିଥାଉ । ସେହିପରି 'ର'ର ସ୍ୱତନ୍ତ୍ର ଉଚ୍ଚାରଣ ମଧ୍ୟ ନାହିଁ ।'ର +ଉ' ଭାବରେ ଏହା ଉଚ୍ଚାରିତ ହେଉଥିବାରୁ ଓଡ଼ିଆ ଭାଷାର ଉଚ୍ଚାରଣରେ ଏହାର ସ୍ୱରସରାକୁ ଆଉ ଗ୍ରହଣ କରାଯାଉନାହିଁ ।
ସୁତରାଂ ଓଡ଼ିଆ ଭାଷାରେ ଅ, ଆ, ଇ, ଉ, ଏ, ଓ, ଔ, ଔ- ଏହି ୮ଟି ହେଲା ଉଚ୍ଚାରିତ ସୂରନିର ସ୍ଵରବର୍ଣ୍ଣ ସଂଖ୍ୟା ହେଉଛି- ୧୧ । ୧ ୧ଟି ସ୍ଵରବର୍ଣ୍ଣ ଏହିପରି- ଅ, ଆ, ଇ, ଈ, ଉ, ଊ, ର, ଏ, ଐ, ଓ, ଔ ।
ବ୍ୟଞ୍ଜନ ଧ୍ୱନି :
ବ୍ୟଞ୍ଜନ ଧ୍ୱନି ଗୁଡ଼ିକର ଉଚ୍ଚାରଣ ସମୟରେ ବାୟୁର ଗତିରେ କୌଣସି ନା କୌଣସି ବାଧା ରହିଥାଏ। ଏହି ବାଧା ଦୁଇ ପ୍ରକାରର ହୋଇପାରେ । ବାଗ୍‌ଯନ୍ତ୍ର ଦୁଇ ଅଂଶ ପରସ୍ପର ସହିତ ମିଳିତ ହୋଇ ବାୟୁ ମାର୍ଗକୁ ବନ୍ଦ କରି ଦେଇପାରନ୍ତି କିମ୍ବା ପାଖାପାଖି ରହି ଏକ ସଂକୀର୍ଣ ମାର୍ଗ ସୃଷ୍ଟି କରିଛି । ବାୟୁ ଯଦି ଏହି ବାଧା ସହିତ କିମ୍ବା ସଂକୀର୍ଣ ମାର୍ଗରେ ଘଷି ହୋଇ ପ୍ରବାହିତ ହୁଏ ତାହେଲେ ବ୍ୟଞ୍ଜନ ଧ୍ୱନି ସୃଷ୍ଟି ହୁଏ । । ଓଡ଼ିଆରେ ବ୍ୟଞ୍ଜନ ଧନିଗୁଡ଼ିକୁ ସେମାନଙ୍କର ଉଚ୍ଚାରଣର ବିଧ ଓ ଉଚ୍ଚାରଣ ସ୍ଥାନ ଅନୁଯାୟୀ ସ୍ପର୍ଶ ଧୁନି, ସଂଘର୍ଷା ଧ୍ୱନି, ପାର୍ଶ୍ୱିକ ସଂଘର୍ଖ ଧ୍ୱନି, ଲୋଡ଼ିତ ଧ୍ୱନି, ପାଣ୍ଟିକ ଧୂଳି, ଜତକ୍ଷିପ୍ର ଧ୍ୱନି ଓ ଅର୍ବବ୍ୟଞ୍ଜନ ଆଦି ଭାଗରେ ବିଭକ୍ତ  କରାଯାଏ । ତେବେ ଏ କ୍ଷେତ୍ରରେ ଓଡ଼ିଆ ବ୍ୟଞ୍ଜନ ଧ୍ୱନିଗୁଡ଼ିକର ସାଧାରଣ ପରିଚୟ ଦିଆଯାଉଅଛି ।
ଓଡ଼ିଆ ସ୍ଵର୍ଶ ବ୍ୟଞ୍ଜନ ଧ୍ୱନିଗୁଡ଼ିକ ହେଲା
ପ୍‌, ଫ୍‌,ବ୍‌ ଭ୍‌ - ଓଷ୍ଟ୍ୟ ସ୍ପର୍ଶ ବ୍ୟଞ୍ଜନ ଧ୍ୱନି
ତ୍‌,ଥ, ଦ୍, ଧ୍‌ - ଦନ୍ତ୍ୟ ସ୍ପର୍ଶ ବ୍ୟଞ୍ଜନ ଧ୍ୱନି
ଟୁ,ଠ୍‌ , ଡ୍‌, କ୍ - ମୂର୍ଦ୍ଧଣ୍ୟ ସ୍ପର୍ଶ ବ୍ୟଞ୍ଜନ ଧ୍ୱନି
କ୍‌, ଖ୍‌,ଗ୍‌ , ଘୁ - କଣ୍ଟ୍ୟ ସୃର୍ଶ ବ୍ୟଞ୍ଜନ ଧ୍ୱନି
ଓଡ଼ିଆ ନାସିକ୍ୟ ଧ୍ୱନି- ଙ, ଣ୍‌, ନ୍‌,ମ୍
ଓଡ଼ିଆ ସଂଘର୍ଷୀ ଧୂନି- ସ୍,ହ୍‌
ଓଡ଼ିଆ ସ୍ପର୍ଶ ସଂଘର୍ଶୀ ଧ୍ୱନି - ଚ୍‌, ଛ୍‌, ଜ୍‌, ଝ୍‌
ଓଡ଼ିଆ ଲୋଡ଼ିତ ଧ୍ୱନି- ର୍‌
ଓଡ଼ିଆ ପାର୍ଶ୍ୱିକ ଧ୍ୱନି - ଳ୍‌, ଢ୍‌
ଓଡ଼ିଆ ଉତକ୍ଷିପ୍ତ ଧ୍ବନି - , କୁ
ଓଡ଼ିଆ ଅର୍ଦ୍ଧସ୍ୱର - ୟ,ୱ
ମନେରଖ :
(କ) ଅର୍ଦ୍ଧସ୍ଵରଗୁଡ଼ିକ ବ୍ୟଞ୍ଜନ ଧ୍ୱନିଗୁଡ଼ିକଠାରୁ ବେଶୀ ମୁଖର ଓ ସ୍ୱରଧ୍ୱନିଗୁଡ଼ିକଠାରୁ କମ୍ ମୁଖର ।
(ଖ) ଓଡ଼ିଆରେ କ୍,ଖ୍‌, ଗ୍‌, ଘ୍‌,ଙ୍, ଚ୍‌, ଛ୍‌, ଜ୍,ଝ୍‌, ଟ୍, ଠ୍‌ , ଡ୍‌,ଢ୍, ଡ଼, ଢ଼,ଣ୍ , ତ୍, , ଥ୍‌ , ଦ୍‌, ଧ୍‌,ନ୍‌,  ପ୍, ଫ୍‌, ବ୍‌,
ଭ୍‌, ମ୍, ୟ, ର୍‌, ଳ, ଲ୍‌,ୱ , ସ୍,ହ - ଏହି ୩୩ଟି ବ୍ୟଞ୍ଜନ ଧ୍ବନି ରୂପେ ଉଚ୍ଚାରିତ ହୁଏ ।
ଙ୍,ଞ୍ଜ୍,ଯ୍, ଶ୍, ଷ୍, ଃ– ଏହି ୬ଟି ଧ୍ୱନିର ମୌଳିକ ଉଚ୍ଚାରଣ ସ୍ୱାଭାବିକ କଥନରେ ନାହିଁ ।
ଧ୍ୱନିମାନଙ୍କର ବିଭାଗୀକରଣ ପରି ଓଡ଼ିଆ ଭାଷାରେ ବ୍ୟବହୃତ ବର୍ଣମାଳାକୁ ଦୁଇଗୋଟି ଭାଗରେ ବିଭକ୍ତ କରାଯାଏ । ସେ ଦୁଇଟି ହେଉଛି-
 (କ) ସ୍ଵରବର୍ଣ୍ଣ, (ଖ) ବ୍ୟଞ୍ଜନ ବର୍ଣ୍ଣ
ସ୍ଵରବର୍ଣ୍ଣ
ଅ, ଆ, ଇ, ଈ, ଉ, ଭ, ର, ଏ, ଐ, ଓ, ଔ- ଏହି ଏଗାରଗୋଟି ସ୍ଵରବର୍ଣ୍ଣ ଓଡ଼ିଆ ଭାଷାରେ ବ୍ୟବହୃତ । 'ଌ' ଓ 'ୠ'ର ବ୍ୟବହାର ଓଡ଼ିଆଭାଷାରେ ନଥିବାରୁ ତାକୁ ସ୍ଵରବର୍ଣ୍ଣ ପର୍ଯ୍ୟାୟରେ ଆଉ ଗ୍ରହଣ କରାଯାଉ ନାହିଁ ।
ବ୍ୟଞ୍ଜନ ବର୍ଣ୍ଣ
ଓଡ଼ିଆ ଭାଷାରେ ଯେଉଁ ୩୯ଗୋଟି ବ୍ୟଞ୍ଜନବର୍ଣ୍ଣ ରହିଛି ସେଗୁଡ଼ିକୁ ଦୁଇଭାଗରେ ବିଭକ୍ତ କରାଯାଇଥାଏ |
(କ) ବର୍ଗ୍ୟ ବ୍ୟଞ୍ଜନ               (ଖ) ଅବର୍ଗ୍ୟ ବ୍ୟଞ୍ଜନ
ବର୍ଗ ବ୍ୟଞ୍ଜନ
କ, ଖ, ଗ, ଘ, ଙ, ଚ, ଛ, ଜ, ଝ, ଞ୍ଜ, ଟ, ଠ, ଡ, ଢ, ଣ, ତ, ଥ, ଦ, ଧ, ନ, ପ, ଫ, ବି, ଉ, ମ- ଏହି ପଚିଶଗୋଟି ବର୍ଣ୍ଣ ବର୍ଗ ବ୍ୟଞ୍ଜନ ବର୍ଷର ଅନ୍ତର୍ଗତ । ଏମାନଙ୍କୁ ପାଞ୍ଚଗୋଟି ଭାଗରେ ବିଭକ୍ତ କରାଯାଇଛି ।
ସେ ବିଭାଗଗୁଡ଼ିକ ହେଲା
'କ'- ବର୍ଗ            କ, ଖ, ଗ, ଘ, ଡ - କଣ୍ଠ୍ୟ ବର୍ଗ
'ଚ' ବର୍ଗ             ଚ, ଛ, ଜ, ଝ, ଞ୍ଜ - ତାଲବ୍ୟ ବର୍ଗ
'ଟ'- ବର୍ଗ            ଟ, ଠ, ଡ, ଢ, . ମୂର୍ଦ୍ଧଣ୍ୟ ବର୍ଗ
'ତ'-ବର୍ଗ             ତ, ଥ, ଦ, ଧ, ନ - ଦନ୍ତ୍ୟ ବର୍ଗ
‘ପ'- ବର୍ଗ            ପ, ଫ, ବ, ଭ, ମ -ଓଷ୍ଠ୍ୟ ବର୍ଗ
ତେବେ ଏହା ମଧ୍ୟରୁ 'ଌ' ର ବ୍ୟବହାର ଓଡ଼ିଆ ଭାଷାରେ ସୀମିତ ।
ଅବର୍ଗ୍ୟ ବ୍ୟଞ୍ଜନ
ଯ, ୟ, ର, ଳ, ଲ, ୱ, ଶ, ଷ, ସ, ହ, କ୍ଷ, ଂ (ଅନୁସାର), ଃ (ବିସର୍ଗ), ଁ(ଚନ୍ଦ୍ରବିନ୍ଦୁ)- ଏହି ୧୪ ଗୋଟି ଅବର୍ଗ୍ୟ ବ୍ୟଞ୍ଜନ ଓଡ଼ିଆ ଭାଷାରେ ବ୍ୟବହୃତ । ଓଡ଼ିଆ ଭାଷାରେ ୧ ୧ ଗୋଟି ସ୍ଵର ବର୍ଷ ଓ ୩୯ ଗୋଟି ବ୍ୟଞ୍ଜନ ବର୍ଣ- ଏହିପରି ସର୍ବମୋଟ ୫୦ ଗୋଟି ବର୍ଣ୍ଣ ବ୍ୟବହୃତ ହେଉଅଛି । ଏହି ୫୦ଗୋଟି ବର୍ଷ ପାଇଁ ଅ, ଆ, ଇ, ଶ, ଉ, ର, ର, ଏ, ଐ, ଓ, ଔ, କ, ଖ, ଗ, ଘ, ତ, ଚ, ଛ, ଜ, ଝ, ଞ୍ଜ, ଟ, ଠ, ଡ, ଢ, ଣ, ତ, ଥ, ଦ, ଧ, ନ, ପ, ଫ, ବ, ଭ, ମ, ଯ, ୟ, ର, ଳ, ୱ, ଓ, ଶ, ଷ, ସ ହ, କ୍ଷ,ଂ,ଃ,ଁ ଏହିପରି ୫୦ଟି ସ୍ୱତନ୍ତ୍ର ଅକ୍ଷର 'ଲିପିମାଲାରେ’ ରୂପେ ଓଡ଼ିଆରେ ବ୍ୟବହୃତ ହୁଏ । କ୍ + ଷ ମିଶି 'କ୍ଷ' ହୋଇଥିବା ଓ 'ଖ' ଭାବରେ ଉଚ୍ଚାରିତ ଏହି ଯୁକ୍ତାକ୍ଷରଟିକୁ ଓଡ଼ିଆ ଲିପିମାଳାରେ ସ୍ୱତନ୍ତ୍ର ବର୍ଣ୍ଣର ମର୍ଯ୍ୟାଦା ମିଳିଛି ।
ମାତ୍ରା ଓ ଫଳା
ସୁରବର୍ଣ୍ଣ 'ଅ' ବ୍ୟତୀତ ଆଉ ପ୍ରତ୍ୟେକ ସ୍ଵରବର୍ଣ୍ଣର ଏକ ଏକ ସାଙ୍କେତିକ ଚିହ୍ନ ଦେଖୁବାକୁ ମିଳେ । 'ଅ'  ସ୍ୱରବର୍ଣ୍ଣ ସାଙ୍କେତିକ ରୂପ ନଥିବାର କାରଣ ହେଉଛି- ଏହା ପ୍ରତ୍ୟେକ ବ୍ୟଞ୍ଜନ ବର୍ଣ ସହିତ ମିଶିକରି ଥାଏ ।
ଯେପରିକି- କ୍ + ଅ = କ, ଖ୍+ ଅ = ଖ, ଗ୍+ଅ = ଗ, ଘ୍+ ଅ = ଘ ପ୍ରଭୃତି । ମନେରଖିବାକୁ ହେବ ଯେ, ସ୍ୱରବର୍ତର ସାଙ୍କେତିକ ରୂପ 'ମାତ୍ରା' ନାମରେ ପରିଚିତ । ଏହାକୁ ଆମେ 'କାର’ ବୋଲି ମଧ୍ୟ କହିଥାଉ । (ଆ କାର, ଇ-କାର, ଉ-କାର ପ୍ରଭୃତି) | ବ୍ୟଞ୍ଜନ ବର୍ଣଗୁଡ଼ିକରେ ଏହି ମାତ୍ରାର ବ୍ୟବହାର ହୋଇଥାଏ । ତଳେ ସୁରବର୍ଣ୍ଣ, ତା'ର ସାଙ୍କେତିକ ରୂପ ବା ମାତ୍ରାଗୁଡ଼ିକୁ ଉଦାହରଣ ସହିତ ଦିଆଗଲା ।
ଯୁକ୍ତ ବ୍ୟଞ୍ଜନ:
ବ୍ୟଞ୍ଜନ ବର୍ଣ୍ଣ ମିଶିକରି ରହିଲେ ଯୁକ୍ତ ବ୍ୟଞ୍ଜନ ବର୍ଣ୍ଣ ସୃଶ୍ଟି ହୁଏ | ଓଡିଆ ଭାଷାରେ ପ୍ରଚଳିତ ଯୁକ୍ତ ବ୍ୟଞ୍ଜନ ମଧ୍ୟରୁ କେତେଗୋତି ଉଦାହରଣ ନିମ୍ନରେ ଦିଆଗଲା-
କ୍ + ତ = କ୍ତ
ମ୍ + ବ = ମ୍ବ
ଚ୍ +ଞ୍ଜ = ଞ୍ଚ
ଣ୍ + ଟ= ଣ୍ଟ
ଜ୍ + ଞ୍ଜ= ଜ୍ଞ
ମ୍ + ବ= ମ୍ବ
ମ୍ + ଭ= ମ୍ଭ
ଶ୍ + ଚ= ଶ୍ଚ
ଷ୍ + ଟ + ର = ଷ୍ଟ୍ର
ଯୁକ୍ତ ବ୍ୟଞ୍ଜନର ବ୍ୟବହାରକୁ ଆମେ ତିନିଗୋଟି ଦୃଷ୍ଟିକୋଣରୁ ବିଚାର କରିପାରିବା ।
(କ) ପ୍ରଥମ ବ୍ୟଞ୍ଜନ ବର୍ଣ୍ଣର ପୂର୍ଣ୍ଣ ରୂପ ତଳେ ଦ୍ୱିତୀୟ ବ୍ୟଞ୍ଜନ ବର୍ଣ୍ଣର ସଂକ୍ଷିପ୍ତ ରୂପକୁ ବ୍ୟବହାର କରାଯାଇଥାଏ ।
ଯେପରି- ଣ୍ଟ, ଣ୍ଠ, ଷ୍ପ... ପ୍ରଭୃତି ।
(ଖ)ପ୍ରଥମ ବ୍ୟଞ୍ଜନ ବର୍ଣ୍ଣ ରୂପେ ରହି ଦ୍ୱିତୀୟ ବ୍ୟଞ୍ଜନର ସାଙ୍କେତିକ ରୂପ ବ୍ୟବହୃତ ହୁଏ । ଯେପରି କ୍ତ, ନ୍ତ,ନ୍ଥ, ମ୍ବ.. ପ୍ରଭୁତି |
(ଗ) ସୁଭ ବ୍ୟଞ୍ଜନର ଆରମ୍ଭରେ ଯଦି ‘ର’ ରହେ, ତେବେ ତା’ର ସଂକ୍ଷିପ୍ତ ରୂପକୁ ‘ରେଫ୍' କୁହାଯାଏ । ରେଫ୍  ବ୍ୟଞ୍ଜନ ଉପରେ ବ୍ୟବହୃତ ହୁଏ । ଯଥା :
ର୍ + କ = ର୍କ = ତର୍କ, ଅର୍କ   ର୍ + ଗ = ର୍ଗ = ସର୍ଗ, ବର୍ଗ     ର୍ + ଘ = ର୍ଘ = ମହାର୍ଘ, ଦୀର୍ଘ     ର୍ + ମ =  ମର୍ମ, କର୍ମ ଗ୍
(ଘ) ପ୍ରଥମ ବ୍ୟଞ୍ଜନ ଭାବରେ ନ୍ ଓ ସ୍ ସହିତ ଯଦି ତ ଓ ରୁ ଯୁକ୍ତ ହୁଏ, ତା'ହେଲେ ସେହି ଯୁକ୍ତ ବ୍ୟଞ୍ଜନକୁ  ସ୍ର୍ତ , ନ୍ର୍ତ ଭାବରେ ଲେଖାଯାଏ । ଏହା ମଧ୍ୟ ସ୍ତ୍ର, ନ୍ତ୍ର  ଭାବରେ ଲେଖାଯାଏ (ବସ୍ତ୍ର, ତନ୍ତ୍ର,ମନ) |
ଯୁକ୍ତ ବ୍ୟଞ୍ଜନର ସଂକ୍ଷିପ୍ତ ରୂପକୁ ଆମେ 'ଫଳା' ବୋଲି କହିଥାଉ । ଯେମିତି ର ନାମ ର-ପଳା, ମ ନାମ ର 'ମ୍' ପଳା ପ୍ରଭୃତି ।
ମ ସହିତ  (ବ-ବର୍ଣ) ସଂଯୁକ୍ତ ହେଲେ 'ମ୍ବ' ହୁଏ । କିନ୍ତୁ ଅନ୍ୟ ବ୍ୟଞ୍ଜନ ବର୍ଣ୍ଣରେ ଏହି ଫଳା ସଂକେତଟି ସଂଯୁକ୍ତ ହେଲେ, ଏହା 'ୱ' ଫଳା ଭାବରେ ଉଚ୍ଚାରିତ ହୁଏ । ଯେପରି ସ୍ଵାଦ, ଦ୍ଵାର, ଅନ୍ନୟ ପ୍ରଭୃତି ।
ଓଡ଼ିଆ ଭାଷାରେ ବ୍ୟବହୃତ ହେଉଥିବା ଆଉ କେତେଗୁଡ଼ିଏ ଯୁକ୍ତ ବ୍ୟଞ୍ଜନ ସମ୍ପର୍କରେ ଏଠାରେ ଉଦାହରଣ ଦିଆଯାଇପାରେ । ସେଗୁଡ଼ିକ ହେଲା- ଙ୍କ, ଙ୍ଖ ଙ୍ଗ, ଙ୍ଘ ନ୍ଦ, ନ୍ଧ , ମ୍ପ, ମ୍ଫ, ଜ୍ଞ ଞ୍ଚ, ଞ୍ଛ  ଇତ୍ୟାଦି । କେତେକ ଶବ୍ଦକୁ ଏଭଳି ଯୁକ୍ତ ବ୍ୟଞ୍ଜନର ସାହାଯ୍ୟ ନନେଇ ପୃଥକ୍ ପୃଥକ୍ ବର୍ଣ୍ଣ ସାହାଯ୍ୟରେ ହଳନ୍ତ  ଯୋଗେ ମଧ୍ୟ ଲେଖାଯାଇପାରେ । ଯଥା- ଉଦ୍‌ଭ, ଉତ୍‌କଳ,ଉତ୍‌ପାତ ପ୍ରଭୃତି ।
ଓଡ଼ିଆ ଶବ୍ଦାବଳୀ
ଅର୍ଥ ପ୍ରଦାନ କରୁଥିବା ଗୋଟିଏ ବର୍ଣ୍ଣ କିମ୍ବା ବର୍ଣ୍ଣ ସମଷ୍ଟିକୁ 'ଶବ୍ଦ' କୁହାଯାଏ । ଅର୍ଥବୋଧ ଆଣିପାରୁ ନଥିବା ବର୍ଣ୍ଣ ସମଷ୍ଟି (ପକର, ବିଗସ, ହନିକ, ବକବି ପ୍ରଭୃତି) କେବେହେଲେ ଶବ୍ଦ ପଦବାଚ୍ୟ ନୁହନ୍ତି । ଶବ୍ଦ ଯେତେବେଳେ ବାକ୍ୟରେ ବ୍ୟବହତ ହୁଏ, ତାକ ପଦ ବୋଲି କହାଯାଏ । ଶବ୍ଦ ହେଉଛି ଭାଷାର ବାହ୍ୟ ସ୍ତର ଓ ତାର ଅର୍ଥ ହେଉଛି ଭାଷାର ଅନ୍ତର୍ନିହିତ ସ୍ତର ।
ତତ୍ସମ : 
ଓଡ଼ିଆ ଭାଷାର ଶକ ଭଶାରକୁ ଚାରିଗୋଟି ପ୍ରଧାନ ଭାଗରେ ବିଭକ୍ତ କରାଯାଇଥାଏ । ସେଗୁଡ଼ିକ ହେଲା ତତ୍ସମ ଶବ୍ଦ, ତଦ୍‌ଭବ୍ ଶବ୍ଦ, ବୈଦେଶିକ ଶବ୍ଦ ଓ ଦେଶଜ ଶବ୍ଦ । ତତ୍ସମ ଶବ୍ଦଗୁଡ଼ିକ ଅବିକଳ ଭାବରେ ସଂସ୍କୃତରୁ ଆନୀତ । ତତ୍ ଓ 'ସମ'- ଏହାର ଅର୍ଥ ହେଉଛି ପୂର୍ବରୁ ଅର୍ଥାତ ସଂସ୍କୃତରେ ଶହରଡିକର ଆକୃତି ଯେପରି ଥିଲା ଏବେ ଠିକ୍ ସେହିପରି ଅଛି । କେତେଗୋଟି 'ତତ୍‌ସପ' ଶବ୍ଦର ଉଦାହରଣ- ଅହି, ଅଗ୍ନି, ଆନନ୍ଦ, କରୁଣା, ଫଳ, ପିତା, ନାସ୍ତିକ, , ରାଷ୍ଟ୍ର, ବିଷୟ, ସତ୍ୟ, ସୁନ୍ଦର ପ୍ରଭୃତି ।
। ତତ୍ମସମ ଶବ୍ଦର ଅନ୍ୟ ଗୋଟିଏ ନାଆଁ ଅଛି । ତାହା ହେଲା 'ସାଧୁ' ଶବ୍ଦ ବା ସଂସ୍କୃତ ଶବ୍ଦ ।
ତଦ୍‌ଭବ
ତଦ୍‌ଭବର ଅର୍ଥ ହେଲା- ତହିଁରୁ ଉଦ୍‌ଭବ, ଅର୍ଥାତ୍ର ସଂସ୍କୃତରୁ ଜାତ । ଆମ ଭାଷାରେ ଏପରି କେତେକ ଶଦ୍ଦାବଳୀ ରହିଛି, ଯାହା ସଂସ୍କୃତଭାଷାରୁ ସୃଷ୍ଟି ହୋଇ ଅବିକଳ ଭାବରେ ନରହି ପ୍ରାକୃତ ଓ ଅପଭ୍ରଂଶ ସ୍ତର ଦେଇ ଆସିଲାବେଳେ ସେଗୁଡ଼ିକର ସୂରୂପରେ ପରିବର୍ତ୍ତନ ଦେଖାଦେଇଛି । ଏହି ପରିବର୍ତ୍ତନ ଫଳରେ ମୂଳଶବ୍ଦଗୁଡ଼ିକର ଉଚ୍ଚାରଣ ଓ ଲିଖନ ପଦ୍ଧତି ବଦଳିଯାଇଛି । ଯେପରି
ମୂଳ ସଂସ୍କୃତଶବ୍ଦ     ତଦ୍‌ଭବ ଶଦ୍ଦ   ମୂଳ ସଂସ୍କୃତଶଦ୍ଦ       ତଦ୍‌ଭବ ଶଦ୍ଦ
ଘୃତ ରୁ                  ଘିଅ           ଶୃଗାଳ ରୁ               ଶିଆଳ
ନଗର ରୁ            ନଅର            ପୁତ୍ର ରୁ                   ପୁଅ
ଭଗିନୀ ରୁ          ଭଉଣୀ           ମାତା ରୁ                  ମାଆ।
                                         ମୃତ୍ତିକା ରୁ                ମାଟି ... ପ୍ରଭୃତି               
ଦେଶକ ଶବ୍ଦ :
ଏପରି କେତେକ ଶବ୍ଦ ରହିଛି, ଯାହାକି, ସମୟ କ୍ରମେ ଜନସାଧାରଣଙ୍କ ଦ୍ଵାରା ସୃଷ୍ଟି ହୋଇଥାଏ ଓ ସେଗୁଡ଼ିକ ଭାଷାରେ କାଳକାଳ ଧରି ପ୍ରଚଳିତ ହେବାରେ ଲାଗେ । ଆହୁରି ମଧ୍ୟ କେତେକ ଶବ୍ଦ ଆଦିବାସୀ ଭାଷା ବା ଦ୍ରାବିଡ଼ ଭାଷାମାନଙ୍କରୁ ଆସି ଲୋକମୁଖରେ ପ୍ରଚଳିତ ହୋଇଥାଏ । ଦେଶୀୟ ଲୋକ ବା ସାଧାରଣ ଜନତାର ଭାଷାରେ ଏହିସବୁ ବ୍ୟବହୃତ ହେଉଥିବାରୁ ଏହାକୁ ଦେଶଜ ଶବ୍ଦ ବା ଦେଶ୍ୟ ଶବ୍ଦ ନାମରେ ଅଭିହିତ କରାଯାଇଥାଏ । ଦୁଷ୍ଟାର ସ୍ୱରୂପ-ଅଣ୍ଟି, ଆଣ୍ଟ,ଉଇ,ଖଦ.ଟାପରା, ଖପରା, ଫାଉଡ଼ା, ଧଡ଼କ,ଟିଙ୍କ, କୁଲା, ଓରା, ଚାଳ, ଝାଟୁଆ ପ୍ରଭୃତି ।
ଦ୍ରାବିଡ଼ ଶବ୍ଦ; ଚୁଆ, ଚିତଉ, ଆରିସା, ଅଡ଼ା, ଏଣ୍ଡୁରୀ, ତୋଟା, ଆଦିବାସୀ ଶବ୍ଦ- ତାଟିଆ, ପାଇଟି, ଢୋଲ, ବେଣ୍ଟ, ଅଟେଇ ପ୍ରଭୃତି ଏହାର ଉଦାହରଣ ।
ବୈଦେଶିକ ଶବ୍ଦ
ବିଦେଶୀ ଭାଷାରୁ ଆଗତ ଶବ୍ଦ ସହ ଓଡ଼ିଆ ଭାଷାର ଶବ୍ଦ ଭଣ୍ଡାରକୁ ମଧ୍ୟ ସମୃଦ୍ଧ କରିଛି । ଏହି ବୈଦେଶିକ ଭାଷାର ଶବ୍ଦଗୁଡ଼ିକୁ ଯାବନିକ ଶବ୍ଦ (ଆରବୀ, ପାର୍ସୀ, ତୁର୍କୀ) ଇଂରାଜୀ ଓ ପର୍ଭୁଗୀଳ ଶବ୍ଦ ରୂପେ ବିଭକ୍ତ କରାଯାଇ ପାରିବ । ଇତିହାସରୁ ଜଣାପଡ଼େ ଯେ ଆଫଗାନିସ୍ଥାନ, ତୁର୍କୀ ଓ ଇରାନ୍ ପ୍ରଭୃତି ଦେଶର ମୁସଲମାନ ଶାସକଗଣ ଭାରତବର୍ଷରେ ଶାସନ କରିଥିଲେ । ଓଡ଼ିଆ ଭାଷାରେ ପାସୀ ଓ ଆରବୀ ଶହାବଳୀ ପ୍ରବେଶ କଲା ଷୋଡ଼ଶ ଶତାବ୍ଦୀ ପରଠାରୁ । ଏହି ସମୟଠାରୁ ପ୍ରାୟ ଉନବିଂଶ ଶତାବ୍ଦୀର ମଧ୍ୟଭାଗ ଯାଏ ଓଡ଼ିଶାରେ ଶାସନ କାର୍ଯ୍ୟ ମୁଖୀତଃ ପାର୍ସୀ ଭାଷାରେ ଚାଲୁଥିଲା । ଏବେ ମଧ୍ୟ କୋର୍ଟ, କଚେରୀ ପ୍ରଭୃତିରେ ଓ ଶାସନକାର୍ଯ୍ୟରେ ଆରବୀ ଓ ପାର୍ସୀ ଶବ୍ଦାବଳୀର ପ୍ରଭାବ ଦେବାକୁ ମିଳେ । ତଳେ କେତେକ ମୂଳ ଆରବୀ, ପାର୍ସୀ ଓ ତୁର୍କୀ ଶବ୍ଦ ଓ ଓଡ଼ିଆ ଭାଷାରେ ତା’ର ପ୍ରଚଳିତ ରୂପ ଦିଆଗଲା
ପାର୍ସୀ      ଓଡ଼ିଆ       ଆରବୀ      ଓଡ଼ିଆ
ଆଇନ୍     ଆଇନି       ଅଖିତିଆର   ଅକ୍ତିଆର
କୟଫିୟଦ   କୈଫିୟତ୍    କୁର୍କ         କୋରଖ
ଖାବିନ୍ଦ୍        ଖାଉନ୍ଦ       ଖାତର୍ଖାତିର\ଖାତର
କୁର୍ତ୍ତା  କୁରୁତା  ଇସ୍ତବଲ୍   ଅସ୍ତବଲ୍     ଅସ୍ତାବଲ
ଓଡ଼ିଆ ଭାଷାରେ ଇଂରାଜୀ ଶବ୍ଦ
୧୮୦୩ ମସିହାରେ ଇଂରେଜମାନେ ଓଡ଼ିଶା ଅଧିକାର କଲେ । ଉନବିଂଶ ଶତାବ୍ଦୀର ମଧ୍ୟଭାଗରୁ ଓଡ଼ିଶାର ଶାସନ କାର୍ଯ୍ୟ ସହିତ ସ୍କୁଲ କଲେଜରେ ଶିକ୍ଷାଦାନର ମାଧ୍ୟମ ଭାବରେ ଇଂରାଜୀ ଭାଷାର ପ୍ରଚଳନ ହେଲା । ଇଂରାଜୀ ପଢୁଆ ଶିକ୍ଷିତଗୋଷ୍ଠୀ ସାମାଜିକ ଜୀବନରେ ପ୍ରତିଷ୍ଠା ପାଇବା ସହିତ ସେମାନେ ପାଶ୍ଚାତ୍ୟ ସଂସ୍କୃତି ପ୍ରତି ଆକୃଷ୍ଟ ହେବାରେ ଲାଗିଲେ । ଫଳରେ ଓଡ଼ିଆ ଭାଷାରେ ବହୁଳ ଭାବରେ ଇଂରାଜୀ ଶବ୍ଦର ପ୍ରଚଳନ ଘଟିଲା । ଏହି ପ୍ରଚଳନ ଆହୁରି ବ୍ୟାପକ ହେଲା ପରବର୍ତ୍ତୀ କାଳରେ । ଏବେ ଆମର ହାଣ୍ଡିଶାଳଠାରୁ ସ୍କୁଲ, କଲେଜ, ପ୍ରାଶାସନିକ କାର୍ଯ୍ୟାଳୟ ସବୁଠାରେ ଇଂରାଜୀ ଭାଷାର ଆପତ୍ୟକୁ ଇକ୍ଷ୍ୟ କରିହେବ । ଉଦାହରଣ ସ୍ଵରୂପ;
ଇଂରାଜୀ                                            ଇଂରାଜୀ                   ଓଡ଼ିଆ
ଅଡର୍‌ଲି (Orderly) -   ଅର୍ଦ୍ଦଳୀ\ଅର୍ଦ୍ଦଳି    ଟେବୁଲ୍ (Table)-      ଟେବୁଲ
ଡେପୁଟି (Deputy)  -     ଦିପୋଟି          ବିସ୍କୁଟ (Biscuit) -    ବିସ୍କୁଟ
ଗ୍ଲାସ୍(Glass)       - ଗିଲାସ ସିମେଣ୍ଟ (Cement) -           ସିମେଟ୍ \ ସିମେଣ୍ଟ
ଷୋଡ଼ଶ ଶତାବ୍ଦୀରେ ପର୍ଭୁଗୀଜ, (ପର୍ତ୍ତୁଗାଲ ଦେଶର) ଫରାସୀ, (ଫ୍ରାନ୍‌ସ ଦେଶର) ଦିନାମାର, (ଡେନ୍‌ମାର୍କ ଦେଶର) ଓଲନ୍ଦାଜ (ହଲାଣ୍ଡ ଦେଶର) ପ୍ରଭୃତି ଜଳପଥରେ ବାଣିଜ୍ୟ ବ୍ୟବସାୟ କରିବା ପାଇଁ ଭାରତକୁ ଆସିଥିଲେ । ଓଡ଼ିଆଭାଷାରେ କେତେକ ପର୍ତ୍ତୁଗୀଜ ଶବ୍ଦର ପ୍ରଚଳନ ମଧ୍ୟ ଦେଖାଯାଏ । ଉଦାହରଣ ସ୍ୱରୂପ ସେଥିରୁ କେତୋଟି ହେଲା -
ପର୍ତ୍ତୁଗୀଜ            ଓଡ଼ିଆ                ପର୍ତ୍ତୁଗୀଜ      ଓଡ଼ିଆ 
 Alcatrao ଆଲକାତରା      Couve    କୋବି
Alfinite     ଆଇପିନ୍       Tanque     ଟାଙ୍କି
Armario   ଆଲମାରୀ        Tabaco    ତମାଖୁ
ପର୍ତ୍ତୁଗୀଜମାନଙ୍କ ପରି ଫରାସୀ, ଓଲଦାଜ, ଡିନାମାରମାନେ ବାଣିଜ୍ୟ ସୂତ୍ରରେ ଆମ ଦେଶକୁ ଆସିଥିଲେ ମଧ୍ୟ ସେହି ସବୁ ଭାଷାଗୁଡ଼ିକର ଶହାବଳୀ ଓଡ଼ିଆ ଭାଷାରେ ଖୁବ୍ କମ୍ । ଯଥା- ସିମେଇ, ସୋଡ଼ା, ଚେରି, ଚିଡ଼ିତନ, କୁପନ, ଦାମ୍ଭ, କର୍କ ।
ଶବ୍ଦୀର୍ଥ 
ଶବ୍ଦ ଯେଉଁଥିରୁ ଗଢ଼ା ହୁଏ, ବ୍ୟାକରଣରେ ତାକୁ 'ଧାତୁ' ବୋଲି କୁହାଯାଏ । ଯେପରି- ଓଡ଼ିଆ ଭାଷାରେ ମାର୍', 'ଲାର୍', 'କାଟ୍', 'ଚାଲ୍', 'ଦେଖ୍‌', 'ରଖ୍‌', 'କର୍‌', 'ପଡ଼୍‌’ ପ୍ରଭୃତି ଗୋଟିଏ ଗୋଟିଏ ଧାତୁ । ଧାତୁରୁ ଶବ୍ଦ ଗଢ଼ାହେବା ସହିତ ଗୋଟିଏ ଶବ୍ଦରୁ ଅନ୍ୟ ଶବ୍ଦ ମଧ୍ୟ ଗଢ଼ା ହୋଇଥାଏ । ଶବ୍ଦଗୁଡ଼ିକ ଅର୍ଥ ପ୍ରକାଶ କରନ୍ତି, ଫଳରେ କୌଣସି ବିଷୟ ସମ୍ପର୍କରେ ଆମର ଧାରଣା ହୋଇଥାଏ । ଶବ୍ଦର ଏହି ଅର୍ଥବୋଧକୁ ନେଇ ଶବ୍ଦକୁ ତିନିଗୋଟି ଭାଗରେ ବିଭକ୍ତ କରାଯାଏ । ସେଗୁଡ଼ିକ ହେଲା- ରୂଢ, ସୌଗିକ ଓ ଯୋଗରୂଢ ।
ରୁଢ ଶଦ୍ଦ
ଯେଉଁ ଶବ୍ଦ ପ୍ରକୃତି ପ୍ରତ୍ୟୟଗତ ଅର୍ଥ ପ୍ରକାଶ ନକରି ଭିନ୍ନ ଅର୍ଥ ପ୍ରକାଶ କରିଥାଏ, ତାହାକୁ ରୁଢ ଶବ୍ଦ କୁହାଯାଏ । ଯେପରି ବ୍ୟାଘ୍ର ଶବ୍ଦ । ଏହି ଶବ୍ଦର ପ୍ରକୃତି ପ୍ରତ୍ୟୟଗତ ଅର୍ଥ ହେଇ ଯିଏ ବିଶେଷ ରୂପେ ଆଘ୍ରାଣ କରେ । ମାତ୍ର ବ୍ୟାଘ ଶବ୍ଦଟି ଭିନ୍ନ ଅର୍ଥ ବୁଝାଉଛି । ତାହା ହେଉଛି- ହିଂସ୍ରଜନ୍ତୁ ବିଶେଷ । ସେହିପରି ବୃକ୍ଷ ଶବ୍ଦ । ଏହାର ପ୍ରକୃତି ପ୍ରତ୍ୟୟଗତ ଅର୍ଥ ହେଉଛି- ଯାହାକୁ ଛେଦନ କରାଯାଏ । କିନ୍ତୁ ଏହା ଗଛକୁ ବୁଝାଉଛି ।
ଯୌଗିକ ଶବ୍ଦ ।
ପ୍ରକୃତି ପ୍ରତ୍ୟୟଗତ ଅର୍ଥକୁ ଯେଉଁ ଶବ୍ଦ ପ୍ରକାଶ କରିଥାଏ, ତାକୁ ଯୌଗିକ ଶବ୍ଦ କହନ୍ତି; ଯଥା- ପଚ୍ + ଅକ = ପାଚକ । ଯିଏ ପାକ କରେ ସିଏ ପାଚକ । ଏହା ହିଁ ଶବ୍ଦର ସାଧାରଣ ଅର୍ଥ । ସେହିପରି ଲେଖକ, ପାଳକ, ନାୟକ ପ୍ରଭୃତି ଶବ୍ଦ ।
ଯୋଗରୂଢ ଶବ୍ଦ
ଯେଉଁ ଶବ୍ଦର ବ୍ୟୁତ୍ପତ୍ତିଗତ ଅର୍ଥ ଅନେକ ବସ୍ତୁକୁ ବୁଝାଇବା ସମ୍ଭବ ହେଲେ ମଧ୍ୟ ସେ ଶବ୍ଦ ଗୋଟିଏ ମାତ୍ର । ବସ୍ତୁକୁ ବୁଝାଏ, ତାକୁ ଯୋଗରୂଢ ଶଦ୍ଦ ବୋଲି କୁହାଯାଏ; ଯଥା- ପଙ୍କଜ । ଏହାର କ୍ୟୁପରିଗତ ଅର୍ଥ ହେଲା ଯେ । ପଙ୍କରୁ ଜାତ । ପଙ୍କରୁ ବିଭିନ୍ନ ପଦାର୍ଥ ଜାତ ହେଲେ ସୁଦ୍ଧା ପଙ୍କଜ କହିଲେ ଆମେ ପଦ୍ମପୁଲକୁ ହିଁ ବୁଝିଥାଉ ।
ଯୁଗ୍ମ ଶବ୍ଦ
ଓଡ଼ିଆ ଭାଷାରେ ଦୁଇଟି ଶବ୍ଦର ସଂଯୋଗରେ କେତେକ ଶବ୍ଦ ଗଠିତ ହୋଇଥାଏ । ଏହା ବିଭିନ୍ନ ପ୍ରକାରର ହୋଇଥାଏ ।
(କ) ପ୍ରାୟ ସମାର୍ଥକ ଦୁଇ ଶବ୍ଦର ସଂଯୋଗରେ ଗଠିତ ଯୁଗ୍ମଶଦ୍ଦ- ଏକ ପ୍ରକାର ଅର୍ଥ ବା ପାଖାପାଖି ଅର୍ଥ ବୁଝାଉଥିବା ଦୁଇଟି ଶବ୍ଦର ସମାହାରରେ କେତେକ ଯୁଗ୍ମ ଶବ୍ଦ ଓଡ଼ିଆ ଭାଷାରେ ପ୍ରଚଳିତ । ଯେପରି
ଆଶୀଭରସା, ଟଙ୍କାପଇସା, ହାଟବଜାର, ଦେଖାଚାହାଁ, ଧାନଚାଉଳ, କଳିକଳିଆଁ, ଲିପାପୋଛା ପ୍ରଭୃତି ।
(ଖ) ବିପରୀତାର୍ଥବୋଧକୁ ଦୁଇଟି ଶବ୍ଦ ସଂଯୋଗରେ ଗଠିତ ଯୁଗ୍ମଶବ୍ଦର ଉଦାହରଣ ଏହି ଧରଣର ଯୁଗ୍ମ ଶବ୍ଦଗୁଡ଼ିକ ଆଗପଛ, ଦୁଃଖସୁଖ, ପାପପୁଣ୍ୟ, ଦବାନବା, ହାନିଲାଭ ପ୍ରଭୃତି |
(ଗ) ଅର୍ଥ ସୂଚକ ଓ ନିରର୍ଥକ ଶବ୍ଦ ସଂଯୋଗରେ ଗଠିତ ଯୁଗ୍ମଶବ୍ଦ- ଅଦଳବଦଳ, ଅଦିସନ୍ଧି, ପନିପରିବା,
ପିଲାପିଚିବା ପ୍ରଭୃତି ।
(ଘ)ଦ୍ୱିରୁକ୍ତି ଦ୍ବାରା ଗଠିତ ଯୁଗ୍ମଶବ୍ଦ -ଗୋଟିଏ ଶବ୍ଦକୁ ଦୁଇଥର ବିରାମ ନଦେଇ କହିବା ହେଉଛି ଦ୍ୱିରୁକ୍ତି । ଏହା ଅବିକଳ ଦୁଇ ଶବ୍ଦର ସଂଯୋଗରେ ହୋଇପାରେ କିମ୍ବା ସାମାନ୍ୟ ପରିବର୍ତ୍ତନ ସହ ମଧ୍ୟ କୁହାଯାଇଥାଏ । ଯଥା -ଘରଘର, ଖାଇଖାଇ, ଥରଥର, ଛଳଛଳ, କଡ଼ାକଡ଼ି, ଧରାଧରି, ରଖାରବ୍ଧ ।
(ଙ) ଧ୍ୱନ୍ୟାତ୍ମକ ଯୁଗଶହ- କେତେକ ବ୍ୟାତ୍ମକ ଶବ୍ଦକୁ ଦ୍ୱିରୁକ୍ତି କଲେ ଧ୍ୱନ୍ୟାତ୍ମକ ଯୁଗ୍ଧଶବ୍ଦ ହୁଏ । ଯଥା :
 ଫଟ୍‌ଫଟ, ଫର୍‌ଫର୍‌,ଧୁମ୍‌ଧାମ୍ ପ୍ରଭୃତି ।
ସମୋଚ୍ଚାରିତ ଓ ପ୍ରାୟ ସମୋଚ୍ଚାରିତ ଶବ୍ଦ
କେତେକ ଶବ୍ଦ ସମାନ ପ୍ରକାର ଉଚ୍ଚାରିତ ହେଲେ କିମ୍ବା ସମାନ ପ୍ରକାର ଉଚ୍ଚାରିତ ହେବା ଭଳି ମନେହେଲେ ମଧ୍ୟ ସେଥିରେ ଅର୍ଥଗତ ପାର୍ଥକ୍ୟ ଦେଖାଯାଏ । ଏହିସବୁ ଶବ୍ଦକୁ ସମୋଚ୍ଚାରିତ ଶବ୍ଦ ବା ପ୍ରାୟ ସମୋଚ୍ଚାରିତ ଶବ୍ଦ ନାମରେ ଅଭିହିତ କରାଯାଏ । ଉଦାହରଣ ସ୍ଵରୂପ :
 ଅସି - ଖଣ୍ଡା
ଅଶୀ - ୮o (ସଂଖ୍ୟା ବାଟକ)
 ଈଶ - ମାଲିକ \ ପ୍ରଭୁ \ ଈଶ୍ଵର
ଈଷ- ଲଙ୍ଗଳ ଦଣ୍ଡ ।
କୂଜନ - ଖରାପ ଲୋକ ।
କୂଜନ - ପକ୍ଷୀଙ୍କ ରାବ ବା ଶବ୍ଦ
ଗୋଲକ - ଗୋଲାକାର ବସ୍ତୁ
ଗୋଲୋକ – ବୈକୁଣ୍ଡଧାମ
ବିପରୀତାର୍ଥ ବୋଧକ ଶବ୍ଦ 
କେତେକ ଶବ୍ଦ ରହିଛି ଯେଉଁଗୁଡ଼ିକର ସ୍ଵତନ୍ତ୍ର ବିପରୀତାର୍ଥ ବୋଧକ ଶବ୍ଦ ଥାଏ । କେତେକ ଶବ୍ଦର ବିପରୀତାର୍ଥ ବୋଧକ ଶବ୍ଦ ନଞ୍ଜ ତତ୍‌ପୁରୁଷ (ମେଳ - ଅମେଳ, ଆଦର – ଅନାଦର, ଆୟତ୍ତ– ଅଣାୟତ୍ତ ପ୍ରଭୃତି) ଦ୍ଵାରା ହୁଏ । ତେବେ ବିପରୀତାର୍ଥବୋଧକ ଶବ୍ଦ ନିର୍ଣ୍ଣୟ କଲାବେଳେ ମୂଳ ଶବ୍ଦ ଯେଉଁ ପଦ (ବିଶେଷ୍ୟ ବା ବିଶେଷଣ) ହେବ ବିପରୀତାର୍ଥବୋଧକ ଶବ୍ଦଟି ସେହି ପଦ ହେବା ଉଚିତ । ସଂସ୍କୃତ ଶବ୍ଦର ବିପରୀତାର୍ଥବୋଧକ ଶବ୍ଦ ସଂସ୍କୃତି ଓ ଦେଶଜ ଶବ୍ଦର ଦେଶଜ ହେବା ଆବଶ୍ୟକ । ଉଦାହରଣସ୍ୱରୂପ :
ଅସିଲି- ନକଲି
ଆସ୍ତିକ- ନାସ୍ତିକ
ଆଶୀର୍ବାଦ- ଅଭିଶାପ
ଉଠିନ-କୋମଳ
ଗଲି-ଅଇଲି\ଆସିଲି
ଜୟ ପରଜୟ
ଦୋଷୀ- ନିର୍ଦ୍ଦୋଷ
ମନ-ଅପମାନ
ହାନି-ଲାଭ
କ୍ଷମ- ଅକ୍ଷମ
ସୁନ୍ଦର- କୁତ୍ସିତ
ନରକ-ସ୍ୱର୍ଗ

No comments:

Post a Comment