ସମାସ
(କ) ଯଶୋଦା ପୁତ୍ର ନିମିତ୍ତ ଶୋକରେ ଅଧୀର ହେଲେ ।
(ଖ) ଯଶୋଦା ପୁତ୍ରଶୋକରେ ଅଧୀର ହେଲେ ।
(ଗ) ସୁନାରେ ତିଆରି ହାର ଟି ଝିଅକୁ ଭାରି ମାନୁଛି ।
(ଘ) ସୁନାହାର ଟି ଝିଅକୁ ଭାରି ମାନୁଛି |
(ଙ) ଶୋକରୂପକ ଅଗ୍ନି ମଣିଷ ଶରୀରକୁ କ୍ଷୀଣ କରିଦିଏ ।
(ଚ) ଶୋକାଗ୍ନି ମଣିଷ ଶରୀରକୁ କ୍ଷୀଣ କରିଦିଏ ।
(ଛ) ଚକ୍ର ଅଛି ପାଣିରେ ଯାହାର; ସେ ମହାଭାରତ ଯୁଦ୍ଧର କର୍ଣ୍ଣଧାର ଅଟନ୍ତି ।
(ଜ) ଚକ୍ରପାଣି ମହାଭାରତ ଯୁଦ୍ଧର କର୍ଣ୍ଣଧାର ଅଟନ୍ତି । |
ଆସ ଉପର ବାକ୍ୟ ଗୁଡ଼ିକୁ ଆଲୋଚନା କରିବା । ବର୍ତ୍ତମାନ ଲକ୍ଷ୍ୟକର - ‘କ’ ଓ ‘ଖ’ ବାକ୍ୟର ଅର୍ଥ ସମାନ
ହେଉଛି । ସେହିପରି ଯଥାକ୍ରମେ ‘ଗ ଓ ଘ, ‘ଙ ଓ ଚ’, ‘ଛି ଓ ଜ’ ବାକ୍ୟର ଅର୍ଥ ମଧ୍ୟ ସମାନ ହେଉଛି ।
‘କ’ ବାକ୍ୟରେ ଥିବା ‘ପୁତ୍ର ନିମିତ୍ତ ଶୋକ’ ପଦଗୁଡ଼ିକ ମିଶିଯାଇ “ଖ’ ବାକ୍ୟରେ ‘ପୁତ୍ରଶୋକ’ ପଦରେ
ପରିଣତ ହୋଇଛି । ସେହିପରି ‘ଗ’ ବାକ୍ୟରେ ଥିବା “ସୁନାରେ ତିଆରି ହାର” ପଦଗୁଡ଼ିକ ମିଶିଯାଇ ‘ଘ’ ବାକ୍ୟରେ
‘ସୁନାହାର’, ‘ଙ’ ବାୟର ‘ଶୋକରୂପକ ଅଗ୍ନି’ ପଦଗୁଡ଼ିକ ମିଶିଯାଇ ‘ଚ’ ବାକ୍ୟରେ ‘ଶୋକାଗ୍ନି’ରେ ଓ ‘ଛ’ ବାକ୍ୟରେ
‘ଚକ୍ର ଅଛି ପାଣିରେ ଯାହାର’ ‘ଜ’ ବାକ୍ୟରେ ‘ଚକ୍ରପାଣି’ରେ ପରିଣତ ହୋଇଛି ।
ଆମେ ଦେଖିଲେ ଯେ ବାକ୍ୟ ମଧ୍ୟରେ ପରସ୍ପର ସମ୍ପର୍କ ଥିବା ଏକାଧିକ ପଦକୁ ମିଶାଇ ଦେଇ ଏକପଦରେ
ପରିଣତ କରାଯାଇ ପାରୁଛି । ଫଳରେ ବାକ୍ୟ ଛୋଟ ହୋଇପାରୁଛି ଓ ଶୁତି ମଧୁର ହେଉଛି । ବ୍ୟାକରଣ ଶାସ୍ତ୍ରରେ
ଏହି ପ୍ରକ୍ରିୟାକୁ ‘ସମାସ’ କୁହାଯାଏ । ଏଥିରୁ ଜଣାଗଲା ଯେ –
ପରସ୍ପର ସମ୍ବନ୍ଧ ଥିବା ଦୁଇ ବା ତତୋଧୂକ ପଦକୁ ଏକ ପଦରେ ପରିଣତ କରିବାର ନାମ ହେଉଛି ସମାସ ।
ସମାସ ପ୍ରକ୍ରିୟାରେ ସମ୍ପର୍କିତ ହୋଇଥିବା ପଦଗୁଡ଼ିକ ହେଲେ ଯଥାକ୍ରମେ : ସମସ୍ତପଦ, ପୂର୍ବପଦ, ପରପଦ ବା
ଉତ୍ତର ପଦ, ସମସ୍ୟମାନପଦ ଓ ବିଗ୍ରହବାକ୍ୟ ।
ସମସ୍ତ ପଦ :- ସମାସରେ ପଦଗୁଡ଼ିକ ମିଳିତ ହେବାପରେ ଯେଉଁ ପଦ ସୃଷ୍ଟିହୁଏ ତାହାକୁ ‘ସମସ୍ତପଦ’
କୁହାଯାଏ । ଅନ୍ୟ ଉପାୟରେ ଆମେ ମଧ୍ୟ କହି ପାରିବା – “ ସମାସନିଷନ୍ନ ପଦକୁ ସମସ୍ତପଦ କୁହାଯାଏ ।”
ସିଂହ ଚିହ୍ନିତ ଆସନ = ସିଂହାସନ । ଏଠାରେ “ସିଂହାସନ” ହେଉଛି ‘ସମସ୍ତପଦ' । ‘ସିଂହ’ ହେଉଛି ପୂର୍ବପଦ
ଓ ଆସନ’ ହେଉଛି ‘ପରପଦ’ ବା ‘ଉତ୍ତର ପଦ’ ।
ସମସ୍ୟାମାନ ପଦ:- “ସିଂହାସନ ସମସ୍ତ ପଦରେ ‘ସିଂହ’ ଗୋଟିଏ ସମସ୍ୟାମାନ ପଦ ଓ ‘ଆସନ’ ଆଉ
ଏକ ସମସ୍ୟାମାନ ପଦ । “ ଯେଉଁପଦ ଗୁଡ଼ିକର ମିଶ୍ରଣରେ ସମସ୍ତ ପଦ ଗଠିତ ହୁଏ ସେହି ପଦଗୁଡ଼ିକ ଗୋଟିଏ ଗୋଟିଏ
“ସମସ୍ୟମାନ ପଦ ।
ବିଗ୍ରହବାକ୍ୟ :- ସମାସ ଅନ୍ତର୍ଗତ ପଦମାନଙ୍କର ପରସ୍ପର ସମ୍ବନ୍ଧ ଜାଣିବା ପାଇଁ ଯେଉଁ ବାକ୍ୟ ଗଢ଼ାଯାଏ ତାହାକୁ
ବିଗ୍ରହବାକ୍ୟ କୁହାଯାଏ । ବିଗ୍ରହ ବାକ୍ୟକୁ ବ୍ୟାସବାକ୍ୟ ବା ସମାସବାକ୍ୟ ବୋଲି ମଧ୍ୟ କୁହାଯାଏ ।
ସମାସର ପ୍ରକାର ଭେଦ :- ଅର୍ଥର ପ୍ରାଧାନ୍ୟ ଦୃଷ୍ଟିରୁ ସମାସକୁ ମୁଖ୍ୟତଃ ଛଅ ଭାଗରେ ବିଭକ୍ତ କରାଯାଇଛି,
ଯଥା :- ତତ୍ ପୁରୁଷ, କର୍ମଧାରୟ, ଦ୍ୱିଗୁ,ଦ୍ୱନ୍ଦ୍ୱ, ବହୁବ୍ରୀହି ଓ ଅବ୍ୟୟୀଭାବ ।
ଏମାନଙ୍କ ମଧ୍ୟରୁ ‘ତତ୍ ପୁରୁଷ’ ଓ ‘କର୍ମଧାରୟ’ ସମାସ ଦୁଇଟିରେ ଉତ୍ତରପଦର ଅର୍ଥରେ ପ୍ରାଧାନ୍ୟ ରହୁଥିବା
ହେତୁ ଏ ଦୁଇଟି “ ଉତ୍ତରପଦ ପ୍ରଧାନ” । ‘ଦ୍ୱିଗୁ’ ଓ ଅବ୍ୟୟୀଭାବ “ପୂର୍ବପଦ ପ୍ରଧାନ” ‘’ ସମାସରେ ଉଭୟପଦ”
ବା ପ୍ରତ୍ୟେକ ପଦରେ ଅର୍ଥର ପ୍ରାଧାନ୍ୟ ରହିଛି । କିନ୍ତୁ ବହୁବ୍ରୀହି ସମାସରେ କୌଣସି ସମସ୍ୟାମାନ ପଦର ଅର୍ଥ ଉପରେ
ପ୍ରାଧାନ୍ୟ ଦିଆନଯାଇ “ସ୍ଵତନ୍ତ୍ର ଅର୍ଥ” ଉପରେ ଗୁରୁତ୍ବ ଦିଆଯାଇଥାଏ । ଏହାକୁ ‘ଅନ୍ୟଅର୍ଥ’ ପ୍ରଧାନ କୁହାଯାଏ ।
ତତ୍ ପୁରୁଷ ସମାସ :
ଦ୍ୱିତୀୟା ଠାରୁ ସପ୍ତମୀ ପର୍ଯ୍ୟନ୍ତ ବିଭକ୍ତି ଯୁକ୍ତ ବିଶେଷ୍ୟ ପଦ ସହିତ ବିଶେଷ୍ୟ କିମ୍ବା ବିଶେଷଣ ପଦର
ସମାସ ହୋଇ ପର ପଦର ଅର୍ଥର ପ୍ରାଧାନ୍ୟ ରହିଲେ ତତ୍ ପୁରୁଷ ସମାସ ହୁଏ । ଏହାର ସମସ୍ତ ପଦରେ
ପୂର୍ବ ପଦର ବିଭକ୍ତି ଚିହ୍ନ ଲୋପ ପାଏ।
ଦ୍ଵିତୀୟା ତତ୍ ପୁରୁଷ :
ଗୃହକୁ ଆଗତ = ଗୃହାଗତ
ଧନକୁ ପ୍ରାପ୍ତ = ଧନପ୍ରାପ୍ତ
ଘରକୁ ମୁହାଁ = ଘରମୁହାଁ
ସାହାଯ୍ୟକୁ ପ୍ରାପ୍ତ = ସାହାଯ୍ୟପ୍ରାପ୍ତ ।
ସେହିପରି ଚରଣାଶ୍ରିତ, ମାଛଧରା, ଦୁଧଖୁଆ, ଦୁଃଖପ୍ରାପ୍ତ ଆଦି ସମାସ ଗଢ଼ାଯାଇପାରିବ । ବ୍ୟାପ୍ତି ଓ କାଳ
ଅର୍ଥରେ ମଧ୍ୟ ଦ୍ୱିତୀୟା ତତ୍ ପୁରୁଷର ରୂପ ଦେବାକୁ ମିଳେ, ଯଥା :- ଚିରକାଳ(କୁ) ବ୍ୟାପୀ ଦୁଃଖ = ଚିରଦୁଃଖ,
କ୍ଷଣକାଳ(କୁ) ବ୍ୟାପୀ ସ୍ଥାୟୀ = କ୍ଷଣସ୍ଥାୟୀ ଏଠାରେ ପୂର୍ବ ପଦରେ ଥିବା ଦ୍ଵିତୀୟା ବିଭକ୍ତିର ଚିହ୍ନ କୁ, ଙ୍କୁ - ସମସ୍ତ
ପଦରେ ଲୁପ୍ତ ହୋଇଛି ।
ତୃତୀୟା ତତ୍ ପୁରୁଷ:
ଶରଦ୍ଵାରା ଆହତ = ଶରାହତ,
ବିଦ୍ୟାରେ ହୀନ = ବିଦ୍ୟାହୀନ,
ମାଙ୍କଡ଼ ଦ୍ୱାରା ଖିଆ = ମାଙ୍କଡ଼ ଖିଆ ।
ସେହିପରି ଅଗ୍ନିଦଗ୍ଧ, ଜଳଶୂନ୍ୟ, ମନଗଢ଼ା, ହାତକଟା, ଶୋକାକୁଳ, ତନ୍ତବୁଣା, ଭଗାରିହସା, କାଳିଦାସରଚିତ
ଆଦି ସମାସ ଗଢ଼ାଯାଇପାରିବ । ଏଠାରେ ତୃତୀୟା ବିଭକ୍ତିର ଚିହ୍ନ ‘ରେ’, ‘ଦ୍ଵାରା’ ଆଦି ସମସ୍ତପଦରେ ଲୁପ୍ତ ହୋଇଛି ।
ଚତୁର୍ଥୀ ତତ୍ ପୁରୁଷ:
ପୁତ୍ର ନିମିତ୍ତ ଶୋକ = ପୁତ୍ରଶୋକ
ରଙ୍ଗ ନିମିତ୍ତ ମଞ୍ଚ = ରଙ୍ଗମଞ୍ଚ
ଦେବଙ୍କୁ ଅର୍ପିତ = ଦେବାର୍ପିତ
ସେହିପରି; ଧର୍ମପତ୍ନୀ, ଛତାକନା, ପିଇବା ପାଣି, ମନରୁଚା ଆଦି ସମାସ ଗଢ଼ାଯାଇପାରିବ ।
ଏଠାରେ ପୂର୍ବପଦରେ ଥିବା ଚତୁର୍ଥୀ ବିଭକ୍ତିର ଚିହ୍ନ ସମସ୍ତପଦରେ ଲୁପ୍ତ ହୋଇଛି ।
ପଞ୍ଚମୀ ତତ୍ ପୁରୁଷ:
ବୃକ୍ଷରୁ ପତିତ = ବୃକ୍ଷପତିତ,
ବିଦେଶରୁ ଆଗତ = ବିଦେଶାଗତ ।
ସେହିପରି ଆମେ ଗଢ଼ିପାରିବା – ଗୋଠଖଣ୍ଡିଆ, ଧର୍ମଛଡ଼ା, ରୋଗମୁକ୍ତ, ଗଛତୋଳା, ଜନ୍ମାନ୍ଧ ଇତ୍ୟାଦି
ଏଠାରେ ପୂର୍ବପଦରେ ଥିବା ପଞ୍ଚମୀ ବିଭକ୍ତିର ଚିହ୍ନ ‘ରୁ’ ସମସ୍ତ ପଦରେ ଲୁପ୍ତ ହୋଇଛି ।
ଷଷ୍ଠୀ ତତ୍ ପୁରୁଷ :
ଏହି ସମାସର ଗଠନ ପ୍ରଣାଳୀରେ ବିବିଧତା ରହିଛି ।
(କ) ଗାଆଁର ମୁଣ୍ଡ = ଗାଆଁମୁଣ୍ଡ,
ନଦୀର ଜଳ = ନଦୀଜଳ
ସେହିପରି ଗଢ଼ାଯାଇପାରିବ – ନାରୀଶିକ୍ଷା, ପ୍ରଜାତନ୍ତ୍ର, କର୍ମଫଳ, ମାତୃଭାଷା, ମାନବଧର୍ମ, ଯୁବକସଂଘ
ଇତ୍ୟାଦି ।
(ଖ) ଅର୍ଶ, ମଧ୍ୟ, ପୂର୍ବ, ଅପର ପ୍ରଭୃତି ପଦ ସମସ୍ତ ପଦରେ ପୂର୍ବପଦ ହୋଇଥାଏ ।
ଚନ୍ଦ୍ରର ଅଦ୍ଧି = ଅର୍ଦ୍ଧଚନ୍ଦ୍ର
ନଈର ମଝି = ମଝିନଈ
ଅହନ୍( ର) ମଧ୍ୟ = ମଧ୍ୟାହ୍ନ
ରାତ୍ରିର ମଧ୍ୟ = ମଧ୍ୟରାତ୍ର
ଅହନ୍(ର) ପୂର୍ବ = ପୂର୍ବାହ୍ନ,
ଅହନ୍(ର) ଅପର = ଅପରାହ୍ନ
ସେହିପରି ଗଢ଼ାଯିବ – ଅଧରାତି, ମଧ୍ୟଦେଶ ଇତ୍ୟାଦି ।
ଶିକ୍ଷକଙ୍କ ପାଇଁ ସୂଚନା:- ମଧାହ୍ନରେ ‘ଅହନ୍’ ର ‘ନ’ ଅପରିବର୍ତ୍ତିତ ଥିବାବେଳେ ‘ପୂର୍ବାହ୍ନ” ଓ “ଅପରାହ୍ନ’ରେ
‘ଅହନ୍’ ‘ନ’- ‘ଣ’ରେ ପରିଣତ ହୋଇଛି । ଣ’ତ୍ୱ ବିଧୂ ନିୟମ ଅନୁସାରେ ର,ର,ଷ ବର୍ଷପରେ ତଥା ‘ନ’ ପୂର୍ବରୁ
ସ୍ଵରବର୍ଣ୍ଣ, କ-ବର୍ଗ,ପ-ବର୍ଗ, ଯ, ବ, ହ ମଧରୁ ଏକ ବା ଏକାଧିକ ବର୍ଣ୍ଣର ବ୍ୟବଧାନ ଥିଲେ ‘ନ’ -’ଣ’ରେ ପରିଣତ
ହୁଏ । (ଅପର+ଅହ) ରେ ‘ର’ ଓ ‘ନ’ ମଧ୍ୟରେ ‘ଅ’ ଓ ‘ହ’ ବ୍ୟବଧାନ ସୃଷ୍ଟି କରୁଥିବାରୁ ‘ନ’-'ଣ’ ହୋଇଛି ।
ସେହିପରି ପୂର୍ବାହ୍ନ (ପୂରବ+ ଅହନ)ରେ ର” ଓ “ନ’ ମଧ୍ୟରେ ‘ବ’ ‘ଅ’ ଓ ‘ହ’ ରହି ବର୍ଷ ବ୍ୟବଧାନ ସୃଷ୍ଟି କରୁଥିବାରୁ
‘ନ ସ୍ଥାନରେ 'ଣ’ ହୋଇଛି । କିନ୍ତୁ ମଧାହ୍ନ (ମଧ୍ୟ+ଅହ) ର ‘ମଧ୍ୟ’ ଶବ୍ଦରେ ର, ର, ଷ ନଥିବାରୁ ‘ନ’ ସ୍ଥାନରେ ‘ଣ’
ହୋଇନାହିଁ ।
(ଗ) ଷଷ୍ଠୀ ତତପୁରୁଷ ସମାସରେ ‘ରାଜା' ଶବ୍ଦ ସମସ୍ତପଦରେ ‘ରାଜ’ରେ ପରିଣତ ହୁଏ ।
ହଂସମାନଙ୍କର ରାଜା = ରାଜହଂସ
ପଥମାନଙ୍କର ରାଜା = ରାଜପଥ
ରାଜାଙ୍କର ପୁତ୍ର = ରାଜପୁତ୍ର
ମଗଧର ରାଜା = ମଗଧରାଜ
ସେହିପରି ହେବ ରାଜନୀତି ।
(ଘ) ସ୍ତ୍ରୀଲିଙ୍ଗବାଚକ ଶବ୍ଦ ସମସ୍ତପଦରେ ଫୁଲିଙ୍ଗରେ ରୂପାନ୍ତରିତ ହୁଏ ଯଥା :
ହଂସୀର ଡିମ୍ବ = ହଂସଡିମ୍ବ,
ଛାଗୀର ଦୁଗ = ଛାଗଦୁଗ୍ଧ
ପୂର୍ବପଦରେ ଥିବା ଷଷ୍ଠୀ ବିଭକ୍ତିର ଚିହ୍ନ ‘ର’ ସମସ୍ତପଦରେ ଲୁପ୍ତ ହୋଇଛି ।
ସପ୍ତମୀ ତତ୍ ପୁରୁଷ :
ସାହିତ୍ୟରେ ନିପୁଣ = ସାହିତ୍ୟନିପୁଣ,
ଗଣିତରେ ପଟୁ=ଗଣିତପଟୁ,
ବିଦ୍ୟାରେ ନିପୁଣ=ବିଦ୍ୟା ନିପୁଣ,
ଗଛରେ ପାଚିଲା = ଗଛପାଚିଲା,
ଅରଣ୍ୟରେ ରୋଦନ = ଅରଣ୍ୟ ରୋଦନ ।
ଏଠାରେ ପୂର୍ବ ପଦରେ ଥିବା ସପ୍ତମୀ ବିଭକ୍ତିର ଚିହ୍ନ ‘ରେ’ ସମସ୍ତପଦରେ ଲୋପ ପାଇଛି ।
ସେହି ନିୟମରେ ଗଢ଼ା ଯାଇପାରିବ – ହାଣ୍ଡିରନ୍ଧା, ସନ୍ତରଣପଟୁ, ନରାଧମ, ଦୁଃଖମଗ୍ନ, ବଣଭୋଜି ଇତ୍ୟାଦି ।
ନଞ୍ ତତ୍ ପୁରୁଷ :- ତତ୍ ପୁରୁଷ ସମାସରେ ନିଷେଧ ଅର୍ଥରେ ନ ତପୁରୁଷ ସମାସ ହୁଏ । ସଂସ୍କୃତ ନଞ୍ ର
ଓଡ଼ିଆ ରୂପ ହେଉଛି ‘ନ’ । ଏହା ଏକ ନାସ୍ତିସୂଚକ ଅବ୍ୟୟ । ସାଧାରଣତଃ ‘ନ’ ପରେ ସ୍ଵରବର୍ଣଥିଲେ ‘ନ’ - ସ୍ଥାନରେ
‘ଅନ’ ହୁଏ ଏବଂ ‘ନ’ ପରେ ବ୍ୟଞ୍ଜନ ବର୍ଣ ଥିଲେ ‘ନ’ ସ୍ଥାନରେ ‘ଅ’ ହୁଏ ।
ନ ଆବିଳ = ଅନାବିଳ,
ନ ଉଚିତ = ଅନୁଚିତ
ସେହିପରି ହେବ – ଅନଶନ, ଅନଭିଜ୍ଞ, ଅନାଗତ, ଅନିଷ୍ଟ, ଅନୁନ୍ନତ । ଏଠାରେ ‘ନ’- ‘ଅନ’ ରେ ପରିଣତ
ହେଲା । ଅନ୍ୟପକ୍ଷରେ ନ ଚଳ= ଅଚଳ, ନ କଟା = ଅକଟା । ଏଠାରେ ‘ନ ‘ଅ’ ରେ ପରିଣତ ହେଲା ।
ସେହିପରି ଗଢ଼ାଯାଇପାରିବ – ଅବାଟ, ଅଧୁଆ, ଅଦୂର, ଅପାଳକ, ଅପାଠୁଆ, ଅଲଗା, ଅମାନିଆ ଇତ୍ୟାଦି ।
ଆମ ଭାଷାରେ ‘ଅଣ’ର ବ୍ୟବହାର ଅଛି । ‘ନ’ ପରେ ସ୍ଵର ବା ବ୍ୟଞ୍ଜନ ଯାହା ଥାଉନା କାହିଁକି - ‘ଅଣ’ର
ଆଗମ ହୁଏ ।
ଯଥା :- ନ ଓସାରିଆ = ଅଣଓସାରିଆ
ନ ହଳଦିଆ = ଅଣହଳଦିଆ
ଉପପଦ ତତ୍ ପୁରୁଷ :
କେତେକ ପଦ ଗଢ଼ିବା ପାଇଁ ‘ଧାତୁ’ ପୂର୍ବରେ ଅନ୍ୟ ଗୋଟିଏ ପଦ ଯୋଗ କରାଯାଏ । ତାହାକୁ
ଉପପଦ କୁହାଯାଏ ।
ମଧୁପାନ କରେ ଯେ ସେ = ମଧୁପ, ମଧୁପାୟୀ
କୁଳ ବୁଡ଼ାଏ ଯେ = କୁଳବୁଡ଼ା
ଏଠାରେ ‘ମଧୁ’ ଓ ‘କୁଳ’ ଶବ୍ଦ, ଧାତୁ ପୂର୍ବରେ ବ୍ୟବହୃତ ହୋଇଛନ୍ତି । ଏଗୁଡ଼ିକ ହେଉଛନ୍ତି ଉପପଦ ।
ଏଥିରୁ ଜଣାଗଲା ଯେ –
ଉପପଦ ସହିତ ଧାତୁ ଅଥବା କ୍ରିୟା ନିଷନ୍ନ ଅନ୍ୟ ପଦର ଯେଉଁ ସମାସ ହୁଏ ତାକୁ
‘ଉପପଦ ତପୁରୁଷ ସମାସ' କହନ୍ତି ।
ସେପରି ଗଢ଼ାଯାଇପାରିବ ଶଯ୍ୟାଶାୟୀ, କୁମ୍ଭକାର, ମଣିଷଖିଆ, ସତ୍ୟବାଦୀ, କାନକୁହା ଇତ୍ୟାଦି ।
ଅଲୁକ୍ ସମାସ :- ଯୁଧ୍ୟ ଯୁଦ୍ଧରେ) ସ୍ଥିର = ଯୁଧୁଷ୍ଠିର । ଆଗରୁ ଦେଖିଲେ ସମାସର ସମସ୍ତ ପଦରେ ପୂର୍ବପଦର
ବିଭକ୍ତ ଚିହ୍ନ ‘ଲୁକ୍’ ବା ଲୁପ୍ତ ହୋଇ ଯାଇଛି, କିନ୍ତୁ ଏଠାରେ ଯୁଧି’ ସପ୍ତମୀ ବିଭକ୍ତି ହୋଇଥିଲେ ମଧ୍ୟ ସମସ୍ତପଦରେ
ତା’ର ରୂପ ଲୁକ୍ ବା ଲୁପ୍ତ ହେଉନାହିଁ । ତେଣୁ ତାହା ଅଲୁପ୍ତ ବା ଅଲୁକ୍ ହୋଇ ରହୁଛି । ଏଥିରୁ ଜାଣିଲେ ଯେ –
ଯେଉଁ ସମାସର ସମସ୍ତପଦରେ ବିଭକ୍ତି ଚିହ୍ନ ଲୁପ୍ତ ହୁଏ ନାହିଁ ତାହାକୁ ‘ଅଲୁକ୍ ସମାସ’ କହନ୍ତି ।
ଏପରି ଗଢ଼ାଯାଇ ପାରିବ – ବନେ (ବନରେ) ବରେ (ବିଚରଣ କରେ) ଯେ = ବନେଚର,
ଅନ୍ତେ (ଅନ୍ତରେ) ବାସକରେ ଯେ = ଅନ୍ତେବାସୀ ଇତ୍ୟାଦି ।
କର୍ମଧାରୟ ସମାସ :- କର୍ମଧାରୟ ସମାସର ଗଠନ ପ୍ରଣାଳୀରେ ବିବିଧତା ରହିଛି । ବିଗ୍ରହବାକ୍ୟ ଓ ସମାସ
ପଦର ଗଠନ କୌଶଳ ଲକ୍ଷ୍ୟ କର ।
(କ) ନୀଳ ଅଟେ କଇଁ = ନୀଳକଇଁ
ଏଠାରେ ‘ନୀଳ’ ବିଶେଷଣ ପଦ ଓ ‘କଇଁ’ ବିଶେଷ୍ୟପଦ ।
ସେହିପରି ଡେଙ୍ଗାଗଛ, ପୋଡ଼ାତିଅଣ, କଅଁଳଶାଗ, ଫଟାହାଣ୍ଡି, ସଫାଲୁଗା, ସଜନ, ଉଡ଼ାଜାହାଜ, ଲୁଣିମାଛ ଇତ୍ୟାଦି ।
(ଖ) ଯେ ରୁଦ୍ର ସେ ସୁନ୍ଦର = ରୁଦ୍ରସୁନ୍ଦର
ଯେ ମୂଖି ସେ ପଣ୍ଡିତ = ମୂପଣ୍ଡିତ ।
ଯେ ଚାଲାକ ସେ ଚତୁର = ଚାଲାକ ଚତୁର
ଏଠାରେ ରୁଦ୍ର, ସୁନ୍ଦର, ମୂର୍ଖ, ପଣ୍ଡିତ, ଚାଲାକ, ଚତୁର ଆଦି ସମସ୍ତ ଶବ୍ଦ ବିଶେଷଣ ପଦ ।
(ଗ) ଯେ ରାଜା ସେ ଋଷି = ରାଜର୍ଷି । ଏଠାରେ ‘ରାଜା’ ବିଶେଷ୍ୟ ପଦ ଓ ‘ରଷି’ ମଧ୍ୟ ବିଶେଷ୍ୟପଦ ।
ସେହିପରି ଶବ୍ଦ ହେଉଛନ୍ତି – ଦେବର୍ଷି, ବ୍ରହ୍ମର୍ଷି ଇତ୍ୟାଦି ।
(ଘ) ଶ୍ରେଷ୍ଠ ଅଟେ ନର = ନରଶ୍ରେଷ୍ଠ
ଏଠାରେ ‘ନର’ ବିଶେଷ୍ୟ ଓ ‘ଶ୍ରେଷ୍ଠ’ ବିଶେଷଣ ପଦ । ଏଥିରୁ ଆମେ ଜାଣିଲେ ଯେ –
ବିଶେଷଣ ଓ ବିଶେଷ୍ୟ ପଦକୁ ନେଇ ଯେଉଁ ସମାସ ଗଠିତ ହୁଏ, ତାହାକୁ ‘କର୍ମଧାରୟ ସମାସ’
କହନ୍ତି । ଏହି ସମାସର ସମସ୍ତପଦରେ ପରପଦର ଅର୍ଥର ପ୍ରାଧାନ୍ୟ ରହେ ।
କର୍ମଧାରୟ ସମାସର ବିଭିନ୍ନ ରୂପ ଅଛି । ଆସ, ସେଗୁଡ଼ିକୁ ଦେଖିବା ।
ରୂପକ କର୍ମଧାରୟ :
ଉପମେୟ – ଯାହା ବିଷୟରେ ଉପମା ଅର୍ଥାତ୍ ତୁଳନା ଦିଆଯାଏ ତାକୁ ‘ଉପମେୟ’ କହନ୍ତି ।
ଏହି ଉପମେୟ ହେଉଛି ପ୍ରକୃତ ବସ୍ତୁ ।
ଉପମାନ – ଉପମେୟ ବା ପ୍ରକୃତ ବସ୍ତୁ ସହିତ ଯାହାର ତୁଳନା କରାଯାଏ ତାକୁ ‘ଉପମାନ' କହନ୍ତି ।
“ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର ବିଦ୍ୟାରରେ ଭୂଷିତ ହୋଇଥିଲେ । ଏଠାରେ ‘ବିଦ୍ୟା’ ହେଉଛି ଉପମେୟ ଓ
ରତ୍ନ’ ହେଉଛି ଉପମାନ । ଏଠାରେ ବିଦ୍ୟା ସହିତ ରତ୍ନର ତୁଳନା କରାଯାଇଛି । ଆମେ ଏପରି ମଧ୍ୟ କହିପାରିବା –
ବିଦ୍ୟା ରୂପକ ରତ୍ନ = ବିଦ୍ୟାରତ୍ନ । ଏଠାରେ ଉପମେୟ ଓ ଉପମାନ ମଧ୍ୟରେ ଭେଦଥିଲା ପରି ଜଣାପଡୁ ନାହିଁ । ଏଥିରୁ
ଜଣାଗଲା ଯେ;
ଉପମାନ ଓ ଉପମେୟ ମଧ୍ୟରେ ଅଭେଦ କଳ୍ପିତ ହୋଇ ସମାସ ହେଲେ ‘ରୂପକ କର୍ମଧାରୟ’ ସମାସ ହୁଏ ।
ଏହି ସୂତ୍ରରେ ଆମେ ଗଢ଼ିପାରିବା - ଶୋକସାଗର, କନ୍ୟାରତ୍ନ, ପୁତ୍ରମଣି, ଶୋକାଗ୍ନି, ଅଜ୍ଞାନ-ଅନ୍ଧକାର ଇତ୍ୟାଦି ।
ସାଧାରଣ ଧର୍ମ :- ଉପମେୟ ଓ ଉପମାନ ମଧ୍ୟରେ ଥିବା ସମାନଗୁଣ ଧର୍ମକୁ ସାଧାରଣ ଧର୍ମ କୁହାଯାଏ ।
‘ମୁଖଟି ଚନ୍ଦ୍ର ପରି ସୁନ୍ଦର’ ଏଠାରେ ସୁନ୍ଦର ହେଉଛି ସାଧାରଣଧର୍ମ ବାଚକ ପଦ । ଅର୍ଥାତ୍ର ଚନ୍ଦ୍ର ଯେପରି ସୁନ୍ଦର ମୁଖଟି
ସେହିପରି ସୁନ୍ଦର ।
ଉପମାନ କର୍ମଧାରୟ :
କାକ ପରି କୃଷ୍ଣ = କାକକୃଷ୍ଣ
ଘନ ପରି ଶ୍ୟାମ = ଘନଶ୍ୟାମ
‘କାକ’ ଓ ‘ଘନ’ ହେଉଛନ୍ତି ଉପମାନ ଓ ‘କୃଷ୍ଣ’ ଓ ‘ଶ୍ୟାମ’ ହେଉଛନ୍ତି ସାଧାରଣ ଧର୍ମ । ଏଠାରେ ଆମେ
ଦେଖିଲେ କେବଳ ଉପମାନ ଓ ସାଧାରଣ ଧର୍ମ ରହିଛି ।
ଏଥିରୁ ଜଣାଗଲା ଯେ,
ଉପମାନ ସହିତ ସାଧାରଣ ଧର୍ମବାଚକ ପଦର ସମାସକୁ ଉପମାନ କର୍ମଧାରୟ’ ସମାସ କୁହାଯାଏ।
ଆମେ ଏହି ଧାରାରେ ଗଢ଼ିପାରିବା - ତୁଷାରଧବଳ, ଲବଣୀକୋମଳ ଇତ୍ୟାଦି ।
ଉପମିତ କର୍ମଧାରୟ :
ମୁଖଟି ଚନ୍ଦ୍ର ପରି = ମୁଖଚନ୍ଦ୍ର
ଏଠାରେ ‘ମୁଖ' ହେଉଛି ‘ଉପମେୟ’ ଓ ‘ଚନ୍ଦ୍ର’ ହେଉଛି ଉପମାନ । ଏଥିରୁ ଜଣାଗଲା ଯେ -
ସମାସରେ ଉପମେୟ ପୂର୍ବପଦ ଓ ଉପମାନ ପରପଦ ହେଲେ ତାହାକୁ
‘ଉପମିତକର୍ମଧାରୟ’ ସମାସ କହନ୍ତି ।
ଏହିସୂତ୍ରରେ ଗଢ଼ାଯାଇପାରିବ – ଅଧରବିମ୍ବ, ପାଦପଦ୍ମ, ଚରଣକମଳ, ନରସିଂହ, ନରେନ୍ଦ୍ର ଇତ୍ୟାଦି ।
ମଧ୍ୟପଦଲୋପୀ କର୍ମଧାରୟ :
ରାଜାଙ୍କ ସିଂହଦ୍ଵାରରେ ଦ୍ଵାରପାଳ ପହରା ଦେଉଛି ।
‘ସିଂହଦ୍ବାର’କୁ ଆମେ ଲେଖିପାରିବା ‘ସିଂହ ଚିହ୍ନିତ ଦ୍ଵାର । ସମାସ ଗଠିତ ହେଲେ ‘ଚିହ୍ନିତ’ ପଦଟି ଲୋପ
ହୋଇଯାଉଛି ।
ଏଥୁରୁ ଆମେ ଜାଣିଲେ ଯେ,
ଯେଉଁ କର୍ମଧାରୟ ସମାସର ସମସ୍ତ ପଦରେ ମଧ୍ୟବର୍ତ୍ତୀ ପଦର ଲୋପ ହୋଇଥାଏ,
ତାହାକୁ ‘ମଧ୍ୟପଦଲୋପୀ କର୍ମଧାରୟ ସମାସ’ କହନ୍ତି ।
ଏହି ଧାରାରେ ଗଢ଼ାଯାଇ ପାରିବ,
ଘୃତ ମିଶ୍ରିତ ଅନ୍ନ = ଘୃତାନ୍ନ
ସୁନାରେ ତିଆରି ମୁଦି = ସୁନାମୁଦି
କାଠରେ ତିଆରି ପୋଲ = କାଠପୋଲ
ବର ନାମକ ଗଛ=ବରଗଛ
ସେହିପରି ହେବ, ଦହିଚୂଡ଼ା, ରେଳଗାଡ଼ି, ଚନ୍ଦ୍ରମୁଖ, ବକଧାର୍ମିକ ଇତ୍ୟାଦି ।
କର୍ମଧାରୟ ସମାସର ଆଉ କେତେକ ଉଦାହରଣ :
ଅନ୍ୟଗ୍ରାମ = ଗ୍ରାମାନ୍ତର
ଅନ୍ୟରୂପ = ରୂପାନ୍ତର
ଅନ୍ୟଦେଶ = ଦେଶାନ୍ତର
କୁ (କୁତ୍ସିତ) ଅଟେ ଆକାର = କଦାକାର
କୁ(କୁତ୍ସିତ) ଅଟେ ପୁରୁଷ = କୁପୁରୁଷ, କାପୁରୁଷ
ଦ୍ୱନ୍ଦ୍ୱ ସମାସ :
ଗଛଟି ଫୁଲଫଳରେ ଭରା ହୋଇଛି ।
ଫୁଲଫଳ ଶବ୍ଦ ଦୁଇଟି ଭିନ୍ନ ଭିନ୍ନ ଶବ୍ଦ ଯଥା :- ‘ଫୁଲ’ ଓ ‘ଫଳ’ । ଏ ଦୁଇଟିଯାକ ବିଶେଷ୍ୟ ପଦ ।
ସମସ୍ତପଦରେ ଦୁଇଟିର ଅର୍ଥର ସମାନ ପ୍ରାଧାନ୍ୟ ରହୁଛି । ସେହିପରି ଦୁଇରୁ ଅଧିକ ଶବ୍ଦ ବି ମିଶିପାରନ୍ତି ।
ଯଥା; ରାମ ଲକ୍ଷ୍ମଣ ଓ ସୀତା = ରାମଲକ୍ଷ୍ମଣସୀତା । ଧର୍ମ, ଅର୍ଥ, କାମ ଓ ମୋକ୍ଷ = ଧର୍ମାର୍ଥକାମମୋକ୍ଷ ।
ଏଥିରୁ ଜଣାଗଲା,
ପ୍ରତ୍ୟେକ ପଦର ଅର୍ଥର ପ୍ରାଧାନ୍ୟ ଥାଇ ଏକାଧିକ ବିଶେଷ୍ୟ ପଦର ମିଳନରେ ଯେଉଁ ସମାସ ଗଠିତ ହୁଏ
ତାହାକୁ ‘ଦ୍ୱନ୍ଦ୍ୱ ସମାସ କୁହାଯାଏ ।
ଏହି ଧାରାରେ ଗଢ଼ାଯାଇପାରିବ, ଦମ୍ପତି, ବାଟଘାଟ, ହରିହର, ଲେଖାପଢ଼ା ଇତ୍ୟାଦି ।
ଦ୍ୱିଗୁ ସମାସ :
ତ୍ରିଫଳା ପାଣି ସ୍ୱାସ୍ଥ୍ୟ ପାଇଁ ହିତକର । ‘ତ୍ରିଫଳା” ଶବ୍ଦଟି ତିନିଫଳର ସମାହାରରୁ ସୃଷ୍ଟି ହୋଇଛି । ‘ତ୍ରିଫଳା’ର
ବ୍ୟାସବାକ୍ୟ ହେଉଛି ତ୍ରି(ଚିନି) ଫଳର ସମାହାର । ଶବ୍ଦଟିର ଆଦ୍ୟରେ ସଂଖ୍ୟାବାଚକ ଶବ୍ଦ ତ୍ରି(ତିନି) ରହିଅଛି ।
ସେହିପରି “ଚାରିବେଦ = ଚାରିବେଦର ସମାହାର । ଏହାର ଆଦ୍ୟଶବ୍ଦ ‘ଚାରି’ ମଧ୍ୟ ହେଉଛି ସଂଖ୍ୟାବାଚକ ଶବ୍ଦ ।
ଏଥିରୁ ଜଣାଗଲା,
ଯେଉଁ ସମାସରେ ସଂଖ୍ୟାବାଚକ ଶବ୍ଦ ପୂର୍ବରେ ଥାଇ ସମସ୍ତପଦଟି ସମାହାର ବା ସମଷ୍ଟିକୁ ବୁଝାଉଥାଏ
ତାହାକୁ ‘ଦ୍ୱିଗୁ ’ ସମାସ କହନ୍ତି ।
ଏହି ସୂତ୍ରରେ ଗଢ଼ାଯାଇ ପାରିବ – ଷଡ଼ରିପୁ, ପଞ୍ଚନ୍ଦ୍ରିୟ, ଅଷ୍ଟରତ୍ନ, ପଞ୍ଚଗବ୍ୟ, ସପ୍ତାହ, ପଞ୍ଚବଟୀ, ଚଉପଦୀ ପ୍ରଭୃତି ।
ବହୁବ୍ରୀହି ସମାସ :
(କ) ଦଶହରାଦିନ ଦାଶରଥି ଦଶାନନକୁ ବଧ କରିଥିଲେ ।
(ଖ) ବାଳକ ଓ ବାଳିକାମାନେ ବୀଣାପାଣିଙ୍କୁ ପୂଜା କରୁଛନ୍ତି ।
ଉପର ବାକ୍ୟ ଦୁଇଟିରେ ‘ଦଶାନନ’ ଓ ‘ବୀଣାପାଣି’ ହେଉଛନ୍ତି ବଡ଼ ଅକ୍ଷର ଚିହ୍ନିତ ପଦ । ଏହି ପଦଗୁଡ଼ିକୁ
ଆମେ ବ୍ୟାସବାକ୍ୟ ସାହାଯ୍ୟରେ ନିମ୍ନମତେ ଲେଖ୍ ପାରିବା । -
ଦଶ ଆନନ (ମୁଖ) ଯାହାର = ଦଶାନନ ।
ସେହିପରି ବୀଣା ପାଣି (ହାତ) ରେ ଯାହାର = ବୀଣାପାଣି
ଏଠାରେ ଦଶ, ଆନନ, ବୀଣା, ପାଣି ଆଦି ହେଉଛନ୍ତି ଗୋଟିଏ ଗୋଟିଏ ସମସ୍ୟମାନପଦ । ସମସ୍ତ ପଦ
ହେଲାବେଳେ ଏ ସମସ୍ୟାମାନ ପଦମାନଙ୍କର ଗୁରୁତ୍ଵ ନରହି ସ୍ବତନ୍ତ୍ର ଅର୍ଥ ପ୍ରକଟିତ ହେଉଛି । ଅର୍ଥାତ୍ ଯାହାର ଦଶଟି
ଆନନ, ସେ ‘ଦଶାନନ’ ନ ହୋଇ କେବଳ ‘ରାବଣ’ ଅର୍ଥ ପ୍ରକାଶିତ ହୋଇଛି । ସେହିପରି ବୀଣାପାଣି, ‘ସରସ୍ୱତୀ’
ଅର୍ଥରେ ବ୍ୟବହୃତ ହୋଇଛି । ଏହିପରି କୁହାଯାଇପାରେ; ତ୍ରିଲୋଚନ, ପୀତାମ୍ବର, ଦିଗମ୍ବର, ନୀଳକଣ୍ଠ, ପଞ୍ଚାନନ,
ଚତୁର୍ଭୁଜ ଇତ୍ୟାଦି । ଏଥିରୁ ଆମେ ଜାଣିଲେ,
ଯେଉଁ ସମାସରେ ସମସ୍ତପଦ ସମସ୍ୟାମାନ ପଦମାନଙ୍କ ମଧ୍ୟରୁ କାହାରି ଅର୍ଥକୁ ନବୁଝାଇ ଅନ୍ୟକୁ ବୁଝାଏ
ତାହାକୁ ‘ବହୁବ୍ରୀହି ସମାସ’ କହନ୍ତି ।
ମନେରଖିବାକୁ ହେବ ଯେ ଏ ସମାସର ବିଗ୍ରହ ବାକ୍ୟରେ ଯାହାର, ଯାହାକୁ, ଯଦ୍ୱାରା, ଯାହାଠାରୁ, ଯାହାଠାରେ
ଆଦି ପଦ ବ୍ୟବହୃତ ହୋଇଥାଏ । ଆସ, ଏହି ସମାସର ବିବିଧ ରୂପକୁ ଦେଖୁବା ।
(କ) ବହୁବ୍ରୀହି ସମାସରେ ‘ଅକ୍ଷି’ ଶବ୍ଦ ସମସ୍ତପଦରେ ‘ଅକ୍ଷ’ରେ ଓ ‘ନାଭି’ ଶବ୍ଦ ‘ନାଭ’ରେ ପରିଣତ ହୁଏ ।
ବିରୂପ ଅକ୍ଷି ଯାହାର = ବିରୂପାକ୍ଷ ।
ପୁଣ୍ଡରୀକ ଅକ୍ଷି ଯାହାର = ପୁଣ୍ଡରୀକାକ୍ଷ
ସେହିପରି ଲେଖାଯାଇପାରେ - ବିଶାଳାକ୍ଷ, ସହସ୍ରାକ୍ଷ ଇତ୍ୟାଦି ।
ପୁଣି ପଦ୍ମ ନାଭିରେ ଯାହାର = ପଦ୍ମନାଭ ।
(ଖ୍)ଯଶସ୍, ତେଜ, ମନସ୍ ପ୍ରଭୃତି ଶବ୍ଦର ଶେଷରେ ‘ସ୍' ରହିଛି । ଏହିଭଳି ଶେଷରେ ‘ସ୍' ଥିବା ଶବ୍ଦକୁ ନେଇ
ବହୁବ୍ରୀହି ସମାସ ହେଲେ ‘ସ୍’ର ଲୋପ ହୁଏ ଓ ଅନ୍ତଃ ‘ଅ’ ‘ ଆକାର’ ହୁଏ । ବେଳେବେଳେ ‘ସ୍’ ଅତୁଟ ରହେ
ଓ କ’ର ଆଗମ ହୁଏ ।
ମହାନ୍ ତେଜ ଯାହାର = ମହାତେଜା
ଉଚେତ (ଚିତ୍ତ) ଯାହାର = ଉଦାରତା
ଉଚ୍ଚ ମନ ଯାହାର = ଉକମନା
ଅନ୍ୟ ମନ ଯାହାର = ଅନ୍ୟମନା, ଅନ୍ୟମନସ୍କ
ଅଳ୍ପ ବୟଃ ଯାହାର = ଅଳ୍ପବୟା, ଅଳ୍ପବୟସ୍କ
(ଗ) କେତେକ କ୍ଷେତ୍ରରେ ନାସ୍ତିବାଚକ ଶବ୍ଦ (ନାହିଁ) ପୂର୍ବପଦ ହୋଇ ବହୁବ୍ରୀହି ସମାସ ହୋଇଥାଏ । ଏହାକୁ
ନିଷେଧାର୍ଥକ ବହୁବ୍ରୀହି ସମାସ କହନ୍ତି ।
ନାହିଁ ଅନ୍ତଯାହାର = ଅନନ୍ତ,
ନାହିଁ ଆଦି ଯାହାର = ଅନାଦି,
ନାହିଁ ଗାଧ (ଅଗଭୀରତ୍ୱ) ଯାହାର = ଅଗାଧ, ନାହିଁ
ଦୋଷ ଯାହାର = ନିର୍ଦୋଷ,
ନାହିଁ କାର (କାର୍ଯ୍ୟ) ଯାହାର = ବେକାର ।
ସେହିପରି ଗଢ଼ାଯାଇପାରିବ – ଅତଳ, ଅସୀମ, ନିର୍ଭୟ, ନିରାକାର, ନୀରୋଗ, ବେହୋସ, ବେତାର, ବେହିସାବୀ,
ନିରର୍ଥକ, ନିର୍ଜନ ଇତ୍ୟାଦି । ବିଗତ ହୋଇଅଛି ଧବ ବା ନାହିଁ ଧବ (ସ୍ଵାମୀ) ଯାହାର ତାକୁ ‘ବିଧବା’ ଓ ବିଗତ
ହୋଇଅଛି ପତ୍ନୀ ବା ନାହିଁ ପତ୍ନୀ ଯାହାର ତାକୁ ‘ବିପତ୍ନୀକ’ କୁହାଯାଏ ।
(ଘ) ଅନ୍ୟପଦ ସହିତ ‘ସହ’ ଶବ୍ଦ ଯୋଗରେ ଯେଉଁ ବହୁବ୍ରୀହି ସମାସ ହୁଏ, ତାହାକୁ ‘ସହାର୍ଥକ ବହୁବ୍ରୀହି' କୁହାଯାଏ ।
ଏହି ‘ସହ’ ଶବ୍ଦ ସମସ୍ତପଦରେ ‘ସ’ରେ ପରିଣତ ହୁଏ ।
ଉଦାହରଣ; ପରିବାର ସହିତ ଅଛନ୍ତି ଯେ = ସପରିବାର
ସ୍ତ୍ରୀ ସହିତ ଅଛନ୍ତି ଯେ = ସସ୍ତ୍ରୀକ
ଶିଷ୍ୟ ସହିତ ଅଛନ୍ତି ଯେ = ସଶିଷ୍ୟ
ସେହିପରି ଗଢ଼ାଯାଇପାରିବ; ସାନନ୍ଦ, ସସମ୍ମାନ, ସବିନୟ, ସବାନ୍ଧବ, ସକୁଟୁମ୍ବ ଇତ୍ୟାଦି ।
(ଙ) ‘ସମାନ’ ଶବ୍ଦ ସହିତ ବହୁବ୍ରୀହି ସମାସ ହେଲେ ‘ସମାନ’ ସ୍ଥାନରେ ‘ସ’ ହୁଏ । କେତେକ ସ୍ଥଳରେ ‘ସହ’
ମଧ୍ୟ ହୁଏ ।
ସମାନ ତୀର୍ଥ ଯାହାର = ସତୀର୍ଥ
ସମାନ ଉଦରରୁ ଜନ୍ମ ଯାହାର = ସହୋଦର, ସୋଦର
ସେହିପରି ହୁଏ - ସଗୋତ୍ର, ସପିଣ୍ଡ ଇତ୍ୟାଦି ।
(ଚ) କେତେକ ବହୁବ୍ରୀହି ସମାସରେ ଉପମାନ ପୂର୍ବପଦ ଓ ଉପମେୟ ପରପଦ ହୋଇଥାନ୍ତି । ସମସ୍ତ ପଦରେ
ଉପମାନର ଅଂଶବିଶେଷ ଲୋପପାଏ । ଏହାକୁ ‘ଉପମିତ ବହୁବ୍ରୀହି' କହନ୍ତି ।
ଗଜଗମନ ପରି ଗମନ ଯେଉଁ ସ୍ତ୍ରୀର = ଗଜଗମନା ।
ଚିଲଆଖି ପରି ଆଖି ଯାହାର = ଚିଲଆଖିଆ
ଘୋଡ଼ା ମୁହଁ ପରି ମୁହଁ ଯାହାର = ଘୋଡ଼ାମୁହାଁ
ସେହିପରି ଗଢ଼ାଯାଇ ପାରିବ – ଓଟମୁହାଁ, ମରାଳଗମନା, ସୂର୍ପଣଖା, ମାଗୁରନିଶା, ମୀନନୟନା, ଚାନ୍ଦମୁହୀଁ
ଇତ୍ୟାଦି ।
(ଛ) ଏକ ଜାତୀୟ କ୍ରିୟାରେ ପରସ୍ପର ବ୍ୟାପୃତ ଥିବା ବୁଝାଇଲେ ‘ବ୍ୟତିହାର ବହୁବ୍ରୀହି’ ସମାସ ହୁଏ ।
କେଶକୁ କେଶକୁ ଧରି ଯେଉଁ ଯୁଦ୍ଧ = କେଶାକେଶି
ପରସ୍ପରକୁ ମାରିବା କାର୍ଯ୍ୟ ହୁଏ ଯହିଁରେ = ମରାମରି
ଠେଙ୍ଗାରେ ଠେଙ୍ଗାରେ ଯେଉଁ ଯୁଦ୍ଧ = ଠେଙ୍ଗାଠେଙ୍ଗି
ସେହିପରି ହେବ; ବାଡ଼ାବାଡ଼ି, ପିଟାପିଟି, ହାତାହାତି, ଧରାଧରି, ପେଲାପେଲି, ଠେଲାଠେଲି ଇତ୍ୟାଦି ।
(କ) ବହୁବ୍ରୀହି ସମାସର ଆଉ କେତେକ ଉଦାହରଣ :
ସୁହୃଦୟ ଯାହାର = ସୁହୃଦ
ଅଷ୍ଟ ଅଙ୍ଗ ବକ୍ର ଯାହାର = ଅଷ୍ଟବକ୍ର
ଏକ ବାଗ ଯାହାର = ଏକବାଗିଆ,
ଦୁଇ ମୁଣ୍ଡ ଯାହାର = ଦୋମୁଣ୍ଡିଆ
ଅବ୍ୟୟୀଭାବ ସମାସ :
(୧) ପ୍ରତିହିଂସାପରାୟଣ ବ୍ୟକ୍ତିର ଅଧୁକ କ୍ଷତି ହୁଏ ।
(୨) ହରିବାବୁ ଘଟଣାକୁ ଆମୂଳଚୁଳ ବର୍ଣ୍ଣନା କଲେ । ପ୍ରଥମବାକ୍ୟର ‘ପ୍ରତିହିଂସା’ରେ ‘ପ୍ରତି’ ହେଉଛି
ଗୋଟିଏ ଅବ୍ୟୟ ପଦ, ସେହିପରି ଦ୍ବିତୀୟ ବାକ୍ୟର ‘ଆମୂଳଚଳ’ରେ ‘ଆ’ ହେଉଛି ଅବ୍ୟୟପଦ । ଅବ୍ୟୟପଦ
ଦୁଇଟି ଶବ୍ଦର ଆରମ୍ଭରେ ରହିଛି । ଅବ୍ୟୟ ପଦ ସହିତ ଅନ୍ୟପଦ ମିଶିଛି । ଏଥିରୁ ଜଣାଗଲା ଯେ –
ଯେଉଁ ସମାସରେ ଅବ୍ୟୟପଦ ପୂର୍ବପଦ ଭାବରେ ରହି ଅନ୍ୟପଦ ସହିତ ସମାସ ହୋଇଥାଏ ଓ ତହିଁରେ
ଅବ୍ୟୟର ଅର୍ଥ ପ୍ରାଧାନ୍ୟ ଥାଏ ତାକୁ ‘ଅବ୍ୟୟୀଭାବ’ ସମାସ କୁହାଯାଏ ।
ବୀପସା (ବାରମ୍ବାର), ବ୍ୟାପ୍ତି ଓ ପର୍ଯ୍ୟନ୍ତ (ସୀମା), ଅଭାବ, ଯୋଗ୍ୟତା, ଆତିଶଯ୍ୟ, ବୈପରୀତ୍ୟ, ସାମୀପ୍ୟ,
ସାଦୃଶ୍ୟ, ପଶ୍ଚାତ ପ୍ରଭୃତି ଅର୍ଥରେ ଅବ୍ୟୟୀଭାବ ସମାସ ହୋଇଥାଏ । ଆସ, ସେ ରୂପଗୁଡ଼ିକୁ ଦେଖିବା ।
(କ) ବୀପ୍ସା - ଥରକୁଥର = ପ୍ରତିଥର ।
ସେହିପରି ପ୍ରତିଦିନ, ପ୍ରତିଘର ଶବ୍ଦଗଢ଼ା ଯାଇପାରିବ ।
(ଖ) ଅଭାବ - ଭିକ୍ଷାର ଅଭାବ = ଦୁର୍ଭିକ୍ଷ
ସେହିପରି ବନ୍ଦୋବସ୍ତର ଅଭାବ ବେବନ୍ଦୋବସ୍ତ
ଏଠାରେ ‘ଦୁର’ ଓ ‘ବେ’ ଅବ୍ୟୟ ପଦ ।
(ଗ) ବ୍ୟାପ୍ତି ଓ ପର୍ଯ୍ୟନ୍ତ - ମରଣପର୍ଯ୍ୟନ୍ତ = ଆମରଣ
ସେହିପରି ହେବ – ଆସମୁଦ୍ର, ଆକଣ୍ଠ, ଇତ୍ୟାଦି ।
ଜୀବନକୁ ବ୍ୟାପି = ଆଜୀବନ
ପାଦଠାରୁ ଆରମ୍ଭକରି ମସ୍ତକ ପର୍ଯ୍ୟନ୍ତ = ଆପାଦମସ୍ତକ
ଏଠାରେ ‘ଆ’ ହେଉଛି ଅବ୍ୟୟପଦ ।
(ଘ) ଯୋଗ୍ୟତା – ରୂପର ଯୋଗ୍ୟ = ଅନୁରୂପ, ଅନୁ-ଅବ୍ୟୟପଦ
(ଙ) ଅନତିକ୍ରମ-ଶକ୍ତିକୁ ଅତିକ୍ରମ ନ କରି = ଯଥାଶକ୍ତି
ସେହିପରି ହେବ – ଯଥାବିଧ, ଯଥୋଚିତ, ଯଥାର୍ଥ ଇତ୍ୟାଦି
ଏଠାରେ ଯଥା’ ଅବ୍ୟୟପଦ ।
(ଛ) ପଶ୍ଚାତ୍ – ପଶ୍ଚାତ୍ ଗମନ = ଅନୁଗମନ ।
ସେହିପରି ହେବ – ଅନୁକରଣ, ଅନୁତାପ, ଅନୁସନ୍ଧାନ ଇତ୍ୟାଦି ।
ଏଠାରେ ‘ଅନୁ’ ଅବ୍ୟୟ ପଦ ।
(ଜ) ଆତିଶଯ୍ୟ - ଅତିଶୟ ଘଞ୍ଚ – ନିଘଞ୍ଚ । ଏଠାରେ ନି’ ଅବ୍ୟୟପଦ ।
(ଝ) ସାଦୃଶ୍ୟ - ମୂର୍ତ୍ତିର ସଦୃଶ = ପ୍ରତିମୂର୍ତ୍ତି ।
ବାନର ସଦୃଶ = ଉପବନ, ଭାଷାର ସଦୃଶ = ଉପଭାଷା
ଏଠାରେ ଅବ୍ୟୟ ପଦ – ପ୍ରତି ଓ ଉପ ।
(ଞ) ବୈପରୀତ୍ୟ – କୂଳର ବିପରୀତ = ପ୍ରତିକୂଳ
ପକ୍ଷର ବିପରୀତ = ପ୍ରତିପକ୍ଷ, ବିପକ୍ଷ
ସେହିପରି ହୁଏ – ପ୍ରତିବାଦୀ ।
ଏଠାରେ ‘ପ୍ରତି’ ଓ ‘ବି’ ଅବ୍ୟୟପଦ ।
ନିତ୍ୟ ସମାସ : କେତେକ ସ୍ଥଳରେ ସମାସବାକ୍ୟ ନଥାଇ ମଧ୍ୟ ସମାସ ହୁଏ । ଏହାକୁ ‘ନିତ୍ୟ ସମାସ’ କୁହାଯାଏ ।
କୃଷ୍ଣସର୍ପ - ( ଏହା ନିର୍ଦ୍ଦିଷ୍ଟ ଜାତିର ନାଗକୁ ବୁଝାଏ – ଅନ୍ୟ କଳାସାପକୁ ବୁଝାଏ ନାହିଁ ।
ସେହିପରି – ନୀଳକନ୍ଦର (ଶ୍ରୀକ୍ଷେତ୍ର ପୁରୀ), ପୋକଶୁଘାଂ, ଛାରପୋକ, ବିଲୁଆଖାଇ ଇତ୍ୟାଦି ହୁଏ ।
ଅନୁଶୀଳନୀ
୧. ସମାସ କାହାକୁ କହନ୍ତି ?
୨. ବିଗ୍ରହ ବାକ୍ୟ କାହାକୁ କହନ୍ତି ?
୩. ସମସ୍ୟାମାନ ପଦ କାହାକୁ କହନ୍ତି ?
୪. ପୂର୍ବପଦପ୍ରଧାନ ସମାସଗୁଡ଼ିକର ନାମ ଲେଖ ।
୫. ଉପପଦ କାହାକୁ କହନ୍ତି ?
୬. ଉପମେୟ କାହାକୁ କହନ୍ତି ?
୭. ନିମ୍ନଲିତ ସମସ୍ତପଦଗୁଡ଼ିକର ବ୍ୟାସବାକ୍ୟ ସହ ସମାସର ନାମ ଲେଖ ।
ଘରମୁହାଁ, ତନ୍ତବୁଣା, ମନରୁଚା, ଜନ୍ମାନ୍ଧ, ପ୍ରଜାତନ୍ତ୍ର ହଂସଡିମ୍ବ, ଅନାବିଳ, ଅନ୍ତେବାସୀ,
ପାଦପଦ୍ମ, ରେଳଗାଡ଼ି ଦେଶାନ୍ତର, ଦମ୍ପତି, ଦଶାନନ, ଆଜୀବନ ।
No comments:
Post a Comment